ଟଡଲରଙ୍କ ଭଙ୍ଗା
ଟଡଲରଙ୍କ ଭଙ୍ଗା | |
---|---|
Childhood accidental spiral tibial (CAST) fractures | |
ବିଭାଗ | Emergency medicine, orthopedics |
ଲକ୍ଷଣ | Pain in lower leg, limp[୧] |
ଆକ୍ରାନ୍ତ ସମୟ | 9 mths to 3 yrs[୧] |
ଅବଧି | 3 to 4 wks[୧] |
କାରଣ | Low energy injury[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and examination, supported by X-rays[୧] |
ସଠିକ ରୋଗ ନିର୍ଣ୍ଣୟ | Transient synovitis, septic arthritis, osteomyelitis, other types of fractures[୧] |
ଚିକିତ୍ସା | Splinting, casting, no immobilization[୧] |
Prognosis | Good[୧] |
ପୁନଃପୌନିକ | Relatively common[୧] |
ଟଡଲରଙ୍କ (ଚାଲିବା ଆରମ୍ଭ କରୁଥିବା ପିଲା) ଭଙ୍ଗା ହେଉଛି ଏକ ପ୍ରକାର ଅସ୍ଥି ଭଗ୍ନ ଯାହା ଟିବିଆ ହାଡ଼ର ନିମ୍ନ ଭାଗରେ ଘଟିଥାଏ । [୧] ଏହାର ଲକ୍ଷଣ ମଧ୍ୟରେ ଗୋଡ ତଳ ଭାଗରେ ଯନ୍ତ୍ରଣା ହୁଏ ଏବଂ ରୋଗୀ ଛୋଟେଇ ଛୋଟେଇ ଚାଲନ୍ତି ।[୧] କେତେକ ରୋଗୀ ଚାଲିବାକୁ ମନା କରନ୍ତି ।[୨]
ଏହାର କାରଣ ମଧ୍ୟରେ ପାଦ ଉପରେ ଠିଆ ହୋଇ ଗୋଡ଼ ମୋଡ଼ିଲେ ହୁଏ ।[୧] ପଡ଼ିଗଲେ କିମ୍ବା ଅନ୍ୟାନ୍ୟ ଛୋଟ ଘଟଣା ଯୋଗୁଏହା ହୋଇପାରେ ।[୧] ଏହା ସାଧାରଣତଃ ଟିବିଆର ନିମ୍ନ ବା ଦୂର ତୃତୀୟାଂଶରେ ଘଟିଥାଏ, ସ୍ଥାନଚ୍ୟୁତ ହୋଇନଥାଏ ଏବଂ ଏହାର ଏକ ସ୍ପାଇରାଲ ବା କୁଣ୍ଡଳି ଢାଞ୍ଚା ଥାଏ ।[୧] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଏବଂ ପରୀକ୍ଷଣ ଉପରେ ଆଧାରିତ ହୋଇଥାଏ, ପ୍ରାରମ୍ଭିକ ରଞ୍ଜନରଶ୍ମିରେ ପ୍ରାୟ ଅଧା ରୋଗୀଙ୍କର ଭଙ୍ଗା ଦେଖାଯାଏ ନାହିଁ ଓ ସାଧାରଣ ହାଡ଼ ଭଳି ଦେଖାଯାଏ ।[୧]
ଏହାର ଚିକିତ୍ସାରେ ପ୍ରାୟତ ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ଗୋଡ଼ର ଗତିକୁ ସୀମିତ ରଖାଯାଏ, ଗୋଡ଼ରେ ବା ଆଣ୍ଠୁ ଉପରକୁ ପ୍ଲାସ୍ଟର ବା ସ୍ପ୍ଲିଣ୍ଟ ଦିଆଯାଏ।[୧] ଆଣ୍ଠୁ ଉପରେ କିମ୍ବା ତଳେ କାଷ୍ଟିଂ ହୋଇପାରେ ।[୧] କେତେକ ଚିକିତ୍ସକ ଅଚଳ କରିବା ବିନା ଚିକିତ୍ସାକୁ ଅନୁମତି ଦିଅନ୍ତି ।[୧] ଫଳାଫଳ ପ୍ରାୟ ସବୁବେଳେ ଭଲ ।[୧]
ଟଡଲରଙ୍କ ଭଙ୍ଗା ଅପେକ୍ଷାକୃତ ସାଧାରଣ, ପିଲାମାନଙ୍କ ପ୍ରତି ଏକ ହଜାର ମଧ୍ୟରୁ ୧.୫ ଜଣ ଜରୁରୀକାଳୀନ ବିଭାଗକୁ ଯାଆନ୍ତି ।[୧] ଏହା ସାଧାରଣତଃ ୯ ମାସରୁ ୩ ବର୍ଷ ବୟସ ମଧ୍ୟରେ ହେଉଥିବା ଦେଖାଯାଏ । [୧] ଏହାକୁ ପ୍ରଥମେ ୧୯୬୪ରେ ଡନବାରଙ୍କ (Dunbar) ଦ୍ୱାରା ବର୍ଣ୍ଣନା କରାଯାଇଥିଲା । [୩] [୪] ପୂର୍ବରୁ ଦୁର୍ଘଟଣା ବିହୀନ ଆଘାତର ଏକ ଚିନ୍ତା ଥିଲା; ତଥାପି, ଏହା ବହୁତ କ୍ୱଚିତ୍ ହୋଇପାରେ ।[୫]
ଆଧାର[ସମ୍ପାଦନା]
- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Wang, Y; Doyle, M; Smit, K; Varshney, T; Carsen, S (1 January 2022). "The Toddler's Fracture". Pediatric emergency care. 38 (1): 36–39. doi:10.1097/PEC.0000000000002600. PMID 34986580.
- ↑ Vezzetti, R; Bordoni, B (January 2022). "Antalgic Gait In Children". PMID 30571006.
{{cite journal}}
: Cite journal requires|journal=
(help) - ↑ Martino, Fabio; Defilippi, Claudio; Caudana, Roberto (26 June 2011). Imaging of Pediatric Bone and Joint Trauma (in ଇଂରାଜୀ). Springer Science & Business Media. p. 183. ISBN 978-88-470-1655-2. Archived from the original on 5 May 2022. Retrieved 5 May 2022.
- ↑ Dunbar JS, Owen HF, Nogrady MB, McLeese R (September 1964). "Obscure tibial fracture of infants -- the toddler's fracture". J Can Assoc Radiol. 15: 136–44. PMID 14212071.
- ↑ Gaillard, Frank. "Toddler fracture | Radiology Reference Article | Radiopaedia.org". Radiopaedia. Archived from the original on 26 March 2022. Retrieved 5 May 2022.