ଜୟରାମ ଟୁଡ଼ୁ

ଉଇକିପିଡ଼ିଆ‌ରୁ
ଜୟରାମ ଟୁଡ଼ୁ
ଜନ୍ମ ଓ ଜନ୍ମସ୍ଥାନ (1964-10-12) ୧୨ ଅକ୍ଟୋବର ୧୯୬୪ (ବୟସ ୫୯)
ମୁଣ୍ଡାବନୀ, ସୁନ୍ଦରଗଡ଼
ବୃତ୍ତିରାଉରକେଲା ଇସ୍ପାତ କାରଖାନା କର୍ମଚାରୀ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାର
ଜୀବନସାଥୀଲୁସ୍କି ଟୁଡ଼ୁ
ପିତାମାତାପିଥଚରଣ ଟୁଡ଼ୁ , ସାଲଗେ ଟୁଡ଼ୁ

ଜୟରାମ ଟୁଡ଼ୁ (ଜନ୍ମ: ୧୨ ଅକ୍ଟୋବର ୧୯୬୪) ଜଣେ ସାନ୍ତାଳୀ ସାହିତ୍ୟିକ । ୨୦୨୦ ମସିହା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଓଡ଼ିଶାର ପ୍ରଥମ ଆଦିବାସୀ ମନ୍ତ୍ରୀ ସୁନାରାମ ସୋରେନଙ୍କ ଜୀବନୀ ଉପରେ ଆଧାରିତ ଆତ୍ମଜୀବନୀ ଭଞ୍ଜ କୁଲ୍‌ ଭୁର୍‌କା: ଇପିଲ ସୁନାରାମ ସୋରେନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଜୟରାମ, ୧୯୬୪ ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ମୁଣ୍ଡାବନୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପିଥଚରଣ ଟୁଡ଼ୁ ଓ ମାତାଙ୍କ ନାମ ସାଲଗେ ଟୁଡ଼ୁ । ସେ ଜଗନ୍ନାଥପୁର ନିମ୍ନ ପ୍ରାଥମିକ ବିଦ୍ୟାଳୟ, ବାତି ହିଞ୍ଜା ମାଧ୍ୟମିକ ବିଦ୍ୟାଳୟ ଓ ରାଉରକେଲାର ସାର ଗାନ୍ଧୀ ହାଇସ୍କୁଲରୁ ନିଜ ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ । ସେ ଏମପିସି କଲେଜ ବାରିପଦାରୁ ନିଜ ମହାବିଦ୍ୟାଳୟ ଶିକ୍ଷା ଲାଭ କରିଥିଲେ । ବାରିପଦାରୁ ସେ ଆଇଆଇଟି ତାଲିମ ମଧ୍ୟ ହାସଲ କରିଥିଲେ । ରାଉରକେଲା ଆଇନ ମହାବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସାନ୍ତାଳୀ ଭାଷାରେ ସେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ସେ ରାଉରକେଲା ଇସ୍ପାତ କାରଖାନାରେ ଚାକିରୀ କରନ୍ତି । ତାଙ୍କ ପତ୍ନୀଙ୍କ ନାମ ଲୁସ୍କି ଟୁଡ଼ୁ ।[୧]

ସାହିତ୍ୟ ସର୍ଜନା[ସମ୍ପାଦନା]

୧୯୮୩ ମସିହାରୁ ହାଇସ୍କୁଲରେ ପଢ଼ିବା ସମୟରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ପିଲାଦିନେ ତାଙ୍କର କିଛି ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଉଥିଲା । ୨୦୧୨ ମସିହାରୁ ସେ ନିୟମିତ ଲେଖିବା ଆରମ୍ଭ କରିଥିଲେ ।[୨]

ରଚନାବଳୀ[ସମ୍ପାଦନା]

  • ଭଞ୍ଜ କୁଲ୍‌ ଭୁର୍‌କା: ଇପିଲ ସୁନାରାମ ସୋରେନ
  • ସାରନା ଘୋରୋଂ ବୋଂଗା ବୁରୁ
  • ଜାନମ ପାରସୀ ଅଡ଼ାଡ
  • ଲୁଗୁ ବୁରୁ ଘଣ୍ଟା ବାଡ଼ି
  • ବାବା ତିଲକା ମାଝି
  • ଅରହୋଂ ପାଣ୍ଡୁଲିପି ଦୋ ତୋଂଗେ ମେନାକ ଗେୟା[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାର - ୨୦୨୦ (ଭଞ୍ଜ କୁଲ୍‌ ଭୁର୍‌କା: ଇପିଲ ସୁନାରାମ ସୋରେନ)[୪]

ଆଧାର[ସମ୍ପାଦନା]

  1. "ଜୟରାମ ଟୁଡ଼ୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ". www.samajalive.in. ସମାଜ. Archived from the original on 16 November 2021. Retrieved 16 November 2021. {{cite web}}: |archive-date= / |archive-url= timestamp mismatch; 10 ଅପ୍ରେଲ 2021 suggested (help)
  2. "ଶିଶୁଙ୍କ ପାଇଁ ଲେଖିବାକୁ ହେଲେ ନିଜକୁ ଶିଶୁ ହେବାକୁ ପଡ଼େ: ଜୟରାମ ଟୁଡୁ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 15 November 2021. Retrieved 15 November 2021.
  3. "Sahitya Akademy Award: संताली लेखक रूपचांद हांसदा, जयराम टुडू एवं अंजलि किस्कू को साहित्य अकादमी पुरस्कार". www.jagran.com. ଜାଗରଣ. Archived from the original on 16 November 2021. Retrieved 16 November 2021.
  4. "କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ପୁରସ୍କୃତ ସାହିତ୍ୟିକ ସମ୍ମିଳନୀ: ଲେଖକୀୟ ଅଭିବ୍ୟକ୍ତି ରଖିଲେ ୧୮ ବାଳସାହିତ୍ୟ ପୁରସ୍କାର ବିଜେତା". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 16 November 2021. Retrieved 16 November 2021.