ଟିଙ୍କ ବାହିତ ଏନକେଫାଲାଇଟିସ୍ ଟିକା
Vaccine description | |
---|---|
Target disease | Tick-borne encephalitis virus |
Type | Killed/Inactivated |
Clinical data | |
ATC code | |
Identifiers | |
ChemSpider |
|
![]() ![]() |
ଟିଙ୍କ ବାହିତ ଏନକେଫାଲାଇଟିସ୍ ଟିକା ଏକ ପ୍ରକାର ଟିକା ଯାହା ଟିଙ୍କ ବାହିତ ଏନକେଫାଲାଇଟିସ୍ (ଟିବିଇ) ରୋଗ ପ୍ରତିରୋଧ ନିମନ୍ତେ ବ୍ୟବହାର କରାଯାଏ ।[୧] ଉତ୍ତର ଏସିଆ, ୟୁରୋପ ଓ ପୂର୍ବ ୟୁରୋପରେ ଏହି ରୋଗ ସାଧାରଣତଃ ଦେଖାଯାଏ । ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୮୭% ଲୋକଙ୍କର ଇମ୍ମ୍ୟୁନିଟି ହୋଇଯାଏ ।[୨] ସଂକ୍ରମିତ ଟିଙ୍କ କାମୁଡ଼ିଲେ ଏହା ଫଳପ୍ରଦ ହୁଏ ନାହିଁ । ଏହା ଇଞ୍ଜେକସନ ଆକାରରେ ମାଂସପେଶୀରେ ଦିଆଯାଏ । [୧]
ଏହି ରୋଗ ପ୍ରବଣ ଇଲାକାରେ ସମସ୍ତ ଲୋକଙ୍କୁ ଏହି ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ସୁପାରିସ କରୁଛି । ଅନ୍ୟଥା କେବଳ ଉଚ୍ଚ ସଙ୍କଟାପନ୍ନ ଲୋକଙ୍କୁ ଦିଆଯିବାକୁ ସୁପାରିସ କରାଯାଏ । ତିନି ଡୋଜ ଦେବାପରେ ପ୍ରତି ତିନିରୁ ୫ ବର୍ଷରେ ଏକ ଡୋଜ ଦେବା ଉଚିତ । ପ୍ରସ୍ତୁତ ଟିକା ଅନୁସାରେ ୧ ବା ୩ ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କୁ ଟିକା ଦିଆଯାଏ । [୧]
ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଗୌଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଜ୍ୱର, ଇଞ୍ଜେକସନ ନେଇଥିବା ସ୍ଥାନ ଲାଲ ଦେଖାଯାଏ ଓ ସେଠାରେ କଷ୍ଟ ହୁଏ । ପୁରୁଣା ସଂସ୍କରଣ ବିଶିଷ୍ଟ ଟିକାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଥିଲେ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ । [୧]
ସନ ୧୯୩୭ରେ ପ୍ରଥମ ଟିବିଏ ଟିକା ପ୍ରସ୍ତୁତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହାର ମୂଲ୍ୟ ୫୦ରୁ ୭୦ ବ୍ରିଟିଶ ପାଉଣ୍ଡ ।[୪] ଏହି ଟିକା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ ।[୫]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ ୧.୪ "Vaccines against tick-borne encephalitis: WHO position paper" (PDF). Releve epidemiologique hebdomadaire / Section d'hygiene du Secretariat de la Societe des Nations = Weekly epidemiological record / Health Section of the Secretariat of the League of Nations. 86 (24): 241–56. 10 June 2011. PMID 21661276.
- ↑ Demicheli V, Debalini MG, Rivetti A (2009). "Vaccines for preventing tick-borne encephalitis". Cochrane Database Syst Rev (1): CD000977. doi:10.1002/14651858.CD000977.pub2. PMID 19160184.
{{cite journal}}
: CS1 maint: multiple names: authors list (link) - ↑ "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
- ↑ "Tick-borne encephalitis - Prevention". 15/10/2015. Retrieved 15 December 2015.
{{cite web}}
: Check date values in:|date=
(help) - ↑ "3: Infectious Diseases Related to Travel". CDC Health Information for International Travel 2016. Oxford University Press. June 1, 2015. ISBN 978-0199379156.