ଡକ୍ଟର ରାମଚନ୍ଦ୍ର ସାମନ୍ତରାୟ ଇନଷ୍ଟିଚୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି

ଉଇକିପିଡ଼ିଆ‌ରୁ

ଏହି ବିଜ୍ଞାନ ମହାବିଦ୍ୟାଳୟଟି ଡକ୍ଟର ରାମଚନ୍ଦ୍ର ସାମନ୍ତରାୟଙ୍କଦ୍ୱାରା ୧୯୯୧ ମସିହାରେ ନୟାଗଡ଼ ଜିଲ୍ଲାର ଗଣିଆ ନିକଟବର୍ତ୍ତୀ ଇନ୍ଦିପଟାଠାରେ ସ୍ଥାପିତ ହୋଇଥିଲା ।

ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହୁଏ । ଭୂଗୋଳ ସ୍ନାତକ ବିଷୟ ପଢ଼ିବା ପାଇଁ ଏଠିକୁ ସାରା ରାଜ୍ୟରୁ ଛାତ୍ରଛାତ୍ରୀ ଛୁଟି ଆସନ୍ତି । ଏହି ବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ପାଇଁ ୩୦୮ଟି ସ୍ଥାନ (ଉଭୟ ପାସ ଓ ଅନର୍ସ) ଅଛି । ଯୁକ୍ତ ୨ ବିଜ୍ଞାନ ପାଇଁ ଶ୍ରେଣୀ ପିଛା ୧୨୮ଟି ସ୍ଥାନ ଅଛି । ଭୂଗୋଳ ଏବଂ ଇଲେକ୍ଟ୍ରୋନିକ୍ସ ଭଳି ଅତିରିକ୍ତ ପାଠ୍ୟକ୍ରମ ଏଠାରେ ଅଛି ।

ପରିଚାଳନା[ସମ୍ପାଦନା]

ଏହାର ପରିଚାଳନା ଆମେରିକାରୁ ନିୟନ୍ତ୍ରିତ ହୁଏ । ଅନୁଷ୍ଠାନଟି ପ୍ରାଇଭେଟ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ କୌଣସି ବର୍ଦ୍ଧିତ ଫି ଦେବାକୁ ପଡିନଥାଏ । ଅନୁଷ୍ଠାନଟି ଏକ ଚାରିଟେବଲ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଛି । ଆମେରିକାରୁ ଦାନ ଅର୍ଥ ଏହି ଅନୁଷ୍ଠାନକୁ ମିଳେ ।

ଆଧାର[ସମ୍ପାଦନା]