ଟେରିଫ୍ଲୁନୋମାଇଡ
| Clinical data | |
|---|---|
| Trade names | Aubagio |
| Synonyms | A77 1726 |
| AHFS/Drugs.com | monograph |
| MedlinePlus | a613010 |
| data |
|
| Pregnancy category | |
| Routes of administration | By mouth |
| Legal status | |
| Legal status | |
| Pharmacokinetic data | |
| Protein binding | >99.3% |
| Elimination half-life | 2 weeks |
| Excretion | Bile duct/fecal, kidney |
| Identifiers | |
| |
| ECHA InfoCard | 100.170.077 |
| Chemical and physical data | |
| Formula | C12H9F3N2O2 |
| Molar mass | ୨୭୦.୨୧ g·mol−1 |
| 3D model (JSmol) | |
| |
| |
| (verify) | |
ଟେରିଫ୍ଲୁନୋମାଇଡ, ବ୍ରାଣ୍ଡ୍ ନାମ ଆବାଗିଓରେ ବିକ୍ରି ହେଉଛି, ଏକ ଔଷଧ ଯାହା ଏକାଧିକ ସ୍କ୍ଲେରୋସିସର (MS) ଚିକିତ୍ସା ପାଇଁ ବ୍ୟବହୃତ ହୁଏ; ନିର୍ଦ୍ଦିଷ୍ଟ ଭାବରେ ରିଲାପସିଙ୍ଗ-ରେମିଟିଙ୍ଗର (MS) | [୨] [୩] ସ୍କଟଲ୍ୟାଣ୍ଡରେ ଏହା ଇଣ୍ଟରଫେରନ୍ ବିଟା ଏବଂ ଗ୍ଲାଟିରାମର ଆସେଟେଟର ଦ୍ୱିତୀୟ ଧାଡ଼ି ଚିକିତ୍ସା ଭାବରେ ବ୍ୟବହୃତ ହୁଏ ।[୪] ଏହା ପାଟିରେ ଦିଆଯାଏ । [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ତରଳ ଝାଡ଼ା, ଯକୃତ ସମସ୍ୟା, ବାନ୍ତି, ଏବଂ କେଶ ଝଡ଼ିବା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ବିଫଳତା, ପ୍ରାନ୍ତିୟ ନିଉରୋପାଥି ଏବଂ ଇଣ୍ଟରଷ୍ଟିସିଆଲ୍ ଫୁସଫୁସ ରୋଗ ହୋଇପାରେ । [୨] ଗର୍ଭଧାରଣ ସମୟରେ ଓ ଦୁଇ ବର୍ଷ ପୂର୍ବରୁ ଏହା ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ପାଇରିମିଡିନ୍ ସିନ୍ଥେସିସ୍ ଇନହିବିଟର । [୪] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ, ଏହା ଲିମ୍ଫୋସାଇଟ୍ ସଂଖ୍ୟା ହ୍ରାସ କରୁଥିବା ବିଶ୍ୱାସ କରାଯାଏ ।[୩] ଏହା ଲେଫ୍ଲୁନୋମାଇଡର ଏକ ସକ୍ରିୟ ଉପାପଚୟଜ (ମେଟାବୋଲାଇଟ୍) । [୨]
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୩ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଟେରିଫ୍ଲୁନୋମାଇଡ ଅନୁମୋଦିତ ହୋଇଥିଲା ।[୩] [୨] ଯୁକ୍ତରାଜ୍ୟରେ ଏକ ମାସରେ ଏହି ଔଷଧ ପିଛା ପ୍ରାୟ ୧୧୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ରାଶିର ମୂଲ୍ୟ ପ୍ରାୟ ୮୪୦୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- 1 2 3 "Teriflunomide (Aubagio) Use During Pregnancy". Drugs.com. 11 September 2019. Archived from the original on 2 March 2020. Retrieved 2 March 2020.
- 1 2 3 4 5 "Teriflunomide Monograph for Professionals". Drugs.com (in ଇଂରାଜୀ). Archived from the original on 2 March 2020. Retrieved 29 September 2021.
- 1 2 3 4 "Aubagio EPAR". European Medicines Agency (EMA). 26 February 2020. Archived from the original on 29 December 2019. Retrieved 1 March 2020.
- 1 2 3 4 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 905. ISBN 978-0-85711-369-6.
{{cite book}}: CS1 maint: date format (link) - ↑ "Aubagio Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 6 August 2020. Retrieved 29 September 2021.