ଟେଲାଭାନସିନ
| Clinical data | |
|---|---|
| Trade names | Vibativ |
| AHFS/Drugs.com | monograph |
| MedlinePlus | a610004 |
| data |
|
| Pregnancy category |
|
| Routes of administration | Intravenous |
| Legal status | |
| Legal status |
|
| Pharmacokinetic data | |
| Bioavailability | N/A |
| Protein binding | 90%, mostly to albumin |
| Elimination half-life | 9 hours |
| Excretion | 76% in urine, <1% in feces |
| Identifiers | |
| |
| ECHA InfoCard | 100.106.567 |
| Chemical and physical data | |
| Formula | C80H106Cl2N11O27P |
| Molar mass | ୧,୭୫୫.୬୫ g·mol−1 |
| 3D model (JSmol) | |
| |
| |
| (verify) | |
ଟେଲାଭାନସିନ (ଇଂରାଜୀ ଭାଷାରେ Telavancin) ଅନ୍ୟମାନଙ୍କ ମଧ୍ୟରେ Vibativ ଏକ ବିକ୍ରୟ ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଚର୍ମ ଏବଂ ଚର୍ମ ଉପାଦାନମାନଙ୍କର ସଂକ୍ରମଣ (SSSI) ଏବଂ ହସ୍ପିଟାଲରେ ନିମୋନିଆ ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ ।[୧] ମେଥିସିଲିନ ବିରୋଧୀ ଜୀବାଣୁ ନିମନ୍ତେ ମଧ୍ୟ ଏହା ଦିଆଯାଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା ଏବଂ ଫେଣଯୁକ୍ତ ପରିସ୍ରା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ସମସ୍ୟା, ରେଡ ମ୍ୟାନ ସିଣ୍ଡ୍ରୋମ (red man syndrome), କ୍ୟୁଟି ବିସ୍ତାର, ଏବଂ କ୍ଲୋଷ୍ଟ୍ରିଡିଅମ ଡିଫିସିଲ୍ ସଂକ୍ରମଣ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଭାଙ୍କୋମାଇସିନରୁ ଉତ୍ପନ୍ନ ଏକ ଅର୍ଦ୍ଧ-କୃତ୍ରିମ ଲିପୋଗ୍ଲାଇକୋପେପ୍ଟାଇଡ ।| [୧] ଜୀବାଣୁର କୋଷ ପ୍ରାଚୀର ଗଠନକୁ ଅବରୋଧ କରି ଏହା କାମ କରେ ।[୨]
୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଟେଲାଭାନସିନ ଅନୁମୋଦିତ ହୋଇଥିଲା ।[୧] ୨୦୧୧ରେ ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ଦିନକୁ ପ୍ରାୟ ୫୭୦ ଡଲାର ଖର୍ଚ୍ଚ ହୋଇଥାଏ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Telavancin Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 25 September 2021.
- ↑ "Vibativ" (PDF). Archived (PDF) from the original on 25 September 2021. Retrieved 25 September 2021.
- ↑ "Vibativ". Archived from the original on 2 March 2021. Retrieved 25 September 2021.
- ↑ "Vibativ Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 25 September 2021.