ଚିନ୍ତାମଣି ଆଚାର୍ଯ୍ୟ
ଚିନ୍ତାମଣି ଆଚାର୍ଯ୍ୟ | |
---|---|
ଜନ୍ମ | କାଳିକାପୁର, ପୁରୁଣାହାଟଶାସନ କଟକ | ୧୯ ଡିସେମ୍ବର ୧୮୯୧
ମୃତ୍ୟୁ | ୧୦ ମାର୍ଚ୍ଚ ୧୯୫୭ | (ବୟସ ୬୫)
ବୃତ୍ତି(ସମୂହ) | ସାହିତ୍ୟିକ, ଆଇନଜୀବୀ |
ଚିନ୍ତାମଣି ଆଚାର୍ଯ୍ୟ (୧୯ ଡିସେମ୍ବର ୧୮୯୧ - ୧୦ ମାର୍ଚ୍ଚ 1957[୧]) ପ୍ରାକସ୍ୱାଧୀନତା କାଳର ଜଣେ ଆଇନଜୀବୀ[୨] ଓ ସାହିତ୍ୟିକ ଥିଲେ ।[୩] ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଉତ୍କଳ ସାହିତ୍ୟ ସମାଜର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଜୀବନୀ
[ସମ୍ପାଦନା]ଚିନ୍ତାମଣି ଆଚାର୍ଯ୍ୟ ୧୮୯୧ମସିହାରେ କଟକ ଜିଲ୍ଲାର କାଳିକାପୁରଠାରେ ଜନ୍ମଗ୍ରହଣ କରିଥିଲେ । ଆଇନରେ ଡିଗ୍ରୀ ହାସଲ ପରେ,ସେ ତତ୍କାଳୀନ ବିହାର-ଓଡ଼ିଶା ପାଟଣା ଉଚ୍ଚନ୍ୟାୟାଳୟରେ ଓକିଲାତି କରୁଥିଲେ । ଫଉଜଦାରୀ ମାମଲା ପରିଚାଳନା କରିବା ପାଇଁ ସେ ପ୍ରସିଦ୍ଧ ଥିଲେ । ଅର୍ଥଲାଳସା ନରଖି, ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ନିଜ ଖର୍ଚ୍ଚରେ ମଧ୍ୟ ମାମଲା ଲଢି ତାଙ୍କର ଡିଗ୍ରୀ କରାଉଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରେ ସେ ଅଧ୍ୟାପନା କରୁଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଭାବରେ ସେ ୧୯୪୮-୧୯୫୧ପର୍ଯ୍ୟନ୍ତ କାମ କରିଥିଲେ । ୧୯୫୫ ମସିହା ମାର୍ଚ୍ଚ ୧୦ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।[୪]
ସାରସ୍ୱତ ସାଧନା
[ସମ୍ପାଦନା]ଜଣେ ସାହିତ୍ୟିକ ଭାବରେ ଚିନ୍ତାମଣି ଆଚାର୍ଯ୍ୟଙ୍କର ପରିଚିତି ଥିଲା । ମାସିକ ପତ୍ରିକା ଝଙ୍କାର ଏବଂ ଶିଶୁ ପତ୍ରିକା ପଞ୍ଚାମୃତ ସମ୍ପାଦନା କରୁଥିଲେ । ତାଙ୍କ ଲେଖା ଓଡ଼ିଶାର ପ୍ରମୁଖ ପତ୍ରପତ୍ରିକାରେ ପ୍ରକାଶ ପାଉଥିଲା ।
ରଚନାବଳୀ
[ସମ୍ପାଦନା]- ଇତିହାସ ପ୍ରସଙ୍ଗ
- ଜଗନ୍ନାଥ ଦାସ
- କଟକ
- ଭୁବନେଶ୍ୱର
- ଶ୍ରୀକୃଷ୍ଣ
- ବିକ୍ରମାଦିତ୍ୟ
- ମଙ୍ଗଳ ସ୍ୱପ୍ନ
- ଗୋପାଳନ
ଉପାଧୀ ଓ ସମ୍ମାନ
[ସମ୍ପାଦନା]- ରାୟବାହାଦୂର[୫]
ଆଧାର
[ସମ୍ପାଦନା]- ↑ "SCIENCE WRITING IN ORIYA, 1850 - 1950". ସୃଜନୀକା, ଭୁବନେଶ୍ୱର. Retrieved 19 December 2016.
- ↑ Justice Harihar Mahapatra (15 February 2011). My Life, My Work. Allied Publishers. pp. 207–. ISBN 978-81-8424-640-7.
- ↑ Himadri Banerjee (2003). The Other Sikhs: A View from Eastern India. Manohar. ISBN 978-81-7304-495-3.
- ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୧୦/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 13 March 2017. Retrieved 10 March 2017.
- ↑ "ଆଜି ଜନ୍ମଦିନ". ସମ୍ବାଦ ୧୯/୧୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 22 December 2016. Retrieved 19 December 2016.