ଜୟନ୍ତ ଯାଦବ

ଉଇକିପିଡ଼ିଆ‌ରୁ

Jayant Yadav
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1990-01-22) ୨୨ ଜାନୁଆରୀ ୧୯୯୦ (ବୟସ ୩୪)
Delhi, India
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight-arm off break
ଭୂମିକାAll-rounder
ଅନ୍ତର୍ଜାତୀୟ ତଥ୍ୟ
National side
Only ODI (cap 216)29th October 2016 v New Zealand
ଦିନିକିଆ ଜାମା ନମ୍ବର22
ଘରୋଇ ଦଳ ତଥ୍ୟ
YearsTeam
2011/12–presentHaryana
2014–presentDelhi Daredevils
Career statistics
ପ୍ରତିଯୋଗିତା FC LA T20
ମ୍ୟାଚ 26 12 10
ମୋଟ ରନ 980 193 69
ବ୍ୟାଟିଂ ହାର 27.22 27.57 17.25
ଶତକ/ଅର୍ଦ୍ଧଶତକ 1/5 0/0 0/0
ସର୍ବାଧିକ ରନ 211 36* 30*
ବଲ ସଂଖ୍ୟା 3,324 468 132
ଉଇକେଟ 64 7 5
ବୋଲିଂ ହାର 27.39 46.14 20.00
ଇନିଙ୍ଗସରେ ୫ଟି ଉଇକେଟ 5 0 0
ମ୍ୟାଚରେ ୧୦ଟି ଉଇକେଟ 1 n/a n/a
ସବୁଠୁ ଭଲ ବୋଲିଂ 7/64 3/40 3/10
କ୍ୟାଚ/ଷ୍ଟମ୍ପିଙ୍ଗ 20/- 3/- 6/-
Source: Cricinfo, 24 January 2015

ଜୟନ୍ତ ଯାଦବ ( ଜନ୍ମ '୨୨ ଜାନୁୟାରୀ ୧୯୯୦ ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ନିଜ ରାଜ୍ୟ ହରିୟାଣା ପାଇଁ ଖେଳୁଥିବା ଯାଦବ ଜଣେ ସ୍ପିନ ବୋଲର ଓ ଉପଯୋଗୀ ତଳ ଅର୍ଡରର ବେଟସମେନ ଭାବରେ ଖେଳନ୍ତି ଓ ୨୦୧୬ରେ ନିଉ ଜିଲାଣ୍ଡ ସହ ହୋଇଥିବା ଏକଦିବସୀୟ ସିରିଜ  ରେ ଭାରତୀୟ   ଜାତୀୟ ଦଳ ପାଇଁ ମଧ୍ୟ ଖେଳିଥିଲେ ।୨୦୧୪ରେ ସେ ଦିଲ୍ଲୀ ଦଳ ପାଇଁ ଆଇପିଏଲ ଖେଳିଥିଲେ ।[୧]

ଘରେଇ କ୍ରିକେଟ ଜୀବନ [ସମ୍ପାଦନା]

ଅଲ ରାଉଣ୍ଡର ଭାବରେ ଜୟନ୍ତ ଯାଦବ ହରିୟାଣା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ୨୦୧୧ ମସିହାରେ ୨୧ ବର୍ଷ ବୟସରେ ଅରମ୍ଭ କରିଥିଲେ ।  ସେହି ସିଜନରେ ସେ ତାଙ୍କର ପ୍ରଥମ ମେଚରେ ୬ଟି ୱିକେଟ ନେଇଥିଲେ ମଧ୍ୟ ଅନ୍ୟ ଦୁଇଟି ମେଚରେ ମାତ୍ର ଗୋଟିଏ ୱିକେଟ ପାଇଥିଲେ । ବର୍ଷକ ପରେ ସେ କର୍ଣାଟକ ସହ ମେଚରେ ୨୧୧ ରନ କରିବା ସହ ଦଳର ଅନ୍ୟତମ ସ୍ପିନର ଅମିତ ମିଶ୍ରଙ୍କ ସହ ୮ ମ ୱିକେଟ ଭାଗୀଦାରୀରେ ୩୯୨ ରନର ରେକର୍ଡ ଭାଗୀଦାରୀ କରି ଜାତୀୟ ଦୃଷ୍ଟି ଆକର୍ଷଣ କଲେ । ଭ୍ରମଣ କରି ଇଂଲଣ୍ଡ XI ବିରୁଦ୍ଧ ମେଚରେ ସେ ୪ଟି ୱିକେଟ ନେଇଥିଲେ । ୨୦୧୪-୧୫ ରଣଜୀ ଟ୍ରଫିରେ ସେ ୩୩ ୱିକେଟ ନେଇ ନିଜକୁ ଜଣେ ପୋଖତ ସ୍ପିନର ହିସାବରେ ଉପସ୍ଥାପନ କଲେ । ସେ ତାହା ପରେ ଇଣ୍ଡିଆ A ଦଳରେ ମନୋନିତ ହେଇ ଦକ୍ଷିଣ ଆଫ୍ରିକା A ଓ ବାଂଲାଦେଶ A ଦଳ ସହ ଭାରତରେ ସିରିଜ ଖେଳିଥିଲେ । 

ଆଇପିଏଲରେ ଯାଦବ [ସମ୍ପାଦନା]

୨୦୧୪ ଆଇପିଏଲରେ ଯାଦବ ଦିଲ୍ଲୀ ଦଳ ପାଇଁ ଖେଳି ମାତ୍ର ୫ଟି ମେଚ ଖେଳିଥିଲେ ମଧ୍ୟ ଭଲ ବୋଲିଂ କରିଥିଲେ । .

ଅନ୍ତର୍ଜାତିକ କ୍ରିକେଟ ରେ [ସମ୍ପାଦନା]

ସେପ୍ଟେମ୍ବର ୨୦୧୬ରେ ନିଉ ଜିଲାଣ୍ଡ [୨] ସହ ହେଇଥିବା ଟେଷ୍ଟ  ସିରିଜରେ ଭାରତୀୟ ଜାତୀୟ ଦଳରେ ସେ ସାମିଲ ହେଇଥିଲେ । ୨୯ ଅକ୍ଟୋବର ୨୦୧୬ରେ ସେ ଏକଦିବସୀୟ ମେଚରେ ନିଉଜିଲାଣ୍ଡ ସହ ଖେଳି ପ୍ରଥମ ଅନ୍ତର୍ଜାତିକ ପଦାର୍ପଣ କରିଥିଲେ । 

ଇଂଲଣ୍ଡ- ଭାରତ ଚଳିତ ସିରିଜରେ ପ୍ରଦର୍ଶନ[ସମ୍ପାଦନା]

ଜୟନ୍ତ ଯାଦବ 20016 ମସିହାରେ ଇଂଲଣ୍ଡ ଦଳର ପ୍ରଚଳିତ ଭାରତ ଗସ୍ତରେ 2 ଯ ଟେଷ୍ଟ ପାଇଁ ଦଳରେ ସାମିଲ ହେଇ ଖେଳିବାର ସୁଯୋଗ ପାଇ ବର୍ତ୍ତମାନ 2ଟି ଟେଷ୍ଟରେ ଉଭୟ ବାଟିଙ୍ଗ ଓ ବୋଲିଂରେ ସୁନ୍ଦର ପ୍ରଦର୍ଶନ ଦେଇଛନ୍ତି । ସେ 2ଟି ଟେଷ୍ଟରେ 3ଟି ଇନନିଙ୍ଗ ଖେଳି 55 ଶ୍ରେଷ୍ଠ ସ୍କୋର ସହ ସମୁଦାୟ 117 ରନ କରିବା ସହ 2ଟି ଟେଷ୍ଟରେ 8ଟି ୱିକେଟ ନେଇସାରିଲେଣି । ବୋଲିଂରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ 3/30 । [୩]

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

ଜୟନ୍ତଙ୍କ ମାଁ ୧୭ ବର୍ଷ ଆଗରୁ ଉଡାଜାହାଜ ଦୁର୍ଘଟଣାରେ ପ୍ରାଣ ହରେଇଥିଲେ । ତେଲେ ଲକ୍ଷ୍ମୀ ନାମକ ମହିଳା ତାଙ୍କୁ ନିଜ ପୁତ୍ର ପରି ପାଳଙ୍କରି ତାଙ୍କୁ ଏକ ଉତ୍ଚ କୋଟିର କ୍ରିକେଟ ଖେଳାଳି ହେବା ପାଇଁ ପ୍ରେରଣା ଦେଇଥିଲେ । [୪]

  1. "Jayant looks to make most of Daredevils stint". Indian Express. Retrieved 23 ଜାନୁଆରୀ 2015.
  2. "Gambhir back in Test squad after two years". ESPN Cricinfo. Retrieved 27 ସେପ୍ଟେମ୍ବର 2016.
  3. http://www.espncricinfo.com/india/content/player/447587.html
  4. "Why debutant Jayant Yadav would have wanted two names on his Indian jersey". Sportskeeda. Retrieved 29 ଅକ୍ଟୋବର 2016.