ଗୋପାଲା ଗୋପାଲା (୨୦୧୫ର ତେଲୁଗୁ ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ
ଗୋପାଲା ଗୋପାଲା
ନିର୍ଦ୍ଦେଶକକିଶୋର କୁମାର ପର୍ଦାଶାନୀ
ପ୍ରଯୋଜକଡି. ସୁରେଶ ବାବୁ
ସଂଳାପ(କଥା): ଉମେଶ ଶୁକ୍ଳା,
କଳାକାରପବନ କଲ୍ୟାଣ, ଭେଙ୍କେଟେଶ, ଶ୍ରୀୟା ଶରଣ, ମିଥୁନ ଚକ୍ରବର୍ତ୍ତୀ, ଆଶିଷ ବିଦ୍ୟାର୍ଥୀ, ମୁରଲୀ ଶର୍ମା
ସଙ୍ଗୀତଅନୂପ ରୁବେନସ
ମୁକ୍ତିଲାଭ ତାରିଖ
୨୦୧୫
ଦେଶ ଭାରତ
ଭାଷାତେଲୁଗୁ

ଗୋପାଲା ଗୋପାଲା ୨୦୧୫ ମସିହାରେ ନିର୍ମିତ ଏକ ତେଲୁଗୁ ଭାଷୀ ଭାରତୀୟ ବ୍ୟଙ୍ଗାତ୍ମକ ଚଳଚ୍ଚିତ୍ର ।[୧] ଚଳଚ୍ଚିତ୍ରଟିର ନିର୍ଦ୍ଦେଶକ ଥିଲେ କିଶୋର କୁମାର ପର୍ଦାଶାନୀ ଏବଂ ଏହାର ଯୁଗ୍ମ ପ୍ରଯୋଜକ ଥିଲେ ଡି. ଶୁରେଶବାବୁ ଏବଂ ଶରତ ମାରାର । ଚଳଚ୍ଚିତ୍ରଟି ଶୁରେଶ ପ୍ରୋଡକସନ୍ସ ଓ ନର୍ଥ ଷ୍ଟାର ଏଣ୍ଟେର୍ଟେନମେଣ୍ଟ ବ୍ୟାନେରରେ ନିର୍ମିତ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପୱନ କଲ୍ୟାଣ ଏବଂ ଭେଙ୍କେଟେଶ । ଏହା ବ୍ୟତୀତ ଅନ୍ୟାନ୍ୟ ସହ କଳାକାରମାନେ ହେଲେ ଶ୍ରୀୟା ଶରଣ, ମିଥୁନ ଚକ୍ରବର୍ତ୍ତୀ ତଥା ପି. କ୍ରୀଷ୍ଣା ମୁରଲୀ ଇତ୍ୟାଦି । ଏହାର ସଂଗୀତ ପରିଚାଳନା କରିଛନ୍ତି ଅନୁପ ରୁବେନ୍ସ ଏବଂ ଛବି ଉତ୍ତୋଳନ ବା ସିନେମାଟୋଗ୍ରାଫି କରିଛନ୍ତି ଜେ. ଭିନସେଣ୍ଟ ।

ଚଳଚ୍ଚିତ୍ରଟି ୨୦୧୨ ମସିହାରେ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର Oh My God(OMG)ର ତେଲୁଗୁ ସଂସ୍କରଣ ବା ରିମେକ୍ । ତେବେ OMG ଚଳଚ୍ଚିତ୍ରଟି ମୁଖ୍ୟତଃ ଗୁଜରାତି ନାଟକ କାଞ୍ଜି ବିରୁଦ୍ଧ କାଞ୍ଜି ଉପରେ ଆଧାରିତ । ୯ ଜୁନ ୨୦୧୪ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା ।[୨] ଚଳଚ୍ଚିତ୍ରଟିର ଅଧିକାଂଶ ଭାଗ ବିଶାଖାପାଟଣାରେ ଏବଂ କିଛି ଭାଗ ହାଇଦ୍ରାବାଦରେ ଶୁଟିଂ ହୋଇଛି ।

କଥାବସ୍ତୁ[ସମ୍ପାଦନା]

ଗୋପାଲା ଗୋପାଲା (୨୦୧୫ର ତେଲୁଗୁ ଚଳଚ୍ଚିତ୍ର) ଚଳଚ୍ଚିତ୍ରର କଥାବସ୍ତୁ ଏହିଭଳି:

ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର କେ. ଗୋପାଲା ରାଓ ହେଉଛନ୍ତି ଜଣେ ନାସ୍ତିକ । ନିଜର ସ୍ତ୍ରୀ, ପୁଅ ମୋକ୍ଷ୍ୟ ଏବଂ ସହକାରୀ ଓଥୁକୁ ନେଇ ନିଜର ଏକ ଦୋକାନ ଚଳାନ୍ତି । ଘଟଣା ଚକ୍ରରେ ଏକ ଧାର୍ମିକ ଅନୁଷ୍ଠାନକୁ ନେଇ ତାଙ୍କର ସିଦ୍ଧେଶ୍ୱର ମହାରାଜଙ୍କ ସହ ବିରୋଧ ହୁଏ । ପରେ ପରେ ଏକ ଭୂମିକମ୍ପରେ ତାଙ୍କର ଦୋକାନ ଘରଟି ନଷ୍ଟ ହୋଇଯାଏ । ଦୋକାନ ନଷ୍ଟ ବାବଦରେ କ୍ଷତିପୂରଣ ନିମିତ୍ତ ସେ ବୀମା କମ୍ପାନୀ ସହ ଯୋଗାଯୋଗ କରନ୍ତି । କିନ୍ତୁ କମ୍ପାନୀ ଏଇଥିପାଇଁଁ ମନାକରିଦିଏ ଯେ ଭୂମିକମ୍ପ ହେଉଛି ଭଗବାନଙ୍କ ରଚିତ ଏକ ଧ୍ୱଂସଲୀଳା ଆଉ ସେଇଥିପାଇଁଁ ବୀମା କମ୍ପାନୀ ଦାୟୀ ନୁହେଁଁ । ପରିଶେଷରେ ସେ ଭଗବାନଙ୍କ ନାମରେ ଏକ ମକଦ୍ଦମା କରିବା ପାଇଁଁ ମନସ୍ଥ କରେ । ହେଲେ ଏଇଥିପାଇଁଁ କୌଣସି ଓକିଲ ରାଜି ହୁଅନ୍ତି ନାହିଁଁ । ଯାହାହେଉ ଆକବର ଭାଇ ନାମକ ଜଣେ ଭିନ୍ନକ୍ଷମ ଓକିଲଙ୍କ ସହ ତାର ଦେଖା ହୁଏ ଯିଏକି ଭଗବାନଙ୍କ ନାମରେ ମକଦ୍ଦମା କରିବା ପାଇଁଁ ରାଜି ହୁଅନ୍ତି । ଏହାର ପ୍ରାରମ୍ଭିକ ପ୍ରକ୍ରୀୟାରେ ସେ କାନୁନୀ ନୋଟିସ ଉଭୟ ବୀମା କମ୍ପାନୀ ଏବଂ ଭଗବାନଙ୍କ ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ଧର୍ମ ଗୁରୁମାନକୁ ପ୍ରେରଣ କରନ୍ତି । ଏହି ତଥାକଥିତ ଧର୍ମଗୁରୁମାନକ ମଧ୍ୟରେ ସିଦ୍ଧେଶ୍ୱର ଅନ୍ୟତମ । ଅଦାଲତ ସିନା ରାଓଙ୍କ ମକଦ୍ଦମା ଗ୍ରହଣ କରନ୍ତି ହେଲେ ଏଣେ ରାଓ ପରିସ୍ଥିତିର ଚକ୍ରବ୍ୟୁହରେ ଫସି ଯାଆନ୍ତି । ଋଣ ବାବଦକୁ ତାଙ୍କ ଘର କୋରଖ ହୋଇଯାଏ ଏବଂ ତାଙ୍କ ପତ୍ନୀ ତାଙ୍କୁ ଛାଡି ଚାଲିଯାଆନ୍ତି । ଏଭଳି ଏକ ପରିସ୍ଥିତିରେ ଅକସ୍ମାତ ଗୋପାଲା ଗୋବିନ୍ଦ ହରି ନାମକ ଜଣେ ପରାମର୍ଶଦାତା ତାଙ୍କୁ ସହାୟତାର ହାତ ବଢାନ୍ତି । ଚଳଚ୍ଚିତ୍ର କଥାବସ୍ତୁରେ ଏହି ଗୋପାଲା ମହାଶୟଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଯାଇଛି ।

ଚଳଚ୍ଚିତ୍ର କଥାବସ୍ତୁ ଅତ୍ୟନ୍ତ ମର୍ମସ୍ପର୍ଶୀ ଏବଂ ବ୍ୟଙ୍ଗାତ୍ମକ । ଭଗବାନଙ୍କ ଅସ୍ତିତ୍ୱ, ଧର୍ମର ପରିଭାଷା ତଥା ତଥାକଥିତ ଧର୍ମଗୁରୁଙ୍କ ଭୂମିକା ସମ୍ପର୍କରେ ଚଳଚ୍ଚିତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଛି ଏବଂ ଏଇଥିପାଇଁଁ ଏହା କିଛି ମାତ୍ରାରେ ବିରୋଧର ସମ୍ମୁଖିନ ହେବା ସହ ଅଧିକାଂଶ ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଛି ।[୩]

ଅଭିନୟ[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

୨୦୧୪ ଏପ୍ରିଲ୍ ମଧ୍ୟ ଭାଗରେ ଏହି କଥାଚିତ୍ରର ସଂଗୀତ ରଚନା ପାଇଁଁ ସଂଗୀତକାର ସୋହେଇଲ୍ ସେନ୍‌ଙ୍କୁ ଚୟନ କରାଯାଇଥିଲା । ଏହା ତାଙ୍କର ପ୍ରଥମ ତେଲୁଗୁ ଚଳଚ୍ଚିତ୍ର ଥିଲା । ତେବେ କୌଣସି କାରଣରୁ ପରବର୍ତ୍ତୀ ସମୟରେ ଅର୍ଥାତ ଜୁନ ୨୦୧୪ରେ ସଂଗୀତକାର ଅନୂପ ରୁବେନସ ସୋହେଲଙ୍କ ସ୍ଥାନ ନେଇଥିଲେ । ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ଗୀତରେ କଣ୍ଠଶିଳ୍ପୀ କୈଲାଶ ଖେର କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରର ସଂଗୀତ ମୁକ୍ତିଲାଭ ନିମିତ୍ତ ଏକ ନିଆରା ଉତ୍ସବର ଆୟୋଜନ ହୋଇଥିଲା । କୈଲାଶ ଖେର ଏବଂ ହରିହରନଙ୍କ ବ୍ୟତୀତ ସୋନୁ ନିଗମ ମଧ୍ୟ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ସମ୍ମାନିତ କରିବା ସଂସ୍ଥା ବର୍ଗ ମନୋନିତ/ପୁରସ୍କୃତ
ଆଇଫା-୨୦୧୫ ମୁଖ୍ୟ ଚରିତ୍ର(ପୁରୁଷ)ରେ ନିଖୁଣ ଅଭିନୟ ପାଇଁଁ- ପାବନ କଲ୍ୟାଣ ମନୋନିତ
ଆଇଫା-୨୦୧୫ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା ପାଇଁଁ-ଅନୂପ ରୁବେନସ ମନୋନିତ
ଆଇଫା-୨୦୧୫ ଶ୍ରେଷ୍ଠ ପ୍ରଚ୍ଛଦପଟ କଣ୍ଠଶିଳ୍ପି(ପୁରୁଷ) ପାଇଁଁ-ହରିଚରନ ଏବଂ ଧନଞ୍ଜୟ ମନୋନିତ

ଆଇନଗତ ସମସ୍ୟା[ସମ୍ପାଦନା]

ଚଳଚ୍ଚିତ୍ରଟି ଏକ ବିବାଦାସ୍ପଦ ବିଷୟ ଉପରେ ଆଧାରିତ ହୋଇଥିବାରୁ ବିଭିନ୍ନ ମହଲରେ ଏହାର ବିରୋଧ କରାଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ଏବଂ ଭାଗ୍ୟନଗର ଗଣେଶ ଉତ୍ସବ ସମିତି କେନ୍ଦ୍ରିୟ ଚଳଚ୍ଚିତ୍ର ପ୍ରାମାଣିକ ବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଏକ ବିରୋଧ ପତ୍ର ଜରିଆରେ ଜଣାଇଥିଲେ କି ଚଳଚ୍ଚିତ୍ରରେ ଥିବା ଅନେକ ଦୃଶ୍ୟ ହିନ୍ଦୁମାନଙ୍କର ଧାର୍ମିକ ମନୋଭାବକୁ ଆଘାତ କରିଛି ।[୪] ଅତଏବ ସେମାନେ ଚଳଚ୍ଚିତ୍ରରୁ ଏହି ସବୁ ଦୃଶ୍ୟକୁ ବାଦ ଦେବାକୁ ଦାବୀ କରିଥିଲେ ।

ଆଧାର[ସମ୍ପାଦନା]

  1. "Gopala Gopala to release for 2015 Pongal". Retrieved 27 April 2018.
  2. "Pawan Kalyan gearing for Gopala Gopala". Archived from the original on 9 January 2015. Retrieved 26 April 2018.{{cite web}}: CS1 maint: bot: original URL status unknown (link)
  3. "Gopala Gopala: Of faith and superstitions". Retrieved 27 April 2018.
  4. "Case filed against 'Gopala Gopala'". Archived from the original on 10 January 2015. Retrieved 26 April 2018.{{cite web}}: CS1 maint: bot: original URL status unknown (link)