ଟ୍ରାଇପୋଫୋବିଆ

ଉଇକିପିଡ଼ିଆ‌ରୁ
ଟ୍ରାଇପୋଫୋବିଆ
The holes in lotus seed heads elicit feelings of discomfort or repulsion in some people.[୧][୨]
ବିଭାଗPsychology, psychiatry
ଲକ୍ଷଣDisgust, fear, anxiety, nausea[୩][୪][୫]
ଚିକିତ୍ସାExposure therapy[୧]
ପୁନଃପୌନିକSome degree of symptoms relatively common[୧][୫]

ଟ୍ରାଇପୋଫୋବିଆ ଏକ ପ୍ରକାର ଭୟ ଯେଉଁଥିରେ ରୋଗୀ ଛୋଟ ଛିଦ୍ର କିମ୍ବା ଆବୁ ଦେଖିଲେ ବିରକ୍ତି ପ୍ରକାଶ କରନ୍ତି ବା ଘୃଣା କରନ୍ତି ।[୪] ଲକ୍ଷଣ ମଧ୍ୟରେ ବିରକ୍ତି, ଘୃଣା, ଭୟ କିମ୍ବା ଉଦ୍‌ବେଗ ପ୍ରକାଶ କରନ୍ତି ।[୩] [୪] ଅଇ କିମ୍ବା ଗଲୁ ମଧ୍ୟ ହୋଇପାରେ । [୫] [୧]

ଏକ କପ୍ କଫି ଉପରେ ହେଉଥିବା ଫୋଟକା, ମହୁଫେଣା, ପଦ୍ମ ମଞ୍ଜି ପୋଡ ଦେଖିଲେ ଟ୍ରିଗର ହୋଇଯାଏ । [୫] [୧] [୪] ଯଦିଓ ୨୦୧୮ ସୁଦ୍ଧା ଏହା ଏକ ପୃଥକ ମାନସିକ ବିକୃତି ଭାବରେ ସରକାରୀ ଭାବରେ ସ୍ୱୀକୃତିପ୍ରାପ୍ତ ନୁହେଁ, ଯଦି ଅତ୍ୟଧିକ ଭୟ ଏବଂ ଦୁଃଖ ସମୟରେ ଏହା ଘଟେ ତେବେ ଏହା ଏକ ନିର୍ଦ୍ଦିଷ୍ଟ ଫୋବିଆ ଭାବରେ ଚିହ୍ନଟ ହୋଇପାରେ ।[୧] [୩] ଏହା ଅନୁମାନ କରାଯାଏ ଯେ ଏହା ବାହ୍ୟ ପରଜୀବୀ କିମ୍ବା ବିଷାକ୍ତ ପ୍ରାଣୀମାନଙ୍କ ବିରୁଦ୍ଧରେ ଏକ ବିବର୍ତ୍ତନଶୀଳ ପ୍ରତିରକ୍ଷା ଯାହା ଅତ୍ୟଧିକ ହୋଇଯାଇଛି। [୪] [୫] ଏକ୍ସପୋଜର ଥେରାପି ଏହାର ଏକ ସମ୍ଭାବ୍ୟ ଚିକିତ୍ସା ଅଟେ | [୧]

ପଦ୍ମ ମଞ୍ଜି ପୋଡ ପରି ବସ୍ତୁ ଦେଖିବା ସମୟରେ କିଛି ମାତ୍ରାରେ ଲକ୍ଷଣ ପ୍ରାୟ ୧୬% ଲୋକଙ୍କଠାରେ ଦେଖାଯାଏ, ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] [୫] ଟ୍ରାଇପୋଫୋବିଆ ଶବ୍ଦଟି ଏକ ଅନଲାଇନ ଫୋରମରେ ଅଂଶଗ୍ରହଣକାରୀଙ୍କଦ୍ୱାରା ୨୦୦୫ ମସିହାରେ ଗୃହିତ ହୋଇଥିଲା । ଗ୍ରୀକ୍ "ଟ୍ରାଇପୋ" ଅର୍ଥାତ୍ "ଛିଦ୍ରକାରୀ" ଏବଂ "ଫୋବୋସ୍" ଅର୍ଥାତ୍ "ଭୟ" ରଚନା କରାଯାଇଥିଲା। [୫] ୨୦୦୦ ଦଶକରେ ସୋସିଆଲ ମିଡିଆରେ ଏହା ଏକ ଲୋକପ୍ରିୟ ପ୍ରସଙ୍ଗ ହୋଇଗଲା । [୬] ୨୦୧୦ ମସିହାରେ ମନସ୍ତତ୍ତ୍ୱବିତ୍ ଜିଓ କୋଲ୍ ଏବଂ ଆର୍ନୋଲ୍ଡ ୱିଲକିନ୍ସଙ୍କଦ୍ୱାରା ଆନୁଷ୍ଠାନିକ ଅଧ୍ୟୟନ ଆରମ୍ଭ ହୋଇଥିଲା । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Milosevic, Irena; McCabe, Randi E. (2015). Phobias: The Psychology of Irrational Fear. ABC-CLIO. pp. 401–402. ISBN 978-1610695763. Archived from the original on June 29, 2020. Retrieved October 25, 2017.
  2. Schacter, Daniel; Gilbert, Daniel; Wegner, Daniel; Hood, Bruce (2015). Psychology: Second European Edition. Palgrave Macmillan. p. 1391. ISBN 978-1137406750. Archived from the original on October 14, 2018. Retrieved October 25, 2017.
  3. ୩.୦ ୩.୧ ୩.୨ Martínez-Aguayo, Juan Carlos; Lanfranco, Renzo C.; Arancibia, Marcelo; Sepúlveda, Elisa; Madrid, Eva (2018). "Trypophobia: What Do We Know So Far? A Case Report and Comprehensive Review of the Literature". Frontiers in Psychiatry. 9: 15. doi:10.3389/fpsyt.2018.00015. ISSN 1664-0640. PMC 5811467. PMID 29479321.
  4. ୪.୦ ୪.୧ ୪.୨ ୪.୩ ୪.୪ Kupfer, T. R.; Fessler, D. M. T. (19 July 2018). "Ectoparasite defence in humans: relationships to pathogen avoidance and clinical implications". Philosophical Transactions of the Royal Society of London. Series B, Biological Sciences. 373 (1751): 20170207. doi:10.1098/rstb.2017.0207. PMC 6000138. PMID 29866920.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ Skaggs, William (1 March 2014). "Are You Afraid of Holes?". Scientific American. Archived from the original on 11 November 2020. Retrieved 18 August 2022.
  6. Abbasi, Jennifer (July 25, 2011). "Is Trypophobia a Real Phobia?". Popular Science. Archived from the original on April 7, 2016. Retrieved October 2, 2012.