ଜୋଲପିଡେମ

ଉଇକିପିଡ଼ିଆ‌ରୁ
ଜୋଲପିଡେମ
Clinical data
Trade namesଆମ୍ବିଏନ, ଅନ୍ୟାନ୍ୟ others[୧]
SynonymsZolpidem tartrate
AHFS/Drugs.commonograph
MedlinePlusa693025
Pregnancy
category
  • AU: B3
  • US: C (Risk not ruled out)
Dependence
liability
High
Routes of
administration
By mouth (tablet), sublingual, oromucosal (spray), rectal
Drug classImidazopyridine, hypnotic
ATC code
Legal status
Legal status
Pharmacokinetic data
Bioavailability70% (by mouth)
Protein binding92%
MetabolismLiver through CYP3A4
Metabolites(ZCA) zolpidem 6-carboxylic acid; (ZPCA) zolpidem phenyl-4-carboxylic acid
Elimination half-life2.5–3 hours[୩]
Duration of action3 hours
ExcretionKidney (56%)
fecal (34%)
Identifiers
  • N,N-Dimethyl-2-[6-methyl-2-(4-methylphenyl)imidazo[1,2-a]pyridin-3-yl]acetamide hemitartrate
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.115.604 Edit this at Wikidata
Chemical and physical data
FormulaC19H21N3O
Molar mass307.395 g/mol
3D model (JSmol)
  • CN(C)C(=O)Cc1c(nc2ccc(C)cn12)c3ccc(C)cc3
  • InChI=1S/C19H21N3O/c1-13-5-8-15(9-6-13)19-16(11-18(23)21(3)4)22-12-14(2)7-10-17(22)20-19/h5-10,12H,11H2,1-4H3 checkY
  • Key:ZAFYATHCZYHLPB-UHFFFAOYSA-N checkY
 ☒NcheckY (what is this?)  (verify)

ଜୋଲପିଡେମ (ଇଂରାଜୀ ଭାଷାରେ Zolpidem, ଏକ ବ୍ୟବସାୟୀକ ନାମ ଆମ୍ବିଏନ/ Ambien) ଏକ ଔଷଧର ନାମ ଯାହା ଅନିଦ୍ରା (sleeping problems) ସମସ୍ୟାର ଉପଶମ ନିମନ୍ତେ ଦିଆଯାଏ ।[୩] ମାର୍ଗଦର୍ଶକ ସୁପାରିସ ଅନୁସାରେ ପରାମର୍ଶ (counseling|) ଓ ବ୍ୟବ‌ହାରିକ ପରିବର୍ତ୍ତନ ସାହାଯ୍ୟ ନେବାପରେ ଫଳପ୍ରଦ ନହେଲେ ଏହି ଔଷଧ ଦିଆଯାଏ । [୪][୫] ନିଦ୍ରା ଆରମ୍ଭ ହେବା ସମୟ (sleep onset) ଏହାଦ୍ୱାରା କମିଯାଏ ଓ ଅଧିକ ମାତ୍ରା ଦେଲେ ଅଧିକ ସମୟ ନିଦ ହୁଏ ।[୨] ବଟିକା, ଜିଭତଳ ବଟିକା ଓ ସ୍ପ୍ରେ ଆକାରରେ ଏହା ପାଟିରେ ଦିଆଯାଏ (by mouth) । [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦିନରେ ନିଦଲାଗେ, ମୁଣ୍ଡ ବିନ୍ଧା, ଅଇ ଓ ତରଳ ଝାଡ଼ା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ମରଣ ଶକ୍ତିର ସମସ୍ୟା, ହାଲ୍ୟୁସିନେସନ (hallucinations) ଓ ମାଦକ ସମସ୍ୟା (abuse) ହୋଇପାରେ ।[୨] ସନ ୨୦୧୩ରେ ଔଷଧ ଯୋଗୁ ପରବର୍ତ୍ତୀ ସକାଳ ଅସୁବିଧା ହେଉଥିବା ଲକ୍ଷ କରି ଏହାର ମାତ୍ରା କମ କରିଦିଆଯାଇଥିଲା ।[୬] ମାତ୍ରାଧିକ ଔଷଧ ନେଉଥିଲେ ବା ଦୀର୍ଘକାଳୀନ ଔଷଧ ନେଉଥିଲେ ପରବର୍ତ୍ତୀ ସକାଳେ ଡ୍ରାଇଭ କରିବାକୁ ନିଷେଧ କରାଯାଏ ।[୬] ଜୋଲପିଡେମ ପ୍ରତିକ୍ରିୟାକୁ ଫ୍ଲୁମାଜେନି (flumazenil) ଓଲଟେଇ ଦେଉଥିଲେ ମଧ୍ୟ ସାଧାରଣତଃ ସ‌ହାୟକ ଯତ୍ନରେ (supportive care) ଉପଶମ ହୋଇଯାଏ ।[୭]

ଇମିଡାଜୋପାଇରିଡିନ (imidazopyridine) ଶ୍ରେଣୀର ଏହି ଜୋଲପିଡେମ ଓଷଧ ନନବେଞ୍ଜୋଡାଏଜେପିନ (nonbenzodiazepine) ଓ ହିପନୋଟିକ (hypnotic) ସମ୍ପର୍କୀୟ ଅଟେ ।[୩] ଜୋଲପିଡେମ ଏକ ଟାଇପ ୧ ଗାବା ରିସେପ୍ଟର ଆଗୋନିସ୍ଟ (GABA receptor agonist) ଔଷଧ ।[୩] ଏହା ଗାବା ରିସେପ୍ଟର (GABAA receptors) ସ‌ହିତ ଅନୁବନ୍ଧିତ ହୋଇ ଗାବା ପ୍ରଭାବକୁ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[୩] ଏହାର ହାଫ ଲାଇଫ (half-life) ୨-୩ ଘଣ୍ଟ ।[୩] ଯକୃତ ସମସ୍ୟା (liver problems) ଥିଲେ ଏହି ପ୍ରଭାବ ଅଧିକ ହୁଏ ।[୩]

ସନ୧୯୯୨ରେ ଜୋଲପିଡେମ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୩] ସନ ୨୦୦୭ରୁ ଏହା ଏହା ଜେନେରିକ ଔଷଧ ନାମରେ (generic medication) ମିଳୁଛି ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୭ରେ ଏହାର ମାସିକ ମୂଲ୍ୟ ପ୍ରାୟ ୮ ଆମେରିକୀୟ ଡଲାର ଓ ନିୟନ୍ତ୍ରିତ ନିର୍ଗମନ ଔଷଧର ମୂଲ୍ୟ ୬୬ ଆମେରିକୀୟ ଡଲାର ।[୨] ଏହା କଣ୍ଟ୍ରୋଲଡ ସବସ୍ଟାନ୍ସ ଆକ୍ଟ ଅଫ ୧୯୭୦ର (Controlled Substances Act of 1970/ CSA) ସିଡ୍ୟୁଲ ୪ର (Schedule IV) ଅନ୍ତର୍ଭୁକ୍ତ ନିୟନ୍ତ୍ରିତ ପଦାର୍ଥ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ନିଦ୍ରା ସମସ୍ୟା ନିମନ୍ତେ ଏକ ସାଧାରଣ ପ୍ରେସକ୍ରିପସନ ଯାହା ବର୍ଷକୁ ୧୦ ନିୟୁତ ଦିଆଯାଏ ।[୯][୧୦]

ଆଧାର[ସମ୍ପାଦନା]

  1. "International brands for zolpidem". Drugs.com. Retrieved 15 March 2018.
  2. ୨.୦ ୨.୧ ୨.୨ ୨.୩ ୨.୪ Matheson E, Hainer BL (July 2017). "Insomnia: Pharmacologic Therapy". American Family Physician. 96 (1): 29–35. PMID 28671376.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Zolpidem Tartrate". The American Society of Health-System Pharmacists. Retrieved 15 March 2018.
  4. Qaseem A, Kansagara D, Forciea MA, Cooke M, Denberg TD (July 2016). "Management of Chronic Insomnia Disorder in Adults: A Clinical Practice Guideline From the American College of Physicians". Annals of Internal Medicine. 165 (2): 125–33. doi:10.7326/M15-2175. PMID 27136449. open access publication – free to read
  5. "Prescribing information: Ambien (zolpidem tartrate) tablets, for oral use" (PDF). US Food and Drug Administration. August 2016. Retrieved 2016-09-30. See FDA label index page for updates
  6. ୬.୦ ୬.୧ "Drug Safety and Availability - FDA Drug Safety Communication: FDA approves new label changes and dosing for zolpidem products and a recommendation to avoid driving the day after using Ambien CR". www.fda.gov (in ଇଂରାଜୀ).
  7. Gunja N (June 2013). "The clinical and forensic toxicology of Z-drugs". Journal of Medical Toxicology. 9 (2): 155–62. doi:10.1007/s13181-013-0292-0. PMC 3657020. PMID 23404347.
  8. "FDA Approves First Generic Versions of Ambien (Zolpidem Tartrate) for the Treatment of Insomnia". Retrieved 2010-01-24.
  9. "Zolpidem". LiverTox. Archived from the original on 16 March 2018. Retrieved 15 March 2018.
  10. "Consumer Updates - Some Sleep Drugs Can Impair Driving". www.fda.gov (in ଇଂରାଜୀ). 13 June 2013. Retrieved 15 March 2018.

ବାହ୍ୟ ଲିଙ୍କ[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ Zolpidem-ସମ୍ପର୍କିତ ମିଡ଼ିଆ