ଗୋବିନ୍ଦ ଚନ୍ଦ୍ର ମାଝୀ

ଉଇକିପିଡ଼ିଆ‌ରୁ
ଗୋବିନ୍ଦ ଚନ୍ଦ୍ର ମାଝୀ
ଜନ୍ମ (1956-05-17) ୧୭ ମଇ ୧୯୫୬ (ବୟସ ୬୭)
ବହଳଦା, ମୟୂରଭଞ୍ଜ
ଶିକ୍ଷାସ୍ନାତକ(ଆଇନ)
ଶିକ୍ଷାନୁଷ୍ଠାନବି.ଜେ.ବି କଲେଜ
ବୃତ୍ତିସାହିତ୍ୟିକ
ପିତାମାତା(s)ଭୀଳୁ ସୋରେନ, ଆରସୁ ସୋରେନ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଗୋବିନ୍ଦ ଚନ୍ଦ୍ର ମାଝୀ(ଜନ୍ମ : ୧୭ ମଇ ୧୯୫୬) ଜଣେ ସାନ୍ତାଳୀ ସାହିତ୍ୟିକ ।[୧] ସାନ୍ତାଳୀ କବିତା ସଂଗ୍ରହ "ନାଳହା" ପାଇଁ ୨୦୧୬ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।[୨] ବ୍ୟାଙ୍କିଙ୍ଗ ଚାକିରିରୁ ଅବସର ନେବା ପରେ, ମାଝୀ ଏବେ ଅଖୀଳ ଭାରତୀୟ ସାନ୍ତାଳୀ ଲେଖକ ସଂଗଠନର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି ଓ ସାହିତ୍ୟ ସାଧନାରେ ଲିପ୍ତ ଅଛନ୍ତି ।[୩]

ଜୀବନୀ[ସମ୍ପାଦନା]

ଗୋବିନ୍ଦ ଚନ୍ଦ୍ର ୧୯୫୬ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବହଳଦାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଭୀଳୁ ସୋରେନ ଓ ମାତାଙ୍କ ନାମ ଆରସୁ ସୋରେନ । ବହଳଦା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଗୋବିନ୍ଦ ମାଟ୍ରିକ ପାସ କରି, ଭୁବନେଶ୍ୱରସ୍ଥ ବକ୍ସୀ ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ କଳାରରେ ଓ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ହାସଲ କରିଛନ୍ତି । ସିଣ୍ଡିକେଟ ବ୍ୟାଙ୍କରେ କାର୍ଯ୍ୟ କରି, ସେ ସିନିୟର ମ୍ୟାନେଜର ପଦବୀରୁ ସେବା ନିବୃତ ହୋଇ ସାରିଛନ୍ତି ।[୪]

ସାହିତ୍ୟ ସର୍ଜନା[ସମ୍ପାଦନା]

ସାହିତ୍ୟ ରଚନା ସହିତ ସଂଗଠକ ଭାବରେ ଗୋବିନ୍ଦ ଚନ୍ଦ୍ର କାର୍ଯ୍ୟ କରିଆସୁଛନ୍ତି । ସାନ୍ତାଳୀ ସିନେମାରେ ସଂଳାପ ଲେଖନ ସହିତ, ସେ ଅଭିନୟ ମଧ୍ୟ କରିଛନ୍ତି । "ବାପଲା" ଓ "ଜୋଲୋନ" ଭଳି ସାନ୍ତାଳୀ ଚଳଚ୍ଚିତ୍ର ସହିତ ଗୋବିନ୍ଦ ଚନ୍ଦ୍ର ଜଡ଼ିତ ଥିଲେ ।

ରଚନାବଳି[ସମ୍ପାଦନା]

  • ନାଳହା - ୨୦୧୪
  • ମିଦ ଟିଡାଗ ସିନ୍ଦୁର
  • ହଂସ ହଂସଲୀ
  • ସାଗେନ ସାକାମ
  • ନାବା ସାଗେନ ସାକାମ
  • ସୋବୋନାଖା
  • ଜାହେରଗାଢ଼
  • କାରାମ ସିରମ
  • ସରୀ ସାରଜୋମ
  • ମାଂତାର
  • ସୋନ୍ଧ୍ୟାନୀ
  • ସାବତା ଆଡାଙ୍ଗ ସରୀଖେ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ - ୨୦୧୬[୫]
  • ଦଳିତ ସାହିତ୍ୟ ଏକାଡେମୀ ସମ୍ମାନ
  • ବି.ବି.ଆର ଆମ୍ବେଦକର ଫେଲୋସିପ[୬]

ଆଧାର[ସମ୍ପାଦନା]

  1. http://www.firstpost.com/living/vannadasan-jerry-pinto-nasira-sharma-among-24-authors-named-for-sahitya-akademi-award-3167448.html
  2. "ଆର୍କାଇଭ୍ କପି". Archived from the original on 2017-01-08. Retrieved 2017-01-07. {{cite web}}: Cite has empty unknown parameter: |1= (help)
  3. "ଅପରିମିତା ପାରମିତା ଓ ଅର୍ପିତ ଗୋବିନ୍ଦ". ସମାଜ ୦୬/୦୧/୨୦୧୭ କଲିକତା ସଂସ୍କରଣ. {{cite news}}: |access-date= requires |url= (help)
  4. "ଆର୍କାଇଭ୍ କପି". Archived from the original on 2017-01-08. Retrieved 2017-01-07. {{cite web}}: Cite has empty unknown parameter: |1= (help)
  5. http://www.news18.com/news/india/vannadasan-jerry-pinto-among-24-authors-named-for-sahitya-akademi-award-1326247.html
  6. http://www.jagran.com/jharkhand/jamshedpur-santali-sahitya-academi-award-to-govind-chandra-majhi-15248351.html