ଗିରିଶ ଚନ୍ଦ୍ର ରାୟ
ଗିରିଶ ଚନ୍ଦ୍ର ରାୟ | |
---|---|
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପୂର୍ବ ଅଧିକାରୀ | ହରିହର ମହାନ୍ତି ଓ ସମଲ ମାଝି |
ନିର୍ବାଚନ ମଣ୍ଡଳୀ | ବାରିପଦା |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୪ ମାର୍ଚ୍ଚ ୧୯୬୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | ମନୋରମା ରାୟ |
ବାପା/ବୋଉ | ତାରିଣୀ ପ୍ରସାଦ ରାୟ |
ବୃତ୍ତି | ରାଜନୀତିଜ୍ଞ |
ଗିରିଶ ଚନ୍ଦ୍ର ରାୟ (ମୃତ୍ୟୁ: ୪ ମାର୍ଚ୍ଚ ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଗିରିଶ ଓଡ଼ିଶା ରାଜନୀତିରେ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ୧ମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ପରିବାର
[ସମ୍ପାଦନା]ଗିରିଶ ଚନ୍ଦ୍ର ରାୟଙ୍କର ବାପାଙ୍କ ନାମ ତାରିଣୀ ପ୍ରସାଦ ରାୟ ଏବଂ ତାଙ୍କ ପତ୍ନୀଙ୍କ ନାମ ମନୋରମା ରାୟ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଗିରିଶ ଓଡ଼ିଶା ରାଜନୀତିରେ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ସ୍ୱାଧୀନ ଭାବର ପ୍ରଥମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୧]
୧୯୫୨ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଗିରିଶ ଚନ୍ଦ୍ର ରାୟ ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ସୁରେନ୍ଦ୍ର ସିଂହଙ୍କ ସହ ଯୁଗ୍ମ ଭାବରେ ବିଜୟୀ ହୋଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ଗିରିଶ ୧୯୬୦ ମସିହାର ମାର୍ଚ୍ଚ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Girish Chandra Roy". odishaassembly.nic.in. Odisha Assembly. Retrieved 13 September 2019.
- ↑ "Orissa 1951". Election Commission of India (in Indian English). Retrieved 2019-06-27.