ଗୁଗ୍ଲୈଲୋମ ମାର୍କୋନୀ

ଉଇକିପିଡ଼ିଆ‌ରୁ
ଗୁଗ୍ଲୈଲୋମ ମାର୍କୋନୀ
Born(1874-04-25)୨୫ ଅପ୍ରେଲ ୧୮୭୪
Died୨୦ ଜୁଲାଇ ୧୯୩୭(1937-07-20) (ବୟସ ୬୩)
ରୋମ, ଇଟାଲୀ
Nationalityଇଟାଲୀୟନ
Alma materୟୁନିଭରସିଟି ଅଫ ବୋଲୋଗ୍ନା
Known forରେଡିଓ
Awardsପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର (୧୯୦୯)
Signature

ଗୁଗ୍ଲୈଲୋମ ମାର୍କୋନୀ(୧୮୭୪ ଏପ୍ରିଲ ୨୫ - ୧୯୩୭ ଜୁଲାଇ ୨୦) ଜଣେ ଇଟାଲୀୟ ଉଦ୍ଭାବକ।ତାଙ୍କୁ ଦୂରବର୍ତ୍ତୀ ରେଡ଼ିଓର ସ୍ରଷ୍ଟା ବୋଲି କୁହାଯାଏ।ସେ ମାର୍କୋନୀ ଆଇନ ଏବଂ ରେଡିଓ ଟେଲିଗ୍ରାଫ ବ୍ୟବସ୍ଥା ଉଦ୍ଭାବନ କରିଥିଲେ।ତାଛଡା ରେଡ଼ିଓ ଉଦ୍ଭାବନର ଶ୍ରେୟ ମଧ୍ୟ ତାଙ୍କୁ ମିଳିଥିଲା।[୧]

ମାର୍କୋନୀ ବହୁତ କମ ପାଠ ପଢ଼ିଥିଲେ।ସେ ନିଜ ପିତାଙ୍କର ଥିବା ଲାଇବ୍ରେରୀରେ ଥିବା ପୁସ୍ତକ ପଢ଼ି ଅଧିକ ଜ୍ଞାନ ଆହାରଣ କରିଥିଲେ।ସେ ବିଦ୍ୟୁତ ଉପରେ ଥିବା ତଥ୍ୟ ପୁସ୍ତକ ଅଧିକାଂଶ ପଢ଼ିଥିଲେ।ଔପଚାରିକ ଶିକ୍ଷା ଗ୍ରହଣ କରିବା ପାଇଁ ସେ ବାଲୋଗ୍ନା ବିଶ୍ୱବିଦ୍ୟାଳୟକୁ ଯାଇଥିଲେ।ପରେ ସେ ବିଶିଷ୍ଟ ବୈଜ୍ଞାନିକ ଅଗଷ୍ଟୋ ରିଘିଙ୍କ ଅଧିନରେ ପାଠପଢ଼ିବା ସହ ଇଲେକ୍ଟୋମ୍ୟାଗ୍ନେଟିକ ୱ୍ଏଭ (ବିଦ୍ୟୁତଚୁମ୍ବକୀୟ ତରଙ୍ଗ) ଉପରେ ଗବେଷଣା କଲେ।

ଉଦ୍ଭାବନ ଓ ସଫଳତା[ସମ୍ପାଦନା]

୧୮୯୫ ମସିହାରେ ମାତ୍ର ୨୧ ବର୍ଷ ବୟସରେ ସେ ଏହି ବିଦ୍ୟୁତଚୁମ୍ବକୀୟ ତରଙ୍ଗ ବ୍ୟବହାର କରି ନିଜ ଘରଠାରୁ ଅଳ୍ପ ଦୂରରେ ଥିବା କାର୍ଯ୍ୟସ୍ଥଳୀରେ ବେଲ୍ ବଜାଇପାରିଥିଲେ।ଏହା ପରେ ସେ ଆଣ୍ଟିନା ବ୍ୟବହାର କରି ସେ ଦୁଇ ମାଇଲ ପର୍ଯ୍ୟନ୍ତ ସିଗନାଲ୍ ପଠେଇ ପାରିଥିଲେ।ତାଙ୍କଦ୍ୱାରା ଉଦ୍ଭାବିତ ବ୍ୟବସ୍ଥାକୁ ଇଟାଲୀର ଡାକ ଓ ତାର ବିଭାଗ ଗ୍ରହଣ କରିନଥିଲା।ତେଣୁ ସେ ଏହି ସଫଳତାକୁ ଇଂଲଣ୍ଡରେ ପହଞ୍ଚାଇଥିଲେ।ସେଠାରେ ସାହାଯ୍ୟ ଓ ସମର୍ଥନ ପାଇବାପରେ ସେ ୩୨ ମାଇଲ ଦୂର ଥିବା ସ୍ଥାନକୁ ୱ୍ଏୟାରଲେସ ସିଗନାଲ ପଠେଇଥିଲେ।ତାଙ୍କଦ୍ୱାରା ଉଦ୍ଭାବିତ କୈଶଳ ମଧ୍ୟ ବ୍ୟବସାୟିକ ସଫଳତା ଲାଭ କରିଥିଲା।ସେ ଆମେରିକାରେ ପ୍ରତିଷ୍ଠା କରିଥିଲେ ଏକ ୱ୍ଏୟାରଲେସ ସିଗନାଲ କମ୍ପାନୀ।ମାତ୍ର ପରବର୍ତ୍ତୀ ସମୟରେ ଆମେରିକା ସରକାର ତାକୁ ନିଜ ଅଧିନକୁ ନେଇଥିଲେ।ବ୍ରିଟେନରେ ଥିବା ତାଙ୍କର ଏକ କମ୍ପାନୀ ସର୍ବସାଧାରଣ ରେଡିଓ ପ୍ରସାରଣ ସେବା ଆରମ୍ଭ କରିଥିଲେ।ପରେ ତାହା ବିବିସି ନାମରେ ପରିଚିତ ହେଇଥିଲା।[୨][୩]

ବିଶ୍ୱରେ ବିଭିନ୍ନ ସ୍ଥାନରେ ଥିବା ବ୍ରିଟିଶ କଲୋନୀ ସହ ଯୋଗାଯୋଗ ପାଇଁ ସେ ୧୯୨୪ରେ ଇଂଲଣ୍ଡର କେତେକ ସ୍ଥାନରେ ୱ୍ଏୟାରଲେସ ଷ୍ଟେସନ ପ୍ରତିଷ୍ଠା କରିଥିଲେ।ରୋମରେ ମଧ୍ୟ ପୋପଙ୍କ ବାର୍ତ୍ତା ପ୍ରସାରଣ ପାଇଁ ରେଡିଓ ସେବା ଆରମ୍ଭ କରିଥିଲେ।

ପୁରସ୍କାର[ସମ୍ପାଦନା]

ୱ୍ଏୟାରଲେସ ଟେଲିଗ୍ରାଫର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୧୯୦୯ରେ ନୋବେଲ ପୁରସ୍କାର ପାଇଥିଲେ।

୧୯୩୭ ମସିହାରେ ଜୁଲାଇ ୨୦ତାରିଖରେ ହୃଦଘାତରେ ତାଙ୍କର ପରଲୋକ ହେଇଥିଲା।[୪]

ଆଧାର[ସମ୍ପାଦନା]

  1. http://ieeexplore.ieee.org/xpl/articleDetails.jsp?arnumber=4137304
  2. http://www.biography.com/people/guglielmo-marconi-9398611
  3. "ଆର୍କାଇଭ୍ କପି". Archived from the original on 2013-12-02. Retrieved 2012-07-30. {{cite web}}: Cite has empty unknown parameter: |1= (help)
  4. http://www.nobelprize.org/nobel_prizes/physics/laureates/1909/marconi-bio.html

ବାହାର ତଥ୍ୟ[ସମ୍ପାଦନା]

Wikimedia
  •  Chisholm, Hugh, ed. (1922). "Marconi, Guglielmo" . Encyclopædia Britannica (12th ed.). London & New York. {{cite encyclopedia}}: Cite has empty unknown parameters: |HIDE_PARAMETER4=, |HIDE_PARAMETER2=, |HIDE_PARAMETER8=, |HIDE_PARAMETER5=, |HIDE_PARAMETER7=, |HIDE_PARAMETER10=, |HIDE_PARAMETER6=, |HIDE_PARAMETER9=, |HIDE_PARAMETER11=, |HIDE_PARAMETER1=, and |HIDE_PARAMETER3= (help)CS1 maint: location missing publisher (link)
General achievements
Foundations and academics
Multimedia and books
Transatlantic "signals" and radio
Keys and "signals"
Priority of invention

vs Tesla

Personal
Other