ଚିନ୍ନାପୋନ୍ନୁ

ଉଇକିପିଡ଼ିଆ‌ରୁ
ଚିନ୍ନାପୋନ୍ନୁ
Chinnaponnu in a Puthuyugam interview
Background information
ଜନ୍ମSivagangai, Tamil Nadu, India
ଶୈଳୀFilmi, Folk music
ପେଷାPlayback singer
ବାଦ୍ୟଯନ୍ତ୍ରVocalist
କାର୍ଯ୍ୟକାଳ1990–current

ଚିନ୍ନାପୋନ୍ନୁ (ବେଳେ ବେଳେ ଲେଖାଯାଏ ଚିନ୍ନା ପୋନ୍ନୁ ବା ଚିନ୍ନାପୋନ୍ନୁ କୁମାର) ତାମିଲନାଡ଼ୁ, ଭାରତର ଜଣେ ଲୋକ ସଙ୍ଗୀତ ଓ ପ୍ରଚ୍ଛଦପଟ ଗାୟିକା ।

ପ୍ରାକ୍ ଜୀବନ[ସମ୍ପାଦନା]

ତାମିଲନାଡ଼ୁ ଭାରତର ଶିବନ‌ଙ୍ଗଇ ଜିଲ୍ଲାରେ ଥିବା ସୁରନାମ ନାମକ ଏକ ଛୋଟ ଗ୍ରାମରେ ଚିନ୍ନାପୋନ୍ନୁ ଜନ୍ନ ଗ୍ରହଣ କରିଥିଲେ । ତାଙ୍କର ବୟସ ମାତ୍ର ୧୩ ବର୍ଷ ହୋଇଥିଲା ବେଳେ ସେ ମନ୍ଦିର ଓ ଚର୍ଚ୍ଚର ଉତ୍ସବମାନଙ୍କରେ ପ୍ରଦର୍ଶନ କରିବାକୁ ଆରମ୍ଭ କରିଥିଲେ । ନିଜର ପରାମର୍ଶଦାତା ଭାବରେ ଗ୍ରହଣ କରିଥିବା ସାଥି ଲୋକ‌କଳା କଳାକାର କଟ୍ଟାଇସାମିଙ୍କ ଦଳ ସ‌ହିତ ସେ ବ୍ୟବସାୟିକ ଭିତ୍ତିରେ ଗାଇବାକୁ ଆରମ୍ଭ କରିଥିଲେ । ତାମିଲନାଡ଼ୁର ଲୋକ ସଙ୍ଗୀତ ଓ ଲୋକ କଳା ଉପରେ ଗବେଷଣା କରୁଥିବା ଓ କମ୍ୟୁନିଷ୍ଟ ପାର୍ଟି ସ‌ହିତ ନିକଟ ସମ୍ପର୍କ ରଖିଥିବା କେ ଏ ଗୁଣସେକରନ ଚିନ୍ନାପୋନ୍ନୁଙ୍କ ସ୍ୱରରେ ପ୍ରଭାବିତ ହୋଇଥିଲେ । ତାମିଲନାଡ଼ୁ ପ୍ରଦେଶର ବିଭିନ୍ନ ସ୍ଥାନମାନଙ୍କରେ ତାଙ୍କ ପ୍ରଦର୍ଶନ ଉନ୍ନତି ନିମନ୍ତେ ଗୁଣସେକରନ ସାହାଯ୍ୟ କରିଥିଲେ ।[୧]

ବୃତ୍ତି[ସମ୍ପାଦନା]

୨୦୦୪ ମସିହାରେ ସେ ରଜନୀକାନ୍ତ ଓ ଜ୍ୟୋତିକା ଅଭିନିତ ଚନ୍ଦ୍ରମୁଖୀ ଚଳଚ୍ଚିତ୍ରରେ "ବାଜଥୁରେନ ବାଜଥୁରେନ" ନାମକ ଗୀତ ଗାଇ ତାମିଲ ଭାଷାର ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୨] ଏହି ଘଟଣା ପରେ ଅନ୍ୟାନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତାଙ୍କ ପ୍ରତି ଆକର୍ଷିତ ହେଲେ ଓ ସେ ଟେଲିଭିଜନରେ ପ୍ରଦର୍ଶନ ଦେବାକୁ ଲାଗିଲେ ।

୨୦୧୦ ମସିହାରେ ଏସ ଏସ ପାଣ୍ଡିଆନ ନିର୍ଦ୍ଦେଶିତ ସୁରିୟନ ସତ୍ତା କଲ୍ଲୁରି ନାମକ ଚଳଚ୍ଚିତ୍ରେ "ଥିକ୍କା ଥିକ୍କା" ଗୀତ ଗାଇ ଏଡିସନ ପୁରସ୍କାର ପାଇଥିଲେ । ସେହି ୨୦୧୦ ମସିହାରେ 'ବିଶ୍ୱ କ୍ଲାସିକାଲ ତାମିଲ ସମ୍ମଳନୀ ୨୦୧୦'ରେ ଏ ଆର ରହମନ ସଙ୍ଗୀତ ନିର୍ଦ୍ଦେଶନାରେ ଓ ଗୌତମ ବସୁଦେବ ମେନନ ନିର୍ଦ୍ଦେଶିତ ଏକ ଭିଡିଓରେ ଅନ୍ୟମାନଙ୍କ ସାଥିରେ ତାହାର ଶିର୍ଷକ ଗୀତ ଗାଇଥିଲେ ।[୩]

୨୦୧୦ ଓ ୨୦୧୧ ମସିହାରେ ଚେନ୍ନଇ ସଙ୍ଗମମ୍ ଉତ୍ସବରେ ତାଙ୍କ ଦଳର ପ୍ରଦର୍ଶନ ଏକ ଶୀର୍ଷ ସ୍ଥାନ ଅଧିକାର କରିଥିଲା । ଜୁନ ୨୦୧୧ ମସିହାର ସେ ଏମଟିଭି କୋକ ସ୍ଟୁଡିଓ ଟେଲିଭିଜନ ସିରିଜରର କୈଳାଶ ଖେର ଓ ପାପନ ଭଳି ଗାୟକମାନଙ୍କ ସ‌ହିତ 'ବେତାଲାଇ' ଓ 'ତେରେ ନାମ'ରେ ଗାଇଥିଲେ ।

୨୦୧୨ ମସିହାରେ ହିଟ ଚଳଚ୍ଚିତ୍ର "ବସ ସ୍ଟପ"ରେ 'ଜେ ବି' ଓ 'ଜି ଅନିଲ'ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସେ 'ପଟ୍ଟୁକୋ ପଟ୍ଟୁକୋ' ଗୀତ ଗାଇ ସେ ତେଲୁଗୁ ଭାଷାର ଚଳଚ୍ଚିତ୍ର ଉଦ୍ୟୋଗରେ ପ୍ରବେଶ କରିଥିଲେ ।

ନ‌କ୍କୁ ମୁକ୍କା[ସମ୍ପାଦନା]

ତାଙ୍କର ପରବର୍ତ୍ତୀ ବଡ଼ ହିଟ ୨୦୦୮ ମସିହାର ନିର୍ମିତ 'କଧାଲିଲ ବିଜୁନ୍ଥେନ' ଚଳଚ୍ଚିତ୍ରରେ 'ନ‌କ୍କୁ ମୁକ୍କା' ଗୀତ ଥିଲା । ଏହି ଗୀତ ନିମନ୍ତେ ଏକ ତାମିଲ ଚଳଚ୍ଚିତ୍ରରେ ତାଙ୍କୁ ଶ୍ରେଷ୍ଠ ଲୋକ ସଙ୍ଗୀତ ଗାୟିକା ଭାବରେ 'କନ୍ନଡ଼ାସନ ପୁରସ୍କାର' ମିଳିଥିଲା । 'ନ‌କ୍କୁ ମୁକ୍କା'ର ଏକ ଭିନ୍ନ ସଂସ୍କରଣରେ ଟାଇମସ ଅଫ ଇଣ୍ଡିଆର ଛୋଟ ବିଜ୍ଞାପନ ଚଳଚ୍ଚିତ୍ର 'ଏ ଡେ ଇନ ଦି ଲାଇଗ ଅଫ ଚେନ୍ନଇ' ତିଆରି ହୋଇଥିଲା ଯାହା ୨୦୦୯ ମସିହାରେ କାନ୍ନେସ ଚଳଚ୍ଚିତ୍ର ଉତ୍ସବରେ ଦୁଇଟ ସ୍ୱର୍ଣ୍ଣ ସିଂହ (Gold Lion) ପୁରସ୍କାର ପାଇଥିଲା ।[୪][୫] ବଲିଉଡର ହିଟ ଚଳଚ୍ଚିତ୍ର 'ଦି ଡାର୍ଟି ପିକଚର'ରେ ଏହି ଗୀତ ସ୍ଥାନ ପାଇଥିଲା ।

ଆଧାର[ସମ୍ପାଦନା]

  1. Chinna Ponnu dreams big, archived from the original on 2020-02-03, retrieved 2022-02-14
  2. "These are songs packed with healing effect", The Hindu, Chennai, India, 14 March 2007, archived from the original on 9 April 2008
  3. Chinna Ponnu on cloud nine, archived from the original on 2010-12-16, retrieved 2022-02-14
  4. "TOI wins India its first Gold Film Lions at Cannes". The Times of India. Archived from the original on 2012-04-05.
  5. "A Day in the Life of Chennai". Archived from the original on 2022-02-14. Retrieved 2022-02-14.