Jump to content

ଟେନିସ ଏଲବୋ

ଉଇକିପିଡ଼ିଆ‌ରୁ
ଟେନିସ ଏଲବୋ (Tennis elbow)
Lateral epicondylitis, lateral elbow tendinopathy[]
ବାମ କ‌ହୁଣି ଗଣ୍ଠି (elbow-joint)
ବିଭାଗଅସ୍ଥିଶଲ୍ୟ ବିଜ୍ଞାନ (Orthopedics), ସ୍ପୋର୍ଟସ ମେଡିସିନ (sports medicine)
ଲକ୍ଷଣକ‌ହୁଣିର ବାହାର ପାଖରେ ଦରଜ ଓ ଯନ୍ତ୍ରଣା । []
ଆକ୍ରାନ୍ତ ସମୟକ୍ରମଶଃ[]
ଅବଧି୧-୨ ବର୍ଷରୁ କମ୍ []
କାରଣଅଗ୍ରବାହୁର ପଛ ପାଖ ମାଂସପେଶୀ (back of the forearm) ଅତ୍ୟଧିକ ବ୍ୟବ‌ହୃତ ହେଲେ ହୁଏ ।[]
ବିପଦ କାରକଧୂମ୍ରପାନ, ମୋଟାପଣ []
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ଆବଶ୍ୟକ ସ୍ଥଳେ ମେଡିକାଲ ଇମେଜିଙ୍ଗ (medical imaging) []
ସଠିକ ରୋଗ ନିର୍ଣ୍ଣୟଓଷ୍ଟିଓକଣ୍ଡ୍ରାଇଟିସ ଡିସେକାନ୍ସ (Osteochondritis dissecans), ଓଷ୍ଟିଓଆର୍ଥ୍ରାଇଟିସ, ରାଡିକୁଲୋପାଥି (radiculopathy)[]
ଚିକିତ୍ସାକାର୍ଯ୍ୟ ପରିବର୍ତ୍ତନ, ଫିଜିକାଲ ଥେରାପି (physical therapy), ଯନ୍ତ୍ରଣା ନାଶକ ଔଧଧ []
ପୁନଃପୌନିକc. ୨%[]
Patient UKଟେନିସ ଏଲବୋ (Tennis elbow)

ଟେନିସ ଏଲବୋ (ଇଂରାଜୀ ଭାଷାରେ Tennis elbow, ଅନ୍ୟ ନାମ ଲାଟରାଲ ଏପିକଣ୍ଡାଇଲାଇଟସ/ lateral epicondylitis) ଏକ ରୋଗ ଯେଉଁଥିରେ କ‌ହୁଣିର (elbow) ବାହାର ପାଖରେ ଯନ୍ତ୍ରଣା ହୁଏ ଓ ଦରଜ ହୋଇଯାଏ ।[] ଏହି ଯନ୍ତ୍ରଣା ଅଗ୍ରବାହୁର (forearm) ପଛ ପାଖ ପର୍ଯ୍ୟନ୍ତ ମାଡ଼ିଯାଇପାରେ ଓ ମୁଠାକରିବା ଶକ୍ତି (grip strength) କମିଯାଏ ।[][] ରୋଗ ବ‌ହୁତ ଧୀରେ ଧୀରେ ଅଗ୍ରଗତି କରେ । [] ଏହିଭଳି ରୋଗ କ‌ହୁଣିର ଭିତର ପାଖରେ (inside of the elbow) ହେଲେ ତାହାକୁ ଗଲ୍‌ଫର ଏଲବୋ (Golfer's elbow) କୁହାଯାଏ ।[]

ଅଗ୍ରବାହୁର ପଛ ପାଖର ମାଂସପେଶୀ (back of the forearm) ଅତ୍ୟଧିକ ବ୍ୟବ‌ହୃତ ହେଲେ ହୁଏ ।[] ବିଭିନ୍ନ ପ୍ରକାର କାମ, ଖେଳରେ ଏହିଭଳି ରୋଗ ହୁଏ ବିଶେଷତଃ ରାକେଟ ଖେଳରେ (racquet sports) ଅଧିକ ହୁଏ ଯେପରିକି ବାଡମିଣ୍ଟନ ବା ଟେନିସ ଖେଳ ।[][] ଲକ୍ଷଣ ଓ ଆବଶ୍ୟକ ସ୍ଥଳେ ମେଡିକାଲ ଇମେଜିଙ୍ଗ (medical imaging) କରି ରୋଗ ନିର୍ଣ୍ଣୟ କରାଯାଏ ଓ ଅନ୍ୟନ୍ୟ ସମ୍ଭାବ୍ୟ ରୋଗ ଦୂର କରାଯାଏ ।[] ଏକ ନିର୍ଣ୍ଣୟାତ୍ମକ ପରୀକ୍ଷା: କ‌ହୁଣିକୁ ୯୦ରେ ରଖି କଚଟିକୁ ଡର୍ସିଫ୍ଲେକ୍ସ (bend back) କଲେ (ପଛପାଖକୁ ବୁଲେଇବାକୁ ଚେଷ୍ଟା କଲେ) କ‌ହୁଣିରେ ଯନ୍ତ୍ରଣା ହୁଏ ।[] ଏହି ରୋଗକୁ ଟେଣ୍ଡିନୋସିସ (tendinosis) ଦଳର ଅନ୍ତର୍ଭୁକ୍ତ କରାଯାଏ, ଟେଣ୍ଡିନାଇଟିସ (tendinitis) ନୁହେଁ । []

ରୋଗ ଉଦ୍ରେକ‌କାରୀ କାମ କମ୍ କରିବା ସ‌ହିତ ଫିଜିଓଥେରାପି (physical therapy ସାହାଯ୍ୟରେ ଚିକିତ୍ସା କରାଯାଏ ।[] ଯନ୍ତ୍ରଣା ଉପଶମ ନିମନ୍ତେ ଏନଏସଏଆଇଡି (NSAIDS) ବା ଆସେଟାମିନୋଫେନ ଦିଆଯାଏ ।[] ଅଗ୍ରବାହୁର ଉପରଭାଗରେ ବ୍ରେସ ବାନ୍ଧିଲେ ଉପକାର ମିଳେ । [] ଉପକାର ନମିଳିଲେ କର୍ଟିକୋସ୍ଟିରଏଡ (corticosteroid) ଇଞ୍ଜେକସନ ଦିଅଯାଇପାରେ ।[] ଏକ ମାସରୁ ୨ ବର୍ଷ ମଧ୍ୟରେ ଅଧିକାଂଶ ରୋଗୀଙ୍କର ଉପଶମ ହୁଏ । [][]

ପ୍ରାୟ ୨% ଲୋକଙ୍କର ଏହି ରୋଗ ହୁଏ ।[] ୩୦ରୁ ୫୦ ବର୍ଷ ବୟସ୍କ ଲୋକଙ୍କର ସାଧାରଣତଃ ଏହି ରୋଗ ହୁଏ ।[] ସନ ୧୮୭୩ରେ ଏହି ରୋଗ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[] ସନ ୧୮୮୨ରେ ପ୍ରଥମେ ଏହାର ନାମ ଲନ ଟେନିସ ଏଲବୋ ("lawn tennis elbow") ଦିଆଯାଇଥିଲା ।[]

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Hubbard, MJ; Hildebrand, BA; Battafarano, MM; Battafarano, DF (June 2018). "Common Soft Tissue Musculoskeletal Pain Disorders". Primary care. 45 (2): 289–303. doi:10.1016/j.pop.2018.02.006. PMID 29759125.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Tennis Elbow (Lateral Epicondylitis)". OrthoInfo. July 2015. Archived from the original on 5 November 2017. Retrieved 21 June 2018.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Vaquero-Picado, A; Barco, R; Antuña, SA (November 2016). "Lateral epicondylitis of the elbow". EFORT open reviews. 1 (11): 391–397. doi:10.1302/2058-5241.1.000049. PMID 28461918.
  4. Lian, Jayson; Mohamadi, Amin; Chan, Jimmy J.; Hanna, Phillip; Hemmati, David; Lechtig, Aron; Nazarian, Ara (2018-10-31). "Comparative Efficacy and Safety of Nonsurgical Treatment Options for Enthesopathy of the Extensor Carpi Radialis Brevis: A Systematic Review and Meta-analysis of Randomized Placebo-Controlled Trials". The American Journal of Sports Medicine: 363546518801914. doi:10.1177/0363546518801914. ISSN 1552-3365. PMID 30380334.
  5. Wolf, Jennifer Moriatis (2015). Tennis Elbow: Clinical Management (in ଇଂରାଜୀ). Springer. p. 1. ISBN 9781489975348.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ