ଘନଶ୍ୟାମ ହେମ୍ବ୍ରମ

ଉଇକିପିଡ଼ିଆ‌ରୁ
ଘନଶ୍ୟାମ ହେମ୍ବ୍ରମ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଲାଲ ମୋହନ ନାୟକ
ପର ଅଧିକାରୀକାହ୍ନୁରାମ ହେମ୍ବ୍ରମ
ନିର୍ବାଚନ ମଣ୍ଡଳୀଜଶୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1934-03-10)ମାର୍ଚ୍ଚ ୧୦, ୧୯୩୪
ମୃତ୍ୟୁ୨୪ ସେପ୍ଟେମ୍ବର ୧୯୮୧(1981-09-24) (ବୟସ ୪୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଅଖିଳ ଭାରତୀୟ ଝାଡ଼ଖଣ୍ଡ ପାର୍ଟି
ଜୀବନ ସାଥୀନାନୀ ହେମ୍ବ୍ରମ
ବାପା/ବୋଉରସିକ ହେମ୍ବ୍ରମ (ବାପା)
ବୃତ୍ତିରାଜନୀତିଜ୍ଞ

ଘନଶ୍ୟାମ ହେମ୍ବ୍ରମ (୧୦ ମାର୍ଚ୍ଚ ୧୯୩୪ - ୨୪ ସେପ୍ଟେମ୍ବର ୧୯୮୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଘନଶ୍ୟାମ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଝାଡ଼ଖଣ୍ଡ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଘନଶ୍ୟାମ ହେମ୍ବ୍ରମ ୧୯୩୪ ମସିହାର ମାର୍ଚ୍ଚ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରସିକ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀଙ୍କ ନାମ ନାନୀ ହେମ୍ବ୍ରମ ।[୧] ଘନଶ୍ୟାମଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍‌ରୁ କମ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଘନଶ୍ୟାମ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଝାଡ଼ଖଣ୍ଡ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଘନଶ୍ୟାମ ହେମ୍ବ୍ରମ ୧୯୮୧ ମସିହାର ସେପ୍ଟେମ୍ବର ମାସ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Ghanshyam Hembram". odishaassembly.nic.in. Odisha Assembly. Retrieved 6 October 2019.