ଜୀବନ ପ୍ରଦୀପ ଦାଶ
ଜୀବନ ପ୍ରଦୀପ ଦାଶ | |
---|---|
ବିଧାୟକ: ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୯ | |
ପୂର୍ବ ଅଧିକାରୀ | ଅରୁଣ ଦେ |
ପର ଅଧିକାରୀ | ମଦନ ମୋହନ ଦତ୍ତ |
ନିର୍ବାଚନ ମଣ୍ଡଳୀ | ବାଲେଶ୍ୱର |
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ଅରୁଣ ଦେ |
ପର ଅଧିକାରୀ | ଅରୁଣ ଦେ |
ନିର୍ବାଚନ ମଣ୍ଡଳୀ | ବାଲେଶ୍ୱର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ଜୁଲାଇ ୧୯୫୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ରୀନାରାଣୀ ଦାସ |
ସନ୍ତାନ | ୨ ପୁଅ |
ବାପା/ବୋଉ | ଜଗନ୍ନାଥ ପ୍ରସାଦ ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜୀବନ ପ୍ରଦୀପ ଦାଶ (ଜନ୍ମ: ୧୫ ଜୁଲାଇ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ଏବଂ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟିର ଏବଂ ୨୦୦୯ ଓ ୨୦୧୪ ମସିହାରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ ପରିବାର ଓ ଶିକ୍ଷା
[ସମ୍ପାଦନା]ଜୀବନ ପ୍ରଦୀପ ଦାଶ ୧୯୫୫ ମସିହାରେ ଜୁଲାଇ ମାସ ୧୫ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଜଗନ୍ନାଥ ପ୍ରସାଦ ଦାଶ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ସେ ଓକିଲାତି ପଢ଼ିଛନ୍ତି । ତାଙ୍କ ପତ୍ନୀଙ୍କ ନାମ ରୀନାରାଣୀ ଦାଶ ।[୧] ତାଙ୍କର ଦୁଇଜଣ ପୁଅ ଅଛନ୍ତି ।
ରାଜନୈତିକ ଜୀବନ
[ସମ୍ପାଦନା]ଜୀବନ ପ୍ରଦୀପ ଦାଶ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପିର ପ୍ରାର୍ଥୀ ଭାବରେ ବିଜୁ ଜନତା ଦଳର ସମର୍ଥନରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଏହାପରେ ୨୦୦୯ ମସିହାରେ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଭାଙ୍ଗିଯିବା ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ । ୨୦୦୯ ଏବଂ ୨୦୧୪ ମସିହାରେ ସେ ବିଜେଡ଼ିର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫୫,୭୧୦ ଖଣ୍ଡ ଏବଂ ୪୭,୬୧୫ ଖଣ୍ଡ ଭୋଟ ଭୋଟ ପାଇ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କଠାରୁ ପରାସ୍ତ ହୋଇଥିଲେ । ମାତ୍ର ଦତ୍ତଙ୍କର ମୃତ୍ୟ ପରେ ନଭେମ୍ବର ୨୦୨୦ରେ ବାଲେଶ୍ୱରରେ ହୋଇଥିବା ଉପ-ନିର୍ବାଚନ ପରେ ତାଙ୍କୁ ଦଳ ବିରୋଧି କାର୍ଯ୍ୟପାଇଁ ବିଜେଡିର ନିଲମ୍ବନ କରାଯାଇଥିଲା ।[୨]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ବାଲେଶ୍ୱର | ଭାରତୀୟ ଜନତା ପାର୍ଟି |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ବାଲେଶ୍ୱର | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ବାଲେଶ୍ୱର | ବିଜୁ ଜନତା ଦଳ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Shri Jiban Pradip Dash". odishaassembly.nic.in. Odisha Assembly. Retrieved 26 May 2019.
- ↑ "ଉପନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିଲେ ଜୀବନପ୍ରଦୀପ ଦାଶ: ରବୀନ୍ଦ୍ର | Sambad". ସମ୍ବାଦ. sambad.in. 5 November 2020. Archived from the original on 5 November 2020. Retrieved 5 November 2020.