ଜ୍ୟାକଲିନ ଫର୍ଣ୍ଣାଡିସ
ଜ୍ୟାକଲିନ ଫର୍ଣ୍ଣାଡିସ | |
---|---|
![]() ଜ୍ୟାକଲିନ ଫର୍ଣ୍ଣାଡିସ | |
ଜନ୍ମ | ଜ୍ୟାକଲିନ ଫର୍ଣ୍ଣାଡିସ |
ଜାତୀୟତା | ![]() |
ଶିକ୍ଷା | ସ୍ନାତକ (mass communication) |
ପୁରାତନ ଛାତ୍ର | ସିଡନୀ ୟୁନିଭରସିଟି |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୯ - ଏବେଯାଏଁ |
ଜଣାଶୁଣା | ଅଭିନେତ୍ରୀ |
ପିତାମାତା | ଏଲରୋୟ କିମ |
ପୁରସ୍କାର(ଗୁଡ଼ିକ) | ଷ୍ଟାର ଡଷ୍ଟ ଆୱାର୍ଡ -୨୦୧୬ |
ଶ୍ରୀଲଙ୍କାର ମୂଳ ନିବାସୀ ଜ୍ୟାକଲିନ ଫର୍ଣ୍ଣାଡିସ ଜଣେ ମଡେଲ ତଥା ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ । [୧]
ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]
୧୧ ଅଗଷ୍ଟ ୧୯୮୫ରେ ବାହାରିନର ରାଜଧାନୀ ମାନାମାରେ ଜ୍ୟାକଲିନଙ୍କ ଜନ୍ମ । ପିତା ଏଲରୋୟ ହେଉଛନ୍ତି ଶ୍ରୀଲଙ୍କା ନିବାସୀ ଏବଂ ମାତା କିମ ହେଉଛନ୍ତି ମାଳୟେସିଆ ନିବାସୀ । ଅଜା କାନାଡା ନିବାସୀ । ପିତା ଥିଲେ ଶ୍ରୀଲଙ୍କାର ଜଣେ ସଂଗୀତକାର । ୧୯୮୦ରେ ତାମିଲ ଏବଂ ସିଂହଳୀ ମଧ୍ୟରେ ବେସାମରିକ ସଂଘର୍ଷ ସମୟରେ ନିଜକୁ ବଞ୍ଚାଇବାକୁ ସେ ବାହାରିନ ଚାଲିଗଲେ । ସେଠାରେ ତାଙ୍କର ଦେଖାହୁଏ କିମଙ୍କ ସହିତ । କିମ ଥିଲେ ବିମାନ ପରିଚାରିକା । ଜ୍ୟାକଲିନ ନିଜ ପରିବାରରେ ଚାରି ସନ୍ତାନଙ୍କ ମଧ୍ୟରେ ସର୍ବ କନିଷ୍ଠ ଥିଲେ । ମାତ୍ର ଚଉଦ ବର୍ଷ ବୟସରେ ସେ ବାହାରିନରେ ଟେଲିଭିଜନ ଶୋରେ ସୂତ୍ରଧର ରୂପେ କାମ କରିବା ଆରମ୍ଭ କରିଦେଇଥିଲେ । ବାହାରିନରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରି ସେ ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟରୁ mass communicationରେ ସ୍ନାତକ ଡିଗ୍ରୀ ହାସଲ କଲେ । ଏହାପରେ ସେ ଶ୍ରୀଲଙ୍କାରେ ଜଣେ ଟେଲି ସାମ୍ବାଦିକ ଭାବେ କାମ କଲେ । Berlitz school of languagesରେ ଯୋଗ ଦେଇ ସେ ସ୍ପେନ ଭାଷ ଶିକ୍ଷା କରିବା ସହ ତାଙ୍କର ଫ୍ରେଞ୍ଚ ଓ ଆରବୀ ଭାଷାରେ ଅଧିକ ଦକ୍ଷତା ହାସଲ କଲେ ।
ପିଲାଟି ଦିନରୁ ଜ୍ୟାକଲିନଙ୍କ ଅଭିନ୍ନେତ୍ରୀ ହେବାକୁ ଚାହୁଁଥିଲେ ଏବଂ ହଲିଉଡ ଚଳଚ୍ଚିତ୍ରରେ ଜଣେ ତାରକା ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ । ଅବଶ୍ୟ ସେ ଅଭିନୟ କଳା ପାଇଁ John School of Acting.ରୁ ତାଲିମ ମଧ୍ୟ ଗ୍ରହଣ କରିଥିଲେ । ଟେଲି ରିପୋର୍ଟର ଭାବେ କାମ କରିବା ବେଳେ ସେ ମଡେଲିଂ କରିବା ଆରମ୍ଭ କଲେ । ଏହି ସମୟରେ ସେ Miss Universe Sri Lankaର ବିଜେତା ହେଲେ ।
ଅଭିନୟ ଜୀବନ[ସମ୍ପାଦନା]
୨୦୦୯ରେ ଏକ ମଡେଲିଂ କାର୍ଯ୍ୟ ସଂପାଦନାର୍ଥେ ସେ ଭାରତ ଆସି ପହଞ୍ଚିଲେ । ଥିଏଟର ନିର୍ଦ୍ଦେଶକ ବେରି ଜନଙ୍କ ତତ୍ତ୍ୱବଧାନରେ ସେ ଅଭିନୟ ଶିକ୍ଷା କଲେ ଏବଂ ସୁଜୟ ଘୋଷଙ୍କ ହିନ୍ଦୀ କଥାଚିତ୍ର ଆଲ୍ଲାଦୀନ ପାଇଁ ଅଡିସନ ଦେଇ ମନୋନୀତ ହେଲେ । ଆଲ୍ଲାଦୀନ ତାଙ୍କର ପ୍ରଥମ ଅଭିନୀତ କଥାଚିତ୍ର ଥିଲା ।.[୨] କଥାଚିତ୍ରଟି ବ୍ୟବସାୟିକ ସଫଳତା ଲାଭ କରିପାରି ନ ଥିଲା ।,[୩] ତଥାପି ନିଜର ଅଭିନୟ ଦକ୍ଷତା ପ୍ରମାଣ କରି ସେ ନବାଗତା ଅଭିନେତ୍ରୀ ଭାବେ ସେ Star Debut of the Year - Femaleର ବିଜେତା ହେଲେ । [୪]
୨୦୧୦ରେ ହିନ୍ଦୀ ଚଳଚ୍ଚିତ୍ର ଜାନେ କାହାଁ ସେ ଆୟୀ ହୈରେ ରିତେଶ ଦେଶମୁଖଙ୍କ ବିପକ୍ଷରେ ଅଭିନେତ୍ରୀ ହେଲେ । ଚଳଚ୍ଚିତ୍ରଟିରେ ସେ ଏପରି ଏକ ପାତ୍ରର ଅଭିନୟ କରିଥିଲେ ଯେଉଁଥିରେ ଶୁକ୍ର ଗ୍ରହରୁ ଆସିଥିବା ଝିଅଟି ପୃଥିବୀରେ ଅବତରଣ କରି ପ୍ରେମିକ ସନ୍ଧାନରେ ଘୁରିବୁଲୁଛି । ଚଳଚ୍ଚିତ୍ରଟି ସେତେଟା ଲୋକପ୍ରିୟ ହୋଇପାରିଲା ନାହିଁ । ସେହି ବର୍ଷ ସେ ସାଜିଦ ଖାନ ନିର୍ଦ୍ଦେଶିତ ହାସ୍ୟ ଚଲଚ୍ଚିତ୍ର ହାଉସ ଫୁଲର ଏକ ସଂଗୀତରେ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିଥିଲେ ।.[୫]
ମହେଶ ଭଟ୍ଟ ନିର୍ଦ୍ଦେଶିତ ମର୍ଡର-୨ ଥିଲା ଜ୍ୟାକଲୀନଙ୍କ ପ୍ରଥମ ବ୍ୟବସାୟିକ ସଫଳ ଚଳଚ୍ଚିତ୍ର । ଅଭିନୟ ଜୀବନରେ ଏହି ଚଳଚ୍ଚିତ୍ର ତାଙ୍କୁ ଏକ ନୂତନ ସ୍ଥାନ ପ୍ରଦାନ କରିଥିଲା ।.[୬][୭][୮] ପର ବର୍ଷ ଅକ୍ଷୟ କୁମାର ଅବଂ ଜନ ଆବ୍ରାହମଙ୍କ ସହ ତାଙ୍କ ଅଭିନୀତ ଚଳଚ୍ଚିତ୍ର ହାଉସଫୁଲ-୨ ମୁକ୍ତିଲାଭ କଲା । ଚଲଚ୍ଚିତ୍ରଟି ବ୍ୟବସାୟିକ ସଫଳତା ଲାଭ କଲେ ବି ଜ୍ୟାକଲୀନଙ୍କ ଅଭିନୟ ସେତେଟା ପ୍ରଶଂସନୀୟ ହୋଇପାରି ନ ଥିଲା । ଏହ ସତ୍ତ୍ୱେ ସେ ଶ୍ରେଷ୍ଠ ସହ କଳାକାର ଭାବେ ଆଇଫା ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ ।[୯]
ଚଳଚ୍ଚିତ୍ର[ସମ୍ପାଦନା]
ବର୍ଷ | ନାମ | ଭୂମିକା | ଟୀକା |
---|---|---|---|
୨୦୦୯ | ଆଲ୍ଲାଦିନ | ଜେସମିନ | |
୨୦୧୦ | ଜାନେ କାହାଁ ସେ ଆୟୀ ହୈ | ତାରା | |
୨୦୧୦ | ହାଉସଫୁଲ | ଧନ୍ନୋ | |
୨୦୧୧ | ମର୍ଡର-୨ | ପ୍ରିୟା | |
୨୦୧୨ | ହାଉସଫୁଲ-୨ | ବବି କପୁର | |
୨୦୧୩ | ରେସ-୨ | ଔମିଷା | |
୨୦୧୩ | ରାମେୟା ୱାସ୍ତାବେୟା | ଅଜ୍ଞାତ | |
୨୦୧୪ | କିକ | ଡଃ ଶୟନା ମେହେରା | |
୨୦୧୫ | ରୟ | ଆୟେଶା/ଟିୟା | |
୨୦୧୬ | ହାଉସଫୁଲ-୩ | ଗଙ୍ଗା | |
୨୦୧୬ | ଢିଶୁମ | ଇଶିକା |
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ୨୦୧୬ -ଫିଲ୍ମ ଫେୟାର ଷ୍ଟାଇଲ ଓ ଗ୍ଳାମର ଆୱାର୍ଡ
- ୨୦୧୭ -ଫେମିନା ବ୍ୟୁଟି ଆୱାର୍ଡ
- ୨୦୧୭ -ବିଗ ଜୀ ଏଣ୍ଟେରଟେନମେଣ୍ଟ ଆୱାର୍ଡ
- ୨୦୧୭ - ଫିଲ୍ମ ଫେୟାର ଷ୍ଟାଇଲ ଓ ଗ୍ଳାମର ଆୱାର୍ଡ
- ୨୦୧୮- ପେଟା ଇଣ୍ଡିଆ ଆୱାର୍ଡ ............
ଇତ୍ୟାଦି
ଆଧାର[ସମ୍ପାଦନା]
- ↑ "Bollywood's highest paid actor". Archived from the original on 2 December 2017. Retrieved 15 May 2018.
- ↑ Hegde, Rajul (21 April 2011). "How Yana, Kalki learnt Hindi". Rediff.com. Archived from the original on 30 October 2014. Retrieved 19 May 2018.
- ↑ "Bollywood 2009 in a nutshell". Zee News. 28 December 2009. Archived from the original on 4 March 2016. Retrieved 19 May 2018.
- ↑ "Birthday Special: Jacqueline Fernandez' 30 Most Heartwarming Adorable Moments!". Yahoo! Movies. 11 August 2015. Archived from the original on 5 March 2016. Retrieved 5 September 2015.
- ↑ "Making of 'Apka Kya Hoga' – Dhanno (Housefull)". Bollywood Hungama. Archived from the original on 22 December 2015. Retrieved 6 September 2015.
- ↑ "Why Jacqueline Fernandez Doesn't Regret 'Bold' Role in Murder 2". NDTV. 2 February 2015. Archived from the original on 20 September 2015. Retrieved 5 September 2015.
- ↑ "John can make a rice–sack look sexy: Jacqueline". The Times of India. 13 April 2012. Retrieved 8 May 2012.
- ↑ "Murder 2 Box Office Details: Super Hit". Box Office India. Archived from the original on 11 ସେପ୍ଟେମ୍ବର 2015. Retrieved 5 ସେପ୍ଟେମ୍ବର 2015.
- ↑ "Barfi! leads IIFA nominations with 13 nods". NDTV. 22 April 2013. Archived from the original on 27 May 2014. Retrieved 6 September 2015.