ଆଲୋଚନା:ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡ଼ଭାନ୍ସଡ ଟେକ୍ନୋଲୋଜି

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏହାର ନାମକୁ ଓଡ଼ିଆରେ ନବଦଳାଇ ଇଂରାଜୀ ଉଚ୍ଚାରଣକୁ ଓଡ଼ିଆରେ ଲେଖିବା ଭଲ ହେବ ବୋଲି ମୁଁ ଭାବୁଛି . "ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରତିରକ୍ଷା ସଂସ୍ଥାନ" ବଦଳରେ "ଡିଫେନ୍ସ ଇନ୍ସଟିଚ୍ୟୁଟ ଅଫ ଆଡ଼ଭାନ୍ସଡ ଟେକ୍ନୋଲୋଜି" Soumendrak (ମୋ ଆଲୋଚନା) ୨୩:୩୮, ୨୭ ଜୁଲାଇ ୨୦୧୮ (IST)[reply]

ସମର୍ଥନ । କିନ୍ତୁ ଓଡ଼ିଆ ନାମଟି ମଧ୍ୟ ଦର୍ଶେଇବାକୁ ପଡିବ କାରଣ ଓଡ଼ିଆ ନାମଟି ବ୍ୟବହାର ହେଉଥାଇପାରେ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୧୩, ୨୯ ଜୁଲାଇ ୨୦୧୮ (IST)[reply]
କେଉଁଠି ଇଂରାଜୀ ଶବ୍ଦରୁ ଅନୁବାଦିତ ଓଡ଼ିଆ ଶବ୍ଦ ଓ କେଉଁଠି ଇଂରାଜୀ ଉଚ୍ଚାରଣ ଅନୁସାରେ ଓଡ଼ିଆ ଶବ୍ଦ ବ୍ୟବହାର ହେବ ମୁଁ ଜାଣିପାରୁନି । ଯେମିତିକି କେତେଜଣ Galleryକୁ ଗ୍ୟାଲେରୀ ଲେଖୁଛନ୍ତି, ମୁଁ କିନ୍ତୁ ଠିକ କି ଭୁଲ ନଜାଣି ଚିତ୍ରାବଳୀ ବୋଲି ଲେଖିଦେଉଛି । Gayatree Tripathy (ମୋ ଆଲୋଚନା) ୨୩:୪୭, ୨୯ ଜୁଲାଇ ୨୦୧୮ (IST)[reply]
- ଟେକ୍ନିକାଲ ଶବ୍ଦଗୁଡ଼ିକ ଯାହାକୁ ଆଜିକାଲି ଲୋକେ ବହୁଳମାତ୍ରାରେ ଉପଯୋଗ କରୁଛନ୍ତି ତାହାକୁ ଅଧିକ ପ୍ରାଧାନ୍ୟ ଦେଇ ଲେଖାଯିବା ଉଚିତ. ଆପଣ ଦେଇଥିବା ଉଦାହରଣ ଅନୁସାରେ ଗ୍ୟାଲେରୀ ଯାଗାରେ ଚିତ୍ରାବଳୀ କହିଲେ 9 ରୁ 10 ଜଣ ବୁଝିପାରିବେନି, କାରଣ ଲୋକମାନେ ମୋବାଇଲରୁହିଁ ଗ୍ୟାଲେରୀ ଶିଖିଲେ, ତେଣୁ ଗ୍ୟାଲେରୀ ସହ ଲୋକେ ଅଧିକ ପରିଚିତ . ହେଲେ କିଛି କିଛି ସ୍ଥାନରେ ଯେଉଁଠାରେ ସନ୍ଦେହ ଆସୁଛି ଅର୍ଥାତ ଏହା ସ୍ପଷ୍ଟ ନଥିବ କଣ ଲେଖିବା ଭଲ ହବ, ସେଠାରେ ଆମେ ଉଭୟ ଇଂରାଜୀ ଏବଂ ଓଡ଼ିଆ ଶବ୍ଦ ଉପଯୋଗ କରିପାରିବା . Soumendrak (ମୋ ଆଲୋଚନା) ୦୦:୦୩, ୩୦ ଜୁଲାଇ ୨୦୧୮ (IST)[reply]
 Done ପ୍ରସ୍ତାବ ଅନୁସାରେ 'ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡ଼ଭାନ୍ସଡ ଟେକ୍ନୋଲୋଜି' ନାମକୁ ଘୁଞ୍ଚାଗଲା (ଇନ୍ସଟିଚ୍ୟୁଟ ବଦଳରେ ଇନଷ୍ଟିଚ୍ୟୁଟ ବନାନ ବ୍ୟବହାର କରାଯାଇଛି, ଆପତ୍ତି ଥିଲେ ଜଣାଇବାକୁ ଅନୁରୋଧ) ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୨୬, ୫ ଅଗଷ୍ଟ ୨୦୧୮ (IST)[reply]