ଘନଶ୍ୟାମ ହେମ୍ବ୍ରମ
ଘନଶ୍ୟାମ ହେମ୍ବ୍ରମ | |
|---|---|
| ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୪ – ୧୯୭୭ | |
| ପୂର୍ବ ଅଧିକାରୀ | ଲାଲ ମୋହନ ନାୟକ |
| ପର ଅଧିକାରୀ | କାହ୍ନୁରାମ ହେମ୍ବ୍ରମ |
| ନିର୍ବାଚନ ମଣ୍ଡଳୀ | ଜଶୀପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ମାର୍ଚ୍ଚ ୧୦, ୧୯୩୪ |
| ମୃତ୍ୟୁ | ୨୪ ସେପ୍ଟେମ୍ବର ୧୯୮୧ (ବୟସ ୪୭) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଅଖିଳ ଭାରତୀୟ ଝାଡ଼ଖଣ୍ଡ ପାର୍ଟି |
| ଜୀବନ ସାଥୀ | ନାନୀ ହେମ୍ବ୍ରମ |
| ବାପା/ବୋଉ | ରସିକ ହେମ୍ବ୍ରମ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଘନଶ୍ୟାମ ହେମ୍ବ୍ରମ (୧୦ ମାର୍ଚ୍ଚ ୧୯୩୪ - ୨୪ ସେପ୍ଟେମ୍ବର ୧୯୮୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଘନଶ୍ୟାମ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଝାଡ଼ଖଣ୍ଡ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଘନଶ୍ୟାମ ହେମ୍ବ୍ରମ ୧୯୩୪ ମସିହାର ମାର୍ଚ୍ଚ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରସିକ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀଙ୍କ ନାମ ନାନୀ ହେମ୍ବ୍ରମ ।[୧] ଘନଶ୍ୟାମଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ରୁ କମ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଘନଶ୍ୟାମ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଝାଡ଼ଖଣ୍ଡ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଘନଶ୍ୟାମ ହେମ୍ବ୍ରମ ୧୯୮୧ ମସିହାର ସେପ୍ଟେମ୍ବର ମାସ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା ।