ଜ୍ଞାନୁ ରାଣା
ଜ୍ଞାନୁ ରାଣା | |
---|---|
Background information | |
ଜନ୍ମ | Thamel, Kathmandu | ୩ ଅକ୍ଟୋବର ୧୯୪୯
ଶୈଳୀ | Modern, Folk |
ପେଷା | Singer |
ବାଦ୍ୟଯନ୍ତ୍ର | Nepali, western |
ଜ୍ଞାନୁ ରାଣା (Nepali: ज्ञानु राणा; ଜନ୍ମ ୩ ଅକ୍ଟୋବର, ୧୯୪୯) ଜଣେ ଗାୟିକା ଓ ରିଏଲିଟି ସୋ'ର ବିଚାରପତି ଥିଲେ ଯିଏ କାଠମାଣ୍ଡୁ, ନେପାଳର ଥାମେ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ସେ ଅନେକ ଯୁଗଳ ଗୀତ ଲେଖିଥିଲେ ଓ ଗାଇଥିଲେ ଯେପରିକି "ସିରି ମା ସିରି ନି କାଞ୍ଚା" ଓ "ମଞ୍ଛେ କୋ ମାୟା ୟାହେ" ଗୀତ ଯାହା ଅନ୍ୟ ଜଣେ ନେପାଳୀ ଗାୟକ ନାରାୟଣ ଗୋପାଳଙ୍କ ସାଥିରେ ମିଶି ଗାଇଥିଲେ ।[୧]
ପ୍ରାକ୍ ଜୀବନ ଓ ଶିକ୍ଷା
[ସମ୍ପାଦନା]ରାଣା ଖ୍ୟାତନାମା ଲୋକ ସଙ୍ଗୀତ ଗାୟକ ଓ କବି 'ଧର୍ମରାଜ ଥାପାଙ୍କର ଝିଅ ଥିଲେ । ତାଙ୍କ ପିତା ରେଡିଓ ନେପାଳରେ କାମ କରୁଥିଲେ ଓ ପରେ ନେପାଳ ସରକାରଙ୍କ ଅନୁଷ୍ଠାନ ନେପାଳ ଏକାଡେମୀରେ ନିଯୁକ୍ତ ହୋଇଥିଲେ ଯେଉଁଠାରେ ନେପାଳୀ ସଂସ୍କୃତିର ବିକାଶ ଓ ଉନ୍ନତି ନିମନ୍ତେ କାର୍ଯ୍ୟ କରାଯାଉଥିଲା । ତାଙ୍କ ମାତା ଥିଲେ ଧର୍ମରାଜ ସାବିତ୍ରୀ ଏକ ସଂସ୍ଥାର ପ୍ରତିଷ୍ଠାତା ଥିଲେ ଯେଉଁଠାରେ ଲୋକ ସଙ୍ଗୀତ ଓ ସଂସ୍କୃତିର ବିକାଶ ନିମନ୍ତେ କାର୍ଯ୍ୟ କରାଯାଉଥିଲା ।[୨]
ରାଣା ନେପାଳର ପୋଖରାର ବାତୁଲଚୌର ସ୍ଥାନରେ ବଢ଼ିଥିଲେ ଓ ସେଠାରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ପରେ ସେ ଉଚ୍ଚ ଶିକ୍ଷା ନିମନ୍ତେ କାଠମାଣ୍ଡୁ ଯାଇଥିଲେ । ବାଗବଜାରର ପଦ୍ମ କନ୍ୟା ଅନୁଷ୍ଠାନରେ ନାମ ଲେଖାଇ ୧୯୬୫ ମସିହାରେ ଶିକ୍ଷା ସମାପ୍ତ କରିଥିଲେ । ବଙ୍ଗଳାଦେଶରେ ଥିବା ମାଇମେନସିଂର ଭାରତେଶ୍ୱରୀ ହୋମସରୁ ସେ ୧୯୬୭-୬୮ରେ ଗୃହ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ୧୯୭୦ ମସିହାରେ ନେପାଳର ତ୍ରିଭୂବନ ବିଶ୍ୱବିଦ୍ୟାଳୟରୁ ଇଣ୍ଟରମିଡିଏଟ ସ୍ତରର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୭୭ ମସିହାରେ ସେ ଭାରତର ବରୋଦାସ୍ଥିତ ମହାରାଜା ସୟାଜିରାଓ ବିଶ୍ୱ ବିଦ୍ୟାଳୟର ସଙ୍ଗୀତ କଲେଜରେ ପ୍ରଶିକ୍ଷଣ ନେଇଥିଲେ । ଭାରତର ଆଲ୍ଲାହାବାଦସ୍ଥିତ ପ୍ରୟାଗ ସଙ୍ଗୀତ ସମିତିରୁ ରାଣା ସିନିଅର ସ୍ତରର ଡିପ୍ଲୋମା ପ୍ରଥମ ଶ୍ରେଣୀରେ ଲାଭ କରିଥିଲେ ।
ବୃତ୍ତି
[ସମ୍ପାଦନା]ଅତି ପିଲାଦିନରୁ ରାଣା ସଙ୍ଗୀତରେ ସକ୍ରିୟ ଥିଲେ । ତାଙ୍କ ପିତା ଧର୍ମରାଜ ଥାପା ବିଖ୍ୟାତ ଲୋକ ସଙ୍ଗୀତ ଯାୟକ ଥିଲେ ଓ ସେତେବେଳର ନେପାଳର ଏକମାତ୍ର ରେଡିଓ ଷ୍ଟେସନର ବିଭିନ୍ନ ପ୍ରୋଗ୍ରାମରେ ଭାଗ ନେଉଥିଲେ । ପପ୍ ସଙ୍ଗୀତ ଓ ଆଧୁନିକ ଗୀତ ଗାଇବାରେ ଦକ୍ଷ ଥିଲେ ମଧ୍ୟ ରାଣା ଲୋକ ସଙ୍ଗୀତ ଗାଇବାରେ ମଧ୍ୟ ବିଶେଷତା ପ୍ରାପ୍ତ ହୋଇଥିଲେ । ସେ ନେପାଳୀ, ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ ଓ ନେପାଳର ଭୋଜପୁରୀ, ମୈଥିଳୀ ଓ ନେୱାରୀ ଭାଷାରେ ୨୦୦୦ରୁ ଅଧିକ ଗୀତ ରେକର୍ଡ଼ କରେଇଛନ୍ତି । ଏହି ଗୀତମାନଙ୍କରେ ଆଧୁନିକ, କ୍ଲାସିକାଲ, ଲୋକ ସଙ୍ଗୀତ, ଭଜନ ଓ ଗଜଲ ଗୀତ ଗୁଡ଼ିକ ଭିଭିନ୍ନ ପ୍ରକାରରେ ଗାଇଛନ୍ତି । [୨]
ରେଡିଓ ନେପାଳ ଓ ସ୍ଥାନୀୟ ଏଫଏମ ଚାନେଲ, ନେପାଳ ଟେଲିଭିଜନ ଓ ଅନ୍ୟାନ୍ୟ ଅନେକ ଟିଭି ଚାନେକରେ ରାଣାଙ୍କର ଗାଇଥବା ଗୀତ ବିଗତ ୪୦ ବର୍ଷ ଧରି ନିୟମିତ ଭାବରେ ପ୍ରସାରିତ ହେଉଥିଲା । ଦଶଟିରୁ ଅଧିକ ନେପାଳୀ ଚଳଚ୍ଚିତ୍ରରେ ସେ ପ୍ରଚ୍ଛଦପଟ ଗାୟିକ ଭାବରେ ଭାଗ ନେଇଥିଲେ । ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ ଅନୁଷ୍ଠାନ ପ୍ରଯୋଜିତ ଅନେକ ପ୍ରତିଯୋଗୀତାରେ ସେ ବିଚାରପତି ଭାବରେ ଯୋଗଦାନ କରିଥିଲେ । ବଙ୍ଗଳା ଦେଶରେ ଅନୁଷ୍ଠିତ ପ୍ରଥମ ଦକ୍ଷିଣ ଏସିଆ ଆସୋସିଏସନ ଫର ରିଜିଓନାଲ କୋଅପରେଶନ ସଂସ୍ଥାରେ ସେ ଭାଗ ନେଇଥିଲେ ଓ ଏହା ବ୍ୟତୀତ ଭାରତ, ଚୀନ, ଦକ୍ଷିଣ କୋରିଆ, ଜାପାନ, ସିଙ୍ଗାପୁର, ଥାଇଲାଣ୍ଡ ଓ ରୁଷିଆରେ ଅନୁଷ୍ଠିତ ଅନେକ ସାଂସ୍କୃତିକ ଉତ୍ସବରେ ଯୋଗଦାନ କରିଛନ୍ତି ।
୧୯୭୦ରୁ ୨୦୦୬ ମସିହାର ମଧ୍ୟରେ ରାଣା ସରକାରୀ ରୟଲ ନେପାଳ ଏକାଡେମୀରେ ସଙ୍ଗୀତ କଳାକାର ଭାବରେ କାମ ଆରମ୍ଭ କରି ତୃତୀୟ ଶ୍ରେଣୀର ଗେଜେଟେଡ ସ୍ତରର ସହକାରୀ ନିର୍ଦ୍ଦେଶକ (ସଙ୍ଗୀତ) ଭାବରେ କାମ କରି ଅବସର ଗ୍ରହଣ କରିଥିଲେ । ଭାରତ, ଭୁଟାନ, ବଙ୍ଗଳାଦେଶ, ଚୀନ, ଥାଇଲାଣ୍ଡ, ସିଙ୍ଗାପୁର, ରୁଷିଆ, ଦକ୍ଷିଣ କୋରିଆ ଓ ଜାପାନ ରାଷ୍ଟ୍ରମାନ ଭ୍ରମଣ କରିଥିଲେ ।
ସେ ନେପାଳୀ, ହିନ୍ଦୀ ଓ ବଙ୍ଗଳା ଭାଷାରେ ଅନର୍ଗଳ ଭାବରେ କହିପାରୁଥିଲେ ।
ବିକ୍ରମ ସମ୍ବତ ୨୦୫୫ରେ ସରକାର ଅଧିକୃତ ରେଡିଓ ନେପାଳରେ ସେ ବିଖ୍ୟାତ ଶ୍ରେଣୀର ଗାୟକ ଭାବରେ ଶ୍ରେଣୀଭୁକ୍ତ ହୋଇଛନ୍ତି ।
ପୁରସ୍କାର ଓ ନାମାଙ୍କନ
[ସମ୍ପାଦନା]ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଅନୁଷ୍ଠିତ ହୋଇଥିବା ଅନେକ ସଙ୍ଗୀତ ପ୍ରତିଯୋଗୀତାରେ ରାଣା ସଫଳ ହୋଇଥିଲେ । [୩]
ଆଧାର
[ସମ୍ପାଦନା]- ↑ "I AM NOT SATISFIED WITH THE SONGS OF THIS GENERATION; GYANU RANA". 3gsmusic.com. 3gsound Inc. Archived from the original on June 8, 2014. Retrieved June 9, 2014.
- ↑ ୨.୦ ୨.୧ "Legendary singer Gyanu Rana to be honoured with concert". kathmandupost.com (in English). Retrieved 2020-05-18.
{{cite web}}
: CS1 maint: unrecognized language (link) - ↑ Nepal, WOW Magazine (2018-12-29). "Gyanu Rana - Queen of Melody". WOW Magazine Nepal (in ଇଂରାଜୀ). Archived from the original on 2020-10-21. Retrieved 2020-05-18.