Jump to content

ଜୁଲାଇ ୨୦୧୮ ଚନ୍ଦ୍ରଗ୍ରହଣ

ଉଇକିପିଡ଼ିଆ‌ରୁ
ସମୂର୍ଣ୍ଣ ଚନ୍ଦ୍ରଗ୍ରହଣ
୨୭ ଜୁଲାଇ ୨୦୧୮
ଗ୍ରହର ଉପର ଭାଗ ହେଉଛି ଉତ୍ତର ଦିଗ

ଚନ୍ଦ୍ର ପୃଥିବୀର ଛାୟାର କେନ୍ଦ୍ର ବିନ୍ଦୁ ଦେଇ ଗତି କରିବ
ଦୃଶ୍ୟମାନ ସମୟ (ଘଣ୍ଟା:ମିନିଟ:ସେକେଣ୍ଡ)
ସମୁଦାୟ୧:୪୨:୫୭
ଆଂଶିକ୩:୫୪:୩୨
ଅର୍ଦ୍ଧଛାୟାଯୁକ୍ତ୬:୧୩:୪୮

ଏକ ସମୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୭ ଜୁଲାଇ ୨୦୧୮ରେ ହୋଇଥିଲା । ଏହି ସମୟରେ ଚନ୍ଦ୍ର ପୃଥିବୀର ଛାୟାପଥ ଦେଇ ଅତିକ୍ରମ କରିଥିଲା । ୨୦୧୧ ମସିହା ଜୁନ ୧୫ରେ ହୋଇଥିବା ଚନ୍ଦ୍ରଗ୍ରହଣ ପରେ ଏହା ପୃଥିବୀର ଛାୟାପଥରେ ଆସିଥିବା ପ୍ରଥମ ଚନ୍ଦ୍ରଗ୍ରହଣ ।

ଯେହେତୁ ଚନ୍ଦ୍ର ପୃଥିବୀର କକ୍ଷପଥରେ ଦୂରତମ ବିନ୍ଦୁରେ ଥିବାବେଳେ ଛାୟାପଥ ଅତିକ୍ରମ କରିଥିଲା, ତେଣୁ ଏହି ଗ୍ରହଣ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଗ୍ରହଣ ହୋଇଥିଲା । ସମୁଦାୟ ଗ୍ରହଣ ସମୟର ପାଖାପଖି ୧୦୩ ମିନିଟ ରହିଥିଲା ।[୧][୨] ଚନ୍ଦ୍ର ପୃଥିବୀର ଛାୟାରେ ସମୁଦାୟ ଚାରି ଘଣ୍ଟା ରହିଥିଲା ।[୩]

ଏହି ଚନ୍ଦ୍ରଗ୍ରହଣ‌ଟି ୨୦୧୮ ମସିହାର ଜାନୁଆରୀ ମାସରେ ହୋଇଥିବା ଚନ୍ଦ୍ରଗ୍ରହଣ ପରେ ଦ୍ୱିତୀୟ ଚନ୍ଦ୍ରଗ୍ରହଣ । ଏହି ଗ୍ରହଣ‌ଟି ସମସାମୂହିକ ଭାବରେ ମଙ୍ଗଳ ଗ୍ରହର କକ୍ଷ‌ପଥରେ ଆସୁଥିବା ଗ୍ରହ ସ‌ହ ମଧ୍ୟ ହେବ । ଏହିଭଳି ସମସାମୟିକ ଗ୍ରହଣ ପ୍ରତ୍ୟେକ ୨୫,୦୦୦ ବର୍ଷରେ ହୋଇଥାଏ ।[୪]

ଦୃଶ୍ୟମାନ

[ସମ୍ପାଦନା]

ଏହି ଗ୍ରହଣ‌ଟି ସମ୍ପୂର୍ଣ୍ଣ ଭାବରେ ପୂର୍ବ ଆଫ୍ରିକା ଏବଂ କେନ୍ଦ୍ରୀୟ ଏସିଆରେ ଦୃଶ୍ୟମାନ ହୋଇଥିଲା । ଏଥିସ‌ହିତ ଦକ୍ଷିଣ ଆମେରିକା, ପଶ୍ଚିମ ଆଫ୍ରିକା ଏବଂ ୟୁରୋରେ ଏହାର ଆରମ୍ଭ ଦୃଶ୍ୟମାନ ହେବା ସ‌ହ ପୂର୍ବ ଏସିଆ ଓ ଅଷ୍ଟ୍ରଲିଆରେ ଏହାର ଶେଷ ଦୃଶ୍ୟମାନ ହୋଇଥିଲା ।[୫]


ପୃଥିବୀର ଦୂରତମ କକ୍ଷରେ ମନ୍ଦ୍ରରୁ ପୃଥିବୀର ଦୃଶ୍ୟ

ଦୃଶ୍ୟମାନ ହେବାକୁ ଥିବା ମାନ‌ଚିତ୍ର

ପୃଷ୍ଠଭୂମି

[ସମ୍ପାଦନା]

ଯେତେବେଳେ ପୃଥିବୀର ଛାୟ ଦେଇ ଚନ୍ଦ୍ର ଗତି କରେ, ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ । ଗ୍ରହଣର ଆରମ୍ଭରେ ପୃଥିବୀର ଛାଇ ପ୍ରଥମେ ଚନ୍ଦ୍ରକୁ ଆଂଶିକ ଅନ୍ଧକାର କରେ । ପରେ ଏହି ଛାୟା ଧୀରେ ଧୀରେ ବଢ଼ିବାକୁ ଲାଗେ ଏବଂ ଚନ୍ଦ୍ରର କିଛି କିଛି ଭାଗକୁ ଢାଙ୍କିବାକୁ ଲାଗିଥାଏ । ଚନ୍ଦ୍ରଗ୍ରହଣ ବେଳେ ଛାୟା ବଢ଼ିବା ସ‌ହିତ ଏହାର ରଙ୍ଗ ବଦଳି ଧୀରେ ଧୀରେ ନାଲି-ଧୂସର ହୋଇଥାଏ (ବାୟୁମଣ୍ଡଳର ଅବସ୍ଥା ଉପରେ ଏହି ରଙ୍ଗ ନିର୍ଭର କରେ) । ଚନ୍ଦ୍ର ଗ୍ରହଣ ବେଳେ ସୂର୍ଯ୍ୟାଲୋକ ନ ପଡ଼ିଲେ ବି ଚନ୍ଦ୍ର ସମ୍ପୂର୍ଣ୍ଣ ଅନ୍ଧକାର ଦେଖାଯାଏ ନାହିଁ । କାରଣ ସୂର୍ଯ୍ୟାଲୋକ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରୁଥିବାରୁ ସୂର୍ଯ୍ୟରଶ୍ମି ପ୍ରତିସରିତ (Refracted) ହୋଇ ଚନ୍ଦ୍ରର ଛାୟା ଶଙ୍କୁ ମଧ୍ୟ ଦେଇ ଯାଏ । ତେବେ ସୂର୍ଯ୍ୟାଲୋକ ପ୍ରତିସରିତ ହୋଇ ଚନ୍ଦ୍ର ପୃଷ୍ଠରେ ପତିତ ହେବାବେଳେ ଅପେକ୍ଷାକୃତ କମ ତରଙ୍ଗ-ଦୈର୍ଘ୍ୟ ବିଶିଷ୍ଟ ଆଲୋକ ରଶ୍ମି ଏଭଳି ପ୍ରତିସରଣ ବେଳେ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ପାରନ୍ତି ଯାହାକି ମନୁଷ୍ୟ ଦୃଷ୍ଟିରେ ଇଷତ୍ ଲାଲ ବର୍ଣ୍ଣ ଦେଖାଯାଏ । ଅତଏବ ଚନ୍ଦ୍ର ପୃଷ୍ଠ ସମ୍ପୂର୍ଣ୍ଣ ଅନ୍ଧକାର ନ ହୋଇ ଗ୍ରହଣ ବେଳେ ଇଷତ୍ ଲାଲ୍ ଦିଶେ । ଅର୍ଥାତ, ପୃଥିବୀକୁ ଘେରି ଯଦି କୌଣସି ବାୟୁମଣ୍ଡଳ ନ ଥାଆନ୍ତା, ତେବେ ଚନ୍ଦ୍ର ଗ୍ରହଣ ବେଳେ ଚନ୍ଦ୍ର ସଂପୂର୍ଣ୍ଣ ଅନ୍ଧକାର ଦେଖାଯାଆନ୍ତା ।[୬]

ଉପରେ ଉଲ୍ଲେଖ କରାଯାଇଥିବା ଅନୁକରଣ ପୃଥିବୀର ଛାୟା ମାଧ୍ୟମରେ ଚନ୍ଦ୍ରର ଉପସ୍ଥିତିକୁ ଦର୍ଶାଉଛି । ପୃଥିବୀର ଛାୟା ମଧ୍ୟ ଦେଇ ପ୍ରବେଶ କଲାବେଳେ ଚନ୍ଦ୍ରରେ ବଦଳୁଥିବା ଅନ୍ଧାକାର ଓ ରଙ୍ଗକୁ ଦର୍ଶାଯାଇଛି । ଚନ୍ଦ୍ର ଉତ୍ତର ଗୋଲାର୍ଦ୍ଧ ପୃଥିବୀର ଛାୟା ଆଡ଼କୁ ନିକଟର ହୋଇଥାଏ, ଫଳରେ ଏହା ଅଧିକ ଅନ୍ଧକାର ହୋଇଥାଏ ଏବଂ ଅଧିକ ଲାଲ ଦେଖାଯାଇଥାଏ ।


ସ୍ଥାନ ଅନୁସାରେ ଦୃଶ୍ୟମାନ

[ସମ୍ପାଦନା]
ଏଥେନ୍ସ ସ‌ହରରୁ ଗ୍ରହଣର ଦୃଶ୍ୟର ନିଆଯାଇଥିବା GIF


  1. ↑ "In 2018 the longest lunar eclipse will take place in 100 years". earth-chronicles.com. Archived from the original on 27 January 2018. Retrieved 27 July 2018.
  2. ↑ "Watch: the longest "blood moon" lunar eclipse of the century". Vox. Retrieved 27 July 2018.
  3. ↑ Lyons, Kate (25 July 2018). "Blood moon: all you need to know about this week's lunar eclipse". The Guardian (in ଇଂରାଜୀ). Retrieved 27 July 2018.
  4. ↑ "Два редких астрономических явления можно будет наблюдать 27 июля" (in Russian). TASS. 26 July 2018. Retrieved 26 July 2018.{{cite web}}: CS1 maint: unrecognized language (link)
  5. ↑ "Eclipse Map — July 27, 2018 Total Lunar Eclipse" (in English).{{cite web}}: CS1 maint: unrecognized language (link)
  6. ↑ Fred Espenak; Jean Meeus. "Visual Appearance of Lunar Eclipses". NASA. Retrieved April 13, 2014. {{cite web}}: Unknown parameter |last-author-amp= ignored (|name-list-style= suggested) (help)

ବାହାର ଆଧାର

[ସମ୍ପାଦନା]