କାହ୍ନୁରାମ ହେମ୍ବ୍ରମ
କାହ୍ନୁରାମ ହେମ୍ବ୍ରମ | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ଘନଶ୍ୟାମ ହେମ୍ବ୍ରମ |
ପର ଅଧିକାରୀ | ସୁନ୍ଦର ମୋହନ ମାଝି |
ନିର୍ବାଚନ ମଣ୍ଡଳୀ | ଜଶୀପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅଗଷ୍ଟ ୧୬, ୧୯୪୨ |
ମୃତ୍ୟୁ | ୨୩ ଜାନୁଆରୀ ୨୦୦୦ | (ବୟସ ୫୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଜୀବନ ସାଥୀ | ସୁକାନ୍ତି ମଞ୍ଜରୀ |
ବାପା/ବୋଉ | ରସିକ ହେମ୍ବ୍ରମ (ବାପା) |
ବୃତ୍ତି | ରାଜନୀତିଜ୍ଞ |
କାହ୍ନୁରାମ ହେମ୍ବ୍ରମ (୧୬ ଅଗଷ୍ଟ ୧୯୪୨ - ୨୧ ଜାନୁଆରୀ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । କାହ୍ନୁରାମ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]କାହ୍ନୁରାମ ହେମ୍ବ୍ରମ ୧୯୪୨ ମସିହାର ଅଗଷ୍ଟ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରସିକ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀଙ୍କ ନାମ ସୁକାନ୍ତି ମଞ୍ଜରୀ ।[୧] ତାଙ୍କ ଭାଇ ଘନଶ୍ୟାମ ହେମ୍ବ୍ରମ ମଧ୍ୟ ଜଣେ ରାଜନୀତିଜ୍ଞ, ଯିଏକି ତାଙ୍କ ପୂର୍ବରୁ ଜଶୀପୁର ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । କାହ୍ନୁରାମଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ଇଣ୍ଟରମିଡିଏଟ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]କାହ୍ନୁରାମ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]କାହ୍ନୁରାମ ହେମ୍ବ୍ରମ ୨୦୦୦ ମସିହାର ଜାନୁଆରୀ ମାସ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା ।