Jump to content

ଟିନା ଦେଶାଇ

ଉଇକିପିଡ଼ିଆ‌ରୁ
ଟିନା ଦେଶାଇ
୨୦୧୨ ମସିହାରେ ଟିନା
ଜନ୍ମ (1987-02-24) ୨୪ ଫେବୃଆରୀ ୧୯୮୭ (ବୟସ ୩୭)
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ସକ୍ରିୟ ବର୍ଷ୨୦୧୧ – ଏବେଯାଏଁ

ଟିନା ଦେଶାଇ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ଉଭୟ ଭାରତୀୟ ଓ ଆନ୍ତର୍ଜାତୀୟ ପ୍ରକଳ୍ପରେ କାମ କରନ୍ତି । ୨୦୧୧ ମସିହାରେ, ସେ ୟେ ଫୈସଲା ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୧୨ ମସିହାରେ, ସେ କେମେଡ଼ି-ଡ୍ରାମା ଦି ବେଷ୍ଟ ଏକ୍‌ଜୋଟିକ୍ ମେରିଗୋଲ୍ଡ ହୋଟେଲ୍ ଜରିଆରେ ଆନ୍ତର୍ଜାତୀୟ ସ୍ତରରେ କାମ କରିବା ଆରମ୍ଭ କରିଥିଲେ ।[][] ନେଟ୍‌ଫ୍ଲିକ୍ସ ସିରିଜ୍ ସେନ୍ସ୮ରେ ତାଙ୍କ ଭୂମିକା ପାଇଁ ସେ ପରିଚିତ ।

ଅଭିନୟ ଜୀବନ

[ସମ୍ପାଦନା]

ସେ ଜଣେ ମଡେଲ୍ ଭାବରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ସେ ୧୫୦ରୁ ଅଧିକ ବିଜ୍ଞାପନରେ କାମ କରିଛନ୍ତି । ୨୦୧୧ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ଏବଂ ୨୦୧୨ ମସିହାରେ ଆନ୍ତର୍ଜାତୀୟ ସ୍ତରର ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[]

୨୦୧୨ ମସିହାରେ, ସେ କିଙ୍ଗଫିସର୍ ସ୍ୱିମ୍‌ସୁଇଟ୍ କ୍ୟାଲେଣ୍ଡର ପାଇଁ କାମ କରିଥିଲେ ।[] ହିନ୍ଦୀ କଥାଚିତ୍ର ଟେବୁଲ୍ ନଂ ୨୧ରେ, ସେ ରାଜୀବ ଖଣ୍ଡେଲୱାଲଙ୍କ ସହିତ କାମ କରିଥିଲେ । ୨୦୧୫ ମସିହାରେ, ସେ ଦି ସେକେଣ୍ଡ ବେଷ୍ଟ ଏକ୍‌ଜୋଟିକ୍ ମେରିଗୋଲ୍ଡ ହୋଟେଲ୍‌ରେ କାମ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୧୧ ୟେ ଫୈସଲା ଅରୁଣିମା ଡ. ଦୁଆ ହିନ୍ଦୀ
ସହି ଧନ୍ଦେ ଗଲତ ବନ୍ଦେ ନେହା ଶର୍ମା
୨୦୧୨ କକ୍‌ଟେଲ୍ ୱେଟର୍ କ୍ୟାମିଓ
ଦି ବେଷ୍ଟ ଏକ୍‌ଜୋଟିକ୍ ମେରିଗୋଲ୍ଡ ହୋଟେଲ୍ ସୁନୈନା ଇଂରାଜୀ
୨୦୧୩ ଟେବୁଲ୍ ନଂ ୨୧ ସିଯା ଅଗସ୍ତି ହିନ୍ଦୀ
୨୦୧୫ ଦି ସେକେଣ୍ଡ ବେଷ୍ଟ ଏକ୍‌ଜୋଟିକ୍ ମେରିଗୋଲ୍ଡ ହୋଟେଲ୍ ସୁନୈନା ଇଂରାଜୀ
ଶରାଫତ ଗୟି ତେଲ୍ ଲେନେ ମେଘା ହିନ୍ଦୀ
୨୦୧୬ ଥୋମାସ୍ ଆଣ୍ଡ ଫ୍ରେଣ୍ଡସ୍: ଦି ଗ୍ରେଟ୍ ରେସ୍ ଅସୀମା ଇଂରାଜୀ ସ୍ୱର
୨୦୧୮ ଦଶେରା ଅଦିତି ସିଂହ ହିନ୍ଦୀ
ଗୁଡ୍ ଲକ୍ ଜନି ସକ୍ସେନ୍ ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର
୨୦୨୧ ବବ୍ ବିଶ୍ୱାସ ଇନ୍ଦିରା ବର୍ମା ହିନ୍ଦୀ

ଦୂରଦର୍ଶନ/ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୧୫–୨୦୧୮ ସେନ୍ସ୮ କଳା ଦାଣ୍ଡେକର ଇଂରାଜୀ ୱେବ୍ ସିରିଜ୍
୨୦୧୮-୨୦୨୦ ଥୋମାସ୍ ଆଣ୍ଡ୍ ଫ୍ରେଣ୍ଡସ୍ ଅସୀମା (ସ୍ୱର) ୬ଟି ଅଧ୍ୟାୟ
୨୦୨୧ ମୁମ୍ବାଇ ଡାଏରୀସ୍ - ୨୬/୧୧ ଅନନ୍ୟା ଘୋଷ ହିନ୍ଦୀ ୱେବ୍ ସିରିଜ୍
୨୦୨୨ ବ୍ଲଡି ବ୍ରଦର୍ସ ସୋଫି
  1. "Tena Desae". The Times of India. 18 November 2011. Archived from the original on 8 July 2012.
  2. Pereira, Priyanka (4 March 2012). "Tena Desae is no Freida Pinto". The Indian Express. Archived from the original on 7 December 2013. Retrieved 7 August 2012.
  3. Walker, Tim (9 February 2012). "Tena Desae, the star of The Best Exotic Marigold Hotel, looks for love in London". The Daily Telegraph. London. Archived from the original on 10 October 2021. Retrieved 3 April 2018.
  4. Jakhar, Deepti (10 January 2012). "Sizzling Beauties of Kingfisher Calendar 2012". India Today. Mail Today. Archived from the original on 1 July 2012. Retrieved 7 August 2012.
  5. Charles Gant (6 March 2012). "The Best Exotic Marigold Hotel brings sunshine back to the UK box office". The Guardian. Archived from the original on 29 October 2021. Retrieved 28 September 2015.

ବାହାର ଲିଙ୍କ୍

[ସମ୍ପାଦନା]