ଜାପାନର ପ୍ରଶାସନିକ ଆଦେଶ ଦ୍ୱାରା ନିର୍ଦ୍ଦେଶିତ ସହର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଜାପାନର ପ୍ରଶାସନିକ ଆଦେଶ ଦ୍ୱାରା ନିର୍ଦ୍ଦେଶିତ ସହର is located in Japan
ସାପ୍ପୋରୋ-ଶୀ
ସାପ୍ପୋରୋ-ଶୀ
ସେନ୍ଦାଇ-ଶୀ
ସେନ୍ଦାଇ-ଶୀ
ନିଇଗାତା-ଶୀ
ନିଇଗାତା-ଶୀ
ଶିଜୁଓକା
ଶିଜୁଓକା
Hamamatsu
ହାମାମାତ୍ସୁ
Nagoya
ନାଗୋୟା-ଶୀ
Okayama
7
Hiroshima
8
Kitakyushu
9
Fukuoka
ଫୁକୁଓକା-ଶୀ
Kumamoto
କୁମାମୋତୋ-ଶୀ
ଜାପାନରେ ନିର୍ଦ୍ଦେଶିତ ସହର (ବୃହତ୍ ଟୋକିଓ ଓ କାନ୍ସାଇ ଅଞ୍ଚଳକୁ ଛାଡି)
7: ଓକାୟାମା, 8: ହିରୋଶିମା, 9: କିତାକ୍ଯୁଶୁ
ଜାପାନର ପ୍ରଶାସନିକ ଆଦେଶ ଦ୍ୱାରା ନିର୍ଦ୍ଦେଶିତ ସହର is located in Kanto Area
ସାଇତାମା-ଶୀ
ସାଇତାମା-ଶୀ
ଚିବା-ଶୀ
ଚିବା-ଶୀ
କାୱାସାକି-ଶୀ
କାୱାସାକି-ଶୀ
ୟୋକୋହାମା-ଶୀ
ୟୋକୋହାମା-ଶୀ
ସାଗାମିହାରା-ଶୀ
ସାଗାମିହାରା-ଶୀ
ବୃହତ୍ ଟୋକିଓ ଅଞ୍ଚଳର ନିର୍ଦ୍ଦେଶିତ ସହର

Lua error in ମଡ୍ୟୁଲ:Location_map/multi at line 27: Unable to find the specified location map definition: "Module:Location map/data/Japan Kansai" does not exist. ପ୍ରଶାସନ ଆଦେଶଦ୍ୱାରା ନିର୍ଦ୍ଦେଶିତ ସହର (ସେଇରେଇ ଶିତେଇ ତୋଶୀ; 政令指定都市) ବା ନିର୍ଦ୍ଦେଶିତ ସହର (ଶିତେଇ ତୋଶୀ; 指定都市) ବା ପ୍ରଶାସନିକ ଆଦେଶପ୍ରାପ୍ତ ସହର (ସେଇରେଇ ତୋଶୀ; 政令市), ହେଉଛି ଏକ ଜାପାନୀ ସହର ଯାହାର ଜନସଂଖ୍ୟା ୫,୦୦,୦୦୦ରୁ ଅଧିକ ଥିବ ଏବଂ ଯାହାକୁ ଜାପାନୀ କ୍ଯାବିନେଟ ନିର୍ଦ୍ଦେଶ ଦେଇଥିବ । ଜାପାନୀ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମର ଧାରା ୨୫୨ ବିଭାଗ ୧୯ରେ ଏଥିପାଇଁ ନିୟମ ଉଲ୍ଲେଖ ଅଛି ।

ସମୀକ୍ଷା[ସମ୍ପାଦନା]

ନିର୍ଦ୍ଦେଶିତ ସହରଗୁଡ଼ିକୁ ଅନେକ ଉନ୍ନୟନମୂଳକ କାର୍ଯ୍ୟ ମିଳିଥାଏ ଯାହା ସାଧାରଣରେ ରାଜ୍ଯ ପ୍ରଶାସନକୁ ଦିଆଯାଇ ଥାଏ; ଯଥା - ଗଣଶିକ୍ଷା ଯୋଜନା, ସାମାଜିକ କଲ୍ୟାଣ, ପରିମଳ, ବ୍ଯବସାୟ ପଞ୍ଜୀକରଣ ତଥା ଶିଳ୍ପାଞ୍ଚଳର ବିକାଶ ଆଦି । ସାଧାରଣତଃ ସହରୀ ପ୍ରଶାସନ ଗୌଣ କାର୍ଯ୍ୟାଦି କରିଥାଏ, ଅପରପକ୍ଷେ ରାଜ୍ଯ ପ୍ରଶାସନ ପାଖରେ ଅଧିକାଂଶ ଶକ୍ତି ରହିଥାଏ । ଉଦାହରଣ ସ୍ବରୂପ - ଔଷଧିୟ ଦୋକାନ ତଥା କ୍ଷୁଦ୍ର ଚିକିତ୍ସାକେନ୍ଦ୍ର ଆଦି ସହରୀ ପ୍ରଶାସନଦ୍ୱାରା ପଞ୍ଜୀକରଣ କରାଯାଇ ପାରିବ କିନ୍ତୁ ବଡ଼ବଡ଼ ଔଷଧାଳୟ ଏବଂ ଚିକିତ୍ସାଳୟ ଆଦି କେବଳ ରାଜ୍ଯ ପ୍ରଶାସନଦ୍ୱାରା ହିଁ ପଞ୍ଜୀକରଣ କରାଯାଇ ପାରିବ ।

ନିର୍ଦ୍ଦେଶିତ ସହରଗୁଡ଼ିକ ସାହି ବା (区) -କୁରେ ବିଭକ୍ତ ହୋଇଥାନ୍ତି । ପ୍ରତ୍ଯେକ ସାହିରେ ଏକ "ସାହି କାର୍ଯ୍ୟାଳୟ" ରହିଥାଏ ଯାହା ସହରର ବିଭିନ୍ନ ପ୍ରଶାସନିକ କାର୍ଯ୍ୟାବଳୀରେ ସାହାଯ୍ୟ କରିଥାଏ; ଯେପରିକି - କୋସେକୀଜୁମିହ୍ନ୍ଯୋ ବାସିନ୍ଦା ପଞ୍ଜୀକରଣ ଏବଂ ଖଜଣା ଆଦାୟ । କେତେକ ସହରର ସାହି କାର୍ଯ୍ୟାଳୟଗୁଡ଼ିକ ବ୍ଯବସାୟ ଅନୁମତିକରଣ, ନିର୍ମାଣ ଅନୁମତି ପତ୍ର ପ୍ରଦାନ ତଥା ଅନ୍ଯାନ୍ଯ ପ୍ରଶାସନିକ ବିଷୟବସ୍ତୁ ଆଦିର ଦାୟିତ୍ୱ ବହନ କରିଥାନ୍ତି । ମୁନିସିପାଲୀୟ ଆଦେଶଦ୍ୱାରା ସାହିମାନଙ୍କର ଗଠନ ଓ ଅଧିକାରୀ ନିୟନ୍ତ୍ରଣ କରାଯାଏ ।

ଟୋକିଓର ୨୩ଟି ବିଶେଷ ସାହିଗୁଡ଼ିକ ଏହି ତନ୍ତ୍ରର ଅଧୀନ ନୁହଁନ୍ତି, ଯେହେତୁ ଟୋକିଓ ଏକ ରାଜ୍ଯ ଓ ଏହାର ସାହିଗୁଡ଼ିକ ବାସ୍ତବରେ ସହର ତୁଲ୍ଯ । ଟୋକିଓର ଦୁଇଟି ବଡ଼ବଡ଼ ସାହି, ସେତାଗାୟା-କୁ ଏବଂ ନେରିମା-କୁ, ଉଭୟ ସହର ପଦବାଚ୍ଯ ହେବାପାଇଁ ଆବଶ୍ୟକ ଜନସଂଖ୍ୟା ବିଶିଷ୍ଟ ଅଟନ୍ତି କିନ୍ତୁ ସେଗୁଡ଼ିକୁ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମ ଅନୁସାରେ ସହର କୁହାଯାଇପାରିବ ନାହିଁ ।

କୌଣସି ନିର୍ଦ୍ଦେଶ ପ୍ରାପ୍ତ ସହର ଏ ପର୍ଯ୍ୟନ୍ତ ନିଜର ଉକ୍ତ ସ୍ଥିତିକୁ ହରାଇ ନାହିଁ ।

ନିର୍ଦ୍ଦେଶିତ ସହରମାନଙ୍କର ସୂଚୀ[ସମ୍ପାଦନା]

୧୯୫୬ ମସିହାରୁ ନିର୍ଦ୍ଦେଶିତ ସହରଗୁଡ଼ିକର ପ୍ରତିଷ୍ଠା କରାଯାଇଛି ।[୧]

ନାମ ଜାପାନୀ ଧ୍ୱଜା ଜନସଂଖ୍ୟା ନିର୍ଦ୍ଦେଶନାର ତାରିଖ ଅଞ୍ଚଳ ରାଜ୍ଯ ସାହିସଂଖ୍ଯା ବିଭାଜନ
ଚିବା 千葉市 972,861 1992-04-01 କାଣ୍ଟୋ ଚିବା 06 List
Fukuoka 福岡市 1,579,450 1972-04-01 Kyushu Fukuoka 07 List
Hamamatsu 浜松市 795,350 2007-04-01 Chūbu Shizuoka 07 List
Hiroshima 広島市 1,194,524 1980-04-01 Chūgoku Hiroshima 08 List
Kawasaki 川崎市 1,503,690 1972-04-01 Kantō Kanagawa 07 List
Kitakyushu 北九州市 945,595 1963-04-01 Kyushu Fukuoka 07 List
Kobe 神戸市 1,526,639 1956-09-01 Kansai Hyōgo 09 List
Kumamoto 熊本市 737,812 2012-04-01 Kyushu Kumamoto 05 List
Kyoto 京都市 1,468,980 1956-09-01 Kansai Kyoto 11 List
Nagoya 名古屋市 2,283,289 1956-09-01 Chūbu Aichi 16 List
Niigata 新潟市 807,450 2007-04-01 Chūbu Niigata 08 List
Okayama 岡山市 720,841 2009-04-01 Chūgoku Okayama 04 List
Osaka 大阪市 2,727,255 1956-09-01 Kansai Osaka 24 List
Sagamihara 相模原市 720,986 2010-04-01 Kantō Kanagawa 03 List
Saitama さいたま市 1,226,656 2003-04-01 Kantō Saitama 10 List
Sakai 堺市 833,544 2006-04-01 Kansai Osaka 07 List
Sapporo 札幌市 1,955,115 1972-04-01 Hokkaido Hokkaido 10 List
Sendai 仙台市 1,088,669 1989-04-01 Tōhoku Miyagi 05 List
Shizuoka 静岡市 697,578 2005-04-01 Chūbu Shizuoka 03 List
Yokohama 横浜市 3,732,616 1956-09-01 Kantō Kanagawa 18 List

ନିର୍ଦ୍ଦେଶିତ ସହର ହେବାପାଇଁ ଯୋଗ୍ୟତା[ସମ୍ପାଦନା]

ପ୍ରଶାସନିକ ନିର୍ଦ୍ଦେଶ ପ୍ରାପ୍ତ ସହର ହେବାପାଇଁ, ଏକ ସହରର ଜନସଂଖ୍ୟା ୫,୦୦,୦୦୦ରୁ ଅଧିକ ହେବା ଆବଶ୍ୟକ । ଉଭୟ ସହର ଓ ରାଜ୍ଯର ବିଧାୟକ ସଭାଦ୍ୱାରା ସ୍ୱିକୃତି ମିଳିଲା ପରେ ପ୍ରଶାସନିକ ନିର୍ଦ୍ଦେଶ ପାଇଁ ଦରଖାସ୍ତ ଦିଆଯାଏ ।

ନିମ୍ନଲିଖିତ ସହରମାନଙ୍କର ଜନସଂଖ୍ୟା ପାଞ୍ଚ ଲକ୍ଷରୁ ଅଧିକ କିନ୍ତୁ ଏ ପର୍ଯ୍ୟନ୍ତ ନିର୍ଦ୍ଦେଶିତ ସହର ପାଇଁ ନାମଙ୍କିତ ହୋଇନାହିଁ । (ଯେଉଁ ସହରଗୁଡ଼ିକ କେନ୍ଦ୍ର ସହରର ପଦ ପାଇଁ ନିବେଦନ କରିଛନ୍ତି ସେଗୁଡ଼ିକ ଦର୍ଶାଯାଇ ନାହିଁ ।※କେନ୍ଦ୍ର ସହର,※※ଜାପାନର କେନ୍ଦ୍ର ସହର ଯାହା ଭଙ୍ଗ ହେବାକୁ ଯାଇପାରେ)

ଇତିହାସ[ସମ୍ପାଦନା]

୧୮୭୮ରେ ସାହିର ପ୍ରତିଷ୍ଠା ସହ ନିର୍ଦ୍ଦେଶିତ ସହରର ସ୍ଥାପନ କରାଯାଇ ଥିଲା । ଏହି ତନ୍ତ୍ର ଅଧୀନରେ ପ୍ରତ୍ଯେକ ସହରରେ ସାହି ତିଆରି କରାଗଲା ।

ଆଧାର[ସମ୍ପାଦନା]

  1. Jacobs, A.J. "Japan's Evolving Nested Municipal Hierarchy: The Race for Local Power in the 2000s," Urban Studies Research, Vol. 2011 (2011); doi:10.1155/2011/692764. Retrieved 23 March 2012.