ଲାରୀ ପେଜ୍

ଉଇକିପିଡ଼ିଆ‌ରୁ
ଲାରି ପେଜ୍
Larry Page speaking at the European Parliament on June 17, 2009
Born
Lawrence Page

(1973-03-26) ମାର୍ଚ୍ଚ ୨୬, ୧୯୭୩ (ବୟସ ୫୦)
NationalityAmerican
Alma materUniversity of Michigan (B.S.)
Stanford University (M.S.)
OccupationsComputer scientist, Internet entrepreneur
Known forCo-founder of Google Inc. and CEO of Alphabet Inc
TitleCEO of Alphabet Inc
Spouse
Lucinda Southworth
(m. ୨୦୦୭)
Children2
Websitewww.abc.xyz
Signature
Larry Page

ଲରେନ୍ସ ଲାରି ପେଜ (୨୬/0୩/୧୯୭୩) ଜଣେ ଆମେରିକାର କମ୍ପ୍ୟୁଟର ବିଜ୍ଞାନୀ ଓ ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର ଗୁଗଲଆଲ୍ଫାବେଟ ଆଇ.ଏନ.ସିର ଉଦ୍ଭାବକ ।୧୯୯୬ରେ ଷ୍ଟାନ୍‌ଫୋର୍ଡ଼୍‌ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ଲାରି ପେଜ୍‌ ଓ ସର୍ଜି ବ୍ରିନ୍‌ଙ୍କଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲା । କାଲିଫର୍ନିଆର ମେନ୍‌ଲୋ ପାର୍କରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍‌ରେ ୭ ସେପ୍ଟେମ୍ବର, ୧୯୯୮ରେ ଗୁଗଲ କମ୍ପାନୀରେ ପରିଣତ ହେଲା । ୧୯୯୯ ଫେବୃଆରୀରେ କାଲିଫର୍ନିଆର ପାଲୋ ଆଲ୍‌ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା । ଏହାର ବର୍ଷେ ପରେ 'ଗୁଗଲ୍‌ପ୍ଲେକ୍ସ' ନାମକ ସ୍ଥାନକୁ ଏହା ଅଣାଗଲା । ସେପ୍ଟେମ୍ବର ୨୦୦୧ରେ ଗୁଗଲର ପୃଷ୍ଟା ତଉଲ (PageRank) ପଦ୍ଧତିକୁ ଆମେରିକୀୟ ପେଟେଣ୍ଟ ମିଳିଲା । ଜୁଲାଇ ୨୦୧୫ରେ ସେ ଆଲ୍ଫାବେଟ୍ ଇନ୍ସ୍ର ସି.ଇ.ଓ ହେଲେ । ପେଜ୍ XPRIZE ସଙ୍ଗଠନର ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୪ରେ National Academy of Engineeringର ମୁଖ୍ୟ ସଦସ୍ୟ ଭାବେ ନିର୍ବାଚିତ ହେଲେ । ପେଜ୍ ୨୦୦୪ରେ ମାର୍କୋନୀ ପୁରସ୍କାର ଜିତିଥିଲେ ।

ବାଲ୍ୟ ଜୀବନୀ[ସମ୍ପାଦନା]

ପେଜ୍ ଆମେରିକାର ମିଚିଗାନାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା କାର୍ଲ ଭିନ୍ସେଣ୍ଟ ପେଜ କମ୍ପ୍ୟୁଟରରେ ପି.ଏଚ.ଡି କରିଥିଲେ । ସେ Michigan State Universityରେ କମ୍ପ୍ୟୁଟର ବିଜ୍ଞାନର ପ୍ରଫେସର୍ ଥିଲେ । ପେଜ୍ଙ୍କ ମା ଗ୍ଲୋରିଆ ମିଚିଗାନାର Lyman Briggs Collegeରେ କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗର ଅଧ୍ୟାପକ ଥିଲେ । ପେଜ୍ ପ୍ରଥମେ ୬ ବର୍ଷ ବୟସରେ କମ୍ପ୍ୟୁଟର ପ୍ରତି ଆକର୍ଷିତ ହୋଇଥିଲେ । ସେ Okemosର [en.Montessori] (ବର୍ତ୍ତମାନର Montessori Radmoor)ବିଦ୍ୟାଳୟରେ ୧୯୭୫ରୁ ୧୯୭୩ ଓ ୧୯୯୧ରେ East Lansing High Schoolରୁ ସ୍ନାତକ ପ୍ରାପ୍ତି ହୋଇଥିଲେ । ସେ ମିଚିଗାନା ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ବିଜ୍ଞାନରେ ବ୍ୟାଚେଲର୍ ଓ ଷ୍ଟାନ୍ମ୍ଫୋର୍ଡରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ମିଚିଗାନା ବବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ଲେଗୋ ବ୍ରିକ୍ସ୍ ବ୍ୟବହାର କରି ଇଙ୍କ୍ ଜେଟ୍ ପ୍ରିଣ୍ଟର ତିଆରି କରିଥିଲେ ଓ ସ୍କୁଲ ବସ୍ ଗୁଡିକୁ "ପି ଆର ଟି‌" (ପର୍ସନାଲ ରାପିଡ୍ ଟ୍ରାନ୍ସିଟ୍ ସିଷ୍ଟମ )(ବିନା ଚାଳକରେ ଚାଲୁଥିବା ଯାନ)ଦ୍ୱାରା ପରିଚାଳିତ ପାଇଁ ପ୍ରସ୍ତାବ ଆଣିଥିଲେ । ସେ ବ୍ୟବସାୟ ପାଇଁ music synthesizer ସଫ୍ଟୋଓୟାରର ମଧ୍ୟ ଜୋଜନା କରିଥିଲେ ।

ଅନ୍ୟାନ୍ୟ[ସମ୍ପାଦନା]

ପେଜ୍ ଟେଲ୍ସା ମୋଟର୍ସର ଏକ ପୁଞ୍ଜି ନିବେଶକ ଥିଲେ । ସେ ଗୁଗଲ.ଓଆରଜିରୁ ଅର୍ଥ ଆନିଣି ପୁଞ୍ଜି ନିବେଶ କରୁଥିେ। ସାମାଜିକ ଓ ଅର୍ଥନୀତୀକୁ ପ୍ରଭାବ କରୁଥିବା ଉଚ୍ଚସ୍ତରୀୟ ବ୍ୟବସ୍ଥାକୁ ପ୍ରଯୁକ୍ତିବିଦ୍ୟାଦ୍ୱାରା କିପରି ଉନ୍ନତ୍ତ କରିଯାଇପାରିବ ସେ ବିଷୟରେ ମଧ୍ୟ କହିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରିଚାର୍ଡ ବ୍ରାନସନ୍‌ଙ୍କ ଦ୍ୱୀପ କାରିବିଆନର ଲୁଚିଣ୍ଦା ସାଉଥୱର୍ଥଙ୍କୁ ୨୦୦୭ରେ ବିବାହ କରିଥିଲେ । ସାଉଥୱର୍ଥ ଜଣେ ବୈଜ୍ଞ୍ୟାନିକ ଓ ଅଭିନେତ୍ରୀ କ୍ୟାରୀ ସାଉଥୱର୍ଥଙ୍କ ଭଉଣୀ ଥିଲେ । ତାଙ୍କର ପ୍ରଥମ ସନ୍ତାନ ୨୦୦୯ ଓ ଦ୍ୱିତୀୟ ସନ୍ତାନ ୨୦୧୧ରେ ଜନ୍ମ ଗ୍ରହଣ କରିଥିଲେ ।

ଆଧାର[ସମ୍ପାଦନା]