ଟୋଲମେଟିନ
| Clinical data | |
|---|---|
| Pronunciation | /ˈtɒlmətɪn/ |
| Trade names | Tolectin |
| AHFS/Drugs.com | monograph |
| MedlinePlus | a681033 |
| Routes of administration | By mouth |
| Legal status | |
| Legal status |
|
| Pharmacokinetic data | |
| Elimination half-life | 1-2 hours, next phase up to 5 hours |
| Identifiers | |
| |
| ECHA InfoCard | 100.043.164 |
| Chemical and physical data | |
| Formula | C15H15NO3 |
| Molar mass | ୨୫୭.୨୯ g·mol−1 |
| 3D model (JSmol) | |
| |
| |
| (verify) | |
ଟୋଲମେଟିନ (ଇଂରାଜୀ ଭାଷାରେ Tolmetin), ଅନ୍ୟମାନଙ୍କ ମଧ୍ୟରେ ଟୋଲେକ୍ଟିନ୍ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଓଷ୍ଟିଓଆର୍ଥ୍ରାଇଟିସ୍ ଏବଂ ରିଉମାଟଏଡ ଆର୍ଥ୍ରାଇଟିସ ପରି ରୋଗରେ ହେଉଥିବା ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ । ଔଷଧର ଉପକାର ସାଧାରଣତଃ ଏକ ସପ୍ତାହ ମଧ୍ୟରେ ଦେଖାଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ଫୁଲା, ମୁଣ୍ଡ ବୁଲାଇବା ଏବଂ ରକ୍ତଚାପ ବୃଦ୍ଧି ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ସମସ୍ୟା, ଯକୃତ ସମସ୍ୟା, ହୃଦ ରୋଗ, ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଏବଂ ଆନାଫାଇଲକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭଧାରଣର ଶେଷ ଭାଗରେ ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚାଇପାରେ, ସ୍ତନ୍ୟପାନ କରାଇବା ବେଳେ ଏହା ସୁରକ୍ଷିତ । [୨] ଏହା ଏକ ନନଷ୍ଟେରଏଡାଲ୍ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ (NSAID) ଏବଂ ଉଭୟ ସିଓଏକ୍ସ-୧ ଓ ସିଓଏକ୍ସ-୨କୁ (COX-1 ଏବଂ COX-2) ପ୍ରତିରୋଧ କରିଥାଏ ।
୧୯୭୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟୋଲମେଟିନ୍ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୩] ଯୁକ୍ତରାଷ୍ଟ୍ରରେ ୬୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୯୬ ଡଲାର ଥିଲା । ଯୁକ୍ତରାଜ୍ୟରେ ଏହା ଉପଲବ୍ଧ ନୁହେଁ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Tolmetin Monograph for Professionals". Drugs.com (in ଇଂରାଜୀ). Archived from the original on 22 April 2021. Retrieved 6 October 2021.
- ↑ ୨.୦ ୨.୧ Thompson, Andrew E. (7 October 2009). Tarascon Pocket Rheumatologica (in ଇଂରାଜୀ). Jones & Bartlett Publishers. p. 223. ISBN 978-1-4496-7187-7. Archived from the original on 9 October 2021. Retrieved 6 October 2021.
- ↑ "Tolectin Prices, Coupons & Savings Tips - GoodRx". GoodRx. Retrieved 6 October 2021.
- ↑ Watts, Richard (2009). Oxford Desk Reference: Rheumatology (in ଇଂରାଜୀ). Oxford University Press. p. 355. ISBN 978-0-19-922999-4. Archived from the original on 2021-10-09. Retrieved 2021-10-06.