ଓଷ୍ଟିଓମାୟେଲାଇଟିସ

ଉଇକିପିଡ଼ିଆ‌ରୁ
(Osteomyelitisରୁ ଲେଉଟି ଆସିଛି)
ଓଷ୍ଟିଓମାୟେଲାଇଟିସ (Osteomyelitis)
ଅସ୍ଥି ସଂକ୍ରମଣ (Bone infection)
ବାମ ପାଦର ପ୍ରଥମ ଆଙ୍ଗୁଠିରେ ଓଷ୍ଟିଓମାୟେଲାଇଟିସ
ବିଭାଗଅସ୍ଥି ସଂକ୍ରମଣ ରୋଗ, ଅସ୍ତିଶଲ୍ୟ ବିଭାଗ (orthopedics)
ଲକ୍ଷଣଅସ୍ଥିରେ ଯନ୍ତ୍ରଣା, ଅସ୍ଥି ଉପର ଅଂଶ ଲାଲ , ଜ୍ୱର ଓ ଦୁର୍ବଳତା[୧]
ଆକ୍ରାନ୍ତ ସମୟଯୁବା ଓ ବୃଦ୍ଧାବସ୍ଥା[୧]
ଅବଧିସ୍ୱଳ୍ପ ଓ ଦୀର୍ଘକାଳୀନ[୨]
କାରଣଜୀବାଣୁ ଓ କବକ[୨]
ବିପଦ କାରକମଧୁମେହ, ଶିରାଭ୍ୟନ୍ତର ଔଷଧ ବ୍ୟବ‌ହାର (intravenous drug use), ପୂର୍ବତନ ସ୍ପ୍ଲେନେକଟୋମି (removal of the spleen), ସ୍ଥାନୀୟ ଆଘାତ[୧]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ପରୀକ୍ଷା (Blood tests), ମେଡିକାଲ ଇମେଜିଙ୍ଗ (medical imaging), ଅସ୍ଥି ବାୟୋପ୍ସି (bone biopsy)[୨]
ସଠିକ ରୋଗ ନିର୍ଣ୍ଣୟସାର୍କୋସ ରୋଗ (Charcot's joint), ରିଉମାଟଏଡ ଆର୍ଥ୍ରାଇଟିସ, ଇନଫେକସସ ଆର୍ଥ୍ରାଇଟିସ (infectious arthritis), ଜାଏଣ୍ଟ ସେଲ ଟ୍ୟୁମର (giant cell tumor), ସେଲ୍ୟୁଲାଇଟିସ cellulitis[୧][୩]
ଚିକିତ୍ସାଜୀବାଣୁବିରୋଧୀ ଔଷଧ (Antimicrobials), ଅପରେଶନ[୪]
Prognosisଉପ‌ଯୁକ୍ତ ଚିକିତ୍ସାରେ ମୃତ୍ୟୁ ସଙ୍କଟ ବ‌ହୁତ କମ୍[୫]
ପୁନଃପୌନିକବର୍ଷକୁ ଏକ ଲକ୍ଷରେ ୨.୪[୬]

ଓଷ୍ଟିଓମାୟେଲାଇଟିସ ବା ଓଏମ (ଇଂରାଜୀ ଭାଷାରେ Osteomyelitisଓର OM) ଏକ ରୋଗ ଯେଉଁଥିରେ ଅସ୍ଥିରେ (bone) ସଂକ୍ରମଣ (infection) ହୁଏ ।[୧] ଏହି ରୋଗରେ ଅସ୍ଥିରେ ଯନ୍ତ୍ରଣା ହୁଏ, ଅସ୍ଥି ଉପର ଅଂଶ ଲାଲ ଦେଖାଯାଏ, ଜ୍ୱର ଓ ରୋଗୀକୁ ଦୁର୍ବଳ ଲାଗେ ।[୧] ପିଲାମାନଙ୍କର ଅବୟବରେ ଥିବା ଲମ୍ବା ଅସ୍ଥି ଓ ବଡ଼ ମଣିଷଙ୍କର ପାଦ, ମେରୁଅସ୍ଥି ଓ ହିପ ଆକ୍ରମଣର ଶିକାର ହୁଅନ୍ତି ।[୨]

ସାଧାରଣତଃ ଏହି ରୋଗ ଜୀବାଣୁ ସଂକ୍ରମଣ (bacterial infection) ଯୋଗୁ ଓ କ୍ୱଚିତ୍ କବକ ସଂକ୍ରମଣ (fungal infection) ଯୋଗୁ ହୁଏ ।[୧][୨] ରକ୍ତ ମାଧ୍ୟମରେ ବା ସ୍ଥାନୀୟ ତନ୍ତୁ ସଂକ୍ରମଣରୁ ଏହା ବ୍ୟାପିଯାଇ ଅସ୍ଥିକୁ ଆକ୍ରମଣ କରେ ।[୪] ମଧୁମେହ, ଶିରାଭ୍ୟନ୍ତର ଔଷଧ ବ୍ୟବ‌ହାର (intravenous drug use), ପୂର୍ବତନ ସ୍ପ୍ଲେନେକଟୋମି (removal of the spleen), ସ୍ଥାନୀୟ ଆଘାତ ଥିଲେ ଏହି ରୋଗ ସଙ୍କଟ ରହିବ ।[୧] ଲକ୍ଷଣ ଅନୁଶୀଳନ କରି ସ୍ୱାଭାବିକ ଭାବରେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ ।[୨] ରକ୍ତ ପରୀକ୍ଷା (Blood tests), ମେଡିକାଲ ଇମେଜିଙ୍ଗ (medical imaging), ଅସ୍ଥି ବାୟୋପ୍ସି (bone biopsy) କରି ଏହାକୁ ନିଧାର୍ଯ୍ୟ କରାଯାଏ ।[୨]

ଓଷ୍ଟିଓମାୟେଲାଇଟିସ ଚିକିତ୍ସାରେ ଉଭୟ ଜୀବାଣୁରୋଧୀ (antimicrobials) ଓ ଅପରେଶନ କରିବା ଆବଶ୍ୟକ ହୁଏ ।[୪] ରୋଗା ସ୍ଥାନ‌କୁ ରକ୍ତ ସରବରାହ କମ୍ ଥିଲେ ଆମ୍ପୁଟେସନ କରାଯାଏ ।[୨] ତୁରନ୍ତ ଚିକିତ୍ସାର ଫଳାଫଳ ଭଲ ରହେ ।[୨] ବର୍ଷକୁ ଏକ ଲକ୍ଷ ଲୋକରେ ୨.୪ ଲୋକ ଆକ୍ରାନ୍ତ ହୁଅନ୍ତି ।[୬] ସାଧାରଣତଃ ଯୁବା ଓ ବୃଦ୍ଧାବସ୍ଥାର ଲୋକଙ୍କୁ ଅଧିକ ରୋଗ ହୁଏ ।[୧] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୩] ଖ୍ରୀ:ପୂ: ୩୦୦ରେ ହିପ୍ପୋକ୍ରେଟ (Hippocrates) ପ୍ରଥମେ ଏହି ରୋଗ ବିଷୟ ଲେଖିଥିଲେ ।[୪] ଆଣ୍ଟିବାୟୋଟିକ ଉଦ୍ଭାବନ ପୂର୍ବରୁ ଏହି ରୋଗ ମୃତ୍ୟୁ ସଙ୍କଟ ଉଲ୍ଲେଖନୀୟ ଥିଲା ।[୭]

ଏହାକୁ ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Osteomyelitis". NORD (National Organization for Rare Disorders). 2005. Archived from the original on 11 February 2017. Retrieved 20 July 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Osteomyelitis". Genetic and Rare Diseases Information Center (GARD) (in ଇଂରାଜୀ). 2016. Archived from the original on 9 February 2017. Retrieved 20 July 2017.
  3. ୩.୦ ୩.୧ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 924. ISBN 9780323529570. Archived from the original on 2017-09-10.
  4. ୪.୦ ୪.୧ ୪.୨ ୪.୩ Schmitt, SK (June 2017). "Osteomyelitis". Infectious disease clinics of North America. 31 (2): 325–338. doi:10.1016/j.idc.2017.01.010. PMID 28483044.
  5. Bennett, John E.; Dolin, Raphael; Blaser, Martin J. (2014). Principles and Practice of Infectious Diseases (in ଇଂରାଜୀ). Elsevier Health Sciences. p. 2267. ISBN 9781455748013. Archived from the original on 2017-09-10.
  6. ୬.୦ ୬.୧ Hochberg, Marc C.; Silman, Alan J.; Smolen, Josef S.; Weinblatt, Michael E.; Weisman, Michael H. (2014). Rheumatology E-Book (in ଇଂରାଜୀ). Elsevier Health Sciences. p. 885. ISBN 9780702063039. Archived from the original on 2017-09-10.
  7. Brackenridge, R. D. C.; Croxson, Richard S.; Mackenzie, Ross (2016). Medical Selection of Life Risks 5th Edition Swiss Re branded (in ଇଂରାଜୀ). Springer. p. 912. ISBN 9781349566327. Archived from the original on 2017-09-10.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ

ଛାଞ୍ଚ:Commonscatinline