ଚଣ୍ଡୁଳ ପକ୍ଷୀ

ଉଇକିପିଡ଼ିଆ‌ରୁ

ଚଣ୍ଡୁଳ ପକ୍ଷୀ
ଭାରତର ଏକ ଚଣ୍ଡୁଳ ପକ୍ଷୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Alaudidae
Genus: Alauda
ଜାତି: A. gulgula
ବାଇନୋମିଆଲ ନାମ
Alauda gulgula
ଜେମ୍‍ସ୍ ଫ୍ରାଙ୍କଲିନ୍, Franklin, 1831
ଆନ୍ଧ୍ର ପ୍ରଦେଶର କୋଲେରୁ ହ୍ରଦ ନିକଟସ୍ଥ ଏକ ଚଣ୍ଡୁଳ ପକ୍ଷୀ

ଚଣ୍ଡୁଳ ପକ୍ଷୀ ବା ଚଣ୍ଡୂଳ ପକ୍ଷୀ ବା ଭରତିଆ ପକ୍ଷୀ (ଇଂରାଜୀ ଭାଷାରେ Oriental Skylark ବା Small Skylark, ଜୀବବିଜ୍ଞାନ ନାମ Alauda gulgula) ସ୍କାଏଲାର୍କ୍ ପ୍ରଜାତିର ଏକ କ୍ଷୁଦ୍ରାକାର ପକ୍ଷୀ । ଦକ୍ଷିଣ, କେନ୍ଦ୍ରୀୟ ଓ ପୂର୍ବ ୟୁରେସିଆରେ ଏହି ପକ୍ଷୀ ପ୍ରଜାତି ବ୍ୟାପ୍ତ । ନିଜ ପ୍ରଜାତିର ଅନ୍ୟ ସ୍କାଏଲାର୍କ୍ ପକ୍ଷୀଙ୍କ ପରି ଏହି ପକ୍ଷୀ ମଧ୍ୟ ମୁଖ୍ୟତଃ ଉନ୍ମୁକ୍ତ ତୃଣଭୂମିରେ ବିଚରଣ କରେ ଏବଂ କୀଟପତଙ୍ଗ ଓ ମଞ୍ଜି ଇତ୍ୟାଦି ଆହରଣ କରିଥାଏ ।

ବର୍ଗୀକରଣ[ସମ୍ପାଦନା]

ଇଂରାଜୀ ସୈନ୍ୟ ଓ ପରିବେଶବିତ୍ ଜେମ୍‍ସ୍ ଫ୍ରାଙ୍କଲିନ୍ ୧୮୩୧ ମସିହାରେ ଚଣ୍ଡୁଳ ପ୍ରଜାତି ବିଷୟରେ ଲେଖିଥିଲେ ଓ ସେ ପ୍ରଥମେ ଏହାର ଜୀବବିଜ୍ଞାନ ନାମ ଅଲୌଡା ଗୁଲ୍‍ଗୁଲା (Alauda gulgula) ବୋଲି ରଖିଥିଲେ ।[୨] ଗୁଲ୍‍ଗୁଲା ନାମ ଦେବାର କାରଣ କିନ୍ତୁ ଅସ୍ପଷ୍ଟ । ଲାଟିନ୍ ଭାଷାରେ ଗୁଲା ଶବ୍ଦ ଗଳା ବା ତଣ୍ଟିକୁ ବୁଝାଇଥାଏ ଓ ଗୁଲ୍‍ଗୁଲା ବୋଧହୁଏ କଣ୍ଠର ସଙ୍ଗୀତରୂପୀ ପରିପ୍ରକାଶ ।[୩]

ଚଣ୍ଡୁଳ ପକ୍ଷୀର ଅନ୍ୟ କିଛି ସାଧାରଣ ନାମ ହେଉଛି “ଭାରତୀୟ ସ୍କାଏଲାର୍କ୍”, “ପ୍ରାଚ୍ୟ ସ୍କାଏଲାର୍କ୍”, “କ୍ଷୁଦ୍ର ସ୍କାଏଲାର୍କ୍” ।[୪] ସଂସ୍କୃତ ଭାଷାରେ ଏହି ପକ୍ଷୀକୁ ଭରଦ୍ୱାଜ ପକ୍ଷୀ ମଧ୍ୟ କୁହାଯାଏ ।

ଉପପ୍ରଜାତି[ସମ୍ପାଦନା]

ଚଣ୍ଡୁଳର ବିଭିନ୍ନ ପ୍ରକାରର ୧୩ଟି ଉପପ୍ରଜାତି ଚିହ୍ନଟ କରାଯାଇଛି :[୫]

  • କାଶ୍ମୀରୀ ଚଣ୍ଡୁଳ (A. g. lhamarum) - ରିଖାର୍ଡ୍ ମାଇନେର୍ଟଜ୍‍ହାଗେନ୍ ଓ ଆନ୍ନି ମାଇନେର୍ଟଜ୍‍ହାଗେନ୍, ୧୯୨୬: ଏମାନେ ପାମିର ମାଳଭୂମି ଓ ପଶ୍ଚିମ ହିମାଳୟରେ ଦେଖାଯାନ୍ତି
  • A. g. inopinata - ଭାଲେଣ୍ଟିନ୍ ବିଆଞ୍ଚି, ୧୯୦୫: ଏମାନେ ତିବ୍ବତୀୟ ମାଳଭୂମି ଓ ଉତ୍ତର-ପଶ୍ଚିମ ଚୀନରେ ଦେଖାଯାନ୍ତି ।
  • A. g. vernayi - ଅର୍ନଷ୍ଟ୍ ମାୟର୍, ୧୯୪୧: ଏମାନେ ପୂର୍ବ ହିମାଳୟ ଓ ଦକ୍ଷିଣ-ପଶ୍ଚିମ ଚୀନରେ ଦେଖାଯାନ୍ତି ।
  • ପାଶ୍ଚାତ୍ୟ ଚଣ୍ଡୁଳ (A. g. inconspicua) ବା ତୁର୍କ ଚଣ୍ଡୁଳ - ନିକୋଲାଇ ସେୱେର୍ତ୍ସୋଭ୍, ୧୮୭୩: ପ୍ରାରମ୍ଭରେ ଏମାନଙ୍କୁ ଏକ ସ୍ୱତନ୍ତ୍ର ପ୍ରଜାତି ଭାବେ ଗଣାଯାଉଥିଲା । ଏମାନେ ଦକ୍ଷିଣ କାଜାକ୍‍ସ୍ତାନରୁ ନେଇ ପୂର୍ବ ଇରାନ, ପାକିସ୍ତାନ ଓ ଉତ୍ତର-ପଶ୍ଚିମ ଭାରତ ପର୍ଯ୍ୟନ୍ତ ଦେଖାଯାଇଥାନ୍ତି ।
  • A. g. gulgula - ଜେମ୍‍ସ୍ ଫ୍ରାଙ୍କଲିନ୍, ୧୮୩୧: କେନ୍ଦ୍ରୀୟ ଓ ଉତ୍ତର ଭାରତରୁ ନେଇ ଶ୍ରୀଲଙ୍କା ଏବଂ ପୂର୍ବରୁ ଉତ୍ତର ଇଣ୍ଡୋଚୀନ ଅଞ୍ଚଳରେ ଏହି ଉପପ୍ରଜାତି ଦେଖାଯାଏ ।
  • A. g. dharmakumarsinhjii - ହୁମାୟୂଁ ଅବ୍ଦୁଲାଲି, ୧୯୭୬: ପଶ୍ଚିମ-କେନ୍ଦ୍ରୀୟ ଭାରତରେ ଏହି ଉପପ୍ରଜାତି ଦେଖାଯାଏ ।
  • A. g. australis - ୱିଲିୟମ୍ ଏଡ୍ୱିନ୍ ବ୍ରୁକ୍‍ସ୍, ୧୮୭୩: ପ୍ରଥମେ ଏହାକୁ ଏକ ସ୍ୱତନ୍ତ୍ର ପ୍ରଜାତି ଭାବେ ଗଣାଯାଉଥିଲା । ଏମାନେ ଦକ୍ଷିଣ-ପଶ୍ଚିମ ଭାରତରେ ଦେଖିବାକୁ ମିଳନ୍ତି ।
  • A. g. weigoldi - ଅର୍ନଷ୍ଟ୍ ହାର୍ଟର୍ଟ୍, ୧୯୨୨: କେନ୍ଦ୍ରୀୟ ଓ ପୂର୍ବ ଚୀନରେ ଏହି ଉପପ୍ରଜାତି ଦେଖାଯାନ୍ତି ।
  • A. g. coelivox - ରବର୍ଟ୍ ସ୍ୱିନ୍‍ହୋ, ୧୮୫୯: ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଚୀନ ଏବଂ ଉତ୍ତର ଭିଏତନାମରେ ପରିଲକ୍ଷିତ ଏହି ଉପପ୍ରଜାତିକୁ ପ୍ରଥମେ ଏକ ସ୍ୱତନ୍ତ୍ର ପ୍ରଜାତିର ମାନ୍ୟତା ଦିଆଯାଇଥିଲା ।
  • A. g. sala - ରବର୍ଟ୍ ସ୍ୱିନ୍‍ହୋ, ୧୮୭୦: ଦକ୍ଷିଣ-ପୂର୍ବ ଚୀନର ହାଇନାନ୍ ଦ୍ୱୀପରେ ପରିଲକ୍ଷିତ ଏହି ଉପପ୍ରଜାତିକୁ ପ୍ରଥମେ ଏକ ସ୍ୱତନ୍ତ୍ର ପ୍ରଜାତିର ମାନ୍ୟତା ଦିଆଯାଇଥିଲା ।
  • A. g. herberti - ଅର୍ନଷ୍ଟ୍ ହାର୍ଟର୍ଟ୍, ୧୯୨୩: କେନ୍ଦ୍ରୀୟ ଓ ପୂର୍ବ ଥାଇଲ୍ୟାଣ୍ଡରୁ ନେଇ ଦକ୍ଷିଣ ଭିଏତନାମ ପର୍ଯ୍ୟନ୍ତ ଏହି ଉପପ୍ରଜାତି ଦେଖାଯାନ୍ତି ।
  • A. g. wattersi - ରବର୍ଟ୍ ସ୍ୱିନ୍‍ହୋ, ୧୮୭୧: ତାଇୱାନରେ ପରିଲକ୍ଷିତ ଏହି ଉପପ୍ରଜାତିକୁ ପ୍ରଥମେ ଏକ ସ୍ୱତନ୍ତ୍ର ପ୍ରଜାତିର ମାନ୍ୟତା ଦିଆଯାଇଥିଲା ।
  • A. g. wolfei - ମାସୌଜି ହାଚିସୁକା, ୧୯୩୦: ଉତ୍ତର ଫିଲିପାଇନ୍ସର ଲୁଜନ୍ ଅଞ୍ଚଳରେ ଏହି ଉପପ୍ରଜାତି ଦେଖାଯାଏ ।

ବିବରଣୀ[ସମ୍ପାଦନା]

ଚଣ୍ଡୁଳର ଶରୀରର ଦୈର୍ଘ୍ୟ ପ୍ରାୟ ୧୬ ସେଣ୍ଟିମିଟର୍ । ଏମାନଙ୍କ ଉପର ପଟର ରଙ୍ଗ ହଳଦି ମିଶା ମାଟିଆ, ଲାଞ୍ଜର ବାହାର ପଟଟି ଧଳା ଓ ଏହା ମୁଣ୍ଡରେ ଏକ ଛୋଟ ଶିଖା ରହିଥାଏ । ଉଭୟ ମାଈ ଓ ଅଣ୍ଡିରା ଚଣ୍ଡୁଳ ପକ୍ଷୀ ଦେଖିବାକୁ ଏକା ପରି ।

ବଙ୍ଗଳାଦେଶର ଏକ ଚଣ୍ଡୁଳ

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ଏମାନେ ବାରମ୍ବାର ରଡ଼ି କରି ଆକାଶକୁ ଉଡ଼ି ପଳାନ୍ତି ଓ ପୁଣି କିଛି ସମୟରେ ଭୂପୃଷ୍ଠକୁ ଫେରି ଆସନ୍ତି । ଅଣ୍ଡିରାମାନେ ଆକାଶରେ ଉଡ଼ୁଥିବା ବେଳେ ମାଈମାନଙ୍କୁ ଆକୃଷ୍ଟ କରିବା ପାଇଁ କାକଳି ଧ୍ୱନି ସୃଷ୍ଟି କରିଥାନ୍ତି ।

ଆଧାର[ସମ୍ପାଦନା]

  1. BirdLife International (2012). "Alauda gulgula". Retrieved 26 November 2013. {{cite journal}}: Cite journal requires |journal= (help); Invalid |ref=harv (help)
  2. Franklin, James (1831). "Catalogue of birds (systematically arranged) which were collected on the Ganges between Calcutta and Benares, and in the Vindhyian hills between the latter place and Gurrah Mundela, on the Nerbudda". Proceedings of the Committee of Science and Correspondence of the Zoological Society of London (in English and Latin). Part 1 (10): 114-125 [119].{{cite journal}}: CS1 maint: unrecognized language (link)
  3. Jobling, J.A. (2018). del Hoyo, J.; Elliott, A.; Sargatal, J.; Christie, D.A.; de Juana, E. (eds.). "Key to Scientific Names in Ornithology". Handbook of the Birds of the World Alive. Lynx Edicions. Retrieved 5 August 2018.
  4. "Alauda gulgula - Avibase". avibase.bsc-eoc.org. Retrieved 2016-12-10.
  5. "IOC World Bird List 6.4". IOC World Bird List Datasets.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]