ଜୀବସାର ଘ ଅଭାବ

ଉଇକିପିଡ଼ିଆ‌ରୁ
Vitamin D deficiency
Hypovitaminosis D
614 Synthesis of Vitamin D.jpg
The normal process of Vitamin D absorption
ଲକ୍ଷଣNone, muscle pain, weakness, muscle contractions[୧][୨]
କାରଣInadequate sunlight exposure, decreased dietary intake, kidney problems, decreased absorption from the gut[୩][୧]
ରୋଗ ନିର୍ଣ୍ଣୟ ପଦ୍ଧତିBlood 25(OH)D < 50 to 75 nmol/L (20 to 30 ng/ml)[୪]
ପ୍ରତିକାରVitamin D supplements for breastfeed babies[୧]
ଔଷଧCholecalciferol, ergocalciferol, calcifediol[୫]
ପୁନଃପୌନିକDeficiency 20-40%, severe 6-13%[୪]

ଜୀବସାର ଘ ବା ଜୀବନିକା ଘ ବା ଭିଟାମିନ୍ ଡି ଅଭାବ ଅଛି କୁହାଯାଏ ଯେତେବେଳେ ଦେହରେ ଭିଟାମିନ୍ D ସ୍ତର ସ୍ୱାଭାବିକଠାରୁ କମ୍ ଥାଏ | [୬] ଏହାର ଲକ୍ଷଣ ମଧ୍ୟରେ ମାଂସପେଶୀ ଯନ୍ତ୍ରଣା, ଦୁର୍ବଳତା ଏବଂ ମାଂସପେଶୀ ସଂକୋଚନ ଇତ୍ୟାଦି ଲକ୍ଷଣମାନ ଦେଖାଯାଏ, ଯଦିଓ ଅଧିକାଂଶଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ | [୧] [୨] ପିଲାମାନଙ୍କଠାରେ ଏହି ଅଭାବ ଯୋଗୁ ରିକେଟ୍ ହୋଇପାରେ, ଯାହା ଏପରି ଏକ ରୋଗ ଯେଉଁଥିରେ ହାଡ଼ଗୁଡିକରେ ସଠିକ୍ ଭାବରେ ଅସ୍ଥି ନିର୍ମାଣ ବା ଓସିଫିକେସନ ହେବାରେ ବିଫଳ ହୁଏ | [୩] ବୟସ୍କମାନଙ୍କଠାରେ ଏହା ଓଷ୍ଟିଓମାଲାସିଆ ଏବଂ ଓଷ୍ଟିଓପୋରୋସିସ୍ ରୋଗ ହେବାର ସମ୍ଭାବନା ଥାଏ, ଯେଉଁଥିରେ ଅସ୍ଥି ଭଗ୍ନର ସଙ୍କଟ ଥାଏ | [୩] [୧] ଅନ୍ୟାନ୍ୟ କେତେକ ଅବସ୍ଥାରେ ଭିଟାମିନ୍ ଡି ସ୍ତର କମ୍ ଥାଏ କିନ୍ତୁ କାରଣ ଭାବରେ ସେଗୁଡ଼ିକ ଅସ୍ପଷ୍ଟ ଅଛି | [୪]

ପର୍ଯ୍ୟାପ୍ତ ସୂର୍ଯ୍ୟ କିରଣ ସଂସ୍ପର୍ଶର ଅଭାବ, କମ୍ ଖାଦ୍ୟ ଗ୍ରହଣ, ବୃକ୍‌କ ସମସ୍ୟା କିମ୍ବା ଅନ୍ତନଳୀରୁ ଅବଶୋଷଣ ହ୍ରାସ ଆଦି କାରଣ ଯୋଗୁ ଭିଟାମିନ୍ ଡି ଅଭାବ ହୁଏ | [୩] [୧] ଅନ୍ୟାନ୍ୟ ସଙ୍କଟ ଜନ‌କ କାରଣଗୁଡ଼ିକ ମଧ୍ୟରେ ଯକୃତ ରୋଗ ଏବଂ କେତେକ ଜେନେଟିକ୍ ବ୍ୟାଧି ଅନ୍ତର୍ଭୁକ୍ତ | [୧] ରକ୍ତରେ ୨୫(ଓଏଚଡି)ଡି/ (OH) D ସ୍ତର ୫୦ରୁ ୭୫ ଏନମୋଲ / ଲି (20ରୁ 30 ng / ମିଲି)ରୁ କମ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୪] ଲକ୍ଷଣ ନଥିବା ଲୋକଙ୍କୁ ପରୀକ୍ଷା କରିଲେ ଲାଭ ଅସ୍ପଷ୍ଟ ଅଟେ, ଏବଂ ଏହିପରି ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇନଥାଏ | [୩] [୭]

ଭିଟାମିନ୍ ଡି ପରିପୂରକ ଖାଦ୍ୟ ଖାଇବାକୁ ସାଧାରଣତଃ ସୁପାରିଶ କରାଯାଏ ନାହିଁ | [୮] ସ୍ୱଳ୍ପ ସ୍ତର ଥିଲେ ସାଧାରଣତ ପାଟିଦ୍ୱାରା ଜୀବସାର ଘ ଗ୍ରହଣ କରାଯାଏ | [୧] ଖାଦ୍ୟ ଉତ୍ସଗୁଡ଼ିକ ମଧ୍ୟରେ ତେଲିଆ ମାଛ, ଛତୁ, ଏବଂ ଅଣ୍ଡାର ହଳଦିଆ ଅଂଶ ଉଲ୍ଲେଖନୀୟ | [୩] [୯] ଦୁନିଆର କିଛି ଅଞ୍ଚଳରେ କ୍ଷୀର ଏବଂ ଅନ୍ୟାନ୍ୟ ଖାଦ୍ୟ ସ‌ହିତ ଭିଟାମିନ୍ ଡି ମିଶ୍ରିତ କରାଯାଇଥାଏ । [୩] କ୍ୟାଲସିୟମ ଏବଂ ଫସଫେଟ୍ ଅଭାବର ସଂଶୋଧନ ମଧ୍ୟ ଆବଶ୍ୟକ ହୋଇପାରେ | [୧]

ପ୍ରାୟ ୨୦ରୁ ୪୦% ଲୋକଙ୍କର ଭିଟାମିନ୍ D ଅଭାବ ଥିବାବେଳେ ୬ରୁ ୧୩% ଲୋକଙ୍କଠାରେ ଘୋର ଅଭାବ ଦେଖାଯାଏ | [୪] ତଥାପି ଏହା କୌଣସି ସଂପୃକ୍ତ ନକାରାତ୍ମକ ସ୍ୱାସ୍ଥ୍ୟ ପ୍ରଭାବ ଅପେକ୍ଷା ରକ୍ତ ପରୀକ୍ଷା ଉପରେ ଆଧାରିତ କରାଯାଏ | [୮] ଏହା ସାଧାରଣତଃ ଯୁବକ ଏବଂ ବୃଦ୍ଧମାନଙ୍କଠାରେ ଦେଖାଯାଏ | [୪] ଭିଟାମିନ ଡି ଅଭାବ ଯୋଗୁ ହେଉଥିବା ରିକେଟ ରୋଗର ବର୍ଣ୍ଣନା ୧୬୪୫ ମସିହା ପରଠାରୁ କରାଯାଇଛି । [୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Vitamin D Deficiency and Dependency - Nutritional Disorders". Merck Manuals Professional Edition. Retrieved 9 April 2021.
  2. ୨.୦ ୨.୧ Sizar, O; Khare, S; Goyal, A; Bansal, P; Givler, A (January 2021). "Vitamin D Deficiency". PMID 30335299. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Office of Dietary Supplements - Vitamin D". ods.od.nih.gov (in ଇଂରାଜୀ). U.S. Department of Health & Human Services: National Institutes of Health. 26 March 2021. Archived from the original on 9 April 2021. Retrieved 9 April 2021.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Amrein, K; Scherkl, M; Hoffmann, M; Neuwersch-Sommeregger, S; Köstenberger, M; Tmava Berisha, A; Martucci, G; Pilz, S; Malle, O (20 January 2020). "Vitamin D deficiency 2.0: an update on the current status worldwide". European Journal of Clinical Nutrition. 74 (11): 1498–1513. doi:10.1038/s41430-020-0558-y. PMC 7091696. PMID 31959942.
  5. Bordelon, P; Ghetu, MV; Langan, RC (15 October 2009). "Recognition and management of vitamin D deficiency". American family physician. 80 (8): 841–6. PMID 19835345.
  6. LeFevre, ML; LeFevre, NM (15 February 2018). "Vitamin D Screening and Supplementation in Community-Dwelling Adults: Common Questions and Answers". American family physician. 97 (4): 254–260. PMID 29671532.
  7. Krist, Alex H.; Davidson, Karina W.; Mangione, Carol M.; Cabana, Michael; Caughey, Aaron B.; Davis, Esa M.; Donahue, Katrina E.; Doubeni, Chyke A.; Epling, John W. (13 April 2021). "Screening for Vitamin D Deficiency in Adults: US Preventive Services Task Force Recommendation Statement". JAMA. 325 (14): 1436. doi:10.1001/jama.2021.3069.
  8. ୮.୦ ୮.୧ LeFevre, ML; LeFevre, NM (15 February 2018). "Vitamin D Screening and Supplementation in Community-Dwelling Adults: Common Questions and Answers". American family physician. 97 (4): 254–260. PMID 29671532.
  9. ଆଧାର ଭୁଲ: ଅଚଳ <ref> ଚିହ୍ନ; AFP2009 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  10. Epstein, Sol (2012). Vitamin D, An Issue of Rheumatic Disease Clinics - E-Book (in ଇଂରାଜୀ). Elsevier Health Sciences. p. 62. ISBN 978-1-4557-4313-1.