ଜଗବନ୍ଧୁ ଦାସ
ଜଗବନ୍ଧୁ ଦାସ | |
|---|---|
| ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୪ – ୧୯୭୭ | |
| ପୂର୍ବ ଅଧିକାରୀ | ନୀଳମଣି ରାଉତରାୟ |
| ପର ଅଧିକାରୀ | ନୀଳମଣି ରାଉତରାୟ |
| ନିର୍ବାଚନ ମଣ୍ଡଳୀ | ବାସୁଦେବପୁର |
| ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୮୦ – ୧୯୮୫ | |
| ପୂର୍ବ ଅଧିକାରୀ | ନୀଳମଣି ରାଉତରାୟ |
| ପର ଅଧିକାରୀ | ମଧୁସୂଦନ ପାଣିଗ୍ରାହୀ |
| ନିର୍ବାଚନ ମଣ୍ଡଳୀ | ବାସୁଦେବପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ଜାନୁଆରୀ ୨୪, ୧୯୪୭ |
| ମୃତ୍ୟୁ | ୫ ସେପ୍ଟେମ୍ବର ୧୯୮୬ (ବୟସ ୩୯) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଇ) |
| ଜୀବନ ସାଥୀ | ଦୌପଦୀ ଦାସ |
| ବାପା/ବୋଉ | କରୁଣାକର ଦାସ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଜଗବନ୍ଧୁ ଦାସ (୨୧ ଅପ୍ରେଲ ୧୯୪୭ - ୫ ସେପ୍ଟେମ୍ବର ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଜଗବନ୍ଧୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୪ ଓ ୧୯୮୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଜଗବନ୍ଧୁ ଦାସ ୧୯୪୭ ମସିହାର ଅପ୍ରେଲ ମାସ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା କରୁଣାକର ଦାସ ଏବଂ ପତ୍ନୀଙ୍କ ନାମ ଦ୍ରୌପଦୀ ଦାସ ।[୧] ଜଗବନ୍ଧୁଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଜଗବନ୍ଧୁ ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଜଗବନ୍ଧୁ ଦାସ ୧୯୮୬ ମସିହାର ସେପ୍ଟେମ୍ବର ମାସ ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା ।