ଟ୍ରାଇହେକ୍ସିଫେନିଡିଲ
| Clinical data | |
|---|---|
| Trade names | Artane, Parkin, Pacitane, Hexymer, others |
| AHFS/Drugs.com | monograph |
| MedlinePlus | a682160 |
| data | |
| Pregnancy category | |
| Routes of administration | Oral, as tablet or elixir |
| Legal status | |
| Legal status |
|
| Pharmacokinetic data | |
| Onset of action | Within an hour[୧] |
| Elimination half-life | 3.3-4.1 hours |
| Duration of action | Up to 12 hrs[୧] |
| Identifiers | |
| |
| ECHA InfoCard | 100.005.105 |
| Chemical and physical data | |
| Formula | C20H31NO |
| Molar mass | ୩୦୧.୪୭ g·mol−1 |
| 3D model (JSmol) | |
| |
| |
| (verify) | |
ଟ୍ରାଇହେକ୍ସିଫେନିଡିଲ (ଇଂରାଜୀ ଭାଷାରେ Trihexyphenidyl/ THP), ବେନଜେକ୍ସଲ୍ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ପାର୍କିନସୋନିଜ୍ମ ଏବଂ ଆଣ୍ଟିସାଇକୋଟିକ ଔଷଧ ଯୋଗୁ ଘଟୁଥିବା କିଛି ଏକ୍ସଟ୍ରାପିରାମିଡାଲ ରୋଗ ଲକ୍ଷଣମାନଙ୍କର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୨][୧] ପାର୍ଶ୍ୱ ପ୍ରତିକ୍ରିୟା ଜନିତ ପାର୍କିନ୍ସନ୍ ରୋଗରେ ଏହି ଔଷଧ ସୁପାରିଶ କରାଯାଏ ନାହିଁ ।[୩] ଏହା ପାଟିରେ ଦିଆଯାଏ ।[୧] ଔଷଧର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଅସ୍ପଷ୍ଟ ଦୃଷ୍ଟି, ଅଇ, ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର, ଉଦ୍ବେଗ, ଶୋଇବାରେ ଅସୁବିଧା ଏବଂ ହାଲୁସିନେସନ ହୋଇପାରେ ।[୩] ଏହା ଆଣ୍ଟିମସ୍କାରିନିକ୍ ଶ୍ରେଣୀର ଏକ ଔଷଧ ଏବଂ ମସ୍ତିଷ୍କରେ କୋଲିନରଜିକ କ୍ରିୟା ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୧][୩]
ଟ୍ରାଇହେକ୍ସିଫେନିଡିଲ ୧୯୪୮ ମସିହାରେ ପେଟେଣ୍ଟ ହୋଇ ୧୯୪୯ ମସିହାରେ ଡାକ୍ତରୀ ବ୍ୟବହାରରେ ବିନିଯୋଗ ହୋଇଥିଲା ।[୪][୧] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୩] ଯୁକ୍ତରାଜ୍ୟରେ ୨ ମିଗ୍ରା ବିଶିଷ୍ଟ ଏହି ଔଷଧର ୮୪ଟି ବଟିକାର ମୂଲ୍ୟ ୨୦୨୧ ମସିହା ସୁଦ୍ଧା ୫ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ମଧ୍ୟ ସେହିଭଳି ଏହା ଶସ୍ତା ଅଟେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Trihexyphenidyl Monograph for Professionals". Drugs.com (in ଇଂରାଜୀ). Archived from the original on 3 June 2021. Retrieved 19 September 2021.
- ↑ "TGA eBS - Product and Consumer Medicine Information Licence". www.ebs.tga.gov.au. Archived from the original on 2021-06-02. Retrieved 2020-08-20.
- ↑ ୩.୦ ୩.୧ ୩.୨ ୩.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 431. ISBN 978-0-85711-369-6.
{{cite book}}: CS1 maint: date format (link) - ↑ Association, Pharmaceutical Manufacturers (1962). Review of Drugs, 1941-1961: Single Chemical Entities Introduced in the United States and Patent Status (in ଇଂରାଜୀ). p. 42. Archived from the original on 2021-09-22. Retrieved 2021-09-19.
- ↑ "Trihexyphenidyl Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 19 September 2021.