ଗୁଳିମାଡ଼ କ୍ଷତ
Gunshot wound | |
---|---|
Gunshot injuries, ballistic trauma, bullet wound, firearm-related injuries | |
![]() Male skull showing bullet exit wound on parietal bone, 1950s. | |
ବିଭାଗ | Trauma surgery |
ଲକ୍ଷଣ | Pain, deformity, bleeding[୧][୨] |
କାରଣ | Guns |
ବିପଦ କାରକ | Illegal drug trade, access to firearms, substance misuse including alcohol, mental health problems, firearm laws, social and economic differences[୩][୪] |
ପ୍ରତିକାର | Firearm laws, safer storage[୫][୬] |
ଚିକିତ୍ସା | Trauma care[୭] |
ପୁନଃପୌନିକ | 1 million (interpersonal violence in 2015)[୮] |
ମୃତ୍ୟୁ ସାନ୍ଦ୍ରତା | 251,000 (2016)[୩] |
ଗୁଳିମାଡ଼ କ୍ଷତ (ଇଂରାଜୀ ଭାଷାରେ gunshot wound/ GSW ) ବନ୍ଧୁକ ବା ସେହିଭଳି ଅସ୍ତ୍ରଶସ୍ତ୍ରର ଗୁଳିଦ୍ୱାରା ସୃଷ୍ଟି ହେଉଥିବା ଆଘାତକୁ କୁହାଯାଏ ।[୯] [୧୦] ଆଘାତର କ୍ଷୟକ୍ଷତିରେ ରକ୍ତସ୍ରାବ, ଅସ୍ଥି ଭଗ୍ନ, ଅଙ୍ଗହାନୀ, କ୍ଷତର ସଂକ୍ରମଣ କିମ୍ବା ଶରୀରର କିଛି ଅଂଶ ଚଳାଇବା କ୍ଷମତା ନଷ୍ଟ ହୋଇପାରେ | [୨] ଶରୀରରେ ଆଘାତର ସ୍ଥାନ, ଶରୀର ଦେଇ ଯାଉଥିବା ଗୁଳି ପଥ ଏବଂ ଗୁଳିର ପ୍ରକାର ଏବଂ ଗତି ଉପରେ ଶରୀରର କ୍ଷତି ନିର୍ଭର କରେ | [୧୧] ଦୀର୍ଘକାଳୀନ ଜଟିଳତାରେ ସୀସା ବିଷକ୍ରିୟା ଏବଂ ଆଘାତୋତ୍ତର ଚାପ ବେମାରୀ (PTSD) ଅନ୍ତର୍ଭୁକ୍ତ ହୋଇପାରେ | [୧] [୨] [୧୨]
ଅସ୍ତ୍ରଶସ୍ତ୍ର ହିଂସା ହାର ଦେଶ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ | [୩] ଏହି କାରଣଗୁଡିକରେ ବେଆଇନ ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ରର ସୁଲଭତା, ମଦ୍ୟପାନ, ନିଶାଦ୍ରବ୍ୟର ଅପବ୍ୟବହାର, ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଅସ୍ତ୍ରଶସ୍ତ୍ର ଆଇନ ଏବଂ ସାମାଜିକ ତଥା ଅର୍ଥନୈତିକ ପାର୍ଥକ୍ୟ ଉପରେ ନିର୍ବର କରିପାରେ। [୩] [୪] ଅଧିକ ବନ୍ଧୁକ ଥିବା ସ୍ଥାନରେ ବିବାଦ ପ୍ରାୟ ମୃତ୍ୟୁରେ ଶେଷ ହୁଏ | [୧୩]
ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ଏହା ଯାଞ୍ଚ କରାଯିବା ଉଚିତ ଯେ କ୍ଷେତ୍ରଟି ସୁରକ୍ଷିତ ଅଟେ | [୧୪] ଏହା ପରେ ମୁଖ୍ୟ ରକ୍ତସ୍ରାବ ବନ୍ଦ କରାଯାଏ, ତା’ପରେ ଶ୍ୱାସନଳୀକୁ ଅବରୋଧ ମୁକ୍ତ କରାଯାଏ ଓ ରକ୍ତସଞ୍ଚାଳନ ନିୟମିତ କରାଯାଏ ।[୧୪] ଅସ୍ତ୍ରଶସ୍ତ୍ର ନିୟମ, ବିଶେଷତଃ ପୃଷ୍ଠଭୂମି ଯାଞ୍ଚ ଏବଂ କ୍ରୟ ପାଇଁ ସଠିକ୍ ବ୍ୟକ୍ତିଙ୍କୁ ଅନୁମତି ପ୍ରଦାନ କଲେ ଅସ୍ତ୍ରଶସ୍ତ୍ରରୁ ମୃତ୍ୟୁ ହେବାର ଆଶଙ୍କା ହ୍ରାସ ପାଏ | [୫] ଅସ୍ତ୍ରଶସ୍ତ୍ର ସୁରକ୍ଷିତ ରଖିଲେ ଶିଶୁମାନଙ୍କରେ ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ମୃତ୍ୟୁ ହେବାର ଆଶଙ୍କା ହ୍ରାସ ହୋଇପାରେ। [୬]
ପାରସ୍ପରିକ ହିଂସାରୁ ୨୦୧୫ ମସିହାରେ ପ୍ରାୟ ଏକ ନିୟୁତ ବନ୍ଧୁକ ଆଘାତ ହୋଇଥିଲା | [୧୫] ୨୦୧୬ ମସିହାରେ, ଅସ୍ତ୍ରଶସ୍ତ୍ର ଯୋଗୁ ବିଶ୍ୱରେ ୨୫୧,୦୦୦ ମୃତ୍ୟୁ ଘଟିଥିଲା, ଯାହା ୧୯୯୦ରେ ୨୦୯,୦୦୦ ଥିଲା । [୩] ଏହି ମୃତ୍ୟୁ ମଧ୍ୟରୁ ୧୬୧,୦୦୦ (୬୪%) ଆକ୍ରମଣ ଯୋଗୁ, ୬୭,୫୦୦ (୨୭%) ଆତ୍ମହତ୍ୟା ଯୋଗୁ ଏବଂ ୨୩,୦୦୦ (୯%) ଦୁର୍ଘଟଣା ଯୋଗୁ ହୋଇଥିଲା | [୩] ଯୁକ୍ତରାଷ୍ଟ୍ରରେ ୨୦୧୭ରେ ବନ୍ଧୁକ ଯୋଗୁ ପ୍ରାୟ ୪୦,୦୦୦ ମୃତ୍ୟୁ ଘଟିଥିଲା । [୧୬] ୨୦ରୁ ୨୪ ବର୍ଷ ବୟସର ପୁରୁଷମାନଙ୍କର ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ମୃତ୍ୟୁ ସାଧାରଣତଃ ଅଧିକ ଦେଖାଯାଏ | [୩] ଗୁଳି ବିନିମୟ ଯୋଗୁ ଆର୍ଥିକ ଖର୍ଚ୍ଚ ଯୁକ୍ତରାଷ୍ଟ୍ରରେ ବର୍ଷକୁ ୧୪୦ ବିଲିୟନ ଆମେରିକୀୟ ଡଲାର ହୁଏ ବୋଲି ଆକଳନ କରାଯାଇଛି। [୧୭]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Gun Shot Wounds - Trauma - Orthobullets". www.orthobullets.com. Retrieved 13 July 2019.
- ↑ ୨.୦ ୨.୧ ୨.୨ "Gunshot wounds - aftercare: MedlinePlus Medical Encyclopedia". medlineplus.gov (in ଇଂରାଜୀ). Retrieved 13 July 2019.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୪.୦ ୪.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୫.୦ ୫.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୬.୦ ୬.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Breeze, John; Penn-Barwell, Jowan G.; Keene, Damian; O'Reilly, David; Jeyanathan, Jeyasankar; Mahoney, Peter F. (2017). Ballistic Trauma: A Practical Guide (in ଇଂରାଜୀ) (4 ed.). Springer. p. 75. ISBN 9783319613642.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ "Gunshot wound definition and meaning | Collins English Dictionary". www.collinsdictionary.com (in ଇଂରାଜୀ). Retrieved 13 July 2019.
- ↑ "Gunshot Injuries; Gunshot wounds (GSW) information". patient.info (in ଇଂରାଜୀ). Retrieved 13 July 2019.
- ↑ "Gunshot Injuries; Gunshot wounds (GSW) information". patient.info (in ଇଂରାଜୀ). Retrieved 13 July 2019.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୧୪.୦ ୧୪.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Bre2017
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;GBD2015Pre
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.