Jump to content

ଚୈତନ୍ୟ ପ୍ରସାଦ ମାଝୀ

ଉଇକିପିଡ଼ିଆ‌ରୁ
(ଚୈତନ୍ୟ ପ୍ରସାଦ ମାଝିରୁ ଲେଉଟି ଆସିଛି)
ଚୈତନ୍ୟ ପ୍ରସାଦ ମାଝୀ
ସାଂସଦ: ଲୋକ ସଭା ରାଜ୍ୟ ସଭା
କାର୍ଯ୍ୟକାଳ
୧୯୭୯ - ୧୯୮୫
ନିର୍ବାଚନ ମଣ୍ଡଳୀଓଡ଼ିଶା
ବିଧାୟକ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୬ - ୧୯୯୦
ନିର୍ବାଚନ ମଣ୍ଡଳୀରାଇରଙ୍ଗପୁର
ବିଧାୟକ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ - ୨୦୦୯
ନିର୍ବାଚନ ମଣ୍ଡଳୀବାଙ୍ଗିରିପୋଷି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-11-19)୧୯ ନଭେମ୍ବର ୧୯୨୯
ମୃତ୍ୟୁ୨୮ ଜାନୁଆରୀ ୨୦୧୯(2019-01-28) (ବୟସ ୮୯)
ଜାତୀୟତାIndian
ଜୀବନ ସାଥୀଦମୟନ୍ତୀ ମାଝୀ
ସନ୍ତାନସରୋଜିନୀ ହେମ୍ବ୍ରମ୍
ବାପାଲକ୍ଷ୍ମଣ ମାଝୀ (ବାପା)


ଚୈତନ୍ୟ ପ୍ରସାଦ ମାଝୀ (୧୯ ନଭେମ୍ବର ୧୯୨୯ - ୨୮ ଜାନୁଆରୀ ୨୦୧୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ ।[୧] ସେ ଓଡ଼ିଶା ବିଧାନ ସଭାକୁ ସଂରକ୍ଷିତ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ରାଜ୍ୟ ସଭା ତଥା ଲୋକ ସଭାର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଏଥି ସହିତ ସେ ଶିକ୍ଷା ଓ ଯୁବ କଲ୍ୟାଣ ମନ୍ତ୍ରୀ ଏବଂ ପେଟ୍ରୋଲିୟମ୍‌ ଓ କେମିକାଲ୍‌ ବିଭାଗରେ ଉପମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧] ସେ ମୟୂରଭଞ୍ଜ ଜିଲ୍ଲାର ଜଣେ ଆଦିବାସୀ ନେତା ଥିଲେ ଏବଂ ଆଦିବାସୀ ଭାଷାରେ ସେ କିଛି ପୁସ୍ତକ ରଚନା କରିଥିଲେ ।[୨]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଚୈତନ୍ୟ ପ୍ରସାଦ ମାଝୀ ୧୯ ନଭେମ୍ବର ୧୯୨୯ରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ଥିଲେ ଲକ୍ଷ୍ମଣ ମାଝୀ ।[୩] ସେ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ ।[୩][୪] ସେ ଦମୟନ୍ତୀ ମାଝୀଙ୍କୁ ବିବାହ କରିଥିଲେ ।[୩] ଚୈତନ୍ୟଙ୍କର ଝିଅ ସରୋଜିନୀ ହେମ୍ବ୍ରମ ଓଡ଼ିଶାର ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେ ସାଂସଦ ଥିଲେ ।[୧][୫]

ରାଜନୈତିକ ଜୀବନ

[ସମ୍ପାଦନା]

ଚୈତନ୍ୟ ୧୯୭୨ରୁ ୧୯୭୬ ମସିହା ପର୍ଯ୍ୟନ୍ତ ରାଜ୍ୟ ସଭା ସାଂସଦ ଥିଲେ ।[୧] ୧୯୮୬ ମସିହାରେ ସେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସଂରକ୍ଷିତ ଆସନରରେ ଜନତା ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଏବଂ ୧୯୯୦ ମସିହାରେ ପୁଣିଥରେ ବିଧାୟକ ହୋଇ ଓଡ଼ିଶା ବିଧାନ ସଭାକୁ ଯାଇଥିଲେ ।[୧] ୨୦୦୪ ମସିହାରେ ସେ ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

୧୯୯୦ ମସିହାରୁ ୧୯୯୫ଯାଏଁ ଶ୍ରୀ ମାଝି ରାଜ୍ୟ ସରକାରରେ ଶିକ୍ଷା ଓ ଯୁବ କଲ୍ୟାଣ ମନ୍ତ୍ରୀ ଥିଲେ ।[୬] ଏଥିସହ ୧୯୭୨ ମସିହାରୁ ୧୯୭୮ଯାଏଁ ସେ କେନ୍ଦ୍ର ସରକାରରେ ପେଟ୍ରୋଲିୟମ୍‌ ଓ କେମିକାଲ୍‌ ବିଭାଗରେ ଉପମନ୍ତ୍ରୀ ଥିଲେ ।[୧] ୧୯୭୯ରୁ ୧୯୮୫ ପର୍ଯ୍ୟନ୍ତ ଚୈତନ୍ୟ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଥିଲେ ।[୩]

ମୃତ୍ୟୁ

[ସମ୍ପାଦନା]

୨୮ ଜାନୁଆରୀ ୨୦୧୯ରେ ଚୈତନ୍ୟ ପ୍ରସାଦ ମାଝୀଙ୍କର ମୃତ୍ୟୁ ହୋଇଥିଲା ।[୬] ମୃତ୍ୟୁ ପୂର୍ବରୁ ବୟସ ଅଧିକ ହେବା କାରଣରୁ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ୨୮ ତାରିଖ ଦିନ ସକାଳ ୭:୧୦ ମିନିଟ୍‌ରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଥିଲା ।[୧][୫]

  1. 1 2 3 4 5 6 7 8 "ପୂର୍ବତନ ମନ୍ତ୍ରୀ ଓ ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ". Sambad (in Odia). Bhubaneswar. 28 January 2019. Archived from the original on 30 January 2019. Retrieved 28 January 2019.{{cite news}}: CS1 maint: unrecognized language (link)
  2. ↑ "Former Odisha minister Chaitanya Prasad Majhi passes away". Orissa POST. 28 January 2019. Retrieved 28 January 2019.
  3. 1 2 3 4 5 "MLA Chaitanya Prasad Majhi Profile | BANGIRIPOSI Constituency". naveenpatnaik.com. Archived from the original on 13 January 2019. Retrieved 28 January 2019.
  4. ↑ "Ex Minister Chaitanya Majhi passes away". prameyanews.com (in ଇଂରାଜୀ). 28 January 2019. Retrieved 28 January 2019.[permanent dead link]
  5. 1 2 "Former Odisha Minister Chaitanya Prasad Majhi Dies At 90". NDTV.com. 28 January 2019. Retrieved 28 January 2019.
  6. 1 2 "Former Minister Chaitanya Prasad Majhi passes away". odishatv.in. O TV. 28 January 2019. Retrieved 28 January 2019.[permanent dead link]

ବାହାର ଆଧାର

[ସମ୍ପାଦନା]