Jump to content

ଚୈତନ୍ୟ ପ୍ରସାଦ ମାଝୀ

ଉଇକିପିଡ଼ିଆ‌ରୁ
ଚୈତନ୍ୟ ପ୍ରସାଦ ମାଝୀ
ସାଂସଦ: ଲୋକ ସଭା ରାଜ୍ୟ ସଭା
କାର୍ଯ୍ୟକାଳ
୧୯୭୯ - ୧୯୮୫
ନିର୍ବାଚନ ମଣ୍ଡଳୀଓଡ଼ିଶା
ବିଧାୟକ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୬ - ୧୯୯୦
ନିର୍ବାଚନ ମଣ୍ଡଳୀରାଇରଙ୍ଗପୁର
ବିଧାୟକ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ - ୨୦୦୯
ନିର୍ବାଚନ ମଣ୍ଡଳୀବାଙ୍ଗିରିପୋଷି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-11-19)୧୯ ନଭେମ୍ବର ୧୯୨୯
ମୃତ୍ୟୁ୨୮ ଜାନୁଆରୀ ୨୦୧୯(2019-01-28) (ବୟସ ୮୯)
ଜାତୀୟତାIndian
ଜୀବନ ସାଥୀଦମୟନ୍ତୀ ମାଝୀ
ସନ୍ତାନସରୋଜିନୀ ହେମ୍ବ୍ରମ୍
ବାପାଲକ୍ଷ୍ମଣ ମାଝୀ (ବାପା)


ଚୈତନ୍ୟ ପ୍ରସାଦ ମାଝୀ (୧୯ ନଭେମ୍ବର ୧୯୨୯ - ୨୮ ଜାନୁଆରୀ ୨୦୧୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ ।[] ସେ ଓଡ଼ିଶା ବିଧାନ ସଭାକୁ ସଂରକ୍ଷିତ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ରାଜ୍ୟ ସଭା ତଥା ଲୋକ ସଭାର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଏଥି ସହିତ ସେ ଶିକ୍ଷା ଓ ଯୁବ କଲ୍ୟାଣ ମନ୍ତ୍ରୀ ଏବଂ ପେଟ୍ରୋଲିୟମ୍‌ ଓ କେମିକାଲ୍‌ ବିଭାଗରେ ଉପମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[] ସେ ମୟୂରଭଞ୍ଜ ଜିଲ୍ଲାର ଜଣେ ଆଦିବାସୀ ନେତା ଥିଲେ ଏବଂ ଆଦିବାସୀ ଭାଷାରେ ସେ କିଛି ପୁସ୍ତକ ରଚନା କରିଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଚୈତନ୍ୟ ପ୍ରସାଦ ମାଝୀ ୧୯ ନଭେମ୍ବର ୧୯୨୯ରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପା ଥିଲେ ଲକ୍ଷ୍ମଣ ମାଝୀ ।[] ସେ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ ।[][] ସେ ଦମୟନ୍ତୀ ମାଝୀଙ୍କୁ ବିବାହ କରିଥିଲେ ।[] ଚୈତନ୍ୟଙ୍କର ଝିଅ ସରୋଜିନୀ ହେମ୍ବ୍ରମ ଓଡ଼ିଶାର ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେ ସାଂସଦ ଥିଲେ ।[][]

ରାଜନୈତିକ ଜୀବନ

[ସମ୍ପାଦନା]

ଚୈତନ୍ୟ ୧୯୭୨ରୁ ୧୯୭୬ ମସିହା ପର୍ଯ୍ୟନ୍ତ ରାଜ୍ୟ ସଭା ସାଂସଦ ଥିଲେ ।[] ୧୯୮୬ ମସିହାରେ ସେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସଂରକ୍ଷିତ ଆସନରରେ ଜନତା ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଏବଂ ୧୯୯୦ ମସିହାରେ ପୁଣିଥରେ ବିଧାୟକ ହୋଇ ଓଡ଼ିଶା ବିଧାନ ସଭାକୁ ଯାଇଥିଲେ ।[] ୨୦୦୪ ମସିହାରେ ସେ ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

୧୯୯୦ ମସିହାରୁ ୧୯୯୫ଯାଏଁ ଶ୍ରୀ ମାଝି ରାଜ୍ୟ ସରକାରରେ ଶିକ୍ଷା ଓ ଯୁବ କଲ୍ୟାଣ ମନ୍ତ୍ରୀ ଥିଲେ ।[] ଏଥିସହ ୧୯୭୨ ମସିହାରୁ ୧୯୭୮ଯାଏଁ ସେ କେନ୍ଦ୍ର ସରକାରରେ ପେଟ୍ରୋଲିୟମ୍‌ ଓ କେମିକାଲ୍‌ ବିଭାଗରେ ଉପମନ୍ତ୍ରୀ ଥିଲେ ।[] ୧୯୭୯ରୁ ୧୯୮୫ ପର୍ଯ୍ୟନ୍ତ ଚୈତନ୍ୟ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଥିଲେ ।[]

ମୃତ୍ୟୁ

[ସମ୍ପାଦନା]

୨୮ ଜାନୁଆରୀ ୨୦୧୯ରେ ଚୈତନ୍ୟ ପ୍ରସାଦ ମାଝୀଙ୍କର ମୃତ୍ୟୁ ହୋଇଥିଲା ।[] ମୃତ୍ୟୁ ପୂର୍ବରୁ ବୟସ ଅଧିକ ହେବା କାରଣରୁ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ୨୮ ତାରିଖ ଦିନ ସକାଳ ୭:୧୦ ମିନିଟ୍‌ରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଥିଲା ।[][]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "ପୂର୍ବତନ ମନ୍ତ୍ରୀ ଓ ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ". Sambad (in Odia). Bhubaneswar. 28 January 2019. Archived from the original on 30 January 2019. Retrieved 28 January 2019.{{cite news}}: CS1 maint: unrecognized language (link)
  2. "Former Odisha minister Chaitanya Prasad Majhi passes away". Orissa POST. 28 January 2019. Retrieved 28 January 2019.
  3. ୩.୦ ୩.୧ ୩.୨ ୩.୩ ୩.୪ "MLA Chaitanya Prasad Majhi Profile | BANGIRIPOSI Constituency". naveenpatnaik.com. Archived from the original on 13 January 2019. Retrieved 28 January 2019.
  4. "Ex Minister Chaitanya Majhi passes away". prameyanews.com (in ଇଂରାଜୀ). 28 January 2019. Retrieved 28 January 2019.
  5. ୫.୦ ୫.୧ "Former Odisha Minister Chaitanya Prasad Majhi Dies At 90". NDTV.com. 28 January 2019. Retrieved 28 January 2019.
  6. ୬.୦ ୬.୧ "Former Minister Chaitanya Prasad Majhi passes away". odishatv.in. O TV. 28 January 2019. Retrieved 28 January 2019.[permanent dead link]

ବାହାର ଆଧାର

[ସମ୍ପାଦନା]