ଡକ୍ଟର ରାମଚନ୍ଦ୍ର ସାମନ୍ତରାୟ ଇନଷ୍ଟିଚୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି

ଉଇକିପିଡ଼ିଆ ରୁ
Jump to navigation Jump to search

ଏହି ବିଜ୍ଞାନ ମହାବିଦ୍ୟାଳୟଟି ଡକ୍ଟର ରାମଚନ୍ଦ୍ର ସାମନ୍ତରାୟଙ୍କଦ୍ୱାରା ୧୯୯୧ ମସିହାରେ ନୟାଗଡ଼ ଜିଲ୍ଲାର ଗଣିଆ ନିକଟବର୍ତ୍ତୀ ଇନ୍ଦିପଟାଠାରେ ସ୍ଥାପିତ ହୋଇଥିଲା ।

ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷନୁଷ୍ଠାନ ଭାବେ ପରିଗଣିତ ହୁଏ । ଭୂଗୋଳ ସ୍ନାତକ ବିଷୟ ପଢ଼ିବା ପାଇଁ ଏଠିକୁ ସାରା ରାଜ୍ୟରୁ ଛାତ୍ରଛାତ୍ରୀ ଛୁଟି ଆସନ୍ତି । ଏହି ବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ପାଇଁ ୩୦୮ଟି ସ୍ଥାନ (ଉଭୟ ପାସ ଓ ଅନର୍ସ) ଅଛି । ଯୁକ୍ତ ୨ ବିଜ୍ଞାନ ପାଇଁ ଶ୍ରେଣୀ ପିଛା ୧୨୮ଟି ସ୍ଥାନ ଅଛି । ଭୂଗୋଳ ଏବଂ ଇଲେକ୍ଟ୍ରୋନିକ୍ସ ଭଳି ଅତିରିକ୍ତ ପାଠ୍ୟକ୍ରମ ଏଠାରେ ଅଛି ।

ପରିଚାଳନା[ସମ୍ପାଦନା]

ଏହାର ପରିଚାଳନା ଆମେରିକାରୁ ନିୟନ୍ତ୍ରିତ ହୁଏ । ଅନୁଷ୍ଠାନଟି ପ୍ରାଇଭେଟ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ କୌଣସି ବର୍ଦ୍ଧିତ ଫି ଦେବାକୁ ପଡିନଥାଏ । ଅନୁଷ୍ଠାନଟି ଏକ ଚାରିଟେବଲ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଛି । ଆମେରିକାରୁ ଦାନ ଅର୍ଥ ଏହି ଅନୁଷ୍ଠାନକୁ ମିଳେ ।

ଆଧାର[ସମ୍ପାଦନା]