ଟେରାକୋଟା ସେନା

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ରଥମ ଚିନ୍ ଶାସକଙ୍କ କବରରେ ରହିଥିବା ଟେରାକୋଟା ସେନା*
ଇଉନେସ୍କୋ ସ୍ଥଳୀ

Terracotta Army, View of Pit 1.jpg
ପ୍ରକାର ସାଂସ୍କୃତିକ
ନିୟମ i, iii, iv, vi
ଆଧାର ୪୪୧
ଅଞ୍ଚଳ** {{{Region}}}
ଲେଖ ଇତିହାସ
ଲେଖ ୧୯୮୭  (Unknown ଭାଗ)
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ
** ଇଉନେସ୍କୋ ଦେଇ ବିଭାଗିତ ନାଆଁ

ଟେରାକୋଟା ସେନା (ଈଂରାଜୀରେ The Terracotta Army) ବିଶ୍ୱ ଐତିହ୍ୟ ମାନ୍ୟତାପ୍ରାପ୍ତ ଏକ ଐତିହାସିକ କୃତି । ପ୍ରାଚୀନ ଚୀନ ଦେଶର ଚିନ୍ (Qin) ରାଜବଂଶର ପ୍ରଥମ ସମ୍ରାଟ ଚିନ୍ ଶି ହୁଆଂଗ୍‍ଙ୍କ କବରରୁ ମାଟି ବା ଟେରାକୋଟା ନିର୍ମିତ ଶହ ଶହ ସୈନିକ ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ଏହି ମାଟି ନିର୍ମିତ ସୈନ୍ୟ ବାହିନୀ ମୃତ୍ୟୁର ପରବର୍ତ୍ତୀ ଜୀବନରେ ସମ୍ରାଟଙ୍କ ସୁରକ୍ଷା କରିବ ବୋଲି ସେତେବେଳେ (ପ୍ରାୟ ଖ୍ରୀଷ୍ଟପୂର୍ବ ୨୧୦-୨୦୯) ବିଶ୍ୱାସ ରହିଥିଲା । ଟେରାକୋଟା ସେନାରେ ତତ୍କାଳୀନ ଚୀନୀ କଳାର ଝଲକ ଦେଖାଯାଏ ।

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଶେଷଆଡ଼କୁ ନିର୍ମିତ[୧] ଏହି ମୂର୍ତ୍ତି ସବୁ ୧୯୭୪ ମସିହାରେ ଆବିଷ୍କୃତ ହୋଇଥିଲେ । ଚୀନର ଶାଂଜି ଅଞ୍ଚଳର କିଛି ଚାଷୀ ମାଟି ଖୋଳିବା ବେଳେ ପ୍ରଥମେ ଏହି ମୂର୍ତ୍ତିଗୁଡ଼ିକୁ ଠାବ କରିଥିଲେ । ସତରଞ୍ଜ ବା ଚେସ୍ ଖେଳର ଗୋଟି ପରି ମୂର୍ତ୍ତିଗୁଡ଼ିକ ଭିନ୍ନ ଭିନ୍ନ ଉଚ୍ଚତାର ଓ ଉଚ୍ଚତାରୁ ମୂର୍ତ୍ତିରେ ଦର୍ଶିତ ସେନା ଅଧିକାରୀଙ୍କ ପଦବୀ ବିଷୟରେ ସୂଚନା ମିଳେ । ଉଚ୍ଚତମ ମୂର୍ତ୍ତିଗୁଡ଼ିକ ସେନାପତି ବା ସେନାଧ୍ୟକ୍ଷଙ୍କର । ଅନ୍ୟ ମୂର୍ତ୍ତିମାନଙ୍କ ମଧ୍ୟରେ ପଦାତିକ ବାହିନୀ, ରଥାରୋହୀ, ଅଶ୍ୱାରୋହୀ ଇତ୍ୟାଦି ମୂର୍ତ୍ତିମଧ୍ୟ ରହିଛି । ୨୦୦୭ ମସିହାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୩ଟି ବଡ଼ ବଡ଼ ଗାତରେ ୮୦୦୦ରୁ ଅଧିକ ସୈନ୍ୟ, ୧୩୦ ରଥ, ରଥ ଟାଣୁଥିବା ୫୨୦ ଘୋଡ଼ା ଓ ଅଶ୍ୱାରୋହୀଙ୍କୁ ବହନ କରୁଥିବା ୧୫୦ଟି ଘୋଡ଼ାଙ୍କ ମୂର୍ତ୍ତି ସମ୍ରାଟଙ୍କ କବରରେ ପ୍ରହରୀ ଭାବେ ପୋତାଯାଇଥିଲେ ।[୨] ରାଜ ଦରବାରର କିଛି ବେସାମରିକ ଅଧିକାରୀଙ୍କ ମୂର୍ତ୍ତି, କଳାକାର, ନର୍ତ୍ତକ, କ୍ରୀଡ଼ାବିତ୍ ଓ ସଙ୍ଗୀତକାରଙ୍କ ମୂର୍ତ୍ତି ମଧ୍ୟ ଏହି କବରରୁ ମିଳିଥିଲା ।

ଇତିହାସ[ସମ୍ପାଦନା]

ଏହି ଉଚ୍ଚଜମି (ଢିପ ବା ଦୁମ)ରେ କବରର ସନ୍ଧାନ ମିଳିଥିଲା

ଚୀନର ପ୍ରାଚୀନ ଐତିହାସିକ ଶିମା ଚିଆନ୍ (ଖ୍ରୀଷ୍ଟପୂର୍ବ ୧୪୫-୯୦) ନିଜ ଲେଖା ଶିଜିରେ ଏହି କବରର ନିର୍ମାଣ କାର୍ଯ୍ୟ ବିଷୟରେ ଲେଖିଯାଇଛନ୍ତି । ତେବେ ତାଙ୍କ ଲେଖା କବର ନିର୍ମାଣ ସମାପ୍ତ ହେବାର ପ୍ରାୟ ଏକ ଶତାବ୍ଦୀ ପରବର୍ତ୍ତୀ ସମୟର । ଚିନ୍ ସମ୍ରାଟ ୧୩ ବର୍ଷ ବୟସରେ ସିଂହାସନ ଆରୋହଣ କରିବା ପରେ ପରେ ପ୍ରାୟ ଖ୍ରୀଷ୍ଟପୂର୍ବ ୨୪୬ ବେଳକୁ କବରର ଖନନ କାର୍ଯ୍ୟ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । ଏହି ପ୍ରକଳ୍ପରେ ପ୍ରାୟ ୭ ଲକ୍ଷ ଲୋକଙ୍କ ଶ୍ରମ ବିନିଯୋଗ କରାଯାଇଥିଲା ।[୩] ୬ ଶତାବ୍ଦୀ ପରେ ଭୂଗୋଳଶାସ୍ତ୍ରୀ ଲି ଡାଓୟୁଆନ୍ ଶ୍ୱି ଜିଂ ଝୁ ପୁସ୍ତକରେ ଲେଖିଥିଲେ ଯେ, "ହରିତାଶ୍ମ ପାଇଁ ପ୍ରସିଦ୍ଧ ଲି ପାହାଡ଼କୁ ଏକ ପବିତ୍ର ସ୍ଥଳ ବୋଲି ବିଚାର କରାଯାଉଥିବାରୁ ଏହା ହିଁ ଟେରାକୋଟା ସେନା ଓ ରାଜାଙ୍କ କବର ପାଇଁ ନିର୍ଦ୍ଧାରିତ ହୋଇଥିବ । ଏହି ପାହାଡ଼ର ଉତ୍ତର ପଟରେ ସୁନା ଓ ଦକ୍ଷିଣ ପଟେ ହରିତାଶ୍ମ ରତ୍ନ ଗଚ୍ଛିତ ରହିଛି । ଏହି ପ୍ରସିଦ୍ଧି ହେତୁ ଚିନ୍‍ ବଂଶର ପ୍ରଥମ ସମ୍ରାଟ ଏଠାରେ ସମାଧୀ ନେବାକୁ ମନସ୍ଥ କରିଥିବେ ।"[୪][୫] ଶିମା ଚିଆନ୍ ଲେଖିଯାଇଛନ୍ତି ଯେ ପ୍ରଥମ ସମ୍ରାଟ ବହୁ ବହୁମୂଲ୍ୟ ବସ୍ତୁ, ପ୍ରାସାଦ, ମୀନାର, ସଭାଷଦ ଓ ସୁନ୍ଦର କୃତିର ନମୁନା ସହ ଏଠାରେ ସମାଧୀ ନେଇଥିଲେ । ପାରଦ ବ୍ୟବହାର କରି ୧୦୦ଟି ପ୍ରବହମାନ ନଦୀର ନମୁନା ପ୍ରସ୍ତୁତ କରାଯାଇଥିଲା, କବରର ଛାତର ଭିତର ପଟେ ଗ୍ରହ ନକ୍ଷତ୍ରାଦିଙ୍କ ଚିତ୍ର ଓ ତାହା ତଳକୁ ତାଙ୍କ ଦେଶର ସଙ୍କେତ ବହନ କରୁଥିବା କିଛି ନମୁନା ମଧ୍ୟ ରହିଥିଲା । ଶିମା ଚିଆନ୍‍ଙ୍କ ଲେଖାର କିଛି ଅନୁବାଦମାନଙ୍କରେ ନମୁନା ବା ମଡେଲ୍ ଶବ୍ଦ ବ୍ୟବହାର କରାଯାଇଛି, କିନ୍ତୁ ମୂଳ ଲେଖାରେ ଏହି ସବୁ ଶବ୍ଦ କିମ୍ବା ଟେରାକୋଟା ସେନାର କୌଣସି ଉଲ୍ଲେଖ ନାହିଁ ।[୩][୬] କବର ଢିପର ମାଟିତଳୁ ବହୁମାତ୍ରାରେ ପାରଦ ମିଳିଥିଲା ଯାହା ଶିମା ଚିଆନ୍‍ଙ୍କ ଲେଖାର ସମର୍ଥନ କରେ ।[୭] ପରବର୍ତ୍ତୀ ସମୟର କିଛି ଐତିହାସିକ ଦସ୍ତାବିଜ ଅନୁସାରେ ସମ୍ରାଟଙ୍କ ମୃତ୍ୟୁ ପରେ ତାଙ୍କ ପ୍ରତିଦ୍ୱନ୍ଦୀ ରହିଆସିଥିବା ଓ ସିଂହାସନ ଆଶାୟୀ ଜିଆଂଗ୍ ୟୁ ଏହି ସମାଧୀସ୍ଥଳକୁ ଲୁଣ୍ଠନ କରିଥିଲେ ।[୮][୯][୧୦] ତେବେ ସମାଧୀସ୍ଥଳରେ ଏତେ ପ୍ରାଚୀନ କାଳର ଭଙ୍ଗାରୁଜା ବା ଲୁଣ୍ଠନର କୌଣସି ସୂଚନା ବା ପ୍ରମାଣ ମିଳିନାହିଁ ।[୧୧]

ଆବିଷ୍କାର[ସମ୍ପାଦନା]

୧୯୭୪ ମସିହା ମାର୍ଚ୍ଚ ୨୯ ତାରିଖରେ[୧୨] ଲି ପାହାଡ଼ ବା ଢିପ (ଲିଶାନ୍)ରେ ରହିଥିବା ସମ୍ରାଟଙ୍କ ସମାଧୀରୁ ପ୍ରାୟ ୧.୫ କିଲୋମିଟର୍ ପୂର୍ବ ପଟକୁ କିଛି କୃଷକ ପାଣି ପାଇଁ ଏକ କୂପ ଖୋଳୁଥିବା ସମୟରେ ଟେରାକୋଟା ସେନା ଆବିଷ୍କାର କରିଥିଲେ ।[୧୩][୧୪] ଏହି ଅଞ୍ଚଳରେ ଅନେକ ଜଳସ୍ରୋତ ଓ ଝରଣା ରହିଛି । ପୂର୍ବରୁ କେତେ ଥର ଏଠାରୁ ଚିନ୍ ସମୟର ଟେରାକୋଟା ଖଣ୍ଡ ସବୁ ମିଳୁଥିବାର ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା ।[୧୫] ଏହି ଆବିଷ୍କାର ଚୀନୀ ପ୍ରତ୍ନତତ୍ତ୍ୱବିତ୍ ଝାଓ କାଂଗ୍‍ମିନ୍ ଓ ଅନ୍ୟ ବହୁ ପ୍ରତ୍ନତତ୍ତ୍ୱବିତ୍‍ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା[୧୬] ଓ ପରବର୍ତ୍ତୀ ସମୟରେ ଏକ ସ୍ଥାନରେ ଏତେ ସଂଖ୍ୟକ ମାଟିନିର୍ମିତ ମୂର୍ତ୍ତି ପୋତା ହୋଇ ରହିଥିବାର କଥା ପଦାକୁ ଆସିଥିଲା । ତାହା ପରେ ଏଠାରେ ଏକ ସଂଗ୍ରହାଳୟ ନିର୍ମାଣ କରାଯାଇଛି ଓ ସମାଧୀର ବୃହତ୍ତମ ଗହ୍ୱରକୁ ଆବୃତ୍ତ କରି ଏକ ବିଶାଳ କୋଠରୀ ନିର୍ମାଣ କରାଗଲା ।[୧୭]

ସମାଧୀସ୍ଥଳ[ସମ୍ପାଦନା]

ଟେରାକୋଟା ସେନାର ଏକ ଦୃଶ୍ୟ

ଟେରାକୋଟା ସେନାଟି ସମ୍ପୂର୍ଣ୍ଣ ସମାଧୀସ୍ଥଳ ପରିସରର ଏକ ଅଂଶ ମାତ୍ର । ଭୂମିଭେଦୀ ରାଡାର୍ ଓ ନିରୀକ୍ଷଣରୁ ସମୁଦାୟ ଅଞ୍ଚଳର କ୍ଷେତ୍ରଫଳ ପ୍ରାୟ ୯୮ ବର୍ଗ କିଲୋମିଟର୍ (୩୮ ବର୍ଗ ମାଇଲ୍) ବୋଲି ମପାଯାଇଥିଲା ।[୧୮]

ସମାଧୀ ସ୍ଥଳ ଏକ ବିଶାଳ ନିର୍ମାଣର ଅଂଶ ମାତ୍ର ଏବଂ କେବଳ ରାଜାଙ୍କ ସମାଧୀ ବା କବର ଚାରିପଟ ଅଂଶଟି ସମାଧୀ ସ୍ଥଳ ରୂପେ ପରିଗଣିତ । ଏହି ନିର୍ମାଣର ଅନ୍ୟ ଅଂଶରେ ରାଜ ପ୍ରାସାଦର ନମୁନା, ପ୍ରାଙ୍ଗଣ ଇତ୍ୟାଦି ମଧ୍ୟ ରହିଥିଲା । ଲି ପାହାଡ଼ର ପାଦଦେଶରେ ସମ୍ରାଟଙ୍କର ପିରାମିଡ଼୍ ଆକାରର ଏହି ମାଟିନିର୍ମିତ ସମାଧୀ ରହିଥିଲା ।[୧୯] କବରଟି ପ୍ରବେଶ ପଥ ଥିବା ଦୁଇଟି ଦୃଢ଼ କାନ୍ଥ ମଧ୍ୟରେ ରହିଥିଲା । ସମାଧୀ ସ୍ଥଳ ପ୍ରାଙ୍ଗଣରେ ଅନେକ କାର୍ଯ୍ୟାଳୟ, ସଭାଗୃହ, ଘୋଡ଼ାଶାଳ ଓ ଏକ ରାଜବାଟିକାର ନମୁନା ମଧ୍ୟ ନିର୍ମିତ ହୋଇଥିଲା ।

ଟେରାକୋଟା ସେନାର ଯୋଦ୍ଧାମାନେ ସମାଧୀ ସ୍ଥଳକୁ ଜଗି ରହିଥାନ୍ତି । ୨୦୦୦ ବର୍ଷ ପରେ ଏହି ସ୍ଥଳର ଅଧିକାଂଶ ଅଞ୍ଚଳରେ ୫ ମିଟର୍ ଉଚ୍ଚତାର ଲାଲ୍ ରଙ୍ଗର ବାଲୁଆ ମାଟି ଜମି ଯାଇଥିଲା । କିଛି ପ୍ରତ୍ନତତ୍ତ୍ୱବିତ୍‍ ଏହି ସ୍ଥାନର କିଛି ଅଂଶରେ ଛୋଟମୋଟ ଖୋଳାଖୋଳି ହୋଇଥିବାର ପ୍ରମାଣ ପାଇଲେ । ପୁଣି ଲି ପାହାଡ଼ ପାଖରେ କରାଯାଇଥିବା ଖନନରୁ ଜଣା ପଡ଼ିଲା ଯେ, ୧୮ଶ ଓ ୧୯ଶ ଶତାବ୍ଦୀରେ ଏଠାକାର ଅନେକ କବର ଖୋଳାଯାଇଥିଲା ଓ ସେଥିରୁ ଟେରାକୋଟା ଖଣ୍ଡ ସବୁ ମିଳିଥିଲା ମଧ୍ୟ । କିନ୍ତୁ ପରେ ଏହି ସବୁ କବର ମୂଲ୍ୟହୀନ ବିଚାର କରି ସେମାନଙ୍କୁ ପୁଣି ମାଟି ପକାଇ ପୋତି ଦିଆଯାଇଥିଲା ।[୨୦]

ସମାଧୀ[ସମ୍ପାଦନା]

ଏହି ସମାଧୀ ବା କବରଟି ଏକ ଫୁଟ୍‍ବଲ୍ ପିଚ୍ (୧୦୦×୭୫ ମିଟର୍) ଆକାରର ଓ ଚାରିପଟୁ ନିବଦ୍ଧ ।[୨୧][୨୨] ଏଥିରେ ରହିଥିବା ସାମଗ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି କବରଟିକୁ ଆଜି ପର୍ଯ୍ୟନ୍ତ ଖୋଲାଯାଇ ନାହିଁ ।[୨୧] ଉଦାହରଣ ସ୍ୱରୂପ, ଟେରାକୋଟା ସେନାର ପ୍ରତ୍ନତାତ୍ତ୍ୱିକ ଖନନ ପରେ କିଛି ପ୍ରତିମୂର୍ତ୍ତିର ପୃଷ୍ଠରେ କରା ହୋଇଥିବା ଚିତ୍ରକାମ ଝଡ଼ିବାକୁ ଲାଗିଲା ବା ଝାପ୍‍ସା ହେବାକୁ ଲାଗିଲା ।[୨୩] ଅତି ଅଳ୍ପ ସମୟ ପାଇଁ ବାହ୍ୟ ପରିବେଶର ସଂସ୍ପର୍ଶରେ ଆସିଲେ ଏହି ଦୁର୍ମୂଲ୍ୟ କିର୍ତ୍ତୀରାଜି ନଷ୍ଟ ହୋଇଯିବାର ସମ୍ଭାବନା ରହିଛି ।[୨୪]

ପ୍ରତ୍ନତାତ୍ତ୍ୱିକ ସ୍ଥଳ[ସମ୍ପାଦନା]

ପ୍ରତ୍ନତାତ୍ତ୍ୱିକ ସ୍ଥଳକୁ ଆଚ୍ଛାଦିତ କରି ରଖିଥିବା ସଂଗ୍ରହାଳୟ

ଗହ୍ୱର ସମୂହ[ସମ୍ପାଦନା]

ସବୁଠାରୁ ବଡ଼ ପ୍ରଥମ ଗହ୍ୱରରେ ଟେରାକୋଟା ସେନାର ଚିତ୍ର

ପ୍ରତ୍ନତାତ୍ତ୍ୱିକ ଖନନରେ ପ୍ରାୟ ୭ ମିଟର୍ ଗଭୀର ଚାରୋଟି ମୁଖ୍ୟ ଗହ୍ୱର ଖୋଳାଯାଇଛି ।[୨୫][୨୬] ସମାଧୀ ଢିପରୁ ୧.୫ କିଲୋମିଟର୍ ପୂର୍ବ ଦିଗକୁ ଏହି ଗହ୍ୱରଗୁଡ଼ିକ ରହିଛି । ଚିନ୍ ସମ୍ରାଟ ବିଜୟ କରି ଅଧିକାର କରିଥିବା ରାଜ୍ୟ ସବୁ ପୂର୍ବ ଦିଗକୁ ରହିଥିବାରୁ ସମାଧୀର ପୂର୍ବ ଦିଗରେ ଟେରାକୋଟା ସେନାକୁ ମୁତୟନ କରାଯାଇଥିଲା ଓ ଏମାନେ ପୂର୍ବ ପଟରୁ ସମ୍ରାଟଙ୍କ ସମାଧୀର ସୁରକ୍ଷା କରୁଥିଲେ ।

ପ୍ରଥମ ଗହ୍ୱର[ସମ୍ପାଦନା]

ପ୍ରଥମ ଗହ୍ୱରଟି ୨୩୦ ମିଟର୍ ଲମ୍ବା ଓ ୬୨ ମିଟର୍ ଓସାରିଆ ।[୨୭] ଏଥିରେ ୬୦୦୦ରୁ ଅଧିକ ଟେରାକୋଟା ପ୍ରତିମୂର୍ତ୍ତିଙ୍କ ସେନା ରହିଛି ।[୨୮] ପ୍ରଥମ ଗହ୍ୱରରେ ୧୧ଟି ବିଭିନ୍ନ ଗାତ ଖୋଳାଯାଇଛି । ୩ ମିଟର୍‍ରୁ ଅଧିକ ପ୍ରସ୍ଥ ବିଶିଷ୍ଟ ଏହି ଗାତଗୁଡ଼ିକର କାନ୍ଥ ଛୋଟ ଇଟାରେ ନିର୍ମିତ ଓ ବଡ଼ ସ୍ତମ୍ଭମାନ ଏହାର କାଷ୍ଠନିର୍ମିତ ଛାତକୁ ଧରି ରଖିଥିଲେ । ଏହି ପ୍ରକାରର ଗଠନ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସମାଧୀରେ ମଧ୍ୟ ବ୍ୟବହୃତ ହୋଇଥିବାର ଦେଖାଯାଏ ଏବଂ ବୋଧହୁଏ ଏହା ରାଜପ୍ରାସାଦର ହଲ୍‍ ଆକାରର ଅନୁକରଣ କରି ନିର୍ମାଣ କରାଯାଇଥିଲା । କାଠର ଛାତକୁ ଜଳନିରୋଧକ ସାମଗ୍ରୀର ଲେପ ଦିଆଯାଇଥିଲା ଓ ତାହା ଉପରେ ଆହୁରି ମାଟି ପକାଯାଇଥିବାରୁ ଏହା ସାଧାରଣ ସ୍ତରଠାରୁ ୨-୩ ମିଟର୍ ଉଚ୍ଚତାରେ ରହିଥିଲା ।[୨୯]

ଅନ୍ୟ ଗହ୍ୱର[ସମ୍ପାଦନା]

ଦ୍ୱିତୀୟ ଗହ୍ୱରରେ ଅଶ୍ୱାରୋହୀ, ପଦାତିକ ଓ ଯୁଦ୍ଧ ରଥ ଇତ୍ୟାଦି ରହିଛି ଏବଂ ଏହାକୁ ରାଜାଙ୍କ ଅଙ୍ଗରକ୍ଷକ ଦଳ ବୋଲି ବିଚାର କରାଯାଏ । ତୃତୀୟ ଗହ୍ୱରରେ ନିର୍ଦ୍ଦେଶ ମଞ୍ଚ, ସେନାର ଉଚ୍ଚ ପଦାଧିକାରୀ ଏବଂ ଏକ ଯୁଦ୍ଧ ରଥ ରହିଛନ୍ତି । ଚତୁର୍ଥ ଗହ୍ୱରଟି ନିର୍ମାଣ ସମୟରୁ ଖାଲି ରହିଥିବାର ଅନୁମାନ କରାଯାଏ ।

ପ୍ରଥମ ଓ ଦ୍ୱିତୀୟ ଗହ୍ୱରର କିଛି ପ୍ରତିମୂର୍ତ୍ତି ନିଆଁ ଯୋଗୁଁ ନଷ୍ଟ ହୋଇଥିବାର ସୂଚନା ମିଳିଛି ଓ ଛାତର କିଛି ଅଂଶ ପୋଡ଼ିଯାଇଥିବାର ଅବଶେଷାଂଶ ମଧ୍ୟ ମିଳିଛି ।[୩୦] ହଜି ଯାଇଥିବା ଅସ୍ତ୍ର, ମାଟିରେ ପରିଣତ ହୋଇଯାଇଥିବା କିଛି ମୂର୍ତ୍ତି ଓ ପୋଡ଼ାଯିବାଦ୍ୱାରା ଛାତ ଭୁଷୁଡ଼ିବାର ସମ୍ଭାବନାକୁ ଭିତ୍ତି କରି ଜିଆଂଗ୍ ୟୁଙ୍କଦ୍ୱାରା ଲୁଣ୍ଠନ ଓ ଏହି ସମାଧୀ ସ୍ଥଳର ପୋଡ଼ାଜଳା କରାଯାଇଥିବାର ଅନୁମାନ କରାଯାଇଥାଏ । ବର୍ତ୍ତମାନ ସମୟରେ ଭଲ ଅବସ୍ଥାରେ ରହିଥିବା କେତୋଟି ମୂର୍ତ୍ତିଗୁଡ଼ିକୁ ଭଗ୍ନ ଅବସ୍ଥାରୁ ପୁନରୁଦ୍ଧାର କରାଯାଇଛି ।

ସମାଧୀ ସ୍ଥଳର ଅନ୍ୟ ସବୁ ଗହ୍ୱର ମଧ୍ୟ ଖନନ କରାଯାଇଛି ।[୩୧] ସମାଧୀ ଢିପର ପରିସରର ଭିତରେ ଓ ବାହାରେ ଏହି ସବୁ ଗହ୍ୱର ରହିଛି । କାଂସ୍ୟ ପାଲିଙ୍କି, ଯୋଦ୍ଧା, ଅଧିକାରୀ ଓ କଳାକାରଙ୍କ ମାଟି ନିର୍ମିତ ପ୍ରତିମୂର୍ତ୍ତି, ପ୍ରସ୍ତର ନିର୍ମିତ କବଚ, ଅଶ୍ୱ ଓ ଶ୍ରମିକଙ୍କ କବର, ଉଦ୍ୟାନରେ ବଗ ଓ ବତକ ପରି ପକ୍ଷୀଙ୍କ ମୂର୍ତ୍ତି ଇତ୍ୟାଦି ମଧ୍ୟ ରହିଛି ।[୩୨]

ଯୋଦ୍ଧା ପ୍ରତିମୂର୍ତ୍ତି[ସମ୍ପାଦନା]

ନିଜ ଅଶ୍ୱ ସହିତ ଅଶ୍ୱାରୋହୀ

ମୂର୍ତ୍ତିଗୁଡ଼ିକର ପ୍ରକାର ଓ ମୁଖର ଗଠନ[ସମ୍ପାଦନା]

ଏହି ଟେରାକୋଟା ମୂର୍ତ୍ତିଗୁଡ଼ିକ ମଣିଷ ଆକାରର । ମନୁଷ୍ୟମାନଙ୍କ ମଧ୍ୟରେ ବିଭିନ୍ନତା ପରି ମୂର୍ତ୍ତିଗୁଡ଼ିକର ଉଚ୍ଚତା, କେଶସଜ୍ଜା, ବେଶଭୂଷା ମଧ୍ୟ ଭିନ୍ନ ଏବଂ ସ୍ୱତନ୍ତ୍ର । ପୁଣି ପଦବୀ ଅନୁସାରେ ମଧ୍ୟ ଏସବୁ ପ୍ରସଙ୍ଗରେ ବିଭିନ୍ନତା ପରିଲକ୍ଷିତ ହୁଏ । ଯଦିଓ ସବୁ ମୂର୍ତ୍ତିର ମୁଖ ଭିନ୍ନ ଭିନ୍ନ, ଗବେଷକମାନଙ୍କ ମତରେ ୧୦ଟି ରୂପକୁ ଭିତ୍ତି କରି ସମସ୍ତ ମୂର୍ତ୍ତି ନିର୍ମାଣ କରାଯାଇଛି ।[୩୩] ଏହି ମୁଖ୍ୟ ରୂପଗୁଡ଼ିକ ହେଲେ : କବଚଧାରୀ ଯୋଦ୍ଧା, କବଚହୀନ ସୈନିକ, ପିଲ୍‍ବକ୍ସ ମୁକୁଟ ପିନ୍ଧିଥିବା ଅଶ୍ୱାରୋହୀ, ମୁକୁଟ ଓ କବଚଧାରୀ ସାରଥୀ, ବର୍ଚ୍ଛାଧାରୀ ରଥାରୋହୀ, ଆଣ୍ଠେଇ ବସିଥିବା ଧନୁର୍ଦ୍ଧାରୀ, ଠିଆ ହୋଇଥିବା ଧନୁର୍ଦ୍ଧାରୀ, ସେନାପତି ଓ ତଳତଳିଆ ସେନା ଅଧିକାରୀ ଇତ୍ୟାଦି ।[୩୪] ତେବେ ବ୍ୟୂହରେ ଛିଡ଼ା ହୋଇଥିବା ସୈନ୍ୟଙ୍କ ବେଶଭୂଷାରେ ବିବିଧତା ଦେଖାଦିଏ । ଯଥା : କିଛି ସୈନ୍ୟ ଜଂଘକବଚ ପିନ୍ଧିଥିବା ବେଳେ ଆଉ କିଛି ସୈନ୍ୟ ତାହା ପିନ୍ଧିନଥାନ୍ତି, କିଛି ସୈନ୍ୟଙ୍କ ପାଇଜାମା ଛୋଟ ତ ଆଉ କିଛିଙ୍କ ପାଇଜାମା ଲମ୍ବା, ପଦବୀ ବା ପଂକ୍ତିରେ ସ୍ଥାନ ଅନୁଯାୟୀ ସୈନ୍ୟଙ୍କ କବଚ ମଧ୍ୟ ଭିନ୍ନ ହୋଇଥାଏ ।[୩୫] କିଛି ସୈନ୍ୟ ପଂକ୍ତିମଧ୍ୟରେ ଘୋଡ଼ାଗୁଡ଼ିଏ ମଧ୍ୟ ଠିଆ ହୋଇଥିବା ଦେଖିବାକୁ ମିଳେ ।

ତୀରନ୍ଦାଜ ଓ ଏକ ଅଧିକାରୀର ପ୍ରତିମୂର୍ତ୍ତିର ପୁନରୁଦ୍ଧାର କରାଯାଇଛି ଓ ନିର୍ମାଣକାଳରେ ଏପରି ଦେଖାଯାଉଥିବେ ବୋଲି ଅନୁମାନ କରାଯାଇ ରଙ୍ଗ ଦିଆ ହୋଇଛି

ମୂର୍ତ୍ତିଗୁଡ଼ିକୁ ମୂଳତଃ ଗାଢ଼ ଓ ଉଜ୍ଜ୍ୱଳ ଗୋଲାପୀ, ଲାଲ୍, ସାଗୁଆ, ନୀଳ, କଳା, ମାଟିଆ, ଧଳା ଓ ବାଇଗଣୀ ଇତ୍ୟାଦି ରଙ୍ଗରେ ରଞ୍ଜିତ କରାଯାଇଥିଲା ।[୩୬][୩୭] ରଙ୍ଗ ଓ ମୁହଁର ସ୍ୱତନ୍ତ୍ର ଗଠନ ଯୋଗୁଁ ନିର୍ମାଣ କାଳରେ ମୂର୍ତ୍ତିଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଜୀବନ୍ତ ସୈନ୍ୟ ପରି ଲାଗୁଥିବେ ବୋଲି ଅନୁମାନ କରାଯାଏ । ତେବେ ବର୍ତ୍ତମାନ ପ୍ରାୟ ସବୁ ରଙ୍ଗ ଲିଭି ସାରିଲାଣି ।

ଚିନ୍ ରାଜବଂଶ ପୂର୍ବରୁ ଚୀନରେ ଜୀବନ୍ତବତ୍ ପ୍ରତିମା ନିର୍ମାଣର ଅନ୍ୟ କୌଣସି ପ୍ରମାଣ ମିଳିନଥିବାରୁ କିଛି ବିଶେଷଜ୍ଞ ଏହି କିର୍ତ୍ତୀ ସମ୍ଭବତଃ ହେଲେନିଷ୍ଟିକ୍ ଗ୍ରୀକ୍ ସମୟର ଶିଳ୍ପକଳାଦ୍ୱାରା ପ୍ରଭାବିତ ବା ତାହାର ସମ୍ପର୍କୀୟ ବୋଲି ମତ ରଖିଛନ୍ତି ।[୩୮][୩୯] କଳାକାରଙ୍କ ମୂର୍ତ୍ତି ଓ କଂସାର ମୂର୍ତ୍ତିକୁ ଛାଞ୍ଚରେ ଯେପରି ଭାବରେ ଢଳାଯାଇଛି ତାହାକୁ ଭିତ୍ତି କରି ସେମାନେ ଯୁକ୍ତି କରନ୍ତି ଯେ ଟେରାକୋଟା ମୂର୍ତ୍ତିର ନିର୍ମାଣରେ ରହିଥିବା ଗ୍ରୀକ୍ ପ୍ରଭାବକୁ ମନା କରିହେବ ନାହିଁ ।[୪୦][୪୧] ତେବେ ବହୁ ବିଶେଷଜ୍ଞ ଏହି ମତର ବିରୋଧ ମଧ୍ୟ କରିଛନ୍ତି ଏବଂ ତତ୍କାଳୀନ ଗ୍ରୀକ୍ ଓ ଚୀନ୍ ଦେଶରେ ସମାଧୀ ନିର୍ମାଣ କରୁଥିବା ଲୋକଙ୍କ ମଧ୍ୟରେ ସମ୍ପର୍କ ରହିଥିବାର କୌଣସି ଦୃଢ଼ ପ୍ରମାଣ ନାହିଁ ବୋଲି ମତ ରଖିଛନ୍ତି ।[୪୨] ୟୁରୋପ୍‍କୁ ସଭ୍ୟତାର କେନ୍ଦ୍ର ବୋଲି ପରିଗଣିତ କରିବାର ଅପଚେଷ୍ଟା ସମ୍ବଳିତ ଦୃଷ୍ଟିକୋଣ ଯୋଗୁଁ ହିଁ ଏପରି ମତ ବ୍ୟକ୍ତ କରାଯାଇଥିବାର ସମ୍ଭାବନା ମଧ୍ୟ ରହିଛି । ପ୍ରାଚ୍ୟ ଦେଶମାନଙ୍କର ଶିଳ୍ପୀଙ୍କ ଅସାମର୍ଥ୍ୟ ଯୋଗୁଁ ଏପରି ମହାନ କଳାକୃତି ସେଠାରେ ଏକାକୀ ସ୍ୱତନ୍ତ୍ର ଭାବେ ବିକଶିତ ନହୋଇ ୟୁରୋପୀୟଙ୍କ ପ୍ରଭାବରେ ହୋଇଥିବାର ମତବାଦକୁ ଅନେକେ ଦୃଢ଼ ବିରୋଧ କରିଛନ୍ତି ।[୪୨]

ନିର୍ମାଣ[ସମ୍ପାଦନା]

ରାଜକୀୟ ସ୍ଥପତି ଓ ଶିଳ୍ପୀମାନଙ୍କଦ୍ୱାରା କର୍ମଶାଳାରେ ସ୍ଥାନୀୟ କଞ୍ଚାମାଲର ଉପଯୋଗ କରି ଏହି ମୂର୍ତ୍ତିଗୁଡ଼ିକ ନିର୍ମାଣ କରାଯାଇସାରିଲା ପରେ ସମାଧୀ ପୀଠକୁ ନିଆଯାଇଥିଲା । ପ୍ରତି ମୂର୍ତ୍ତିର ମୁଣ୍ଡ, ଅବୟବ ଓ ଗଣ୍ଡି ପୃଥକ୍ ଭାବେ ନିର୍ମାଣ କରାଯାଇ ପରେ ସେଗୁଡ଼ିକୁ ଯୋଡ଼ା ଯାଇଥିଲା । ସମ୍ପୂର୍ଣ୍ଣ ହେବା ପରେ ଟେରାକୋଟା ମୂର୍ତ୍ତିଗୁଡ଼ିକୁ ସମାଧୀ ସ୍ଥଳର ଗହ୍ୱର ମଧ୍ୟରେ ସେନାବାହିନୀର ପ୍ରକୃତ ପଂକ୍ତି ପରି ସଜାଇ ରଖାଯାଇଥିଲା । ପଦବୀ ଓ ଦାୟିତ୍ତ୍ୱ ଅନୁଯାୟୀ ଅଧିକାରୀମାନଙ୍କ ମୂର୍ତ୍ତି ପଂକ୍ତିରେ ରହିଥିଲେ ।[୪୩]

ଛାଞ୍ଚ ସହାୟତାରେ ମୂର୍ତ୍ତିଗୁଡ଼ିକର ମୁହଁ ନିର୍ମାଣ କରାଯାଇଥିଲା । ୧୦ ପ୍ରକାରର ଭିନ୍ନ ଭିନ୍ନ ଛାଞ୍ଚ ବ୍ୟବହୃତ ହୋଇଥିବା ଅନୁମାନ କରାଯାଏ ।[୩୩] ତା'ପରେ ମାଟି ଲେପାଯାଇ ପ୍ରତ୍ୟେକ ଚେହେରାକୁ ସ୍ୱତନ୍ତ୍ର ରୂପ ଦିଆଗଲା ଯେପରିକି ସବୁ ସୈନ୍ୟ ଅଲଗା ଦେଖାଯିବେ ।[୪୪] ଗୋଡ଼ଗୁଡ଼ିକୁ ମଧ୍ୟ ନିଷ୍କାସନ ପାଇପ୍ ନିର୍ମାଣ କରାଯାଉଥିବା ସ୍ଥାନରେ ତିଆରି କରାଯାଇଥିବା ବିଶ୍ୱାସ କରାଯାଏ । ତେଣୁ ମାଟିରେ ଗୋଟିଏ ସମ୍ପୂର୍ଣ୍ଣ ମୂର୍ତ୍ତି ତିଆରି କରି ତାହାକୁ ପୋଡ଼ିବା ପଦ୍ଧତି ଗ୍ରହଣ କରାଯାଇ ନଥିଲା । ବରଂ ଅତ୍ୟାଧୁନିକ କାରଖାନା ପରି ଉପାଦାନ ବା ଅଂଶ ସବୁ ଅଲଗା ନିର୍ମିତ ହୋଇସାରିଲା ପରେ ସେଗୁଡ଼ିକୁ ଏକତ୍ରିତ କରି ପୂର୍ଣ୍ଣାଙ୍ଗ ମୂର୍ତ୍ତି ନିର୍ମିତ ହେଉଥିଲା । ତତ୍କାଳୀନ ଶାସନରେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ନିୟନ୍ତ୍ରିତ ହେଉଥିଲା, ତେଣୁ ଦାୟିତ୍ତ୍ୱ ଓ ଦୋଷୀ ଚିହ୍ନଟ ଦୃଷ୍ଟିରୁ କେଉଁ ଅଂଶ କେଉଁ କର୍ମଶାଳାରେ ନିର୍ମିତ ହୋଇଛି ତାହା ଭିନ୍ନ ଚିହ୍ନ ବା ସଙ୍କେତ ମାଧ୍ୟମରେ ଦର୍ଶାଯାଉଥିଲା । ଏହି ସବୁ କର୍ମଶାଳା ନିର୍ଦ୍ଧାରଣ କରିବାରେ ଏହା ଐତିହାସିକମାନଙ୍କୁ ସହାୟତା କରୁଛି ।

ଅସ୍ତ୍ରଶସ୍ତ୍ର[ସମ୍ପାଦନା]

କାଂସ୍ୟନିର୍ମିତଜିଆନ୍ ତରବାରୀ


ବୈଜ୍ଞାନିକ ଗବେଷଣା[ସମ୍ପାଦନା]

ପ୍ରଦର୍ଶନୀ[ସମ୍ପାଦନା]

ଯୁକ୍ତରାଷ୍ଟ୍ର ଆମେରିକାର ସାନ୍ ଫ୍ରାଂସିସ୍କୋରେ ଟେରାକୋଟା ଯୋଦ୍ଧା ପ୍ରଦର୍ଶନୀ

୨୦୦୭ ମସିହା ସେପ୍ଟେମ୍ବର ୧୩ ତାରିଖରୁ ୨୦୦୮ ମସିହା ଅପ୍ରେଲ୍ ମାସ ପର୍ଯ୍ୟନ୍ତ ଲଣ୍ଡନର ବ୍ରିଟିଶ୍ ମ୍ୟୁଜିୟମ୍‍ରେ ୧୨ଟି ଟେରାକୋଟା ଯୋଦ୍ଧା ଓ ୧୨୦ଟି ପ୍ରାଚୀନ ବସ୍ତୁଙ୍କର "The First Emperor: China's Terracotta Army" ନାମକ ଏକ ବିଶେଷ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।[୪୫] ଏହି ପ୍ରଦର୍ଶନୀ ହୋଇଥିବା ବର୍ଷ (୨୦୦୮) ବ୍ରିଟିଶ୍ ମ୍ୟୁଜିୟମ୍‍ର ସଫଳତମ ବର୍ଷ ଥିଲା ଏବଂ ୨୦୦୭-୨୦୦୮ ମସିହାରେ ବ୍ରିଟିଶ୍ ମ୍ୟୁଜିୟମ୍ ଯୁକ୍ତରାଜ୍ୟର ସର୍ବୋତ୍କୃଷ୍ଟ ସାଂସ୍କୃତିକ ଆକର୍ଷଣ ଭାବେ ପରିଚିତ ହୋଇଥିଲା ।[୪୬][୪୭] ୧୯୭୨ ମସିହାରେ ହୋଇଥିବା ରାଜା ତୁତାନ୍‍ଖାମୁନ୍‍ଙ୍କ ପ୍ରଦର୍ଶନୀ ପରେ ଏହି ଟେରାକୋଟା ସେନା ପ୍ରଦର୍ଶନୀ ବ୍ରିଟିଶ୍ ମ୍ୟୁଜିୟମ୍‍କୁ ସର୍ବାଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥିଲା ।[୪୬] ଏତେ ଶୀଘ୍ର ୪ ଲକ୍ଷ ଆଗୁଆ ଟିକଟ ବିକ୍ରି ହୋଇଯିବାରୁ କର୍ତ୍ତୃପକ୍ଷଙ୍କୁ ମଧ୍ୟରାତ୍ର ପର୍ଯ୍ୟନ୍ତ ସଂଗ୍ରହାଳୟ ଖୋଲା ରଖିବାକୁ ପଡ଼ିଲା ।[୪୮] ଦ ଟାଇମ୍‍ସ୍ (The Times) ଅନୁସାରେ ଅଧିକ ସମୟ ଖୋଲା ରଖାଯିବା ସତ୍ତ୍ୱେ ବହୁ ଦର୍ଶକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଥିଲା ।[୪୯] ଚୀନୀ ନବବର୍ଷ ସମୟରେ ଆୟୋଜିତ ଏହି ପ୍ରଦର୍ଶନୀ ସମୟରେ ପ୍ରବଳ ଭିଡ଼ ଜମୁଥିବାରୁ ସଂଗ୍ରହାଳୟ ମୁଖ୍ୟ ପ୍ରବେଶ ଦ୍ୱାର ସବୁବେଳେ ବନ୍ଦ ରଖାଯାଉଥିଲା ।[୪୯] ଟାଇଟାନିକ୍ ଯାହାଜର ଭଗ୍ନାବଶେଷ ପରେ ଟେରାକୋଟା ସେନା ଆଉ ଏକମାତ୍ର ପ୍ରାଚୀନ ବସ୍ତୁ ଥିଲା ଯାହାର ନାମ ମାତ୍ର ବହୁ ଦର୍ଶକଙ୍କୁ ଆକର୍ଷିତ କରୁଥିଲା ।[୪୮]

୨୦୦୪ ମସିହା ମଇ ୯ ତାରିଖରୁ ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ବାର୍ସେଲୋନା ନଗରର "ଫୋରମ୍ ଡି ବାର୍ସେଲୋନା"ଠାରେ ଟେରାକୋଟା ସେନା ଓ ପ୍ରାଚୀନ ବସ୍ତୁଙ୍କର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହା ସେଠାକାର ସବୁଠାରୁ ସଫଳ ପ୍ରଦର୍ଶନୀ ବୋଲି ମତ ପ୍ରକାଶ ପାଇଥିଲା ।[୫୦] ପୁଣି ଅକ୍ଟୋବର ୨୦୦୪ରୁ ଜାନୁଆରୀ ୨୦୦୫ ପର୍ଯ୍ୟନ୍ତ ମାଡ୍ରିଡ୍‍ର ଫୁଣ୍ଡାସ୍ୟନ୍ କାନାଲ୍ ଡି ଇସାବେଲ୍ ୨ (Fundación Canal de Isabel II)ରେ ଆୟୋଜନ କରାଯାଇଥିବା ଟେରାକୋଟା ସେନା ପ୍ରଦର୍ଶନୀ ମଧ୍ୟ ସେଠାକାର ସର୍ବଶ୍ରେଷ୍ଠ ପ୍ରଦର୍ଶନୀ ବିବେଚିତ ହୋଇଥିଲା ।[୫୧] ଚିଲିର ରାଜଧାନୀ ସାଣ୍ଟିଆଗୋର ସେଣ୍ଟ୍ରୋ କଲ୍ଚରାଲ୍ ଲା ମୋନେଡ଼ାଠାରେ ଡିସେମ୍ବର ୨୦୦୯ରୁ ମଇ ୨୦୧୦ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।[୫୨]

ଏହା ପରେ ପ୍ରଦର୍ଶନୀଟି ଉତ୍ତର ଆମେରିକାରେ ଆୟୋଜିତ ହେଲା । ଟେରାକୋଟା ସେନାଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ସାନ୍ ଫ୍ରାଂସିସ୍କୋର ଏସୀୟ କଳା ସଂଗ୍ରହାଳୟ, କ୍ୟାଲିଫର୍ଣ୍ଣିଆର ବାୱର୍ସ୍ ମ୍ୟୁଜିୟମ୍, ହ୍ୟୁଷ୍ଟନ୍‍ର ମ୍ୟୁଜିୟମ୍ ଅଫ୍ ନ୍ୟାଚୁରାଲ୍ ସାଇନ୍ସ, ଆଟଲାଣ୍ଟାର ହାଏ ମ୍ୟୁଜିୟମ୍ ଅଫ୍ ଆର୍ଟ୍,[୫୩] ୱାଶିଂଟନ୍‍ର ନ୍ୟାସ୍‍ନାଲ୍ ଜିଓଗ୍ରାଫିକ୍ ସୋସାଇଟି ମ୍ୟୁଜିୟମ୍ ଏବଂ ଟୋରୋଣ୍ଟୋର ରୟାଲ୍ ଓଣ୍ଟାରିଓ ମ୍ୟୁଜିୟମ୍ ଇତ୍ୟାଦି ସ୍ଥାନମାନଙ୍କରେ ଟେରାକୋଟା ସେନାର ପ୍ରଦର୍ଶନୀ ଆୟୋଜିତ ହେଲା ।[୫୪] ତାହା ପରେ ୨୦୧୦ ମସିହା ଅଗଷ୍ଟ ୨୮ରୁ ୨୦୧୧ ମସିହା ୨୦ ଜାନୁଆରୀ ପର୍ଯ୍ୟନ୍ତ ସ୍ୱିଡେନ୍‍ର "ମ୍ୟୁଜିୟମ୍ ଅଫ୍ ଫାର୍ ଇଷ୍ଟର୍ଣ୍ଣ୍ ଆଣ୍ଟିକ୍ୱିଟିସ୍"ଠାରେ ଟେରାକୋଟା ସେନା ପ୍ରଦର୍ଶନୀ ଲାଗିଥିଲା ।[୫୫][୫୬] ୨୦୧୦ ମସିହା ଡିସେମ୍ବର ୨ ତାରିଖରୁ ନେଇ ୨୦୧୧ ମସିହା ମାର୍ଚ୍ଚ୍ ୧୩ ତାରିଖ ଯାଏଁ ଅଷ୍ଟ୍ରେଲିଆର ଆର୍ଟ୍ ଗ୍ୟାଲେରୀ ଅଫ୍ ନ୍ୟୁ ସାଉଥ୍ ୱେଲ୍‍ସ୍‍ଠାରେ ଏହି ୧୨୦ ପ୍ରାଚୀନ କିର୍ତ୍ତୀ ପ୍ରଦର୍ଶିତ ହୋଇଥିଲେ । ଏହି ପ୍ରଦର୍ଶନୀର ନାମ ଥିଲା - 'The First Emperor – China's Entombed Warriors' (ପ୍ରଥମ ସମ୍ରାଟ – ଚୀନର ସମାଧୀସ୍ଥ ଯୋଦ୍ଧାଗଣ) ।[୫୭] ୨୦୧୧ ମସିହା ଫେବୃଆରୀ ୧୧ରୁ ଜୁନ୍ ୨୬ ପର୍ଯ୍ୟନ୍ତ ମଣ୍ଟ୍ରିଆଲ୍‍ର ଲଳିତ କଳା ସଂଗ୍ରହାଳୟରେ "L'Empereur guerrier de Chine et son armée de terre cuite" (ଚୀନର ବୀର/ଯୋଦ୍ଧା ସମ୍ରାଟ ଓ ତାଙ୍କର ଟେରାକୋଟା ସେନା) ନାମରେ ଆୟୋଜିତ ପ୍ରଦର୍ଶନୀରେ ଏହି ପ୍ରଖ୍ୟାତ କିର୍ତ୍ତୀ ଓ ସମାଧୀ ସ୍ଥଳର କିଛି ମୂର୍ତ୍ତି ପ୍ରଦର୍ଶିତ ହୋଇଛି ।[୫୮] ୨୦୦୮ ମସିହା ଜୁଲାଇ ମାସରୁ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ୫ଟି ଟେରାକୋଟା ସୈନିକ ଇଟାଲୀର ତୁରିନ୍ ସହରର ମ୍ୟୁଜିୟମ୍ ଅଫ୍ ଆଣ୍ଟିକ୍ୱିଟିସ୍,[୫୯] ଓ ୨୦୧୦ ମସିହା ଅପ୍ରେଲ୍ ୧୬ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ୯ଟି ଟେରାକୋଟା ସୈନିକ ମିଲାନ୍ ନଗରର ରାଜ ପ୍ରାସାଦରେ "The Two Empires" (ଦୁଇ ସାମ୍ରାଜ୍ୟ) ନାମରେ ଆୟୋଜିତ ଏକ ପ୍ରଦର୍ଶନୀରେ ଜନତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଥିଲେ ।[୬୦] ଏହି ଦଳରେ ଏକ ଘୋଡ଼ା, ଜଣେ ମନ୍ତ୍ରୀ, ଜଣେ ଧନୁର୍ଦ୍ଧାରୀ ଓ ୬ଟି ବର୍ଚ୍ଛାଧାରୀଙ୍କ ପ୍ରତିମୂର୍ତ୍ତି ରହିଥିଲା । ୨୦୧୧ ମସିହା ଫେବୃଆରୀ ୧୯ ତାରିଖରୁ ୭ ନଭେମ୍ବର ମଧ୍ୟରେ ନୂଆ ଦିଲ୍ଲୀର ଜାତୀୟ ସଂଗ୍ରହାଳୟ, ମୁମ୍ବାଇର ପ୍ରିନ୍‍ସ୍ ଅଫ୍ ୱେଲ୍‍ସ୍ ସଂଗ୍ରହାଳୟ, ହାଇଦ୍ରାବାଦର ସଲାର୍ ଜଂଗ୍ ସଂଗ୍ରହାଳୟ ଏବଂ କୋଲକାତାର ଭାରତୀୟ ଜାତୀୟ ପାଠାଗାରରେ "Treasures of Ancient China" (ପ୍ରାଚୀନ ଚୀନର ସମ୍ପଦ) ନାମକ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ୨ଟି ଟେରାକୋଟା ସୈନିକ ଓ ଲଂଗ୍‍ମେନ୍ ଗ୍ରୋଟୋଏସ୍ ବୁଦ୍ଧ ପ୍ରତିମୂର୍ତ୍ତି ଓ ଅନ୍ୟ କିଛି ପ୍ରାଚୀନ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲେ ।

୨୦୧୩ ମସିହା ୧୫ ମାର୍ଚ୍ଚ୍‍ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ସ୍ୱିଜରଲ୍ୟାଣ୍ଡର ବର୍ଣ୍ଣ୍ ନଗରର ହିଷ୍ଟୋରିକାଲ୍ ମ୍ୟୁଜିୟମ୍ ଅଫ୍ ବର୍ଣ୍ଣ୍‍ଠାରେ ଟେରାକୋଟା ସୈନିକ ଓ ସେମାନଙ୍କ ସମ୍ପର୍କିତ କିଛି ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା ।[୬୧]

୨୦୧୭ ମସିହା ଅପ୍ରେଲ୍ ୩ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ନ୍ୟୁୟର୍କ ନଗରୀର ମେଟ୍ରୋପୋଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟ୍‍ଠାରେ "Age of Empires: Chinese Art of the Qin and Han Dynasties" ନାମକ ଏକ ପ୍ରଦର୍ଶନୀରେ ମଧ୍ୟ ଅନେକ ଟେରାକୋଟା ସେନା ପ୍ରତିମୂର୍ତ୍ତି ପ୍ରଦର୍ଶିତ ହୋଇଥିଲା ।[୬୨][୬୩][୬୪] ୨୦୧୭ ମସିହା ଅପ୍ରେଲ୍ ୮ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ୱାଶିଂଟନ୍‍ର ସିଆଟେଲ୍‍ ସହରର "ପ୍ୟାସିଫିକ୍ ସାଇନ୍ସ୍ ସେଣ୍ଟର"ଠାରେ "Terracotta Warriors of the First Emperor" ନାମକ ପ୍ରଦର୍ଶନୀରେ ୧୦ଟି ଟେରାକୋଟା ସୈନ୍ୟ ପ୍ରଦର୍ଶିତ ହୋଇଥିଲେ ।[୬୫][୬୬] ତାହା ପରେ ୨୦୧୭ ମସିହା ସେପ୍ଟେମ୍ବର ୩୦ରୁ ମାର୍ଚ୍ଚ୍ ୪ ତାରିଖ ପର୍ଯ୍ୟନ୍ତ ପେନ୍‍ସିଲ୍‍ଭେନିଆ ରାଜ୍ୟର ଫିଲାଡେଲ୍‍ଫିଆ ନଗରୀର "ଦ ଫ୍ରାଂକ୍‍ଲିନ୍ ଇନ୍‍ଷ୍ଟିଚ୍ୟୁଟ୍"ଠାରେ ପରିକଳ୍ପିତ ବାସ୍ତବିକତା (augmented reality) ବୈଷୟିକ କୌଶଳର ଭିତ୍ତିଭୂମିରେ ଏହି ମୂର୍ତ୍ତିଗୁଡ଼ିକ ପ୍ରଦର୍ଶିତ ହୋଇଥିଲେ ।[୬୭][୬୮]

୧୦ ବର୍ଷରୁ ଅଧିକ ସମୟ ପରେ ୨୦୧୮ ମସିହାରେ ଟେରାକୋଟା ପ୍ରତିମୂର୍ତ୍ତି ପୁଣି ଯୁକ୍ତରାଜ୍ୟ ଅଭିମୁଖେ ଯାତ୍ରା କଲେ ଏବଂ ଫେବୃଆରୀ ୯ରୁ ଅକ୍ଟୋବର ୨୮ପର୍ଯ୍ୟନ୍ତ କିଛି ଟେରାକୋଟା ପ୍ରତିମୂର୍ତ୍ତି ଲିଭରପୁଲ୍‍ର ୱର୍ଲ୍ଡ୍ ମ୍ୟୁଜିୟମ୍ ପରିସରରେ "China's First Emperor and the Terracotta Warriors" ନାମକ ଏକ ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛନ୍ତି ।[୬୯]

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. Lu Yanchou, Zhang Jingzhao, Xie Jun; Jingzhao; Jun; Xueli (1988). "TL dating of pottery sherds and baked soil from the Xian Terracotta Army Site, Shaanxi Province, China". International Journal of Radiation Applications and Instrumentation. Part D. Nuclear Tracks and Radiation Measurements. 14 (1–2): 283–286. doi:10.1016/1359-0189(88)90077-5.CS1 maint: Multiple names: authors list (link)
  2. Portal 2007, p. 167.
  3. ୩.୦ ୩.୧ Sima Qian – Shiji Volume 6 《史记·秦始皇本纪》 Original text: 始皇初即位,穿治郦山,及并天下,天下徒送诣七十余万人,穿三泉,下铜而致椁,宫观百官奇器珍怪徙臧满之。令匠作机驽矢,有所穿近者辄射之。以水银为百川江河大海,机相灌输,上具天文,下具地理。以人鱼膏为烛,度不灭者久之。二世曰:"先帝后宫非有子者,出焉不宜。" 皆令从死,死者甚众。葬既已下,或言工匠为机,臧皆知之,臧重即泄。大事毕,已臧,闭中羡,下外羡门,尽闭工匠臧者,无复出者。树草木以象山。 Translation: When the First Emperor ascended the throne, the digging and preparation at Mount Li began. After he unified his empire, 700,000 men were sent there from all over his empire. They dug down deep to underground springs, pouring copper to place the outer casing of the coffin. Palaces and viewing towers housing a hundred officials were built and filled with treasures and rare artifacts. Workmen were instructed to make automatic crossbows primed to shoot at intruders. Mercury was used to simulate the hundred rivers, the Yangtze and Yellow River, and the great sea, and set to flow mechanically. Above, the heaven is depicted, below, the geographical features of the land. Candles were made of "mermaid"'s fat which is calculated to burn and not extinguish for a long time. The Second Emperor said: "It is inappropriate for the wives of the late emperor who have no sons to be free", ordered that they should accompany the dead, and a great many died. After the burial, it was suggested that it would be a serious breach if the craftsmen who constructed the tomb and knew of its treasure were to divulge those secrets. Therefore, after the funeral ceremonies had completed, the inner passages and doorways were blocked, and the exit sealed, immediately trapping the workers and craftsmen inside. None could escape. Trees and vegetation were then planted on the tomb mound such that it resembled a hill.
  4. Clements 2007, p. 158.
  5. Shui Jing Zhu Chapter 19 《水经注·渭水》Original text: 秦始皇大兴厚葬,营建冢圹于骊戎之山,一名蓝田,其阴多金,其阳多美玉,始皇贪其美名,因而葬焉。
  6. Portal 2007, p. 17.
  7. Portal 2007, p. 202.
  8. Shui Jing Zhu Chapter 19 《水经注·渭水》 Original text: 项羽入关,发之,以三十万人,三十日运物不能穷。关东盗贼,销椁取铜。牧人寻羊,烧之,火延九十日,不能灭。Translation: Xiang Yu entered the gate, sent forth 300,000 men, but they could not finish carrying away his loot in 30 days. Thieves from northeast melted the coffin and took its copper. A shepherd looking for his lost sheep burned the place, the fire lasted 90 days and could not be extinguished.
  9. Sima Qian – Shiji Volume 8 《史记·高祖本纪》 Original text: 项羽烧秦宫室,掘始皇帝冢,私收其财物 Translation: Xiang Yu burned the Qin palaces, dug up the First Emperor's tomb, and expropriated his possessions.
  10. Han Shu汉书·楚元王传》:Original text: "项籍焚其宫室营宇,往者咸见发掘,其后牧儿亡羊,羊入其凿,牧者持火照球羊,失火烧其藏椁。" Translation: Xiang burned the palaces and buildings. Later observers witnessed the excavated site. Afterward, a shepherd lost his sheep which went into the dug tunnel; the shepherd held a torch to look for his sheep, and accidentally set fire to the place and burned the coffin.
  11. "Royal Chinese treasure discovered". BBC News. 20 October 2005. Retrieved 3 December 2011.
  12. Agnew, Neville (3 August 2010). [ଟେରାକୋଟା ସେନା at Google Books Conservation of Ancient Sites on the Silk Road] Check |url= value (help). Getty Publications. p. 214. ISBN 9781606060131. Retrieved 11 July 2012.
  13. O. Louis Mazzatenta. "Emperor Qin's Terracotta Army". National Geographic.
  14. The precise coordinates are 34°23′5.71″N 109°16′23.19″E / 34.3849194°N 109.2731083°E / 34.3849194; 109.2731083)
  15. Clements 2007, pp. 155, 157, 158, 160–161, 166.
  16. https://www.npr.org/sections/thetwo-way/2018/05/20/612780909/archaeologist-who-uncovered-chinas-8-000-man-terra-cotta-army-dies-at-82
  17. "Army of Terracotta Warriors". Lonely Planet.
  18. "Discoveries May Rewrite History of China's Terra-Cotta Warriors". 12 October 2016. Retrieved 12 October 2016.
  19. 73号 Qin Ling Bei Lu (1 January 1970). "Google maps". Maps.google.co.uk. Retrieved 3 December 2011.
  20. Clements 2007, p. 160.
  21. ୨୧.୦ ୨୧.୧ "The First Emperor". Channel4.com. Retrieved 3 December 2011.
  22. "Application of geographical methods to explore the underground palace of the Emperor Qin Shi Huang Mausoleum". Google. Retrieved 3 December 2011.
  23. Nature. "Terracotta Army saved from crack up". Nature.com. Retrieved 3 December 2011.
  24. Larmer, Brook. "Terra-Cotta Warriors in Color." National Geographic June 2012: 86. Print
  25. "The Necropolis of First Emperor of Qin". History.ucsb.edu. Archived from the original on 20 November 2011. Retrieved 3 December 2011.
  26. A Magic Army for the Emperor Lothar Ledderose
  27. Ledderose 1998, pp. 51–73 A Magic Army for the Emperor
  28. "The Mausoleum of the First Emperor of the Qin Dynasty and Terracotta Warriors and Horses". China.org.cn. 12 September 2003. Retrieved 3 December 2011.
  29. Portal 2007.
  30. "China unearths 114 new Terracotta Warriors". BBC News. 12 May 2010. Retrieved 3 December 2011.
  31. "Terracotta Accessory Pits". Travelchinaguide.com. 10 October 2009. Retrieved 3 December 2011.
  32. "Decoding the Mausoleum of Emperor Qin Shihuang". China Daily. 13 May 2010. Retrieved 3 December 2011.
  33. ୩୩.୦ ୩୩.୧ [ଟେରାକୋଟା ସେନା at Google Books The Terra Cotta Warriors] Check |url= value (help). National Geographic Museum. p. 27.
  34. Cotterell, Maurice (June 2004). [ଟେରାକୋଟା ସେନା at Google Books The Terracotta Warriors: The Secret Codes of the Emperor's Army] Check |url= value (help). Inner Traditions Bear and Company. pp. 105–112. ISBN 978-1591430339.
  35. Cotterell, Maurice (June 2004). [ଟେରାକୋଟା ସେନା at Google Books The Terracotta Warriors: The Secret Codes of the Emperor's Army] Check |url= value (help). Inner Traditions Bear and Company. pp. 103–105. ISBN 978-1591430339.
  36. John Simpson, Greg Hurst 3 December 2011 12:01 am. "Terracotta soldier – in full colour". The Times. UK. Retrieved 3 December 2011.CS1 maint: Multiple names: authors list (link)
  37. "Terracotta army emerges in its true colors". China Daily. Retrieved 3 December 2011.
  38. Early links with West likely inspiration for Terracotta Warriors, argues SOAS scholar, School of Oriental and African Studies (SOAS), University of London
  39. Lukas Nickel, The First Emperor and sculpture in China, SOAS, University of London, Cambridge University Press, 2013
  40. "Western contact with China began long before Marco Polo, experts say". BBC. 12 October 2016.
  41. Johnston, Ian (13 October 2016). "Ancient Greeks may have built China's famous Terracotta Army – 1,500 years before Marco Polo". Independent.co.uk. Retrieved 14 October 2016.
  42. ୪୨.୦ ୪୨.୧ Hanink, Johanna; Silva, Felipe Rojas (20 November 2016). "Why China's Terracotta Warriors Are Stirring Controversy". Live Science. Originally published in Hanink, Johanna; Silva, Felipe Rojas (18 November 2016). "Why there's so much backlash to the theory that Greek art inspired China's Terracotta Army". The Conversation.
  43. "A Magic Army for the Emperor". Upf.edu. 1 October 1979. Archived from the original on 28 November 2011. Retrieved 3 December 2011.
  44. Portal 2007, p. 170.
  45. "British Museum - The First Emperor: China's Terracotta Army". British Museum.
  46. ୪୬.୦ ୪୬.୧ Higgins, Charlotte (2 July 2008). "Terracotta army makes British Museum favourite attraction". The Guardian. London. Retrieved 25 May 2010.
  47. "British Museum sees its most successful year ever". Best Western. 3 July 2008. Archived from the original on 11 October 2008.
  48. ୪୮.୦ ୪୮.୧ "British Museum ponders 24-hour opening for terracotta warriors". CBC News. 22 November 2007.
  49. ୪୯.୦ ୪୯.୧ Whitworth, Damian (9 July 2008). "Is the British Museum the greatest museum on earth?". The Times. London. Retrieved 25 May 2010.
  50. DesarrolloWeb (19 April 2007). "Los guerreros de Xian, en el Forum de Barcelona". Guiarte.com. Retrieved 3 December 2011.
  51. "Guerreros de Xian". Futuropasado.com. Retrieved 3 December 2011.
  52. "Llegan a Chile los legendarios Guerreros de Terracota de China". Latercera.com. Archived from the original on 21 October 2011. Retrieved 3 December 2011.
  53. "Record-Breaking Terracotta Army Exhibition at Atlanta museum". Archived from the original on 11 July 2011. Retrieved 16 January 2010.
  54. "ROM's terracotta warriors show a blockbuster". CBC. 6 January 2011.
  55. "China's Terracotta Army, Stockholm, Sweden, Reviews". Retrieved 20 January 2010.
  56. "World Famous Terracotta Army Arrives in Stockholm for Exhibition at Ostasiatiska Museum". Retrieved 20 January 2010.
  57. "Terracotta warriors, Picassos heading to Sydney". ABC News. 14 October 2010. Retrieved 23 January 2011.
  58. "Empereur Guerrier De Chine Et Son Armee De Terre Cuite". Mbam.qc.ca. Archived from the original on 30 September 2011. Retrieved 3 December 2011.
  59. "Il Celeste Impero. Guerrieri di terracotta a Torino - Il Sole 24 ORE".
  60. "Esercito di Terracotta: dalla Cina a Palazzo Reale di Milano - NanoPress Viaggi".
  61. "Die Terrakotta-Krieger sind da". Der Bund. 22 February 2013. Retrieved 21 June 2015.
  62. Age of Empires: Chinese Art of the Qin and Han Dynasties Metropolitan Museum of Art
  63. Age of Empires: Chinese Art of the Qin and Han Dynasties Epoch Times
  64. ‘Age of Empires: Chinese Art of the Qin and Han Dynasties (221 B.C-A.D. 220)’ Review: Treasures of Nation-Building Wall Street Journal
  65. Upchurch, Michael (7 April 2017). "'Terracotta Warriors' exhibit makes grand entrance at Pacific Science Center". Seattle Times. Retrieved 10 July 2017.
  66. "Terracotta Warriors of the First Emperor". Pacific Science Center. Retrieved 10 July 2017.
  67. "Why the Terracotta Warriors are so special, and how to see them in Philly". Philly.com. Retrieved 3 October 2017.
  68. Hurdle, Jon (29 September 2017). "Arming China's Terracotta Warriors — With Your Phone". The New York Times (in ଇଂରାଜୀ). ISSN 0362-4331. Retrieved 3 October 2017.
  69. "World Museum, Liverpool museums". www.liverpoolmuseums.org.uk (in ଇଂରାଜୀ). Retrieved 5 January 2018.

ପୁସ୍ତକ ଆଧାର[ସମ୍ପାଦନା]

ଅନ୍ୟନ୍ୟ ଲିଂକ୍[ସମ୍ପାଦନା]