ଜୟନ୍ତ ଯାଦବ
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | Delhi, India | ୨୨ ଜାନୁଆରୀ ୧୯୯୦||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed | ||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm off break | ||||||||||||||||||||||||||||||||||||||||||||||||||||
ଭୂମିକା | All-rounder | ||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | |||||||||||||||||||||||||||||||||||||||||||||||||||||
National side | |||||||||||||||||||||||||||||||||||||||||||||||||||||
Only ODI (cap 216) | 29th October 2016 v New Zealand | ||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | 22 | ||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | |||||||||||||||||||||||||||||||||||||||||||||||||||||
Years | Team | ||||||||||||||||||||||||||||||||||||||||||||||||||||
2011/12–present | Haryana | ||||||||||||||||||||||||||||||||||||||||||||||||||||
2014–present | Delhi Daredevils | ||||||||||||||||||||||||||||||||||||||||||||||||||||
Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
Source: Cricinfo, 24 January 2015 |
ଜୟନ୍ତ ଯାଦବ ( ଜନ୍ମ '୨୨ ଜାନୁୟାରୀ ୧୯୯୦ ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ନିଜ ରାଜ୍ୟ ହରିୟାଣା ପାଇଁ ଖେଳୁଥିବା ଯାଦବ ଜଣେ ସ୍ପିନ ବୋଲର ଓ ଉପଯୋଗୀ ତଳ ଅର୍ଡରର ବେଟସମେନ ଭାବରେ ଖେଳନ୍ତି ଓ ୨୦୧୬ରେ ନିଉ ଜିଲାଣ୍ଡ ସହ ହୋଇଥିବା ଏକଦିବସୀୟ ସିରିଜ ରେ ଭାରତୀୟ ଜାତୀୟ ଦଳ ପାଇଁ ମଧ୍ୟ ଖେଳିଥିଲେ ।୨୦୧୪ରେ ସେ ଦିଲ୍ଲୀ ଦଳ ପାଇଁ ଆଇପିଏଲ ଖେଳିଥିଲେ ।[୧]
ଘରେଇ କ୍ରିକେଟ ଜୀବନ
[ସମ୍ପାଦନା]ଅଲ ରାଉଣ୍ଡର ଭାବରେ ଜୟନ୍ତ ଯାଦବ ହରିୟାଣା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ୨୦୧୧ ମସିହାରେ ୨୧ ବର୍ଷ ବୟସରେ ଅରମ୍ଭ କରିଥିଲେ । ସେହି ସିଜନରେ ସେ ତାଙ୍କର ପ୍ରଥମ ମେଚରେ ୬ଟି ୱିକେଟ ନେଇଥିଲେ ମଧ୍ୟ ଅନ୍ୟ ଦୁଇଟି ମେଚରେ ମାତ୍ର ଗୋଟିଏ ୱିକେଟ ପାଇଥିଲେ । ବର୍ଷକ ପରେ ସେ କର୍ଣାଟକ ସହ ମେଚରେ ୨୧୧ ରନ କରିବା ସହ ଦଳର ଅନ୍ୟତମ ସ୍ପିନର ଅମିତ ମିଶ୍ରଙ୍କ ସହ ୮ ମ ୱିକେଟ ଭାଗୀଦାରୀରେ ୩୯୨ ରନର ରେକର୍ଡ ଭାଗୀଦାରୀ କରି ଜାତୀୟ ଦୃଷ୍ଟି ଆକର୍ଷଣ କଲେ । ଭ୍ରମଣ କରି ଇଂଲଣ୍ଡ XI ବିରୁଦ୍ଧ ମେଚରେ ସେ ୪ଟି ୱିକେଟ ନେଇଥିଲେ । ୨୦୧୪-୧୫ ରଣଜୀ ଟ୍ରଫିରେ ସେ ୩୩ ୱିକେଟ ନେଇ ନିଜକୁ ଜଣେ ପୋଖତ ସ୍ପିନର ହିସାବରେ ଉପସ୍ଥାପନ କଲେ । ସେ ତାହା ପରେ ଇଣ୍ଡିଆ A ଦଳରେ ମନୋନିତ ହେଇ ଦକ୍ଷିଣ ଆଫ୍ରିକା A ଓ ବାଂଲାଦେଶ A ଦଳ ସହ ଭାରତରେ ସିରିଜ ଖେଳିଥିଲେ ।
ଆଇପିଏଲରେ ଯାଦବ
[ସମ୍ପାଦନା]୨୦୧୪ ଆଇପିଏଲରେ ଯାଦବ ଦିଲ୍ଲୀ ଦଳ ପାଇଁ ଖେଳି ମାତ୍ର ୫ଟି ମେଚ ଖେଳିଥିଲେ ମଧ୍ୟ ଭଲ ବୋଲିଂ କରିଥିଲେ । .
ଅନ୍ତର୍ଜାତିକ କ୍ରିକେଟ ରେ
[ସମ୍ପାଦନା]ସେପ୍ଟେମ୍ବର ୨୦୧୬ରେ ନିଉ ଜିଲାଣ୍ଡ [୨] ସହ ହେଇଥିବା ଟେଷ୍ଟ ସିରିଜରେ ଭାରତୀୟ ଜାତୀୟ ଦଳରେ ସେ ସାମିଲ ହେଇଥିଲେ । ୨୯ ଅକ୍ଟୋବର ୨୦୧୬ରେ ସେ ଏକଦିବସୀୟ ମେଚରେ ନିଉଜିଲାଣ୍ଡ ସହ ଖେଳି ପ୍ରଥମ ଅନ୍ତର୍ଜାତିକ ପଦାର୍ପଣ କରିଥିଲେ ।
ଇଂଲଣ୍ଡ- ଭାରତ ଚଳିତ ସିରିଜରେ ପ୍ରଦର୍ଶନ
[ସମ୍ପାଦନା]ଜୟନ୍ତ ଯାଦବ 20016 ମସିହାରେ ଇଂଲଣ୍ଡ ଦଳର ପ୍ରଚଳିତ ଭାରତ ଗସ୍ତରେ 2 ଯ ଟେଷ୍ଟ ପାଇଁ ଦଳରେ ସାମିଲ ହେଇ ଖେଳିବାର ସୁଯୋଗ ପାଇ ବର୍ତ୍ତମାନ 2ଟି ଟେଷ୍ଟରେ ଉଭୟ ବାଟିଙ୍ଗ ଓ ବୋଲିଂରେ ସୁନ୍ଦର ପ୍ରଦର୍ଶନ ଦେଇଛନ୍ତି । ସେ 2ଟି ଟେଷ୍ଟରେ 3ଟି ଇନନିଙ୍ଗ ଖେଳି 55 ଶ୍ରେଷ୍ଠ ସ୍କୋର ସହ ସମୁଦାୟ 117 ରନ କରିବା ସହ 2ଟି ଟେଷ୍ଟରେ 8ଟି ୱିକେଟ ନେଇସାରିଲେଣି । ବୋଲିଂରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ 3/30 । [୩]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଜୟନ୍ତଙ୍କ ମାଁ ୧୭ ବର୍ଷ ଆଗରୁ ଉଡାଜାହାଜ ଦୁର୍ଘଟଣାରେ ପ୍ରାଣ ହରେଇଥିଲେ । ତେଲେ ଲକ୍ଷ୍ମୀ ନାମକ ମହିଳା ତାଙ୍କୁ ନିଜ ପୁତ୍ର ପରି ପାଳଙ୍କରି ତାଙ୍କୁ ଏକ ଉତ୍ଚ କୋଟିର କ୍ରିକେଟ ଖେଳାଳି ହେବା ପାଇଁ ପ୍ରେରଣା ଦେଇଥିଲେ । [୪]
- ↑ "Jayant looks to make most of Daredevils stint". Indian Express. Retrieved 23 ଜାନୁଆରୀ 2015.
- ↑ "Gambhir back in Test squad after two years". ESPN Cricinfo. Retrieved 27 ସେପ୍ଟେମ୍ବର 2016.
- ↑ http://www.espncricinfo.com/india/content/player/447587.html
- ↑ "Why debutant Jayant Yadav would have wanted two names on his Indian jersey". Sportskeeda. Retrieved 29 ଅକ୍ଟୋବର 2016.