ଜାନକୀ ଆମ୍ମାଲ

ଉଇକିପିଡ଼ିଆ ରୁ
ଜାନକୀ ଆମ୍ମାଲ
ജാനകി അമ്മാൾ
ଜାନକୀ ଆମ୍ମାଲ
ଜାନକୀ ଆମ୍ମାଲ
ଜନ୍ମ ୪ ନଭେମ୍ବର ୧୮୯୭(1897-11-04)
Tellicherry, Kerala
ମୃତ୍ୟୁ February 1984 (aged 87)
ବାସସ୍ଥାନ India
ଜାତୀୟତା Indian
କ୍ଷେତ୍ର Botany, Cytology
ସଂସ୍ଥାନ University Botany Laboratory, Madras

ଜାନକୀ ଆମ୍ମାଲ ଏଡାଭଲେଥ କକ୍କଟ ଜଣେ ଭାରତୀୟ ମହିଳା ଉଦ୍ଭିଦ ବିଜ୍ଞାନ ବିଶେଷଜ୍ଞ ଥିଲେ ଯିଏ ସାଇଟୋଜେନେଟିକ୍ସଭୁଗୋଳ ସମ୍ବନ୍ଧରେ ଅନେକ ବୈଜ୍ଞାନିକ ଗବେଷଣା କରିଥିଲେ[୧] । ତାଙ୍କର ଉଲ୍ଲେଖନୀୟ ଅବଦାନ ବାଇଗଣଆଖୁ ଉପରେ ପର୍ଯ୍ୟବେଶିତ ଥିଲା । କେରଳରୁ ସେ ଅନେକ ମୂଲ୍ୟବାନ ଔଷଧୀୟ ବୃକ୍ଷ ସଂଗ୍ରହ କରିଥିଲେ ।

ପ୍ରାକ ଜୀବନ[ସମ୍ପାଦନା]

କେରଳର ତଲସେରିରେ ( ପୁରୁଣା ତେଲିଚେରି) ଜାନକୀ ଆମ୍ମାଲ ୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ[୨] । ତାଙ୍କର ପିତା ଦିଵାନ ବାହାଦୂରଏଡାଭାଲେଥ କକ୍କଟ କ୍ରିଷ୍ନନ ମାନ୍ଦ୍ରାଜ ପ୍ରେସିଡେନ୍ସିରେ ସବ ଜଜ ଥିଲେ । ତାଙ୍କର ୬ ଭାଇ ଓ ୫ ଭଉଣୀ ଥିଲେ । ପରିବାରରେ ଝିଅମାନଙ୍କୁ ବୌଦ୍ଧିକ ଚିନ୍ତାଧାରା ଓ ସୂକ୍ଷ୍ମ କଳା ବିଷୟରେ ଆଗେଇବାକୁ ଉତ୍ସାହିତ କରାଯାଉଥିଲା । ତେଲିଚେରିରେ ସ୍କୁଲ ଶିକ୍ଷା ସମାପ୍ତ ହେବା ପରେ କୁଇନ୍ସମେରୀ କଲେଜରୁ ସ୍ନାତକ ହେଲେ ଓ ୧୯୨୧ ମସିହାରେ ପ୍ରେସିଡେନ୍ସି କଲେଜରୁ ପ୍ରାଣୀ ବିଜ୍ଞାନରେ ସମ୍ମାନ ଲାଭ କଲେ । ତାଙ୍କର ଶିକ୍ଷକମାନଙ୍କର ଉପଦେଶ ଅନୁସାରେ ସେ ସାଇଟୋଜେନେଟିକ୍ସ ପଢ଼ିବାକୁ ସ୍ଥିର କଲେ ।

ବୃତ୍ତି[ସମ୍ପାଦନା]

ଜାନକୀ ମାଡ୍ରାସର (ଆଧୁନିକ ଚେନ୍ନଇ) ମହିଳା କ୍ରିସ୍ଟିଆନ କଲେଜରେ ଶିକ୍ଷା ଦାନ କରି ୧୯୨୫ ମସିହାରେ ଆମେରିକାର ମିସିଗାନ ୟୁନିଭରସିଟିରୁ ମାସ୍ଟର ଡିଗ୍ରୀ ପାଇଲେ । ସେଠାରୁ ଫେରି ସେହି ମହିଳା କଲେଜରେ ଶିକ୍ଷା ଦାନ ଜାରି କଲେ । ଆଉ ଥରେ ଓରିଏଣ୍ଟାଲ ବାର୍ବୋର ଫେଲୋ ପାଇ ମିସିଗାନ ଯାଇ ୧୯୩୧ ମସିହାରେ ଡି.ଏସ.ସି. ଡିଗ୍ରୀ ଲାଭ କଲେ । ସେଠାରୁ ଫେରିବା ପରେ ତିଭାନ୍ଦ୍ରମର ମହାରାଜା ବିଜ୍ଞାନ କଲେଜରେ ପ୍ରଫେସର ରୁପେ ୧୯୩୨ ରୁ ୧୯୩୪ ପର୍ଯ୍ୟନ୍ତ କାମ କଲେ । କୋଏମ୍ବାଟୁରର ସୁଗରକେନ ବ୍ରିଡିଙ୍ଗ ଅନୁସ୍ଠାନରେ ସେ ଜେନେଟିସିସ୍ଟ ରୁପେ ୧୯୩୪ ରୁ ୧୯୩୯ ପର୍ଯ୍ୟନ୍ତ କାମ କଲେ । ଇଂଲଣ୍ଡର ଜନ୍ ଇନ୍ନେସ୍ ହର୍ଟିକଲଚରାଲ୍ ଇନସ୍ଟିଚ୍ୟୁଟରେ ସେ ସହାୟକ ସାଇଟୋଲଜିସ୍ଟ ରୁପେ ୧୯୪୦ ରୁ ୧୯୪୫ ପର୍ଯ୍ୟନ୍ତ କାମ କଲେ । ତା ପରେ ରୟଲ ହର୍ଟିକଲଚରାଲ୍ ସୋସାଇଟି, ଵିସଲେରେ ସାଇଟୋଲୋଜସ୍ଟ ରୁପେ ୧୯୪୫ ରୁ ୧୯୫୧ ପର୍ଯ୍ୟନ୍ତ କାମ କଲେ ।
ଜଵାହର ଲାଲ ନେହେରୁଙ୍କର ନିମନ୍ତ୍ରଣ ପାଇ ସେ ୧୯୫୧ ରେ ବୋଟନିକାଲ ସର୍ଭେ ଅଫ ଇନ୍ଡିଆ ଅନୁସ୍ଠାନକୁ ପୁନଃସ୍ଥାପନ କରିବାକୁ ଭାରତ ଫେରି ଆସିଲେ[୩] । ସନ୧୯୫୨ରେ ସେ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ପଦବୀରେ ଯୋଗଦାନ କରି ଶେଷରେ ଡାଇରେକ୍ଟର ଜେନେରାଲ୍ ହେଲେ[୪]
ଆମ୍ମାଲ ଅନେକ୍ ଇଣ୍ଟରଜେନେଟିକ ହାଇବ୍ରିଡ ( Saccharum x Zea, Saccharum x Erianthus, Saccharum x Imperata and Saccharum x Sorghum ) ତିଆରି କରିଥିଲେ । ଏହି କାମ ଗୁଡ଼ିକ ଯୁଗାନ୍ତକାରୀ ଥିଲା । ପରେ ଭାରାତ ସରକାର ଅଧିନରେ ସେଣ୍ଟ୍ରାଲ ବୋଟନିକାଲ୍ ଲାବୋରେଟରୀର ମୂଖ୍ୟ ହେଲେ, ଜାମ୍ମୁର ରିଜିଓନାଲ ରିସର୍ଚ୍ଚ ଲାବରେ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ଥିଲେ । ଟ୍ରମ୍ବେର ଭାବା ଆଟମିକ ଅନୁସ୍ଠାନରେ କାମ କରିବା ପରେ ୧୯୭୦ରେ ଏମେରିଟସ୍ ସାଇଣ୍ଟିସ୍ଟ ଭାବେ ମାଡ୍ରାସର ସେଣ୍ଟର ଫର ଆଡଭାନ୍ସଡ ସ୍ଟଡି ଅନୁସ୍ଠାନରେ ଯୋଗ ଦେଲେ । ମାଡ୍ରାସ ନିକଟରେ ଅବସ୍ଥିତ ମଦୁରାଭୋୟାଲର ଫିଲ୍ଡ ଲାବୋରେଟରି ସେଣ୍ଟରରେ ତାଙ୍କର ମୃତ୍ୟୁ (୧୯୮୪) ପର୍ଯ୍ୟନ୍ତ ରହିଥିଲେ ।

ଗବେଷଣା[ସମ୍ପାଦନା]

ଜାନକୀ ଇଂଲଣ୍ଡରେ ଥିଲାବେଳେ (୧୯୩୯ ରୁ ୧୯୫୦) ଅନେକ ବଗିଚା ଗଛର କ୍ରୋମୋଜୋମ ଅନୁଶୀଳନ କରିଥିଲେ । ବିଭିନ୍ନ ସ୍ପେସିଜମାନଙ୍କର ବିବର୍ତ୍ତନ ପ୍ରକ୍ରିୟା ଉପରେ ତାଙ୍କର ଗବେଷଣା ଆଲୋକପାତ କରିଥିଲା । ଏହି ବିଷୟ ନେଇ ସି.ଡି.ଡାରିଙ୍ଗଟନଙ୍କ ସହ ମିଶି କ୍ରୋମୋଜୋମ୍ ଆଟଲାସ ଅଫ୍ କଲ୍ଟିଭେଟେଡ ପ୍ଲାଣ୍ଟସ ନାମକ ଏକ ବହି ରଚନା କରିଥିଲେ । ଔଷଧୀୟ ଗୁଳ୍ମ ବ୍ୟତୀତ ସୋଲାନମ, ଦୁଦୁରା, ମେନ୍ଥା, ସିମ୍ବୋପୋଗୋନ୍ ଓ ଡାୟୋସ୍କୋରିଆ ବିଷୟରେ କାମ କରିଥିଲେ । ଥଣ୍ଡା, ଆର୍ଦ୍ର ଜଳବାୟୁରେ ହେଉଥିବା ଗଛ ଓ ଥଣ୍ଡା ଶୁଷ୍କ ଜଳବାୟୁରେ ହେଉଥିବା ଗଛ ପାର୍ଥକ୍ୟ ପଲିପ୍ଲଏଡି (Polyploidy) ଯୋଗୁ ହେବା ପ୍ରତିପାଦନ କରିଥିଲେ । ଏଥନୋବୋଟାନି (ethnobotany) ଉପରେ ତାଙ୍କର ଗବେଷଣା କେନ୍ଦ୍ରୀଭୁତ ହୋଇଥିଲା । ସେ 'ମ୍ୟାଗ୍ନୋଲିଆ କୋବୁସ ଜାନକୀ ଆମ୍ମାଲ ନାମରେ ଏକ ଫୁଲ ସୃଷ୍ଟି କରିଥିଲେ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

୧୯୩୫ - ଫେଲୋ ଅଫ୍ ଦି ଇଣ୍ଡିଆନ୍ ଏକାଡେମି ଅଫ୍ ସାଇନ୍ସ ୧୯୫୬ - ୟୁନିଭରସିଟି ଅଫ୍ ମିସିଗାନ ଦ୍ଵାରା ପ୍ରଦତ୍ତ ଅନରାରି ଏଲ୍.ଏଲ୍.ଡି. ୧୯୫୭ - ଫେଲୋ ଅଫ୍ ଇଣ୍ଡିଆନ୍ ନ୍ୟାସନାଲ୍ ସାଇନ୍ସ ଏକାଡେମି ୧୯୫୭ - ଭାରତ ସରକାରଙ୍କଦ୍ଵାରା ପଦ୍ମଶ୍ରୀ ଉପାଧି ୨୦୦୦ - ଭାରତର ଏନ୍‌ଭିରନ ଓ ଫରେସ୍ଟ୍ରି ମନ୍ତ୍ରଣାଳାୟ ତାଙ୍କ ନାମରେ ନ୍ୟାସନାଲ ଆଵାର୍ଡ ଅଫ୍ ଟାକ୍ସୋନୋମି ପୁରସ୍କାର ଦେବା ଘୋଷଣା କରିଥିଲେ ।

ଅନ୍ୟାନ୍ୟ ଉତ୍ସ[ସମ୍ପାଦନା]

  • S Kedharnath, Edavaleth Kakkat Janaki Ammal (1897–1984), Biographical Memoirs of Fellows of the Indian National Science Academy, 13, pp. 90–101, with portrait (1988).
  • P Maheshwari and R N Kapil, Fifty Years of Science in India. Progress of Botany, Indian Science Congress Association, Calcutta, pp. 110, 118 (1963).


ଆଧାର[ସମ୍ପାଦନା]

  1. C.V, Subramanyan. "Janaki Ammal". Indian Association of Scientists. http://www.ias.ac.in/womeninscience/Janaki.pdf. Retrieved 20 October 2012. 
  2. Subramanian, C V. "Edavaleth Kakkat Janaki Ammal — IAS Women in Science". Indian Academy of Sciences. http://www.ias.ac.in/womeninscience/Janaki.pdf. Retrieved 22 December 2012. 
  3. "Seminar to remember woman scientist". The Hindu. 27 October 2010. http://www.hindu.com/2010/10/27/stories/2010102758040300.htm. Retrieved 10 August 2013. 
  4. "Vice-President to open Inter-University Centre for Biosciences". The Hindu. 2 July 2010. http://www.thehindu.com/news/national/kerala/article496900.ece. Retrieved 10 August 2013.