ଜଗମୋହନ କୌର

ଉଇକିପିଡ଼ିଆ‌ରୁ
ଜଗମୋହନ କୌର
Also known asମାଇ ମୋହନୋ
ଜନ୍ମ(1948-04-16)୧୬ ଅପ୍ରେଲ ୧୯୪୮
ପଠାଣକୋଟ, ପଞ୍ଜାବ, ଭାରତ
ମୃତ୍ୟୁ୬ ଡିସେମ୍ବର ୧୯୯୭(1997-12-06) (ବୟସ ୪୯)
ଲୁଧିଆନା, ପଞ୍ଜାବ
ଶୈଳୀଲୋକଗୀତ, ଦ୍ୱେତ ସଙ୍ଗୀତ, ହାସ୍ୟ ଅଭିନୟ
ପେଷାକଣ୍ଠଶିଳ୍ପୀ, ଅଭିନେତ୍ରୀ, ଶିକ୍ଷକ, ହାସ୍ୟ ଅଭିନେତ୍ରୀ
ଅନ୍ୟ ଅଂଶଗ୍ରହଣ
କେ. ଦୀପ୍
(m. ୧୯୭୧⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

ଜଗମୋହନ କୌର (୧୬ ଅପ୍ରେଲ ୧୯୪୮ – ୬ ଡିସେମ୍ବର ୧୯୯୭) ଜଣେ ଭାରତୀୟ ପଞ୍ଜାବୀ-ଭାଷାର ଲୋକଗୀତ ଗାୟିକା ଥିଲା ।[୧][୨] ସେ ବାପୁ ୱେ ଆଦ୍ ହୁନ୍ନି ଆଇଁ, ଘର ୱାଜଦା, ଘରୋଲି ୱାଜାଦି ଆଦି ଗୀତ ପାଇଁ ଲୋକପ୍ରିୟ ଥିଲେ ।

ପେଷା[ସମ୍ପାଦନା]

ସେ ପଞ୍ଜାବୀ ଲୋକଗୀତ ଗାଇବା ସହି ତାଙ୍କ ସ୍ୱାମୀ କେ. ଦୀପ୍‌ଙ୍କ ସହିତ କିଛି ଦ୍ୱେତ ସଙ୍ଗୀତରେ କଣ୍ଠଦାନ କରିଥିଲେ । ଗୀତ ଗାଇବା ବ୍ୟତୀତ ସେ ଦାଜ୍ (୧୯୭୬), ମୁତିୟାର୍ (୧୯୭୯) ଏବଂ ଦୁଷ୍ମନି ଦି ଆଗ୍ (୧୯୯୦) ଆଦି ପଞ୍ଜାବୀ କଥାଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ସେ ସୁଖି ପରିବାର (୧୯୮୦) ଏବଂ ଦୋ ଜାତିୟାଁ ଭଳି କିଛି କଥାଚିତ୍ରରେ ପ୍ରଚ୍ଛଦପଟ ଗାୟିକା ଭାବରେ ମଧ୍ୟ ଗୀତ ଗାଇଥିଲେ ।

ଜୀବନୀ[ସମ୍ପାଦନା]

ଜଗମୋହନ କୌର ୧୯୪୮ ମସିହାର ଅପ୍ରେଲ ୧୬ ତାରିଖରେ ବ୍ରିଟିଶ ଭାରତର ପଞ୍ଜାବସ୍ଥିତ ପଠାନ୍‌କୋଟ‌ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଗୁର୍ବାଚନ ସିଂହ ଏବଂ ମାଆଙ୍କ ନାମ ଥିଲା ପ୍ରକାଶ କୌର ।[୧] ପିଲାଦିନ ତାଙ୍କ ଗାଁ ବୁର୍ ମାଜରାରେ କଟିଥିଲା ଏବଂ ତାଙ୍କ ଗାଁ ସ୍କୁଲରୁ ସେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ କୁରାଲିସ୍ଥିତ ଖାଲସା ହାଇସ୍କୁଲରେ ପଢ଼ିଥିଲେ ଏବଂ ପରେ ଖାରାର୍, ମୋହାଲିର ଆର୍ଯ୍ୟ ଟେନିଂ ସ୍କୁଲରୁ ଶିକ୍ଷା ସମାପ୍ତ କରି ଚଣ୍ଡିଗଡ଼ ପାଖରେ ଥିବା ମଣି ମାଜରାରେ ଜଣେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ପରବର୍ତ୍ତୀ ସମୟରେ ସେ ଏସ୍. ମହିନ୍ଦର୍ ସିଂହ ବେଦୀଙ୍କଠାରୁ ସଙ୍ଗୀତ ଶିକ୍ଷା କରିବା ପରେ ନିଜ ଚାକିରୀ ଛାଡ଼ି ସଙ୍ଗୀତକୁ ପେଷା ଭାବରେ ଗ୍ରହଣ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ਥੂਹੀ, ਹਰਦਿਆਲ (14 March 2015). "'ਬਾਪੂ ਵੇ ਅੱਡ ਹੁੰਨੀ ਆਂ' ਵਾਲੀ ਜਗਮੋਹਣ ਕੌਰ". Punjabi Tribune. Retrieved 1 May 2015.
  2. "K. Deep & Jagmohan Kaur". Last.fm. Retrieved 1 May 2015.