ଡର୍ନେଜ ଆଲଫା
Clinical data | |
---|---|
Trade names | Pulmozyme |
AHFS/Drugs.com | monograph |
MedlinePlus | a694002 |
Pregnancy category |
|
Routes of administration | Inhalation |
Legal status | |
Legal status |
|
Identifiers | |
ECHA InfoCard | 100.029.685 |
Chemical and physical data | |
Formula | C1321H1999N339O396S9 |
Molar mass | 29253.9 |
(verify) |
ଡର୍ନେଜ ଆଲଫା (ଇଂରାଜୀ ଭାଷାରେ Dornase alfa), ଏକ ବେପାର ନାମ ପୁଲମୋଜାଇମ, ହେଉଛି ସିସ୍ଟିକ ଫାଇବ୍ରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା କଫ ଘନତା ହ୍ରାସ କରିବା ପାଇଁ ବ୍ୟବହୃତ ହୁଏ ଏବଂ ଏହାଦ୍ୱାରା କାଶ ହେବା ସହଜ ହୋଇଥାଏ ।[୧] ଏହା ପ୍ରଶ୍ୱାସରେ ନିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱର ପରିବର୍ତ୍ତନ, ରାସ, ଗଳା ପ୍ରଦାହ, ଛାତି ଯନ୍ତ୍ରଣା, ନାକରେ ପାଣି ବୋହିବା, ଜ୍ୱର ଏବଂ ଅଣନିଶ୍ୱାସ ହୋଇପାରେ ।[୨] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ ରେକମ୍ବିନାଣ୍ଟ ମାନବ ଡିଅକ୍ସିରାଇବୋନ୍ୟୁକ୍ଲିଏଜ (rhDNase) ନାମକ ଏକ ଏନଜାଇମ ଯାହା କୋଷ ବାହ୍ୟ ଭାଗରେ ଡିଏନଏ (DNA) ଭାଙ୍ଗିଦିଏ ।[୪]
୧୯୯୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡର୍ନେଜ ଆଲଫା ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ପିଛା ଏକ ମାସର ପ୍ରାୟ ୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୪୦୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Dornase Alfa Monograph for Professionals". Drugs.com (in ଇଂରାଜୀ). Archived from the original on 11 August 2020. Retrieved 27 December 2021.
- ↑ "DailyMed - PULMOZYME- dornase alfa solution". dailymed.nlm.nih.gov. Archived from the original on 24 March 2021. Retrieved 27 December 2021.
- ↑ "Dornase alfa (Pulmozyme) Use During Pregnancy". Drugs.com (in ଇଂରାଜୀ). Archived from the original on 24 October 2020. Retrieved 27 December 2021.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 309. ISBN 978-0857114105.
- ↑ "Dornase Alfa Prices, Coupons & Savings Tips - GoodRx". GoodRx. Retrieved 27 December 2021.