ଛାୟା

ଉଇକିପିଡ଼ିଆ ରୁ
Jump to navigation Jump to search
ଛାୟା‌
Suryadeva.jpg
ସୁର୍ଯ୍ୟଙ୍କ ସାଥିରେ ତାଙ୍କର ପତ୍ନୀ ସରନ୍ୟୁ (Saranyu) ଓ ଛାୟା ।
ଛାୟା‌ର ଦେବୀ
Devanagariछाया
Sanskrit TransliterationChhāyā
Affiliationଦେବୀ, ସନ୍ଧ୍ୟାର (Sandhya) ଛାୟା
ଲୋକସୂର୍ଯ୍ୟାଲୋକ
MantraOm Chhayave Namah
ସ୍ୱାମୀ/ସ୍ତ୍ରୀସୂର୍ଯ୍ୟ
ପିତାମାତାବିଶ୍ୱକର୍ମା (Vishwakarma)
ସନ୍ତାନଗଣଶନି, ତପତୀ (Tapati), ଭଦ୍ର (Bhadra)(ନିଜ ସନ୍ତାନ)

ଯମୀ, ଯମ, ଅଶ୍ୱିନୀ କୁମାରମାନେ (Ashvins),

ରେବନ୍ତ (Revanta)(ସାବତ)

ଛାୟା (ଇଂରାଜୀ ଭାଷାରେ Chhaya or Chaya), (Sanskrit: छाया, translit. Chāyā, lit. 'shadow' or 'shade'), ଛାଇର ମାନବୀକରଣ କରାଯାଇ ହିନ୍ଦୁ ଦେବୀଙ୍କର ମାନ୍ୟତା ଦିଆଯାଇଛି ଓ ସୁର୍ଯ୍ୟ ଦେବତାଙ୍କର ପତ୍ନୀ ରୂପରେ ବିଚାର କରାଯାଇଛି । [୧]

ଛାୟାଙ୍କୁ ମାତା ଭାବରେ ବର୍ଣ୍ଣନା କରାଯାଇଛି ଓ ତାଙ୍କର ପିଲାମାନଙ୍କର ନାମ: ଶନି, ଯିଏ ଶନି ଗ୍ରହର ଦେବତା ଓ ଏକ ଭୟାବ‌ହ ଗ୍ରହ; ତାପ୍ତୀ ଦେବୀ ଯିଏ ତାପ୍ତୀ ନ‌ଦୀର ଦେବୀ; ଓ ସବର୍ଣ୍ଣୀ ମନୁ ଯିଏ ହିନ୍ଦୁ ମତରେ ଅଷ୍ଟମ ମନୁ (Manu) ହେବେ ଓ ଆସନ୍ତା ମନ୍ୱନ୍ତରର (Manvantara) ଶାସକ ହେବେ । [୨]

ବେଦ ଓ ମହାକାବ୍ୟ କିମ୍ବଦନ୍ତୀ[ସମ୍ପାଦନା]

ଋକବେଦରେ (Rigveda - ଖ୍ରୀ:ପୂ: ୧୨୦୦-୧୦୦୦) ଛାୟାଙ୍କ ପ୍ରଥମ ବର୍ଣ୍ଣନା ରହିଛି । ଦୁଇ ଯମଜ ସନ୍ତାନ ଜାତ ହେବା ପରେ ମାତା ସରନ୍ୟୁ ତ‌ଥା ବିଶ୍ୱକର୍ମାଙ୍କ ଝିଅ ତାଙ୍କ ସ୍ୱାମୀ ବିବସ୍ୱନଙ୍କୁ (ସୂର୍ଯ୍ୟ) ପରିତ୍ୟାଗ କରି ଏକ ଘୋଡ଼ି ରୂପରେ ଚାଲିଯାଇଥିଲେ । ସୂର୍ଯ୍ୟଙ୍କ ଔରଷରୁ ସରନ୍ୟଙ୍କର କୌଣସି ସନ୍ତାନ ନଥିଲେ । ପରେ ଖ୍ରୀ:ପୂ: ୫୦୦ରେ ଋକବେଦରେ ୟସ୍କ କିଛି ଅଧିକ ଲେଖିଥିଲେ ଯାହାକୁ ନିକୁତ କୁହାଗଲା ଓ ତାହା ଅନୁସାରେ ସବର୍ଣ୍ଣ‌ଠାରୁ ମନୁ ବା ସବର୍ଣ୍ଣୀ ମନୁ (ଯାହାଙ୍କଠରୁ ମାନବ ସୃଷ୍ଟି ହୋଇଛି) ଜନ୍ମ ହୋଇଥିଲେ । ମୂଳ ଲେଖାରେ ସବର୍ଣ୍ଣ ବଦଳରେ ସରନ୍ୟୁ ଲେଖାଥିଲା; ନିକୁତରେ ଲେଖାଅଛି, ସରନ୍ୟୁ ସବର୍ଣ୍ଣଙ୍କୁ ସୃଷ୍ଟି କଲେ ଓ ତାଙ୍କୁ ବଦଳେଇ ଦେଇଥିଲେ । ଅନ୍ୟ ଏକ ଗାଥାରେ ଛାୟାଙ୍କ ସାଦୃଶ୍ୟ ଥିବା ସଦ୍ରିଶା ନାମକ ଏକ ମହିଳା ସୂର୍ଯ୍ୟଙ୍କୁ ଜନ୍ମ ଦେଇଥିଲେ । ସେହି ମନୁ ରାଜର୍ଷି ହୋଇଥିଲେ । [୩]

ମହାଭାରତ ପରେ ହରିବଂଶ ରଚନା ହୋଇଥିଲା ଓ ସେଥିରେ ସରନ୍ୟୁଙ୍କ ନାମ ସଞ୍ଜନା ଥିଲା ଓ ତାଙ୍କର ଦ୍ୱୈତକୁ ସେ ଛାୟାରେ ପରିଣତ କରିଥିଲେ । ଏହି ବର୍ଣ୍ଣନାରେ ଅଛି:[୪] ସୂର୍ଯ୍ୟଙ୍କର ତିନି ସନ୍ତାନଙ୍କୁ ଜନ୍ମ ଦେବା ପରେ ସଞ୍ଜନା ତାଙ୍କୁ ପରିତ୍ୟାଗ କରିଥିଲେ ଓ ସନ୍ତାନମାନଙ୍କର ଦାୟିତ୍ୱ ଛାୟା ଉପରେ ଛାଡ଼ିଦେଲେ । ଛାୟାଙ୍କୁ ସଞ୍ଜନା ଭାବି ତାଙ୍କ ଔରସରୁ ମନୁ ଜାତ କରିଥିଲେ । ପିତାଙ୍କ ଭଳି ଦେଖିବାକୁ ହୋଇଥିବାରୁ ତାଙ୍କୁ ସବର୍ଣ୍ଣି ମନୁ ଡକାଗଲା । ଛାୟାଙ୍କର ଅନ୍ୟ ନାମ ପାର୍ଥି ସଞ୍ଜନା ଥିଲା ଓ ସେ ସଞ୍ଜନାଙ୍କର ପିଲାମାନଙ୍କୁ ଭୁଲିଗଲେ । ଯମ ତାଙ୍କୁ ଭୟଭୀତ କରିବାରୁ ଛାୟା ଯମଙ୍କୁ ଅଭିଶାପ ଦେଲେ । ଏହି ବିଷୟ ଗୋଚରକୁ ଆସିବାରୁ ସୂର୍ଯ୍ୟ ଛାୟାଙ୍କୁ ଡରେଇବା ଫଳରେ ସଞ୍ଜନାଙ୍କୁ ଫେରିପାଇଲେ । ଏହି ଲେଖାରେ ସବର୍ଣ୍ଣି ମନୁଙ୍କର ଶନି ଏକ ଭାଇ ଭାବରେ ଲେଖାଅଛି କିନ୍ତୁ ତାଙ୍କ ଜନ୍ମ ବୃତ୍ତାନ୍ତ ସବିଶେଷ ଭାବରେ ବର୍ଣ୍ଣନା କରାଯାଇ ନାହିଁ ।

ପୌରାଣିକ କିମ୍ବଦନ୍ତୀ[ସମ୍ପାଦନା]

ମାର୍କଣ୍ଡେୟ ପୁରାଣରେ ଛାୟା-ସଞ୍ଜନା କଥା ଦୁଇ ଥର ଲେଖାଯାଇଛି ଓ ହରିବଂଶ ଭଳି ଲେଖାଅଛି କିନ୍ତୁ ସୂର୍ଯ୍ୟଙ୍କୁ ପରିତ୍ୟାଗ କରିବାର କାରଣ ସ୍ୱରୂପ ଲେଖାଯାଇଛି ଯେ ସୂର୍ଯ୍ୟଙ୍କର ତେଜ ଓ ଶୌର୍ଯ୍ୟ ସ‌ହି ନପାରି ସଞ୍ଜନା ତାଙ୍କୁ ପରିତ୍ୟାଗ କରିଥିଲେ । ଯମଙ୍କୁ ଦିଆଯାଇଥିବା ଅଭିଶାମ ବିସୟ ସାମାନ୍ୟ ଅଲଗା ଲେଖାଅଛି । ଛାୟାଙ୍କୁ ଯମ ଗାଳିଦେଇ ତାଙ୍କ ଗୋଡ଼କୁ ଧରି ଗୋଇଠା ମାରିବାକୁ ଉଦ୍ୟତ ହେଲେ । ତେଣୁ ଯମଙ୍କୁ ଛାୟା ଅଭିଶାପ ଦେଇ ତାଙ୍କର ଗୋଡ଼ରେ ପୋକ ପଡ଼ି ଘାଆ ହୋଇଯିବାକୁ କ‌ହିଥିଲେ । ଯମଙ୍କର କଷ୍ଟ ଲାଘବ ପାଇଁ ପୋକଗୁଡ଼ିକ ଖାଇଯିବାକୁ ସୂର୍ଯ୍ୟ ତାଙ୍କୁ ଏକ ଗଞ୍ଜା ଦେଲେ । ଅନ୍ୟ ଏକ କାହାଣୀରେ ଛାୟା କ‌ହୁଛନ୍ତି ଯେ ସେ ଯମଙ୍କର ପିତାଙ୍କର ପତ୍ନୀ । ଏହି ସମସ୍ତ ବିଶ୍ୱାସ ମିଥ୍ୟା, କାରଣ ସଞ୍ଜନା ଫେରିଆସିବା ପରେ ଛାୟାକୁ ଖରାପ ବ୍ୟବ‌ହାର କରିବାରୁ ତାଙ୍କୁ ସମସ୍ତ ଲୋକରୁ ବିତାଡ଼ିତ କରିଦିଆଯାଇଥିଲା । ତେଣୁ ଛାୟାଙ୍କୁ ଏକ ବଡ଼ ମାତାର ମାନ୍ୟତା ଦିଆଯାଏ ।[୫][୬]

ଆଧାର[ସମ୍ପାଦନା]

  1. Monier Williams Sanskrit-English Dictionary (2008 revision) p. 406
  2. According to Hindu cosmology, man is currently in the seventh Manvantara.
  3. Doniger, Wendy (1998). "Saranyu/Samjna". In John Stratton Hawley, Donna Marie Wulff (ed.). Devī: goddesses of India. Motilal Banarsidas. pp. 154–7. ISBN 81-208-1491-6.
  4. Doniger, Wendy (1998). "Saranyu/Samjna". In John Stratton Hawley, Donna Marie Wulff (ed.). Devī: goddesses of India. Motilal Banarsidas. pp. 158–60. ISBN 81-208-1491-6.
  5. Doniger, Wendy (1998). "Saranyu/Samjna". In John Stratton Hawley, Donna Marie Wulff (ed.). Devī: goddesses of India. Motilal Banarsidas. p. 163. ISBN 81-208-1491-6.
  6. Wilson, Horace Hayman (1866). "II". The Vishńu Puráńa: a system of Hindu mythology and tradition. 8. London: Trubner & Co. pp. 20–23.