ଟକ୍‌ସୋପ୍ଲାଜମୋସିସ୍

ଉଇକିପିଡ଼ିଆ‌ରୁ
ଟକ୍‌ସୋପ୍ଲାଜମୋସିସ୍
ଟି. ଗୋଣ୍ଡି ଟାକିଜଏଟ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦B58.
ଆଇସିଡ଼ି-୯-ସିଏମ୍130
ରୋଗ ଡାଟାବେସ13208
ମେଡ଼ିସିନ-ପ୍ଲସ000637
ଇ-ମେଡ଼ିସିନmed/2294
Patient UKଟକ୍‌ସୋପ୍ଲାଜମୋସିସ୍
MeSHD014123

ଟକ୍‌ସୋପ୍ଲାଜମୋସିସ୍ ଏକ ପରଜୀବୀ ରୋଗ ଯାହା ଟକ୍‌ସୋପ୍ଲାଜମା ଗୋଣ୍ଡି ଯୋଗୁ ହୁଏ ।[୧]ବୟଃପ୍ରାପ୍ତ ଲୋକଙ୍କର ପ୍ରାୟ କୌଣସି ଲକ୍ଷଣ ଦେଖାଯାଏ ନାହିଁ । [୨] ବେଳେବେଳେ କିଛି ସପ୍ତାହ ବା ମାସ ଧରି ସାମାନ୍ୟ ଫ୍ଲୁ ଭଳି ଥଣ୍ଡା ହୁଏ ଓ ଲସିକା ଗ୍ରନ୍ଥି ଦରଜ ହୋଇଯାଏ ।[୩] ଚକ୍ଷୁ ସମସ୍ୟା କିଛି ଲୋକଙ୍କର ହୁଏ । ଦୁର୍ବଳ ଇମ୍ମ୍ୟୁନିଟି ସିସ୍ଟମ ଥିଲେ ବାତ(seizure) ମାରେ ଓ ଅଙ୍ଗ ସମନ୍ୱୟର ଅଭାବ ହୁଏ । ଗର୍ଭାବସ୍ଥାରେ ଏହି ରୋଗ ହେଲେ ଶିଶୁର ଜନ୍ମଗତ ଟକ୍‌ସୋପ୍ଲାଜମୋସିସ୍ ହୁଏ । [୩]

ପରଜୀବୀର ସିସ୍ଟ ମିଶ୍ରିତ ଦରସିଝା ଖାଦ୍ୟ ଖାଇଲେ, ସଂକ୍ରମିତ ବିଲେଇ ମଳ ଅପମିଶ୍ରିତ ଖାଦ୍ୟ ଖାଇଲେ ଓ ଗର୍ଭାବସ୍ଥାରେ ମାଆ ସଂକ୍ରମିତ ଥିଲେ ଶିଶୁକୁ ଏହି ରୋଗ ବ୍ୟାପେ । କ୍ୱଚିତ ଏହି ରୋଗ ରକ୍ତ ସଞ୍ଚାରଣଦ୍ୱାରା ବ୍ୟାପିଥାଏ । ଏହା ମାନବଠାରୁ ଅନ୍ୟ କୌଣସି ଉପାୟରେ ମାନବକୁ ବ୍ୟାପେନାହିଁ ।[୧] ଏହି ପରଜୀବୀ ବିଲେଇ ପରିବାରର ଦେହରେ ଯୌନ ପ୍ରଜନନ କରି ବଂଶ ବଢ଼ାଏ । ମାନବ ସ‌ହିତ ଅଧିକାଂଶ ଉଷ୍ମ ରକ୍ତଧାରୀ ଯନ୍ତୁଙ୍କୁ ଏହା ସଂକ୍ରମିତ କରେ ।[୪] ରକ୍ତରେ ଏହାର ଆଣ୍ଟିବଡି ମିଳିଲେ ଓ ଆମ୍‌ନିଓଟିକ୍ ତରଳ ପଦାର୍ଥରେ ପରଜୀବୀର ଡିଏନଏ ମିଳିଲେ ରୋଗ ନିର୍ଣ୍ଣୟ କରାଯାଏ । [୫]

ଖାଦ୍ୟ ଉତ୍ତମରୂପେ ପ୍ରସ୍ତୁତ କଲେ ଏହି ରୋଗ ପ୍ରତିରୋଧ କରିହୁଏ । ଗର୍ଭବତୀ ମହିଳାଙ୍କୁ ବିଲେଇ ଛୁଆ ବାକ୍ସ ପରିସ୍କାର କରିବାକୁ ମନା କରାଯାଏ ।[୬] ଲକ୍ଷଣ ନ ଥିବା ଲୋକଙ୍କ ଚିକିତ୍ସା ଅନାବଶ୍ୟକ । ଗର୍ଭାବସ୍ଥାରେ ଚିକିତ୍ସା ନିମନ୍ତେ ସ୍ପାଇରାମାଇସିନ କିମ୍ବା ପାଇରିମେଥାମିନ/ସଲଫାଡାଏଜିନଫଲିନିକ ଏସିଡ ଦିଆଯାଇପାରେ ।[୭]

ପୃଥିବୀର ପ୍ରାୟ ୫୦ % ଲୋକଙ୍କୁ ଏହି ରୋଗ ହୁଏ ।[୮] ଆମେରିକାରେ ୨୩ % ଲୋକ ଏହାଦ୍ୱାରା ଆକ୍ରାନ୍ତ ହୁଅନ୍ତି,[୯] ଓ ପୃଥିବୀର କେତେକ ସ୍ଥାନରେ ୯୫ % ଲୋକ ଆକ୍ରାନ୍ତ ହୁଅନ୍ତି । [୧] ପ୍ରତିବର୍ଷ ପ୍ରାୟ ୨୦୦,୦୦୦ ଜନ୍ମଗତ ଟକ୍‌ସୋପ୍ଲାଜମୋସିସ୍ ଚିହ୍ନଟ ହେଉଛନ୍ତି ।[୧୦] ଚାର୍ଲସ୍ ନିକୋଲିଲୁଇ ମାନ‌କ‌କ୍ସ ପ୍ରଥମେ ସନ ୧୯୦୮ରେ ଏହା ବିଷୟରେ ବର୍ଣ୍ଣନା କରିଥିଲେ । ମାଆଠାରୁ ଶିଶୁକୁ ବ୍ୟାପିବା ୧୯୪୧ ମସିହାରେ ପୁଷ୍ଟିକରଣ କରାଯାଇଥିଲା ।[୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Parasites - Toxoplasmosis (Toxoplasma infection) Epidemiology & Risk Factors". March 26, 2015. Retrieved 22 August 2015.
  2. Hunter, CA; Sibley, LD (November 2012). "Modulation of innate immunity by Toxoplasma gondii virulence effectors". Nature Reviews Microbiology. 10 (11): 766–78. doi:10.1038/nrmicro2858. PMID 23070557.
  3. ୩.୦ ୩.୧ "Parasites - Toxoplasmosis (Toxoplasma infection) Disease". July 10, 2014. Retrieved 22 August 2015.
  4. "Parasites - Toxoplasmosis (Toxoplasma infection) Biology". March 17, 2015. Retrieved 22 August 2015.
  5. "Parasites - Toxoplasmosis (Toxoplasma infection) Diagnosis". January 10, 2013. Retrieved 22 August 2015.
  6. "Parasites - Toxoplasmosis (Toxoplasma infection) Prevention & Control". January 10, 2013. Retrieved 22 August 2015.
  7. "Parasites - Toxoplasmosis (Toxoplasma infection) Resources for Health Professionals". April 14, 2014. Retrieved 22 August 2015.
  8. Flegr J, Prandota J, Sovičková M, Israili ZH (March 2014). "Toxoplasmosis--a global threat. Correlation of latent toxoplasmosis with specific disease burden in a set of 88 countries". PLoS ONE. 9 (3): e90203. doi:10.1371/journal.pone.0090203. PMC 3963851. PMID 24662942. Toxoplasmosis is becoming a global health hazard as it infects 30-50% of the world human population.{{cite journal}}: CS1 maint: unflagged free DOI (link)
  9. Jones JL, Parise ME, Fiore AE (2014). "Neglected parasitic infections in the United States: toxoplasmosis". Am. J. Trop. Med. Hyg. 90 (5): 794–9. doi:10.4269/ajtmh.13-0722. PMC 4015566. PMID 24808246.
  10. Torgerson, PR; Mastroiacovo, P (1 July 2013). "The global burden of congenital toxoplasmosis: a systematic review". Bulletin of the World Health Organization. 91 (7): 501–8. doi:10.2471/blt.12.111732. PMID 23825877.
  11. Ferguson DJ (2009). "Toxoplasma gondii: 1908-2008, homage to Nicolle, Manceaux and Splendore". Memórias Do Instituto Oswaldo Cruz. 104 (2): 133–48. doi:10.1590/S0074-02762009000200003. PMID 19430635.