ଚନ୍ଦ୍ରସେନ ନାଏକ
ଚନ୍ଦ୍ରସେନ ନାଏକ | |
---|---|
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ନୀଳାଦ୍ରି ନାୟକ |
ପର ଅଧିକାରୀ | ନୀଳାଦ୍ରି ନାୟକ |
ନିର୍ବାଚନ ମଣ୍ଡଳୀ | ତେଲକୋଇ |
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ନୀଳାଦ୍ରି ନାୟକ |
ପର ଅଧିକାରୀ | ନୀଳାଦ୍ରି ନାୟକ |
ନିର୍ବାଚନ ମଣ୍ଡଳୀ | ତେଲକୋଇ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମଇ ୧, ୧୯୪୬ |
ମୃତ୍ୟୁ | ୨୬ ମାର୍ଚ୍ଚ ୨୦୧୯ | (ବୟସ ୭୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ (ଇ) |
ଜୀବନ ସାଥୀ | ମୁକ୍ତା ମଞ୍ଜରୀ ନାଏକ |
ବାପା/ବୋଉ | ଚିନ୍ତାମଣି ନାଏକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଚନ୍ଦ୍ରସେନ ନାଏକ (୧ ମଇ ୧୯୪୬ - ୨୫ ମାର୍ଚ୍ଚ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଚନ୍ଦ୍ରସେନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତେଲକୋଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ଚନ୍ଦ୍ରସେନ ନାଏକ ୧୯୪୬ ମସିହାର ମଇ ମାସ ୧ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚିନ୍ତାମଣି ନାଏକ । ଚନ୍ଦ୍ରସେନଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ । ତାଙ୍କ ପତ୍ନୀଙ୍କ ନାମ ମୁକ୍ତା ମଞ୍ଜରୀ ନାଏକ ।
ରାଜନୈତିକ ଜୀବନ
[ସମ୍ପାଦନା]ଚନ୍ଦ୍ରସେନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
୧୯୮୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଚନ୍ଦ୍ରସେନ ନାଏକ ଭାରତୀୟ ଜାତୀୟ କଂଗ୍ରେସ (ଇ)ର ପ୍ରାର୍ଥୀ ଭାବରେ ତେଲକୋଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧୩,୮୦୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଜନତା ପାର୍ଟିର ପ୍ରାର୍ଥୀ ମହେନ୍ଦ୍ର କୁମାର ନାଏକଙ୍କୁ ୭,୫୭୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।
୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଚନ୍ଦ୍ରସେନ ନାଏକ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ତେଲକୋଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୨,୪୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଜନତା ଦଳର ପ୍ରାର୍ଥୀ ନୀଳାଦ୍ରି ନାଏକଙ୍କୁ ୫,୩୬୧ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୩] ଏହି ବିଧାନ ସଭାରେ ସେ ୧୯୯୫ ମସିହାରୁ ୨୦୦୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Late Chandrasena Naik". odishaassembly.nic.in. Odisha Assembly. Retrieved 25 July 2019.
- ↑ ୨.୦ ୨.୧ "Orissa 1980". Election Commission of India (in Indian English). Retrieved 2019-06-27.
- ↑ ୩.୦ ୩.୧ "Orissa 1995". Election Commission of India (in Indian English). Retrieved 2019-06-27.