ଜ୍ଞାନୁ ରାଣା

ଉଇକିପିଡ଼ିଆ‌ରୁ
ଜ୍ଞାନୁ ରାଣା
ଜ୍ଞାନୁ ରାଣା
Background information
ଜନ୍ମ (1949-10-03) ୩ ଅକ୍ଟୋବର ୧୯୪୯ (ବୟସ ୭୪)
Thamel, Kathmandu
ଶୈଳୀModern, Folk
ପେଷାSinger
ବାଦ୍ୟଯନ୍ତ୍ରNepali, western

ଜ୍ଞାନୁ ରାଣା (Nepali: ज्ञानु राणा; ଜନ୍ମ ୩ ଅକ୍ଟୋବର, ୧୯୪୯) ଜଣେ ଗାୟିକା ଓ ରିଏଲିଟି ସୋ'ର ବିଚାରପତି ଥିଲେ ଯିଏ କାଠମାଣ୍ଡୁ, ନେପାଳର ଥାମେ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ସେ ଅନେକ ଯୁଗଳ ଗୀତ ଲେଖିଥିଲେ ଓ ଗାଇଥିଲେ ଯେପରିକି "ସିରି ମା ସିରି ନି କାଞ୍ଚା" ଓ "ମଞ୍ଛେ କୋ ମାୟା ୟାହେ" ଗୀତ ଯାହା ଅନ୍ୟ ଜଣେ ନେପାଳୀ ଗାୟକ ନାରାୟଣ ଗୋପାଳଙ୍କ ସାଥିରେ ମିଶି ଗାଇଥିଲେ ।[୧]

ପ୍ରାକ୍ ଜୀବନ ଓ ଶିକ୍ଷା[ସମ୍ପାଦନା]

ରାଣା ଖ୍ୟାତନାମା ଲୋକ ସଙ୍ଗୀତ ଗାୟକ ଓ କବି 'ଧର୍ମରାଜ ଥାପାଙ୍କର ଝିଅ ଥିଲେ । ତାଙ୍କ ପିତା ରେଡିଓ ନେପାଳରେ କାମ କରୁଥିଲେ ଓ ପରେ ନେପାଳ ସରକାରଙ୍କ ଅନୁଷ୍ଠାନ ନେପାଳ ଏକାଡେମୀରେ ନିଯୁକ୍ତ ହୋଇଥିଲେ ଯେଉଁଠାରେ ନେପାଳୀ ସଂସ୍କୃତିର ବିକାଶ ଓ ଉନ୍ନତି ନିମନ୍ତେ କାର୍ଯ୍ୟ କରାଯାଉଥିଲା । ତାଙ୍କ ମାତା ଥିଲେ ଧର୍ମରାଜ ସାବିତ୍ରୀ ଏକ ସଂସ୍ଥାର ପ୍ରତିଷ୍ଠାତା ଥିଲେ ଯେଉଁଠାରେ ଲୋକ ସଙ୍ଗୀତ ଓ ସଂସ୍କୃତିର ବିକାଶ ନିମନ୍ତେ କାର୍ଯ୍ୟ କରାଯାଉଥିଲା ।[୨]

ରାଣା ନେପାଳର ପୋଖରାର ବାତୁଲଚୌର ସ୍ଥାନରେ ବଢ଼ିଥିଲେ ଓ ସେଠାରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ପରେ ସେ ଉଚ୍ଚ ଶିକ୍ଷା ନିମନ୍ତେ କାଠମାଣ୍ଡୁ ଯାଇଥିଲେ । ବାଗବଜାରର ପଦ୍ମ କନ୍ୟା ଅନୁଷ୍ଠାନରେ ନାମ ଲେଖାଇ ୧୯୬୫ ମସିହାରେ ଶିକ୍ଷା ସମାପ୍ତ କରିଥିଲେ । ବଙ୍ଗଳାଦେଶରେ ଥିବା ମାଇମେନସିଂର ଭାରତେଶ୍ୱରୀ ହୋମସରୁ ସେ ୧୯୬୭-୬୮ରେ ଗୃହ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ୧୯୭୦ ମସିହାରେ ନେପାଳର ତ୍ରିଭୂବନ ବିଶ୍ୱବିଦ୍ୟାଳ‌ୟରୁ ଇଣ୍ଟରମିଡିଏଟ ସ୍ତରର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୭୭ ମସିହାରେ ସେ ଭାରତର ବରୋଦାସ୍ଥିତ ମହାରାଜା ସୟାଜିରାଓ ବିଶ୍ୱ ବିଦ୍ୟାଳୟର ସଙ୍ଗୀତ କଲେଜରେ ପ୍ରଶିକ୍ଷଣ ନେଇଥିଲେ । ଭାରତର ଆଲ୍ଲାହାବାଦସ୍ଥିତ ପ୍ରୟାଗ ସଙ୍ଗୀତ ସମିତିରୁ ରାଣା ସିନିଅର ସ୍ତରର ଡିପ୍ଲୋମା ପ୍ରଥମ ଶ୍ରେଣୀରେ ଲାଭ କରିଥିଲେ ।

ବୃତ୍ତି[ସମ୍ପାଦନା]

ଅତି ପିଲାଦିନରୁ ରାଣା ସଙ୍ଗୀତରେ ସକ୍ରିୟ ଥିଲେ । ତାଙ୍କ ପିତା ଧର୍ମରାଜ ଥାପା ବିଖ୍ୟାତ ଲୋକ ସଙ୍ଗୀତ ଯାୟକ ଥିଲେ ଓ ସେତେବେଳର ନେପାଳର ଏକମାତ୍ର ରେଡିଓ ଷ୍ଟେସନର ବିଭିନ୍ନ ପ୍ରୋଗ୍ରାମରେ ଭାଗ ନେଉଥିଲେ । ପ‌ପ୍ ସଙ୍ଗୀତ ଓ ଆଧୁନିକ ଗୀତ ଗାଇବାରେ ଦକ୍ଷ ଥିଲେ ମଧ୍ୟ ରାଣା ଲୋକ ସଙ୍ଗୀତ ଗାଇବାରେ ମଧ୍ୟ ବିଶେଷତା ପ୍ରାପ୍ତ ହୋଇଥିଲେ । ସେ ନେପାଳୀ, ହିନ୍ଦୀଉର୍ଦ୍ଦୁ ଭାଷାରେ ଓ ନେପାଳର ଭୋଜପୁରୀ, ମୈଥିଳୀ ଓ ନେୱାରୀ ଭାଷାରେ ୨୦୦୦ରୁ ଅଧିକ ଗୀତ ରେକର୍ଡ଼ କରେଇଛନ୍ତି । ଏହି ଗୀତମାନଙ୍କରେ ଆଧୁନିକ, କ୍ଲାସିକାଲ, ଲୋକ ସଙ୍ଗୀତ, ଭଜନ ଓ ଗଜଲ ଗୀତ ଗୁଡ଼ିକ ଭିଭିନ୍ନ ପ୍ରକାରରେ ଗାଇଛନ୍ତି । [୨]

ରେଡିଓ ନେପାଳ ଓ ସ୍ଥାନୀୟ ଏଫଏମ ଚାନେଲ, ନେପାଳ ଟେଲିଭିଜନ ଓ ଅନ୍ୟାନ୍ୟ ଅନେକ ଟିଭି ଚାନେକରେ ରାଣାଙ୍କର ଗାଇଥବା ଗୀତ ବିଗତ ୪୦ ବର୍ଷ ଧରି ନିୟମିତ ଭାବରେ ପ୍ରସାରିତ ହେଉଥିଲା । ଦଶଟିରୁ ଅଧିକ ନେପାଳୀ ଚଳଚ୍ଚିତ୍ରରେ ସେ ପ୍ରଚ୍ଛଦପଟ ଗାୟିକ ଭାବରେ ଭାଗ ନେଇଥିଲେ । ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ ଅନୁଷ୍ଠାନ ପ୍ର‌ଯୋଜିତ ଅନେକ ପ୍ରତିଯୋଗୀତାରେ ସେ ବିଚାରପତି ଭାବରେ ଯୋଗଦାନ କରିଥିଲେ । ବଙ୍ଗଳା ଦେଶରେ ଅନୁଷ୍ଠିତ ପ୍ରଥମ ଦକ୍ଷିଣ ଏସିଆ ଆସୋସିଏସନ ଫର ରିଜିଓନାଲ କୋଅପରେଶନ ସଂସ୍ଥାରେ ସେ ଭାଗ ନେଇଥିଲେ ଓ ଏହା ବ୍ୟତୀତ ଭାରତ, ଚୀନ, ଦକ୍ଷିଣ କୋରିଆ, ଜାପାନ, ସିଙ୍ଗାପୁର, ଥାଇଲାଣ୍ଡରୁଷିଆରେ ଅନୁଷ୍ଠିତ ଅନେକ ସାଂସ୍କୃତିକ ଉତ୍ସବରେ ଯୋଗଦାନ କରିଛନ୍ତି ।

୧୯୭୦ରୁ ୨୦୦୬ ମସିହାର ମଧ୍ୟରେ ରାଣା ସରକାରୀ ରୟଲ ନେପାଳ ଏକାଡେମୀରେ ସଙ୍ଗୀତ କଳାକାର ଭାବରେ କାମ ଆରମ୍ଭ କରି ତୃତୀୟ ଶ୍ରେଣୀର ଗେଜେଟେଡ ସ୍ତରର ସ‌ହକାରୀ ନିର୍ଦ୍ଦେଶକ (ସଙ୍ଗୀତ) ଭାବରେ କାମ କରି ଅବସର ଗ୍ରହଣ କରିଥିଲେ । ଭାରତ, ଭୁଟାନ, ବଙ୍ଗଳାଦେଶ, ଚୀନ, ଥାଇଲାଣ୍ଡ, ସିଙ୍ଗାପୁର, ରୁଷିଆ, ଦକ୍ଷିଣ କୋରିଆ ଓ ଜାପାନ ରାଷ୍ଟ୍ରମାନ ଭ୍ରମଣ କରିଥିଲେ ।

ସେ ନେପାଳୀ, ହିନ୍ଦୀ ଓ ବଙ୍ଗଳା ଭାଷାରେ ଅନର୍ଗଳ ଭାବରେ କ‌ହିପାରୁଥିଲେ ।

ବିକ୍ରମ ସମ୍ବତ ୨୦୫୫ରେ ସରକାର ଅଧିକୃତ ରେଡିଓ ନେପାଳରେ ସେ ବିଖ୍ୟାତ ଶ୍ରେଣୀର ଗାୟକ ଭାବରେ ଶ୍ରେଣୀଭୁକ୍ତ ହୋଇଛନ୍ତି ।

ପୁରସ୍କାର ଓ ନାମାଙ୍କନ[ସମ୍ପାଦନା]

ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଅନୁଷ୍ଠିତ ହୋଇଥିବା ଅନେକ ସଙ୍ଗୀତ ପ୍ରତିଯୋଗୀତାରେ ରାଣା ସଫଳ ହୋଇଥିଲେ । [୩]


ଆଧାର[ସମ୍ପାଦନା]

  1. "I AM NOT SATISFIED WITH THE SONGS OF THIS GENERATION; GYANU RANA". 3gsmusic.com. 3gsound Inc. Archived from the original on June 8, 2014. Retrieved June 9, 2014.
  2. ୨.୦ ୨.୧ "Legendary singer Gyanu Rana to be honoured with concert". kathmandupost.com (in English). Retrieved 2020-05-18.{{cite web}}: CS1 maint: unrecognized language (link)
  3. Nepal, WOW Magazine (2018-12-29). "Gyanu Rana - Queen of Melody". WOW Magazine Nepal (in ଇଂରାଜୀ). Archived from the original on 2020-10-21. Retrieved 2020-05-18.