Jump to content

ଟିଙ୍କ ବାହିତ ଏନ‌କେଫାଲାଇଟିସ୍

ଉଇକିପିଡ଼ିଆ‌ରୁ
ଟିଙ୍କ ବାହିତ ଏନ‌କେଫାଲାଇଟିସ୍
Vaccine description
Target diseaseTick-borne encephalitis virus
TypeKilled/Inactivated
Clinical data
ATC code
Identifiers
ChemSpider
  • none
 ☒NcheckY (what is this?)  (verify)


ଟିଙ୍କ ବାହିତ ଏନସେଫାଲାଇଟିସ (TBE) ଏକ ଭୂତାଣୁ ସଂକ୍ରାମକ ରୋଗ ଯେଉଁଥିରେ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳୀ ପ୍ରଭାବିତ ହୋଇଥାଏ । ଏହି ରୋଗ ବିଭିନ୍ନ ଭାବରେ ଯଥା ମେନିଞ୍ଜାଇଟିସ, ଏନସେଫାଲାଇଟିସ ବା ମେନିଙ୍ଗୋଏନସେଫାଲାଇଟିସ ଆକାରରେ ଉପସ୍ଥାପିତ ହୁଏ । ମାୟେଲାଇଟିସ ଓ ମେରୁଦଣ୍ଡୀୟ ପକ୍ଷାଘାତ ମଧ୍ୟ ହୋଇପାରେ । ପ୍ରାୟ ଏକ ତୃତୀୟାଂଶ ରୋଗୀଙ୍କର କର୍ମହାନୀ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ରହିପାରେ ।[]

ଅଧିକାଂଶ ଦେଶମାନଙ୍କରେ ଏହି ରୋଗ ସଂଖ୍ୟା ବୃଦ୍ଧି ହେଉଥିବାର ଖବର ଆସୁଛି ।[] ୟୁରୋପର କେତେକ ସ୍ଥାନରେ ଏହା ସ୍ଥାନୀୟ ରୋଗ ଭାବରେ ତିନି ଦଶନ୍ଧିରେ ୪୦୦% ବୃଦ୍ଧି ହେବା ଖବର ମିଳୁଛି ।[]

ଏହି ରୋଗ ବିଭିନ୍ନ ପ୍ରାଣୀ ଯେପରିକି ଘୋଡ଼ା ଓ ପକ୍ଷୀମାନଙ୍କୁ ମଧ୍ୟ ଆକ୍ରମଣ କରେ ।[]

ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୮୭% ଲୋକଙ୍କର ଇମ୍ମ୍ୟୁନିଟି ହୋଇଯାଏ ।[] ସଂକ୍ରମିତ ଟିଙ୍କ କାମୁଡ଼ିଲେ ଏହା ଫଳପ୍ରଦ ହୁଏ ନାହିଁ । ଏହା ଇଞ୍ଜେକସନ ଆକାରରେ ମାଂସପେଶୀରେ ଦିଆଯାଏ । []

ଏହି ରୋଗ ପ୍ରବଣ ଇଲାକାରେ ସମସ୍ତ ଲୋକଙ୍କୁ ଏହି ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ସୁପାରିସ କରୁଛି । ଅନ୍ୟଥା କେବଳ ଉଚ୍ଚ ସଙ୍କଟାପନ୍ନ ଲୋକଙ୍କୁ ଦିଆଯିବାକୁ ସୁପାରିସ କରାଯାଏ । ତିନି ଡୋଜ ଦେବାପରେ ପ୍ରତି ତିନିରୁ ୫ ବର୍ଷରେ ଏକ ଡୋଜ ଦେବା ଉଚିତ । ପ୍ରସ୍ତୁତ ଟିକା ଅନୁସାରେ ୧ ବା ୩ ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କୁ ଟିକା ଦିଆଯାଏ । []

ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଗୌଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଜ୍ୱର, ଇଞ୍ଜେକସନ ନେଇଥିବା ସ୍ଥାନ ଲାଲ ଦେଖାଯାଏ ଓ ସେଠାରେ କଷ୍ଟ ହୁଏ । ପୁରୁଣା ସଂସ୍କରଣ ବିଶିଷ୍ଟ ଟିକାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଥିଲେ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ । []

ସନ ୧୯୩୭ରେ ପ୍ରଥମ ଟିବିଏ ଟିକା ପ୍ରସ୍ତୁତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହାର ମୂଲ୍ୟ ୫୦ରୁ ୭୦ ବ୍ରିଟିଶ ପାଉଣ୍ଡ ।[] ଏହି ଟିକା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ ।[]

  1. Lindquist, Lars; Vapalahti, Olli (31 May 2008). "Tick-borne encephalitis". The Lancet (in English). 371 (9627): 1861–1871. doi:10.1016/S0140-6736(08)60800-4. ISSN 0140-6736. PMID 18514730. S2CID 901857.{{cite journal}}: CS1 maint: unrecognized language (link)
  2. Suss J (June 2008). "Tick-borne encephalitis in Europe and beyond--the epidemiological situation as of 2007". Euro Surveill. 13 (26). doi:10.2807/ese.13.26.18916-en. PMID 18761916.
  3. "Factsheet about tick-borne encephalitis (TBE)". European Centre for Disease Prevention and Control. 18 June 2017. Retrieved 15 January 2019.
  4. Tickborne Encephalitis Virus reviewed and published by WikiVet, accessed 12 October 2011.
  5. Demicheli V, Debalini MG, Rivetti A (2009). "Vaccines for preventing tick-borne encephalitis". Cochrane Database Syst Rev (1): CD000977. doi:10.1002/14651858.CD000977.pub2. PMID 19160184.{{cite journal}}: CS1 maint: multiple names: authors list (link)
  6. ୬.୦ ୬.୧ ୬.୨ ୬.୩ "Vaccines against tick-borne encephalitis: WHO position paper" (PDF). Releve epidemiologique hebdomadaire / Section d'hygiene du Secretariat de la Societe des Nations = Weekly epidemiological record / Health Section of the Secretariat of the League of Nations. 86 (24): 241–56. 10 June 2011. PMID 21661276.
  7. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
  8. "Tick-borne encephalitis - Prevention". 15/10/2015. Retrieved 15 December 2015. {{cite web}}: Check date values in: |date= (help)
  9. "3: Infectious Diseases Related to Travel". CDC Health Information for International Travel 2016. Oxford University Press. June 1, 2015. ISBN 978-0199379156.