ଗ୍ଲୁକାରପିଡେଜ
Clinical data | |
---|---|
Trade names | Voraxaze |
AHFS/Drugs.com | monograph |
MedlinePlus | a613009 |
Routes of administration | IV |
Legal status | |
Legal status |
|
Identifiers | |
| |
ECHA InfoCard | 100.029.968 |
Chemical and physical data | |
Formula | C1950H3157N543O599S7 (monomer) |
Molar mass | ୪୪,୦୧୭.୩୩ g·mol−1 |
ଗ୍ଲୁକାରପିଡେଜ (ଇଂରାଜୀ ଭାଷାରେ Glucarpidase), ଭୋରାକ୍ସାଜେ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କି ବୃକ୍କ କାର୍ଯ୍ୟ ଦୁର୍ବଳ ହେତୁ ଦିଆଯାଉଥିବା ପାଇରିମେଥାମିନ ଓ ମେଥୋଟ୍ରେକ୍ସେଟ (>୧ ମାଇକ୍ରୋମୋଲ/ଲି) କାରଣରୁ ହେଉଥିବା ବିଷକ୍ରିୟାକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୧] ଏହା ଲ୍ୟୁକୋଭୋରିନ/ଫୋଲିନିକ ଏସିଡ ସହିତ ଏକତ୍ର ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ଔଷଧ ଦେବାର ୧୫ ମିନିଟ୍ ମଧ୍ୟରେ ଏହାର ପ୍ରଭାବ ମହତ୍ୱପୂର୍ଣ୍ଣ ହୋଇ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ରହିଥାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ, ମୁହଁ ଲାଲ ଦେଖାଯିବା, ଅଇ, ନିମ୍ନ ରକ୍ତଚାପ ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକ ଏନଜାଇମ୍ ଯାହା ମେଟୋଟ୍ରେକ୍ସେଟକୁ ନିଷ୍କ୍ରିୟ କରିଦେଇଥାଏ ।[୧]
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଗ୍ଲୁକାରପିଡେଜ୍ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟ ଏବଂ ୟୁରୋପରେ ଏହା ଏକ ଅନାଥ ଔଷଧ ଭାବରେ ଉପଲବ୍ଧ ଥିବାବେଳେ ୨୦୨୧ ସୁଦ୍ଧା ଅନୁମୋଦିତ ନୁହେଁ ।[୨] ଯୁକ୍ତରାଷ୍ଟ୍ରରେ ୧୦୦୦ ୟୁନିଟ ଥିବା ଏକ ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୫,୫୦୦ ଡଲାର ଥିଲା ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Glucarpidase Monograph for Professionals". Drugs.com (in ଇଂରାଜୀ). Archived from the original on 15 May 2016. Retrieved 3 December 2021.
- ↑ "Glucarpidase". SPS - Specialist Pharmacy Service. 15 November 2021. Archived from the original on 4 December 2021. Retrieved 3 December 2021.
- ↑ "Voraxaze Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 3 December 2021.