ଛାପ ତିଲକ ସବ ଛିନି

ଉଇକିପିଡ଼ିଆ‌ରୁ
"ଛାପ ତିଲକ ସବ ଛିନି

چھاپ تلک سب چھینی

छाप तिलक सब छीनी रे‎"
ଗୀତ
ଅମୀର ଖୁସରୋଙ୍କଦ୍ୱାରା
ସଂଗୀତସୁଫି ଗୀତ
ଗୀତିକାରଅମୀର ଖୁସରୋ

ଛାପ ତିଲକ ସବ ଛିନି ଚତୁର୍ଦ୍ଦଶ ଶତାବ୍ଦୀର ଲୋକପ୍ରିୟ ବ୍ରଜ ଭାଷୀ ଭାରତୀୟ ସୁଫି ସନ୍ଥ ଅମୀର ଖୁସରୋଙ୍କଦ୍ୱାରା ରଚିତ ଓ ସଂଯୋଜିତ ଏକ ଗଜଲ | ଏହାର ରାଗ ଏବଂ ଗୁଢ଼ ଗୀତ ହେତୁ ଏହା ଦକ୍ଷିଣ ଏସିଆରେ କୱାଲି ସମାରୋହମାନଙ୍କରେ ବାରମ୍ବାର ଶୁଣିବା ପାଇଁ ମିଳିଥାଏ |[୧] ଏହି ଗୀତ ଅମୀର ଖୁସରୋଙ୍କ ସବୁଠାରୁ ଜଣାଶୁଣା କଲାମ ଭାବରେ ବିବେଚନା କରାଯାଏ । ଏହା ମୂଳତଃ ତାଙ୍କର ଭକ୍ତିର କଳ୍ପନା ଏବଂ ଅନନ୍ତ ସହିତ ମିଳନ ଆନନ୍ଦର ଏକ ଲିଖିତ ସଂସ୍କରଣ | ଏହି କବିତା ଏକ ମହାକାବ୍ୟର ଉଦାହରଣ ଓ ଏଥିରେ ଏକ ଅନ୍ତର୍ନିହିତ ମଧ୍ୟପ୍ରାଚ୍ୟ କଳା ରୂପ ରାଧା ଏବଂ କୃଷ୍ଣଙ୍କ ଭାରତୀୟ ଦର୍ଶନ ସହିତ ସଂଯୁକ୍ତ | ଏହି ରଚନା ପୂର୍ବରୁ ଇସଲାମୀୟ ଗଜଲରେ ଏହି ପ୍ରକାରର ଭକ୍ତିରଚନା କ୍ୱଚିତ ଦେଖାଯାଏ | ଏହି କବିତା ଅଦ୍ୱେତବାଦୀ କଳା ଉପରେ ହିନ୍ଦୁବାଦର ଉଦାରୀକରଣର ଏକ ଭଲ ଉଦାହରଣ ।[୨]

ଏହି କବିତା ରଚନାର ବିଷୟବସ୍ତୁରେ ଥିବା ଦିବ୍ୟର କେବଳ ନଜରର ସମ୍ପୂର୍ଣ୍ଣ ଶକ୍ତି ସୁଫି ଗୁଢ଼ ସାହିତ୍ୟରେ ଏକ କେନ୍ଦ୍ରୀୟ ବିଷୟବସ୍ତୁ |[ଆଧାର ଲୋଡ଼ା]

ଏହି କବିତାକୁ ଅନେକ ଉଲ୍ଲେଖନୀୟ ପାକିସ୍ତାନୀ ଏବଂ ଭାରତୀୟ କୱାଲ କୱାଲି ଶୈଳୀରେ ଗାଇଛନ୍ତି: ଉସ୍ତାଦ ନୁସରତ ଫତେଅଲି ଖାଁ, ନାହିଦ ଅଖତର, ମେହନାଜ ବେଗମ, ଅବିଦା ପରବୀନ, ସାବ୍ରି ବ୍ରଦର୍ସ,[୩] ଇକବାଲ ହୁସେନ ଖାନ ବନ୍ଦାନାୱାଜି, ଫରିଦ ଆୟାଜ ଏବଂ ଆବୁ ମହମ୍ମଦ କୱାଲ, ଉସ୍ତାଦ ଜାଫର ହୁସେନ ଖାନ, ଉସ୍ତାଦ ବିଲାୟତ ଖାଁ,[୪] ଉସ୍ତାଦ ଶୁଜାତ ଖାଁ, ଜିଲ୍ଲା ଖାଁ, ହାଦିକା କିଆନି, ସ୍ମିତା ବେଲୁର, ଲତା ମଙ୍ଗେଶକର, ଆଶା ଭୋସଲେ, ରହାତ ଫତେ ଅଲି ଖାଁ ଏବଂ କବିତା ସେଠ ।

ଲେଖା ଓ ଅନୁବାଦ[ସମ୍ପାଦନା]

ଓଡ଼ିଆ ନାସ୍ତାଲିକ ଦେବନାଗରୀ ଲାଟିନ ଲିପ୍ୟାନ୍ତରଣ
ତୁମେ ମୋ ଆଖିକୁ ଦେଖି ମୋଠାରୁ ମୋର ରୂପ, ମୋ ପରିଚୟ ଏବଂ ମୋଠାରୁ ସବୁକିଛି ନେଇଯାଇଛ ।
ତୁମେ କେବଳ ଏକ ଚାହାଣୀରେ ହିଁ ଅକୁହା (ଅଗମ = ଦିବ୍ୟ ପ୍ରକୃତିର ରହସ୍ୟ) କହିଦେଇଛ ।
ମୋତେ ଭକ୍ତିର ପ୍ରେମ ପିଇବାଦ୍ୱାରା ।
ଖାଲି ଅନାଇ ମୋତେ ନିଶାଗ୍ରସ୍ତ କରିଦେଇଛ;
ମୋର ଗୋରା, କୋମଳ କଟିରେ ସବୁଜ ଚୁଡ଼ି,
ଖାଲି ଏକ ଚାହାଣୀରେ ତୁମେ ଏହା ନେଇଯାଇଛ ।
ମୁଁ ତୁମକୁ ନିଜ ଜୀବନ ଦେଲି, ହେ ମୋର ମୋ ଲୁଗା-ରଙ୍ଗା,
ମୋତେ ଖାଲି ଅନାଇ ତୁମେ ନିଜ ରଙ୍ଗରେ ମୋତେ ରଙ୍ଗେଇଦେଇଛ ।
ମୁଁ ତୁମକୁ ନିଜ ପୂରା ଜୀବନ ଦେଲି ହେ ନିଜାମ (ନିଜାମୁଦ୍ଦିନ ଆଉଲିଆ)
ଖାଲି ଚାହାଣୀରେ ତୁମେ ମୋତେ ନିଜ କନିଆଁ କଲ ।
ଖାଲି ଚାହାଣୀରେ ତୁମେ ଅଜବ କଥା କହିଦେଲ ।
چھاپ تلک سب چھینی رے موسے نیناں ملائیکے
بات اگم کہہ دینی رے موسے نیناں ملائیکے
پریم بھٹی کا مدھوا پلائیکے
متوالی کر لينی رے موسے نیناں ملائیکے
گوری گوری بياں، ہری ہری چوڑیاں
بياں پکڑ ہر لينی رے موسے نیناں ملائیکے
بل بل جاؤں میں تورے رنگ رجوا
آپ کی سی رنگ دينھی رے موسے نیناں ملائیکے
خسرو نظام کے بل بل جائے
موہے سہاگن کر دینی رے موسے نیناں ملائیکے
چھاپ تلک سب چھینی رے موسے نیناں ملائیکے
بات عجب کہہ دینی رے موسے نیناں ملائیکے
छाप तिलक सब छीनी रे मोसे नैना मिलाइके
बात अगम कह दीनी रे मोसे नैना मिलाइके
प्रेम भटी का मधवा पिलाइके
मतवाली कर लीनी रे मोसे नैना मिलाइके
गोरी गोरी बईयाँ, हरी हरी चूड़ियाँ
बईयाँ पकड़ हर लीनी रे मोसे नैना मिलाइके
बल बल जाऊं मैं तोरे रंग रजवा
अपनी सी रंग दीनी रे मोसे नैना मिलाइके
ख़ुसरो निजाम के बल बल जाए
मोहे सुहागन कीनी रे मोसे नैना मिलाइके
बात अजब कह दीनी रे मोसे नैना मिलाइके
Chaāp tilak sab chhīnī re mose nainā milāike
Bāt agam keh dīnī re mose nainā milāike
Prem bhaṭī kā madhvā pilāike
Matvālī kar līnī re mose nainā milāike
Gorī gorī baīyān, harī harī chuṛiyān
Baīyān pakaṛ har līnī re mose nainā milāike
Bal bal jāūn main tore rang rajvā
Apnī sī rang dinī re mose nainā milāike
Khusro nizaam ke bal bal jaiye
Mohe suhāgan kīnī re mose nainā milāike
Bāt ajab keh dīnī re mose nainā milāike

ଜଣାଶୁଣା ସଂସ୍କୃତିରେ[ସମ୍ପାଦନା]

୧୯୭୮ ବଲିଉଡ଼ ଚଳଚ୍ଚିତ୍ର ମେଁ ତୁଳସୀ ତେରେ ଆଙ୍ଗନ କିରେ ଲତା ମଙ୍ଗେସକର ଏବଂ ଆଶା ଭୋସଲେଙ୍କ ଏହି ଗୀତର ଏକ ସଂସ୍କରଣ ପ୍ରଦର୍ଶିତ ହୋଇଥିଲା | ଆବିଦା ପରବୀନ ଏବଂ ରହାତ ଫତେଅଲି ଖାଁଙ୍କଦ୍ୱାରା ଅନ୍ୟ ଏକ ଲୋକପ୍ରିୟ ସଂସ୍କରଣ ପାକିସ୍ତାନୀ ସଂଗୀତ ଭେରାଇଟି ଶୋ କୋକ ଷ୍ଟୁଡିଓରେ ଦେଖିବାକୁ ମିଳିଥିଲା |[୫] ଏହି ଗଜଲ ଅନ୍ତର୍ଭୁକ୍ତ ଅନ୍ୟ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଅନ୍ୟତମସାତ ଉଚାକେ (୨୦୧୬) ଓ ସେଥିରେ ଏହା କୀର୍ତ୍ତି ସଗତିଆ (ବାପି-ଟୁଟୁଲଙ୍କଦ୍ୱାରା ସଂଯୋଜିତ)[୬] ବୋଲିଥିଲେ, ଅନ୍‌ପଜଡ୍‌ରେ (୨୦୨୦) ଶିଶିର ଏ ସାମନ୍ତଙ୍କଦ୍ୱାରା ରଚିତ ଓ ସାମନ୍ତ ଏବଂ ସୁନୀଲ କାମତଙ୍କଦ୍ୱାରା ବୋଲାଯାଇଥିଲା |[୭] ଏହି ଗୀତ ବର୍ଷ ବର୍ଷ ଧରି ଏହାର ଲୋକପ୍ରିୟତା ବଜାୟ ରଖିଛି ଏବଂ ଉଭୟ ଭାରତ ଏବଂ ପାକିସ୍ତାନରେ ଟେଲିଭିଜନ ପ୍ରତିଭା ଶୋ ତଥା ସୋସିଆଲ ମିଡ଼ିଆରେ ଏହା ନିୟମିତ ଭାବରେ ଶୁଣାଯାଉଛି |

ଆଧାର[ସମ୍ପାଦନା]

  1. "A message of love: Sabri brothers enthrall the audience with their qawwali". The Times of India. TNN. 24 January 2011. Archived from the original on 28 September 2013. Retrieved 26 October 2017.
  2. "Chaapp Tilak Sab Cheeni: Hazrat Amir Khursu's timeless masterpiece - Ravi Magazine". Ravi Magazine (in ବ୍ରିଟିଶ୍‌ ଇଂରାଜୀ). 2017-10-25. Retrieved 2017-10-28.
  3. Jhimli Mukherjee Pandey (9 February 2013). "Notes etched in sand & spiritual quest". The Times of India. TNN. Archived from the original on 3 December 2013. Retrieved 26 October 2017.
  4. Siraj Shnai (4 September 2015). "Chhaap Tilak Sab Chheeni - Hazrat Amir Khusro - Vocal & Sitar - Ustad Vilayat Khan". YouTube. Retrieved 26 October 2017.
  5. "Abida Parveen & Rahat Fateh Ali Khan, Chaap Tilak, Coke Studio Season 7, Episode 6". SoundCloud. Retrieved 26 October 2017.
  6. Saat Uchakkey (Original Motion Picture Soundtrack) - EP by Jaidev Kumar, Bapi-Tutul, Vivek Kar, Niranjan Khound & Saket Singh (in ଆମେରିକୀୟ ଇଂରାଜୀ), retrieved 2021-05-06
  7. "Unpaused (Music from the Prime Original Series)". Amazon Music. 18 December 2020.