ହାଇଡ୍ରୋସେଫାଲସ

ଉଇକିପିଡ଼ିଆ‌ରୁ
(ଜଳଶୀର୍ଷରୁ ଲେଉଟି ଆସିଛି)
ହାଇଡ୍ରୋସେଫାଲସ
ଇଂରାଜୀ ପ୍ରତିଶବ୍ଦ - water on the brain[୧]
ମସ୍ତିଷ୍କ ସିଟି ସ୍କାନରେ ହାଇଡ୍ରୋସେଫାଲସର ଦୃଶ୍ୟ । ଜଳ ଭର୍ତ୍ତି ହୋଇଥିବାରୁ ମସ୍ତିଷ୍କ ମଧ୍ୟ ଭାଗରେ ଥିବା କଳା ଅଂଶ ଅସାଧାରଣ ଭାବରେ ବଡ଼ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/hʌɪdrəʊˈsɛfələs/
ସ୍ପେଶାଲିଟିneurosurgery
ଆଇସିଡ଼ି-୧୦G91., Q03.
ଆଇସିଡ଼ି-୯-ସିଏମ୍331.3, 331.4, 741.0, 742.3
ଓଏମ୍‌ଆଇଏମ୍236600
ରୋଗ ଡାଟାବେସ6123
ମେଡ଼ିସିନ-ପ୍ଲସ001571
ଇ-ମେଡ଼ିସିନneuro/161
Patient UKହାଇଡ୍ରୋସେଫାଲସ
MeSHD006849

ହାଇଡ୍ରୋସେଫାଲସ ବା ଜଳଶୀର୍ଷ (ଇଂରାଜୀରେ Hydrocephalus) ଏକ ବେମାରୀ ଯେଉଁଥିରେ ମସ୍ତିଷ୍କ ଭିତରେ ଅସାଧାରଣ ପରିମାଣର ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (cerebrospinal fluid ବା ସିଏସଏଫ/CSF)) ଜମିଯାଏ ।[୧] ଅଧିକ ପରିମାଣର ସିଏସଏଫ ଜମିଯିବା ଯୋଗୁ ଖପୁରି ମଧ୍ୟରେ ଅସାଧାରଣ ଚାପ (pressure inside the skull) ସୃଷ୍ଟି ହୁଏ । ବୟସ୍କ ଲୋକଙ୍କର ମୁଣ୍ଡବଥା, ଦୈତ ଦୃଷ୍ଟି (double vision), ଶାରୀରିକ ସନ୍ତୁଳନ(balance) ଅଭାବ, ବ୍ୟକ୍ତିତ୍ୱ ପରିବର୍ତ୍ତନ, ମୂତ୍ର ଅସଂଯତି (urinary incontinence) ବା ମାନସିକ ଦୁର୍ବଳତା (mental impairment) ଦେଖାଯାଇପାରେ । ଶିଶୁଙ୍କର ମୁଣ୍ଡ ଆକାର ଶୀଘ୍ର ବଢ଼ିଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ବାନ୍ତି, ନିଦୁଆ ଭାବ, ଅପସ୍ମାର ବାତ ଓ ନିମ୍ନମୂଖି ଡୋଳା ଦେଖାଯାଏ । [୧]

ଜନ୍ମ ତୃଟି (birth defect) ଯୋଗୁ ବା ଅନ୍ୟାନ୍ୟ କାରଣ ଯୋଗୁ ଜୀବନରେ ପରେ ହାଇଡ୍ରୋସେଫାଲସ ହୋଇପାରେ ।[୧] ଅନ୍ୟାନ୍ୟ ସ‌ହ‌ଯୋଗୀ ଜନ୍ମ ତୃଟି ଯେପରିକି ନିଉରାଲ ଟ୍ୟୁବ ତୃଟି (neural tube defects) ବା ଆକ୍ୱିଡକ୍ଟାଲ ସ୍ଟେନୋସିସ (aqueductal stenosis) ମଧ୍ୟ ହାଇଡ୍ରୋସେଫାଲସ ସ‌ହିତ ଦେଖାଯାଏ ।[୧][୨] ମେନିଞ୍ଜାଇଟିସ୍, ମସ୍ତିଷ୍କ ଅର୍ବୁଦ, ମସ୍ତିସ୍କ ଆଘାତ, ଇଣ୍ଟ୍ରାଭେଣ୍ଟ୍ରିକୁଲାର ହେମୋରେଜ (intraventricular hemorrhage) ଓ ସବଆରାକନଏଡ ହେମୋରେଜ (subarachnoid hemorrhage) ଯୋଗୁ ମଧ୍ୟ ହାଇଡ୍ରୋସେଫାଲସ ହୁଏ । ଚାରି ପ୍ରକାର ହାଇଡ୍ରୋସେଫାଲସ ଦେଖାଯାଏ: କମ୍ୟୁନିକେଟିଙ୍ଗ, ନନ କମ୍ୟୁନିକେଟିଙ୍ଗ, ଏକ୍ସ ଭାକୁଓ (ex-vacuo) ଓ ନର୍ମାଲ ପ୍ରେସର (normal pressure) ଦେଖାଯାଏ । ରୋଗୀ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ ।[୧]

ହାଇଡ୍ରୋସେଫାଲସ ରୋଗୀର ଅପରେଶନରେ ଏକ ସଣ୍ଟ ସିସ୍ଟମ (shunt system) ଲଗେଇ ସେରେବ୍ରୋସ୍ପାଇନାଲ ଫ୍ଲୁଇଡ ନିଷ୍କାସନ କରାଯାଏ । କେତେକ ଲୋକଙ୍କର ଥାର୍ଡ଼ ଭେଣ୍ଟ୍ରିକୁଲୋସ୍ଟୋମି (third ventriculostomy) ଅପରେଶନ କରାଯାଏ । ସଣ୍ଟ ଅପରେଶନର ମଧ୍ୟ ଜଟିଳତା ଥାଏ ଯଥା:- ଅତ୍ୟଧିକ ନିଷ୍କାସନ, ସ୍ୱଳ୍ପ ନିଷ୍କାସନ, ମେକାନିକାଲ ତୃଟି, ସଂକ୍ରମଣ ଓ ଅବରୋଧ । ସମୟକ୍ରମେ ସଣ୍ଟର ବଦଳ ଆବଶ୍ୟକ ହୁଏ । ଚିକିତ୍ସାର ବିଭିନ୍ନ ଫଳାଫଳ ଦେଖାଯାଏ । ଚିକିତ୍ସିତ ନ ହେଲେ ମୃତ୍ୟୁ ହୋଇପାରେ ।[୧]

ପ୍ରତି ୧୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣେ ବା ଦୁଇ ଜଣଙ୍କର ହାଇଡ୍ରୋସେଫାଲସ ରୋଗ ଥାଏ ।[୧][୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ରୋଗ ହାର ଅଧିକ ଥାଇପାରେ ।[୪] ୨୦୦୦ ବର୍ଷ ପୂର୍ବେ ମଧ୍ୟ ହିପୋକ୍ରେଟ (Hippocrates) ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[୫] ହାଇଡ୍ରୋ ଅର୍ଥ ଜଳ ଓ ସେଫାଲସ ଅର୍ଥ ମୁଣ୍ଡ, ଏହି ଦୁଇ ଶବ୍ଦ ମିଶି ହାଇଡ୍ରୋସେଫାଲସ ନାମ ଦିଆହୋଇଛି । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Hydrocephalus Fact Sheet". NINDS. April 5, 2016. Archived from the original on 27 July 2016. Retrieved 5 September 2016.
  2. Kahle, KT; Kulkarni, AV; Limbrick DD, Jr; Warf, BC (20 February 2016). "Hydrocephalus in children". Lancet (London, England). 387 (10020): 788–99. PMID 26256071.
  3. Stevenson, David K.; Benitz, William E. (2003). Fetal and Neonatal Brain Injury: Mechanisms, Management and the Risks of Practice (in ଇଂରାଜୀ). Cambridge: Cambridge University Press. p. 117. ISBN 9780521806916.
  4. Ferri, Fred F. (2016). Ferri's Clinical Advisor 2017: 5 Books in 1 (in ଇଂରାଜୀ). Elsevier Health Sciences. p. 621. ISBN 9780323448383.
  5. Abdulrauf, Saleem I.; Sekhar, Laligam N. (2012). Principles of neurological surgery (in ଇଂରାଜୀ) (3rd ed. ed.). Philadelphia, PA: Saunders/Elsevier. p. 105. ISBN 1437707017. {{cite book}}: |edition= has extra text (help); Missing |author1= (help)